ଏବର୍ଷ ନାଗାର୍ଜୁନ ବେଶ ଦର୍ଶନ ବନ୍ଦ

ପୁରୀ ଅଫିସ,୩୦।୧୦: ଚଳିତବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦେଖିପାରିବେନି ଭକ୍ତ। କୋଭିଡ୍‌ କଟକଣା ପାଇଁ ଶ୍ରଦ୍ଧାଳୁଙ୍କୁ ଏହି ବେଶ ଦର୍ଶନରୁ ବଞ୍ଚିତ ହେବାକୁ ପଡ଼ିବ। ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ସବ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ଭର୍ଚୁଆଲ ବୈଠକରେ କାର୍ତ୍ତିକ ମାସ ଏବଂ ନାଗାର୍ଜୁନ ବେଶ ନୀତି ଚୂଡ଼ାନ୍ତ କରାଯାଇଛି। ତେବେ ଦୀର୍ଘ ୨୫ ବର୍ଷ ପରେ ପଡୁଥିବା ମହାପ୍ରଭୁଙ୍କ ମହାର୍ଘ ନାଗାର୍ଜୁନ ବେଶ ଦର୍ଶନରେ ବାଧକ ସାଜିଛି ମହାମାରୀ କରୋନା। ଅନ୍ୟପକ୍ଷରେ ଧର୍ମ ମାସ କାର୍ତ୍ତିକରେ ସାଧାରଣ ଭକ୍ତ ଏବଂ ହବିଷିଆଳିଙ୍କୁ କିପରି ସୁରୁଖୁରୁରେ ମହାପ୍ରସାଦ ମିଳିବ ସେଥିଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ନଭେମ୍ବର ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଏହାକୁ ଶୃଙ୍ଖଳାର ସହ ସମ୍ପନ୍ନ ନିମନ୍ତେ ଗୁରୁବାର ନୀତି ସବ୍‌ କମିଟି ବୈଠକ ବସିଥିଲା। କରୋନା ବିପଦ ସମ୍ପୂର୍ଣ୍ଣ ଭାବେ ଟଳି ନ ଥିବାରୁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସାଧାରଣତଃ ନାଗାର୍ଜୁନ ବେଶରେ ସର୍ବସାଧାରଣ ଦର୍ଶନ ଭିତର କାଠ ନିକଟରେ ହୋଇଥାଏ। ଚଳିତ ବର୍ଷ କୋଭିଡ୍‌ କଟକଣା ଯୋଗୁ ଏହି ଦର୍ଶନ ବନ୍ଦ ରହିବ ବୋଲି ନୀତି ନିର୍ଘଣ୍ଟ ସୂଚୀରେ ସ୍ପଷ୍ଟ କରାଯାଇଛି। ନାଗାର୍ଜୁନ ବେଶ ନୀତି ନିର୍ଘଣ୍ଟ ଅନୁଯାୟୀ, ଏହି ବେଶ ଲାଗି ପୂର୍ବରାତ୍ରି ପହୁଡ଼ ନଭେମ୍ବର ୨୬ ତାରିଖ ରାତି ୧୨ଟାରେ ହେବ। ରାତି ୨ଟାରେ ଦ୍ୱାର ଫିଟି ସାଢେ ୨ଟାରେ ମଙ୍ଗଳ ଆଳତି କରାଯିବ। ଏହାପରେ ଅନ୍ୟାନ୍ୟ ନୀତି ବଢ଼ି ଭୋର ୪ଟାରେ ନାଗାର୍ଜୁନ ବେଶ ଆରମ୍ଭ ହେବ। ଏହି ବେଶ ପ୍ରାୟ ୩ ଘଣ୍ଟା ଲାଗିବ। ୨୭ ତାରିଖ ସକାଳ ୭ଟାରେ ବେଶ ଶେଷ ପାଇଁ ସମୟ ନିର୍ଘଣ୍ଟ ହୋଇଛି। ଏହି ବେଶ ଥାଇ ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳଧୂପ ଉଠିବା, ଭୋଗମଣ୍ଡପ ଉଠିବା, ବାଳଧୂପ ଶେଷ ଓ ଅପରାହ୍ନ ସାଢେ ୧ଟାରେ ଭୋଗ ମଣ୍ଡପ ଶେଷ ହେବା ପରେ ନାଗାର୍ଜୁନ ବେଶ ମଇଲମ କରାଯିବ।
ସେହିପରି କାର୍ତ୍ତିକ ମାସରେ ହବିଷିଆଳି ଓ ଶ୍ରଦ୍ଧାଳୁମାନେ କିପରି ସୁବିଧାରେ ମହାପ୍ରସାଦ ପାଇପାରିବେ ସେ ନେଇ ଆଲୋଚନା ହୋଇଥିଲା। ଏଥିପାଇଁ ସୁଆର ମହାସୁଆର ନିଯୋଗ ସହ ବୈଠକ ବସି ଚୂଡ଼ାନ୍ତ କରାଯିବ। ଶ୍ରୀମନ୍ଦିର ଦକ୍ଷିଣ ଓ ଉତ୍ତର ଦ୍ୱାରରେ ଶେଡ୍‌ ନିର୍ମାଣ ହେବ। ଭକ୍ତମାନେ କାଉଣ୍ଟରରେ ଟୋକନ କାଟି ମହାପ୍ରସାଦ ପାଇପାରିବେ ବୋଲି ଆଲୋଚନା ହୋଇଛି। ଉକ୍ତ ବୈଠକରେ ଜିଲାପାଳ ବଲଓ୍ବନ୍ତ ସିଂ, ଏସ୍‌ପି ଅଖିଳେଶ୍ୱର ସିଂ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ପରିଚାଳନା କମିଟି ସଦସ୍ୟ ଏବଂ ନୀତି ସବ୍‌ କମିଟି ସଦସ୍ୟ ଅଂଶଗ୍ରହଣ କରିଥିଲେ।
ସୂଚନାଥାଉ କି, ଦୀର୍ଘ ୨୫ବର୍ଷ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଏହି ବେଶର ମାସକ ପୂର୍ବରୁ ଗତ ସୋମବାର ବେଶ ଅନୁକୂଳ ହୋଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ହରଚଣ୍ଡୀସାହି ଚକ୍ରକୋଟ ଜାଗାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ନାଗାର୍ଜୁନ ବେଶ ଅନୁକୂଳ କରାଯାଇଥିଲା। ଏହି ବେଶରେ ମହାପ୍ରଭୁ ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରି, ଶ୍ରୀମୁଖରେ ଲମ୍ବା ଦାଢି ଭଳି ଅନନ୍ୟ ଏବଂ ଅପୂର୍ବ ନାଗା ରୂପ ଧାରଣ କରିବେ। ଚଳିତ ବର୍ଷ ପଞ୍ଚକ ୬ଦିନ ପଡ଼ୁଥିବାରୁ ବିଧି ଅନୁସାରେ ନାଗାର୍ଜୁନ ବେଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ CJPର ବଡ଼ ବୟାନ, ଆମେ କାହାକୁ….

ନୂଆଦିଲ୍ଲୀ,୧।୧୦ : ଦେଶରେ ପରିବର୍ତ୍ତନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ନାଗରିକ ନିଜ ଭୂମିକା ନିଭାଇବେ । ଏଭଳି ମତ ରଖିଛନ୍ତି କକ୍ରୋଚ୍ ଜନତା ପାର୍ଟି (CJP)ର…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?