୧୫ ମିନିଟ୍ରେ ଚାଇନା ସୈନ୍ୟଙ୍କୁ ହଟାଇଥାନ୍ତି
କୁରୁକ୍ଷେତ୍ର,୮।୧୦: କଂଗ୍ରେସ କ୍ଷମତାରେ ଥିଲେ ମାତ୍ର ୧୫ ମିନିଟ୍ରେ ଭାରତୀୟ ଅଞ୍ଚଳରୁ ଚାଇନା ସୈନ୍ୟ (ପିଏଲ୍ଏ)ଙ୍କୁ ହଟାଇଥାନ୍ତା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି। ସୀମା ବିବାଦ ଲାଗିରହିବା ଓ ସମାଧାନର ରାସ୍ତା ନ ବାହାରିବା, ଭାରତୀୟ ଅଞ୍ଚଳକୁ…
ଉତ୍ତରପ୍ରଦେଶରେ ଅନର କିଲିଂ
ଶାହାଜାହାନ୍ପୁର,୮।୧୦ : ହାଥ୍ରସ ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ପୁଣି ଉତ୍ତରପ୍ରଦେଶରେ ଏକ ଲଜ୍ଜାକର ଘଟଣା ଘଟିଛି। ରାଜ୍ୟର ଶାହାଜାହାନ୍ପୁର ଜିଲାରେ ଜଣେ ଦଳିତ ଗର୍ଭବତୀ ନାବାଳିକା(୧୬)ଙ୍କୁ ତାଙ୍କ ବାପା ଓ ଭାଇ ମିଶି ମାଡ଼ମାରିବା ସହ ମାରିଦେଇଛନ୍ତି। ଏମିତିକି…
ଦିନକୁ ଘଟୁଛି ୮୮ ବଳାତ୍କାର, ଦୋଷୀ ହାର ୩୦%ରୁ କମ୍
ନୂଆଦିଲ୍ଲୀ,୮।୧୦: ଦେଶରେ ମହିଳାଙ୍କ ପ୍ରତି ଅସଦାଚରଣ ବଢ଼ିବାରେ ଲାଗିଛି। ବଳାତ୍କାର ସହ ନାନାଦି ପ୍ରକାର ଅକଥନୀୟ ଅତ୍ୟାଚାର କରାଯାଉଛି। ଗତ ସେପ୍ଟେମ୍ବର ୧୪ରେ ଉତ୍ତରପ୍ରଦେଶର ହାଥ୍ରସ ଜିଲାରେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯାଇଥିଲା। ଏହାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ…
ଶହୀଦ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ଅନୁକମ୍ପା ସହାୟତା
ଭୁବନେଶ୍ୱର,୮ା୧୦(ବ୍ୟୁରୋ):୮ ମାସ ଧରି କୋଭିଡ୍ ବିରୋଧରେ ଚାଲିଥିବା ଲଢେଇରେ କାମ କରି ଶହୀଦ ହୋଇଥିବା କୋଭିଡ୍ ଯୋଦ୍ଧାମାନଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପା ସହାୟତା ଯୋଗାଇ ଦେବେ। ବୁଧବାର ଭିଡିଓ କନଫରେନ୍ସ ଜରିଆରେ କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ…
‘ଉପନିର୍ବାଚନରେ ଭାଜପା ଜିତିବ’
ପୁରୀ ଅଫିସ, ୮ା୧୦: ଭାଜପାର ନୂଆ ରାଷ୍ଟ୍ରୀୟ ମୁଖପାତ୍ର ତଥା ଏମ୍ପି ଅପରାଜିତା ଷଡ଼ଙ୍ଗୀ ବୁଧବାର ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ତାଙ୍କୁ ସିଂହଦ୍ୱାର ପାଖରେ ପୁରୀ ଜିଲା ଭାଜପାର ନେତୃତ୍ୱମାନେ ଖଣ୍ଡୁଆ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ…
‘ଅଭିଯୋଗରେ ରହିଛି ସତ୍ୟତା’
ଖୋର୍ଦ୍ଧା ଅଫିସ,୮ା୧୦:ଖୋର୍ଦ୍ଧା ବେଗୁନିଆ ତହସିଲ ଅନ୍ତର୍ଗତ ସାରୁଅ ଗ୍ରାମରେ ଓଟିଭି ପକ୍ଷରୁ ଜମି ହଡ଼ପ ଘଟଣାରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତରେ ଅଭିଯୋଗକାରୀଙ୍କ ଅଭିଯୋଗରେ ସତ୍ୟତା ରହିଥିବା ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ କହିଛନ୍ତି। ସରକାରୀ…
