ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଲା ଜୈବିକ ଖତ

ଖୋର୍ଦ୍ଧା ଅଫିସ,୩୦।୧୦: ଖୋର୍ଦ୍ଧା ପୌରପାଳିକା ଅଞ୍ଚଳରୁ ବାହାରୁଥିବା ଦୈନିକ ବର୍ଜ୍ୟବସ୍ତୁରୁ ଜୈବିକ ଖତ ପ୍ରସ୍ତୁତ ଲାଗି ଏକ ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ଏବଂ ପୃଥିକୀକରଣ କେନ୍ଦ୍ରକୁ ଗତ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରନ୍ସ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୁକୁନ୍ଦପ୍ରସାଦ ଚାଚେରା ଶବର ସାହିଠାରେ ୫୬ଲକ୍ଷ ଅଟକଳରେ ଏହି ୟୁନିଟ୍‌ ନିର୍ମାଣ କରାଯାଇଛି। ପ୍ରାୟ ଦେଢ ମାସ ପରେ ପ୍ରଥମ ପର୍ଯ୍ୟାୟରେ ଜୈବିକ ଖତ ପ୍ରସ୍ତୁତ ହୋଇଛି। ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ‘ମୋ ଖତ’ ନାମରେ ୫କେଜି ପ୍ୟାକେଟ ପ୍ରସ୍ତୁତ କରାଯାଇଛି। ଜିଲାପାଳ ସନତ୍‌ ମହାନ୍ତି ଏବଂ ପିଡି ଡିଆରଡିଏ ଦିଗନ୍ତ ରାଉତରାୟ ଏହି ପ୍ୟାକେଟକୁ ଗୁରୁବାର ଉଦ୍‌ଘାଟନ କରିଛନ୍ତି। ବଜାରରେ ବିକ୍ରି କରାଯିବା ନେଇ ଯୋଜନା ରହିଛି। ଏହାର ମୂଲ୍ୟ ଧାର୍ଯ୍ୟ ହୋଇନି। ପ୍ରଥମ ପର୍ଯ୍ୟାୟରେ ଶହେ କେଜି ଖତ ବାହାରିଛି। ଏହାର ଉପଲବ୍ଧତାକୁ ଅନୁଧ୍ୟାନ ପରେ ଆଗକୁ ଏହାକୁ ବ୍ୟାପକ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁଜଙ୍ଗ ନବୋଦୟ ସ୍କୁଲ ନିକଟରେ ଆଉ ଏକ ୟୁନିଟ୍‌ ସ୍ଥାପନ କରାଯିବା ନେଇ ଯୋଜନା ରହିଛି ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କହିଛନ୍ତି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ପୌରାଞ୍ଚଳରେ ୪୬ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ରହିଛି। ଦୈନିକ ସହରରୁ ୧୪ରୁ ୧୬ଟନ ଅଳିଆ ଆବର୍ଜନା ବାହାରିଥାଏ। ସେଥିରୁ ୪୦ପ୍ରତିଶତ ଶୁଖିଲା ଏବଂ ୬୦ପ୍ରତିଶତ ଓଦା ବର୍ଜ୍ୟବସ୍ତୁ ରହିଥାଏ। ୫୦ଲକ୍ଷ ଅଟକଳରେ ୨୫ମିଟର ଲମ୍ବ, ୧୭ମିଟର ଚଉଡ଼ାରେ ନିର୍ମିତ ହୋଇଥିବା ଜୈବିକ ଖତ ପ୍ରସ୍ତୁତି କେନ୍ଦ୍ର(ଏମସିସି)ରେ ୧୪ଟି କୁଣ୍ଡ ନିର୍ମାଣ କରାଯାଇଛି। ପ୍ରତ୍ୟେକ ଲମ୍ବ କୁଣ୍ଡର ୩.୩ମି, ପ୍ରସ୍ଥ ୨.୩ମି ଏବଂ ଏକ ମିଟର ଉଚ୍ଚତା ରହିଛି। ଗୋଟିଏ କୁଣ୍ଡରେ ୫ଟନ ପର୍ଯ୍ୟନ୍ତ ବର୍ଜ୍ୟବସ୍ତୁ ପକାଯିବ। ସେଥିରୁ ୫ଶହ କେଜି ପର୍ଯ୍ୟନ୍ତ ଖତ ବାହାରିବ। ଦୁଇଟି ପର୍ଯ୍ୟାୟରେ ଖତ ପ୍ରସ୍ତୁତ ହୋଇଥାଏ। ବାହାରୁ ଆସିଥିବା ଓଦା ବର୍ଜ୍ୟବସ୍ତୁକୁ ପ୍ରଣାଳୀ ଅନୁସାରେ ତିନି ଥାକରେ ଏହି କୁଣ୍ଡ ପୂର୍ଣ୍ଣ କରାଯାଏ। କୁଣ୍ଡ ପୂର୍ଣ୍ଣ ହେବାକୁ ୨୧ଦିନ ଲାଗିଥାଏ। ପରବର୍ତ୍ତୀ ୨୧ଦିନରେ ଏହା ଖତରେ ପରିଣତ ହୋଇଥାଏ। ମୋଟ୍‌ ୪୨ଦିନରେ ଖତ ପ୍ରସ୍ତୁତ ହୋଇଥାଏ ବୋଲି ପୌର ପରିଷଦର ସାନିଟାଇଜ ଏକ୍ସପର୍ଟ ଦେବାଶିଷ ବରାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?