ଫୁଟ୍‌ପାଥରେ ମାନସିକ ରୋଗୀ: ପ୍ରଶାସନର ନିଘା ନାହିଁ

ଜଗତ୍‌ସିଂହପୁର ଅଫିସ,୮।୨: ମାନସିକ ରୋଗୀମାନେ ବହୁ ସମୟରେ ଅଲୋଡ଼ା ହୋଇ ରହିଯାଉଛନ୍ତି। ପରିସ୍ଥିତିରେ ପଡ଼ି ସେମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ବିଭିନ୍ନ ସମୟରେ କ୍ୟାମ୍ପ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି। ଆଇନ୍‌ ପ୍ରଣୟନ କରାଯାଉଛିି। ମାତ୍ର ଏସବୁ ପ୍ରହସନ ପାଲିଟିଥିବା ପରି ମନେହେଉଛି। ଜଗତ୍‌ସିଂହପୁର ଜିଲାରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଏହି ଜିଲାରେ ବହୁ ମାନସିକ ରୋଗୀ ବିଭିନ୍ନ କାରଣରୁ ମାନସିକ ଭାରସାମ୍ୟ ହରାଇ ଜିଲା ମୁଖ୍ୟାଳୟ ଏବଂ ପାରାଦୀପ ଶିଳ୍ପାଞ୍ଚଳରେ ଏଣେତେଣେ ବୁଲୁଛନ୍ତି । ମାତ୍ର ସେମାନଙ୍କ ଅବସ୍ଥାକୁ ନେଇ କେହି ଚିନ୍ତିତ ଥିଲା ଭଳି ଲାଗୁନି । ସରକାରୀ କିମ୍ବା ବେସରକାରୀସ୍ତରରେ ସେଭଳି ସହଯୋଗ ମିଳୁ ନ ଥିବାବେଳେ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଥିବା ଆଇନ କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ ସେମାନଙ୍କ ଜୀବନ ଅସୁରକ୍ଷିତ ହୋଇପଡ଼ୁଛି । ଏହି ରୋଗୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସୁସ୍ଥ କରିବା ପର୍ଯ୍ୟନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ମହିଳା ମାନସିକ ରୋଗୀଙ୍କ ପ୍ରତି ଧ୍ୟାନ ଦେବାବୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। କିନ୍ତୁ ଜିଲାରେ ଯୁବତୀ ଅବା ମହିଳା ମାନସିକ ରୋଗୀ ବହୁ ସମୟରେ ଅତ୍ୟାଚାରର ଶିକାର ହେଉଥିବା ଦେଖିବାକୁ ମିଳିଛି। ଅସାମାଜିକ ବ୍ୟକ୍ତି ସେମାନଙ୍କୁ ବଳାତ୍କାର ଅବା ଅନ୍ୟାନ୍ୟ ନିର୍ଯାତନା ଦେଇ ଫୁଟ୍‌ପାଥରେ ଫିଙ୍ଗି ଦେଇ ଚାଲିଯାଉଛନ୍ତି। ଅତୀତରେ ପାରାଦୀପ ବଡ଼ପଡ଼ିଆ ପୁରୁଣା କଲେଜ ନିକଟ ଏକ ଭଙ୍ଗା ଟ୍ରକ୍‌ ପାର୍ଶ୍ୱରେ ଜଣେ ମାନସିକ ବିକୃତ ମହିଳା କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ପ୍ରଥମେ ଏହି ଶିଶୁକୁ ପାରାଦୀପସ୍ଥିତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଶିଶୁର ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ହେବାରୁ କଟକ ଶିଶୁ ଭବନ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସମ୍ପୃକ୍ତ ଶିଶୁକୁ ଏସ୍‌ଏନ୍‌ସିୟୁରେ ପାଖାପାଖି ମାସେ ରଖାଯିବା ପରେ ବସୁନ୍ଧରା ଚିଲ୍‌ଡ୍ରେନ୍‌ ହୋମ୍‌ରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ସମ୍ପୃକ୍ତ ମହିଳାଙ୍କ ପ୍ରତି ଧ୍ୟାନ ଦିଆଯାଇ ନ ଥିଲା। ତାଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇ ନ ଥିଲା । ଜିଲାରେ ଏଭଳି ଏକାଧିକ ଘଟଣା ଘଟୁଥିଲେ ସୁଦ୍ଧା ସେଥିପ୍ରତି କାହାର ନିଘା ନାହିଁି । କିଛି ମାସ ପୂର୍ବରୁ ପ୍ରତି ମାସରେ ଜଣେ ମାନସିକ ରୋଗ ବିଶେଷଜ୍ଞ କଟକରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିଲେ। କିନ୍ତୁ ଏବେ ଆଉ କେହି ଆସୁନାହାନ୍ତି। ମାନସିକ ରୋଗୀଙ୍କ ପାଇଁ ଔଷଧର ମଧ୍ୟ ଅଭାବ ପରିଲକ୍ଷିତ ହୋଇଛି। ପ୍ରତ୍ୟହ ମାନସିକ ରୋଗୀମାନେ ଏହା ନ ପାଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଜୟା ପଣ୍ଡା କହିଛନ୍ତି, ବିଭିନ୍ନ ସମୟରେ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ମାତ୍ର ଜିଲା ମୁଖ୍ୟ ଚିକିତ୍ସାଳୟରେ ମାନସିକ ରୋଗୀଙ୍କ ପାଇଁ ୱାର୍ଡ ବ୍ୟବସ୍ଥା ନ ଥିବାରୁ ରୋଗୀ ଆସିଲେ କଟକ ସ୍ଥାନାନ୍ତର କରାଯାଉଛି। ପୂର୍ବରୁ ଏଠାକୁ ଜଣେ ମାନସିକ ରୋଗ ବିଶେଷଜ୍ଞ ଆସୁଥିଲେ। କିନ୍ତୁ ଏବେ କେବଳ ସ୍ବତନ୍ତ୍ର ସ୍କ୍ରିନିଂ କ୍ୟାମ୍ପରେ ବିଶେଷଜ୍ଞ ରହୁଛନ୍ତି ବୋଲି ସେ କହିଥିଲେ। ଜିଲା ପ୍ରଶାସନ ମାନସିକ ବିକାରଗ୍ରସ୍ତଙ୍କ ନିମନ୍ତେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?