ଉତ୍କଟ ଦାରିଦ୍ର୍ୟକୁ ସାମ୍ନା କରିବେ ୧୫ କୋଟି ଲୋକ
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ସଙ୍କଟ ସମୟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ୨୦୨୧ ସୁଦ୍ଧା ବିଶ୍ୱର ପ୍ରାୟ ୧୫ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ସ୍ଥିତିକୁ ଚାଲିଯିବା ଆଶଙ୍କା ଉପୁଜିଛି। ବିଶ୍ୱବ୍ୟାଙ୍କ ବୁଧବାର ଏ…
ଆସନ୍ତା ଶିକ୍ଷାବର୍ଷରୁ ହେବ କାର୍ଯ୍ୟକ୍ଷମ
ପୁରୀ ଅଫିସ, ୮ା୧୦:ଆସନ୍ତା ଶିକ୍ଷାବର୍ଷରୁ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବୁଧବାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବାଲିଗୁଆଳିସ୍ଥିତ କଲେଜ ପରିସରକୁ ଯାଇ ଭିତ୍ତିଭୂମି ତଦାରଖ କରିଛନ୍ତି। କେତେ…
ଖୋର୍ଦ୍ଧା ସହରରେ ପୁଣି ହାତୀ
ଖୋର୍ଦ୍ଧା ଅଫିସ,୮ା୧୦:ଖୋର୍ଦ୍ଧା ସହରରେ ପୁଣି ପଶିଲା ହାତୀ। ଗତ ୪ତାରିଖ ପରେ ବୁଧବାର ରାତିରେ ପଲ୍ଲା ଛକରେ ବରୁଣେଇ ୟୁପି ସ୍କୁଲ ନିକଟରେ ୨ଟି ଦନ୍ତା ହାତୀ ପଶିଛନ୍ତି। ସ୍କୁଲ ନିକଟରେ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ କାର୍ଯ୍ୟାଳୟର ଏକ…
କରୋନା ବିରୋଧରେ ମୋଦି ଆରମ୍ଭ କରିବେ ଜନ ଆନ୍ଦୋଳନ
ନୂଆଦିଲ୍ଲୀ,୮ ।୧୦: କରୋନା ମହାମାରୀ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବରରେ ଆରମ୍ଭ ହେଉଥିବା ପର୍ବପର୍ବାଣୀ, ଶୀତ ତଥା ଅର୍ଥବ୍ୟବସ୍ଥାକୁ ଦେଖି କରୋନା ବିରୋଧରେ ଗୁରୁବାରଠାରୁ ଏକ ଜନ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛନ୍ତି…
ନିତ୍ୟାନନ୍ଦଙ୍କୁ ଶାରଳା ପୁରସ୍କାର
ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ଚଳିତ ବର୍ଷ ଶାରଳା ପୁରସ୍କାର ପାଇବେ। ତାଙ୍କ ରଚିତ କବିତା ସଂକଳନ ‘ସେତେବେଳକୁ ନଥିବ’ ନିମନ୍ତେ ନାୟକ ୪୧ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ…
ପ୍ରାକୃତିକ ବାଷ୍ପ ପ୍ରାଇସିଂରେ ଆସିବ ସୁଧାର
ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୁଧବାର ଇ-ବିଡିଂକୁ ମଞ୍ଜୁରୀ ପ୍ରଦାନ କରିଛି। ଏହାଦ୍ୱାରା ପ୍ରାକୃତିକ ବାଷ୍ପ ପ୍ରାଇସିଂରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଇଲେକ୍ଟ୍ରୋନିକ ବିଡିଂ ଲାଗି କେନ୍ଦ୍ର ନୂଆ ଗାଇଡ୍ଲାଇନ ପ୍ରସ୍ତୁତ କରିବ। ଲୋକଙ୍କୁ ସୁଲଭ ମୂଲ୍ୟରେ ଇନ୍ଧନ ଯୋଗାଣ…
Archives


