ଜଳସେଚନ ପ୍ରକଳ୍ପକୁ ଗିଳୁଛି ପଥର ଖାଦାନ

ଯାଜପୁର ଅଫିସ,୩୦।୧୦ରାଜ୍ୟ ସରକାର ଜଳସେଚନ ଜମିର ପରିମାଣ ବୃଦ୍ଧି କରିବାକୁ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମେତ ଡଗ୍‌ୱେଲ, ବୋର୍‌ୱେଲ ଇତ୍ୟାଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଯାଜପୁର ଜିଲା ପ୍ରଶାସନ ପ୍ରଭାବଶାଳୀ ଗୋଷ୍ଠୀଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦେଉଥିବାରୁ ସରକାରଙ୍କ ଏହି ମହତ ଉଦ୍ଦେଶ୍ୟ ପରାହତ ହେଉଛି। ଜିଲାର ଧର୍ମଶାଳା ତହସିଲ ଅଧୀନ ରାହାଡ଼ପୁର ପାହାଡ଼କୁ ଲାଗିଥିବା ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି)କୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ସତ୍ତ୍ବେ ଚାଷୀଙ୍କ ସ୍ବାର୍ଥକୁ ଅଣଦେଖା କରାଯାଇ ରାଣୀବନ୍ଧ ଏମ୍‌ଆଇପିକୁ ଲାଗିଥିବା ରାହାଡ଼ପୁର ପାହାଡ଼ର ୬ଟି ପଥର ଖାଦାନକୁ ପ୍ରଶାସନ ଲିଜ୍‌ ସୂତ୍ରରେ ଦେଇଛନ୍ତି। ଦୈନିକ ବିପୁଳ ପରିମାଣର କଳାପଥର ସେଠାରୁ ଉତ୍ତୋଳନ ହେଉଥିବାରୁ ରାଣୀବନ୍ଧ ଏମ୍‌ଆଇପି ନିଶ୍ଚିହ୍ନ ହେବା ଆଶଙ୍କା ସୃଷ୍ଟି କରିଛି।
ଯାଜପୁର ଜିଲା ଧର୍ମଶାଳା ବ୍ଲକ ମହିଶରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଣୀବନ୍ଧ ଓ ପାଇକରାପୁର ଏମ୍‌ଆଇପି ରାହାଡ଼ପୁର ପାହାଡ଼ରେ ଥିବା କେତେକ ବେଆଇନ କ୍ରଶର ଓ ପଥର ଖାଦାନ ଯୋଗୁ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଥିଲା। ଏନେଇ ୨୦୧୮ ଫେବୃୟାରୀରେ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା(୩୦୬୫/୧୮) ରୁଜୁ କରିଥିଲେ। ଏହା ପୂର୍ବରୁ ଅଞ୍ଚଳବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଅନୁମତି ନ ନେଇ ଏବଂ ପରିବେଶ ଆଇନ ଉଲ୍ଲଂଘନ କରି ସେଠାରେ ୧୨ରୁ ଊର୍ଦ୍ଧ୍ୱ ପଥର ଖାଦାନ ଚାଲିଛି। ତେଣୁ ଏକ ଯୁଗ୍ମ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ଜାରି ହୋଇଥିଲା। ପାଇକରାପୁର ଓ ରାଣୀବନ୍ଧ ଅଞ୍ଚଳରେ ଜଳସେଚନ ସମ୍ବଳ ଥିଲେ ସୁଦ୍ଧା ସେଠାକାର ଚାଷୀ ବିଭିନ୍ନ ସମୟରେ ମରୁଡ଼ିର ସମ୍ମୁଖୀନ ହୋଇଆସୁଛନ୍ତି। ଏଭଳି ଅନେକ ସମସ୍ୟା ଉପରେ ଗ୍ରାମବାସୀ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ। ଏହାକୁ ଆଧାର କରି ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏଥିରେ ଆବେଦନକାରୀ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ସଦସ୍ୟ ସଚିବ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଓ ଯାଜପୁର ନିର୍ବାହୀ ଯନ୍ତ୍ରୀ, ଯାଜପୁର ଜିଲାପାଳ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଏନେଇ ୬ ସପ୍ତାହ ମଧ୍ୟରେ ଫଏସଲା କରିବାକୁ ହାଇକୋର୍ଟ ୨୦୧୯ ଅଗଷ୍ଟ ୬ରେ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ପଥର ଖାଦାନ ଲିଜ୍‌ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହିକ୍ରମରେ ସେଠାରେ ୬ଟି ଖାଦାନକୁ ଅନୁମତି ମିଳିଥିବାବେଳେ ବାକି ୬ଟି ଖାଦାନ ବେଆଇନ ଭାବେ ଚାଲିଛି। ଏନେଇ ଅଭିଯୋଗକାରୀ ବେହୁରା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ଅଭିଯୋଗ ଆଣି ପୁଣି ଏକ ମାମଲା ରୁଜୁ କରିଥିଲେ। ଏହିକ୍ରମରେ ଗତ ୨୦ ତାରିଖରେ ପକ୍ଷଭୁକ୍ତମାନଙ୍କୁ ହାଇକୋର୍ଟ ନୋଟିସ(ନଂ. ୪୫୮୭) ଜାରି କରିଛନ୍ତି। ଏହାକୁ ଭିତ୍ତିକରି ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଗୁରୁବାର ଅଭିଯୋଗକାରୀ ବେହୁରାଙ୍କ ସହିତ ଆଲୋଚନା କରି ଏମ୍‌ଆଇପି ବିଭାଗୀୟ ଅଧିକାରୀଙ୍କୁ ନୋଟିସ କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ରାଣୀବନ୍ଧ ଓ ପାଇକରାପୁର ଏମ୍‌ଆଇପିର ଉନ୍ନତି ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ କ୍ରିଟିକାଲ ପାଣ୍ଠିରୁ ୮ଲକ୍ଷ ଟଙ୍କା, ୨୦୧୫-୧୬ ଆର୍ଥିକ ବର୍ଷରେ ନନ୍‌ପ୍ଲାନ ବଜେଟରୁ କେନାଲ କଂକ୍ରିଟ୍‌କରଣ ପାଇଁ ୨ଟି ପର୍ଯ୍ୟାୟରେ ୨ଲକ୍ଷ ୯୧ ହଜାର ୧୭୯ ଟଙ୍କା ଏବଂ ୨ ଲକ୍ଷ ୭ ହଜାର ୮୩୩ ଟଙ୍କା, ୨୦୧୭-୧୮ ଆର୍ଥିକ ବର୍ଷରେ ୯ ଲକ୍ଷ ୨୯ ହଜାର ଟଙ୍କା ଏବଂ ୨୦୧୯-୨୦ ବର୍ଷରେ ୧୯ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ରାହାଡ଼ପୁର ପଥର ଖାଦାନର ପ୍ରଦୂଷଣ ଓ ପରିବହନ ଏମ୍‌ଆଇପିକୁ ଗିଳୁଥିବାବେଳେ ଉପରୋକ୍ତ ବ୍ୟାପକ ଅର୍ଥ କିଭଳି ଖର୍ଚ୍ଚ ହୋଇଛି ବୋଲି ଅଭିଯୋଗକାରୀ ବେହୁରା ପ୍ରକାଶ କରିଛନ୍ତି। ଏନେଇ ସେ ଆଗାମୀ ଦିନରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?