ଥଇଥାନ ପ୍ୟାକେଜ୍‌ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ): ଅନୁଗୋଳ ଜିଲାର ମନ୍ଦାକିନୀ କୋଇଲା ଖଣି ଉତ୍‌ଖନନ ନେଇ ରହିଥିବା ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗୁରୁବାର ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ବୈଠକ ମାଧ୍ୟମରେ ଏହାର ସମୀକ୍ଷା କରିଥିଲେ। ଖଣି ଓ ଇସ୍ପାତ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଏହି ଖଣି ଉତ୍‌ଖନନ ନେଇ ଉପୁଜୁଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସମାଧାନ ଦିଗରେ ମତ ରଖିଥିଲେ। ଖଣି ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ସର୍ବେକ୍ଷଣ(ଏସ୍‌ଇଏସ୍‌) କରିବା, ଜଙ୍ଗଲ ବିଭାଗ ପ୍ରସ୍ତାବର ଅନୁପାଳନ, ଭାରତ ସରକାରଙ୍କଠାରୁ ପରିବେଶ ମଞ୍ଜୁରୀ, କୋଇଲା ମାନ ଯାଞ୍ଚ ପାଇଁ ସେଣ୍ଟ୍ରାଲ ମାଇନ୍ସ ପ୍ଲାନିଂ ଆଣ୍ଡ୍‌ ଡିଜାଇନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରାରମ୍ଭିକ ପର୍ଯ୍ୟାୟରେ ହେବାକୁ ଥିବା ଡ୍ରିଲିଂ ଆଦି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା। ତେବେ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ଲାଗି ଓଡ଼ିଶା କୋଲ୍‌ ବିୟରିଂ ଏରିଆ ଡେଭଲପ୍‌ମେଣ୍ଟ ଆକ୍ଟ ଆଣ୍ଡ୍‌ ରିହାବିଲିଟେଶନ ପଲିସି ଅନୁଯାୟୀ ଏକ ବ୍ୟାପକ ଥଇଥାନ ପ୍ୟାକେଜ୍‌ ପ୍ରସ୍ତୁତ କରିବାକୁ ଅନୁଗୋଳ ଜିଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାର ଥଇଥାନ ନୀତି ଏକ ପ୍ରଗତିଶୀଳ ନୀତି ହୋଇଥିବାବେଳେ ଯଦି ଏହାର ଉପଯୁକ୍ତ ପ୍ୟାକେଜିଂ କରାଯାଏ ତା’ହେଲେ ସ୍ଥାନୀୟ ଲୋକେ ଏହାଦ୍ୱାରା ବିଶେଷଭାବେ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ।
ସେହିଭଳି ଜିଲା ପ୍ରଶାସନ ସହ ଆଲୋଚନା କରି ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଏକ ଥଇଥାନ ପ୍ୟାକେଜ୍‌ ପ୍ରସ୍ତୁତ କରିବାକୁ ଖଣି ବିକାଶ କର୍ତ୍ତୃପକ୍ଷ (ମାଇନ୍ସ ଡେଭଲପିଙ୍ଗ୍‌ ଅଥରିଟି)ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଖଣି ଖନନ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କୁ ଥଇଥାନ ପ୍ୟାକେଜ୍‌ ସମ୍ପର୍କରେ ବିସ୍ତୃତଭାବେ ବୁଝାଇବାକୁ ଜିଲାପାଳ, ଏସ୍‌ପି ଓ ସ୍ଥାନୀୟ ତହସିଲଦାରଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଥଇଥାନ ଅଞ୍ଚଳରେ ଉପଯୁକ୍ତ ବାସଗୃହ ସହ ଆବଶ୍ୟକ ସମସ୍ତ ଭିତ୍ତିଭୂମି ଓ ସୁବିଧା ସୁଯୋଗ ଯୋଗାଇଦେବାକୁ ସେ କହିଥିଲେ। ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍‌ ଡେଭଲପ୍‌ମେଣ୍ଟ ଷ୍ଟଡିଜ୍‌ ଆସନ୍ତା ସପ୍ତାହରୁ ଏହି ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ସର୍ବେକ୍ଷଣ କରିବା ନେଇ ସୁରେନ୍ଦ୍ର କୁମାର ସୂଚନା ଦେଇଥିଲେ। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା, ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ୱାଳ, ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅନୁଗୋଳ ଏସ୍‌ପି ଜଗମୋହନ ମୀନା, ଏନ୍‌ଟିପିସି ସିଏମ୍‌ଡି ଗୁରୁଦୀପ ସିଂ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଏହି ଭର୍ଚୁଆଲ ବୈଠକରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri