ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଲା ଜୈବିକ ଖତ

ଖୋର୍ଦ୍ଧା ଅଫିସ,୩୦।୧୦: ଖୋର୍ଦ୍ଧା ପୌରପାଳିକା ଅଞ୍ଚଳରୁ ବାହାରୁଥିବା ଦୈନିକ ବର୍ଜ୍ୟବସ୍ତୁରୁ ଜୈବିକ ଖତ ପ୍ରସ୍ତୁତ ଲାଗି ଏକ ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ଏବଂ ପୃଥିକୀକରଣ କେନ୍ଦ୍ରକୁ ଗତ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରନ୍ସ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୁକୁନ୍ଦପ୍ରସାଦ ଚାଚେରା ଶବର ସାହିଠାରେ ୫୬ଲକ୍ଷ ଅଟକଳରେ ଏହି ୟୁନିଟ୍‌ ନିର୍ମାଣ କରାଯାଇଛି। ପ୍ରାୟ ଦେଢ ମାସ ପରେ ପ୍ରଥମ ପର୍ଯ୍ୟାୟରେ ଜୈବିକ ଖତ ପ୍ରସ୍ତୁତ ହୋଇଛି। ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ‘ମୋ ଖତ’ ନାମରେ ୫କେଜି ପ୍ୟାକେଟ ପ୍ରସ୍ତୁତ କରାଯାଇଛି। ଜିଲାପାଳ ସନତ୍‌ ମହାନ୍ତି ଏବଂ ପିଡି ଡିଆରଡିଏ ଦିଗନ୍ତ ରାଉତରାୟ ଏହି ପ୍ୟାକେଟକୁ ଗୁରୁବାର ଉଦ୍‌ଘାଟନ କରିଛନ୍ତି। ବଜାରରେ ବିକ୍ରି କରାଯିବା ନେଇ ଯୋଜନା ରହିଛି। ଏହାର ମୂଲ୍ୟ ଧାର୍ଯ୍ୟ ହୋଇନି। ପ୍ରଥମ ପର୍ଯ୍ୟାୟରେ ଶହେ କେଜି ଖତ ବାହାରିଛି। ଏହାର ଉପଲବ୍ଧତାକୁ ଅନୁଧ୍ୟାନ ପରେ ଆଗକୁ ଏହାକୁ ବ୍ୟାପକ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁଜଙ୍ଗ ନବୋଦୟ ସ୍କୁଲ ନିକଟରେ ଆଉ ଏକ ୟୁନିଟ୍‌ ସ୍ଥାପନ କରାଯିବା ନେଇ ଯୋଜନା ରହିଛି ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କହିଛନ୍ତି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ପୌରାଞ୍ଚଳରେ ୪୬ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ରହିଛି। ଦୈନିକ ସହରରୁ ୧୪ରୁ ୧୬ଟନ ଅଳିଆ ଆବର୍ଜନା ବାହାରିଥାଏ। ସେଥିରୁ ୪୦ପ୍ରତିଶତ ଶୁଖିଲା ଏବଂ ୬୦ପ୍ରତିଶତ ଓଦା ବର୍ଜ୍ୟବସ୍ତୁ ରହିଥାଏ। ୫୦ଲକ୍ଷ ଅଟକଳରେ ୨୫ମିଟର ଲମ୍ବ, ୧୭ମିଟର ଚଉଡ଼ାରେ ନିର୍ମିତ ହୋଇଥିବା ଜୈବିକ ଖତ ପ୍ରସ୍ତୁତି କେନ୍ଦ୍ର(ଏମସିସି)ରେ ୧୪ଟି କୁଣ୍ଡ ନିର୍ମାଣ କରାଯାଇଛି। ପ୍ରତ୍ୟେକ ଲମ୍ବ କୁଣ୍ଡର ୩.୩ମି, ପ୍ରସ୍ଥ ୨.୩ମି ଏବଂ ଏକ ମିଟର ଉଚ୍ଚତା ରହିଛି। ଗୋଟିଏ କୁଣ୍ଡରେ ୫ଟନ ପର୍ଯ୍ୟନ୍ତ ବର୍ଜ୍ୟବସ୍ତୁ ପକାଯିବ। ସେଥିରୁ ୫ଶହ କେଜି ପର୍ଯ୍ୟନ୍ତ ଖତ ବାହାରିବ। ଦୁଇଟି ପର୍ଯ୍ୟାୟରେ ଖତ ପ୍ରସ୍ତୁତ ହୋଇଥାଏ। ବାହାରୁ ଆସିଥିବା ଓଦା ବର୍ଜ୍ୟବସ୍ତୁକୁ ପ୍ରଣାଳୀ ଅନୁସାରେ ତିନି ଥାକରେ ଏହି କୁଣ୍ଡ ପୂର୍ଣ୍ଣ କରାଯାଏ। କୁଣ୍ଡ ପୂର୍ଣ୍ଣ ହେବାକୁ ୨୧ଦିନ ଲାଗିଥାଏ। ପରବର୍ତ୍ତୀ ୨୧ଦିନରେ ଏହା ଖତରେ ପରିଣତ ହୋଇଥାଏ। ମୋଟ୍‌ ୪୨ଦିନରେ ଖତ ପ୍ରସ୍ତୁତ ହୋଇଥାଏ ବୋଲି ପୌର ପରିଷଦର ସାନିଟାଇଜ ଏକ୍ସପର୍ଟ ଦେବାଶିଷ ବରାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri