ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣା: ବନ୍ଧାହେଲେ ସୁରେଶଙ୍କ ସମେତ ୬

ଭୁବନେଶ୍ୱର,୮।୨(ବ୍ୟୁରୋ): ସରକାରୀ ପ୍ରତିଷ୍ଠାନରେ ସେକ୍ସ ର଼୍ୟାକେଟ ଚଳାଥିଲେ ସରକାରୀ ବାବୁ। ସମ୍ପୃକ୍ତ ଥିଲେ ଅଫିସରଙ୍କ ସମେତ କର୍ମଚାରୀ ଓ ଦଲାଲ। ଭୁବନେଶ୍ୱର ପଳାସପଲ୍ଲୀସ୍ଥିତ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତାଲିମ୍‌ କେନ୍ଦ୍ରରେ ଯୌନ ଶୋଷଣ ଘଟଣାର ମାଷ୍ଟରମାଇଣ୍ଡ୍‌ ତଥା ସଂଘ ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ବେହେରାଙ୍କ ସମେତ ୬ଜଣ ଗିରଫ ହେବା ପରେ ହେଉଥିବା ଅଭିଯୋଗର ପର୍ଦ୍ଦାଫାଶ ହୋଇଛି। ଦୀର୍ଘଦିନ ଧରି ଫେରାର ପରେ ନୟାଗଡ଼ରୁ ଏୟାରପୋର୍ଟ ଥାନା ପୋଲିସ ସୁରେଶଙ୍କୁ ଉଠାଇ ଆଣିଥିଲା। ତାଙ୍କ ବୟାନ ଆଧାରରେ ସମ୍ପୃକ୍ତ ଅନ୍ୟ ୫ଜଣଙ୍କୁ ପୋଲିସ ଥାନାକୁ ନେଇ ମୁହାଁମୁହିଁ ଜେରା ପରେ ସୁରେଶଙ୍କ ସବୁ ଲୁଚକାଳି ଖେଳ ଶେଷ ହୋଇଛି। ଶେଷରେ ରବିବାର ସମସ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୋସିଆଲ ସିକ୍ୟୁରିଟି ଅଫିସର (ଏସ୍‌ଏସ୍‌ଓ) ଭାବେ କାର୍ଯ୍ୟକରୁଥିବା ଚନ୍ଦକା ମେଣ୍ଢାଶାଳ ଅଞ୍ଚଳର ସଂଗ୍ରାମ କେଶରୀ ଦାସ (୩୭), ତାଲିମ୍‌ କେନ୍ଦ୍ରର ଦୁଇଜଣ ମହିଳା କର୍ମଚାରୀ କଟକ ସିଡିଏ ଫେଜ୍‌-୨ରେ ରହୁଥିବା ନୟାଗଡ଼ର ବାସନ୍ତୀ ସାହୁ (୩୦) ଓ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀର ସଞ୍ଜୁ ଓରଫ ସଞ୍ଜୁକ୍ତା (୪୦), ଖୋର୍ଦ୍ଧା ସଦର ଅଞ୍ଚଳର ଲାଲୁ ଓରଫ ଉମେଶଚନ୍ଦ୍ର ରାଉତରାୟ (୩୩) ଏବଂ କଟକ ନିଆଳି ଅଞ୍ଚଳର ରାକେଶ କୁମାର ଷଡ଼ଙ୍ଗୀ (୩୯)। ଆଇପିସି ଦଫା ୩୭୦/୧୨୦(ବି), ଆଇଟିପି ଆକ୍ଟ ୩/୪/୫/୬/୭, ଆଇଟି ଆକ୍ଟ ୬୭,୬୭(ଏ) ଓ ଇଣ୍ଡିସେଣ୍ଟ ରିପ୍ରେଜେଣ୍ଟେସନ୍‌ ଅଫ ଓ୍ବମେନ୍‌ ଆକ୍ଟ ୬ରେ ମାମଲା (ନଂ.୪୦/୨୧) ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ସ୍ବତସ୍ତ୍ର କାରାଗାରକୁ ପଠାଇ ଦିଆଯାଇଛି।
ଅଭିଯୁକ୍ତଙ୍କୁ ଜେରାବେଳେ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି ପୋଲିସ। ତାଲିମ୍‌ କେନ୍ଦ୍ରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିପୁଳ ଟଙ୍କା ଆସିଥାଏ। ଅଭିଯୁକ୍ତ ଅଫିସର ସଂଗ୍ରାମ ତାଲିମକେନ୍ଦ୍ରର ଅଡିଟ୍‌ରେ ଆସନ୍ତି। ସୁରେଶ ତାଙ୍କୁ ଖୁସି କରିବାକୁ ସବୁବେଳେ ବାହାରୁ ଝିଅ ଆଣି ରାତି କାଟିବାକୁ ଦେଇଥାନ୍ତି। ଝିଅ ନ ମିଳିଲେ ତାଲିମ୍‌ ନେଉଥିବା ଦିବ୍ୟାଙ୍ଗ ଯୁବତୀ ଓ ମହିଳା କର୍ମଚାରୀଙ୍କୁ ଏଥିପାଇଁ ବାଧ୍ୟ କରିଥାନ୍ତି। ବଦଳରେ ସଂଗ୍ରାମ ଭୁଲ୍‌ ଅଡିଟ୍‌ ରିପୋର୍ଟ ପ୍ରସ୍ତୁତ କରି ସରକାରୀ ଟଙ୍କାକୁ ମିଳିମିଶି ଚଳୁ କରିଥାନ୍ତି। ଉକ୍ତ ଟଙ୍କାରୁ ବଡ଼ ଭାଗ ସୁରେଶ ନେଉଥିବାବେଳେ ସଂଗ୍ରାମ କମିଶନ ନେଇଥାନ୍ତି। ଅନ୍ୟମାନଙ୍କୁ ସୁରେଶ ଭାଗ କରି ଦେଇଥାନ୍ତି। ତେବେ ସୁରେଶଙ୍କୁ ଏହି ସେକ୍ସ ର଼୍ୟାକେଟ୍‌ ଚଳାଇବା ସହ ଝିଅ ଯୋଗାଡ କରିବାରେ ବାସନ୍ତୀ ଓ ସଞ୍ଜୁ ସାହାଯ୍ୟ କରୁଥିଲେ। ସେହିଭଳି ଉମେଶ ଓ ରାକେଶ ଦଲାଲ କାର୍ଯ୍ୟ କରି ପାଉଣା ପାଇଥାନ୍ତି। ଅଧିକାଂଶ ରାତିରେ ଭୋଜିଭାତ ଓ ମଦ ଆସର ଜମେ। ସମସ୍ତେ ମିଳିମିଳି ମଉଜ କରନ୍ତି। ବାହାରୁ ଆସୁଥିବା ଝିଅଙ୍କୁ ପୂରା ରାତି ପାଇଁ ୫ହଜାର, ନଚେତ୍‌ ଘଣ୍ଟା ହିସାବରେ ଟଙ୍କା ଦିଆଯାଉଥିବାବେଳେ ତାଲିମ୍‌ କେନ୍ଦ୍ରର ଯୁବତୀଙ୍କୁ ମନ ହେଲେ ୨ହଜାର, ନଚେତ ଚାକିରିକୁ ନେଇ ନାଲିଆଖି ଦେଖାଇ ପାଟି ଚୁପ୍‌ କରୁଥିଲେ। ଯେଉଁମାନେ ବାବୁଙ୍କ ସହ ରାତି କାଟିବାକୁ ରାଜି ହେଉ ନ ଥିଲେ ସେମାନଙ୍କୁ ବାହାର କରିଦିଆଯାଉଥିଲା।
ତାଲିମ କେନ୍ଦ୍ରରେ ଦୀର୍ଘଦିନ ହେବ ଯୌନ ଶୋଷଣ ଓ ଅତ୍ୟାଚାର ଦିଆଯାଉଥିବା ଭଳି ସଙ୍ଗିନ ଅଭିଯୋଗ ସତ୍ତ୍ୱେ ପୋଲିସ ଚୁପ୍‌ ବସିଥିଲା। ଏନେଇ ଏକ ଭିଡିଓ ଭାଇରାଲ ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ଭିନ୍ନକ୍ଷମ କମିଶନ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କିଛିଦିନ ତଳେ ଉକ୍ତ ତାଲିମକେନ୍ଦ୍ରର ଜଣେ ଯୁବତୀଙ୍କ ଅଭିଯୋଗକ୍ରମେ ସୁରେଶଙ୍କ ଡାହାଣ ହାତ ସାଜିଥିବା ତାଲିମ କେନ୍ଦ୍ରର ପ୍ରଶିକ୍ଷିକା ମଧୁମଞ୍ଜରୀ ଧଳଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଘଟଣାରେ ଆହୁରି ଅନେକଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ଏମିତିକି କେତେଜଣ ସରକାରୀ ଅଧିକାରୀ ଓ ରାଜନେତାଙ୍କ ସମ୍ପୃକ୍ତି ଥିବା ସୂଚନା ପାଇଛି। ତେଣୁ ର଼୍ୟାକେଟର ସମସ୍ତ ଗୁମର ଖୋଲିବାକୁ ଆବଶ୍ୟକ ପଡ଼ିଲେ ସୁରେଶଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri