ବିନା ଭକ୍ତରେ ଆରମ୍ଭ ହେଲା ଓଳାସୁଣୀ ମେଳା

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୮।୨(ଡି.ଏନ.ଏ.): ପ୍ରସିଦ୍ଧ ଓଳାସୁଣୀ ଗୁମ୍ଫା ମେଳା ରବିବାର ଆରମ୍ଭ ହୋଇଛି। ପବିତ୍ର ମାଘ କୃଷ୍ଣ ଏକାଦଶୀ ତିଥିରେ ଆରମ୍ଭ ହେଇଥିବା ଏହି ମେଳା ଚଳିତ ବର୍ଷ କରୋନା କଟକଣା ଯୋଗୁ ଭକ୍ତ ଶୂନ୍ୟ ରହିଛି। ମେଳା ପଡିଆରେ କୌଣସି ଦୋକାନ ବଜାର ବସିନାହିଁ। ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହେବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ୧୮୪ ତମ ବ୍ରହ୍ମଲୀନ ଦିବସରୁ ଏହି ମେଳା ଆରମ୍ଭ ହୋଇ ୧୦ ଦିନ ଚାଲିବା କଥା। ଚଳିତ ବର୍ଷ କେବଳ ପରମ୍ପରା ଓ ନୀତିକାନ୍ତି ଅନୁଯାୟୀ ମହାପୁରୁଷଙ୍କ ସମାଧି ମନ୍ଦିରରେ ପୂଜାର୍ଚ୍ଚନା ଓ ଅନ୍ୟ ସବୁ କାର୍ଯ୍ୟକ୍ରମ କରାଯାଉଛି। ମାଘକୃଷ୍ଣ ଏକାଦଶୀ ତିଥିରେ ମହାପୁରୁଷଙ୍କ ସମାଧୀ ମନ୍ଦିର ଦର୍ଶନ କଲେ ଶ୍ରୀକ୍ଷେତ୍ର ଦର୍ଶନର ଫଳ ମିଳେ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ଏକାଦଶୀ ଦିନ ପ୍ରତ୍ୟୁଷରୁ ବହୁ ମାନସିକଧାରୀ ଘରେ ମହାପୁରୁଷଙ୍କ ପ୍ରିୟ ଭୋଗ ପୋଡ ପିଠା ପ୍ରସ୍ତୁତ କରି ଲାଗି କରିବାକୁ ଆସିଥାନ୍ତି। ଚଳିତ ବର୍ଷ ସେଥିରେ ରୋକ୍‌ ଲାଗିଛି। ରବିବାର ଭୋରୁ ପରମ୍ପରା ଅନୁଯାୟୀ ମହାପୁରୁଷଙ୍କ ସମାଧି ମନ୍ଦିରରେ ଅଭିଷେକ, ବଡସିଂହାର ବେଶ ଓ ମହାଆଳତି ପରେ ପ୍ରଥମ ଭୋଗ ପୋଡ ପିଠା ଓ କ୍ଷୀର ଗଇଁଠା ଲାଗି କରାଯାଇଥିଲା। କେବଳ ମହାପୁରୁଷଙ୍କ ଆଶ୍ରିତ କେତେଜଣ ଶ୍ରଦ୍ଧାଳୁଙ୍କୁ ଏହି ପୀଠରେ ଦେଖିବାକୁ ମିଳିଥିଲା। ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବାର ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସା ଆରମ୍ଭ

ମାଲକାନଗିରି,୨୪।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବାର ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସା ସେବା ଶନିବାର ଆରମ୍ଭ ହୋଇଛି। ଏହି ଚିକିତ୍ସା ୨ଦିନ ଧରି ଚାଲିବ...

ଠେଙ୍ଗାରେ ପିଟି ଯୁବକଙ୍କୁ ହତ୍ୟା

ଆସିକା,୧୭।୫(ଡି.ଏନ୍‌.ଏ.)- ଆସିକା ଥାନା ସିଦ୍ଧନଈ ପଞ୍ଚାୟତ ବଣବାଲି ଗ୍ରାମରେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ସେହି ଗ୍ରାମର...

ଯୁବକଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି: ବନ୍ଧାହେଲେ, ବିବାହ କଲେ

ବଇଣ୍ଡା,୮ା୬(ଡି.ଏନ.ଏ.)- ମିସ୍‌କଲ୍‌ରୁ ମହିଳାଙ୍କ ସହ ପ୍ରେମ ଓ ସ୍ବାମୀ ନ ଥିବା ବେଳେ ରାତିରେ ତାଙ୍କ ଘରେ ପଶିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ରାମବାସୀଙ୍କ...

ଶୋଭାଯାତ୍ରାରେ ଦମ୍ପତିଙ୍କ ଶେଷଯାତ୍ରା

ସମ୍ବଲପୁର,୩୧ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଡଙ୍ଗାପାଲ ଗ୍ରାମର ବୃଦ୍ଧ ଦମ୍ପତି କାର୍ତ୍ତିକ ପ୍ରଧାନ ଓ ଅନସୂୟାଙ୍କ ଶୋଭାଯାତ୍ରା ସହ ଜୀବନର ଶେଷଯାତ୍ରା ସମ୍ପନ୍ନ ହୋଇଛି। ଗାଁ...

କୁଖ୍ୟାତ ଅପରାଧୀ ପାପା ପଣ୍ଡା ଗିରଫ

ବାଲେଶ୍ୱର ଅଫିସ, ୨୩ା୬-ରାଜ୍ୟରେ ବିଭିନ୍ନ ଆପରାଧିକ ମାମଲାରେ ଜଡ଼ିତ କୁଖ୍ୟାତ ଅପରାଧୀ ଚିନ୍ମୟ ପଣ୍ଡା ଓରଫ୍‌ ପାପାଙ୍କୁ ବୁଧବାର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଗିରଫ...

ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ: ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡ଼ିଲେନି ପରିବାର ଲୋକେ

ସିମୁଳିଆ,୭।୧୨(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲତା ମଲିକ(୧୭) ନାମକ ଜଣେ ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର...

କରୋନା ଛଡ଼ାଇନେଲା ସବୁ, ପଢ଼ିବା, ଚଳିବା କଷ୍ଟ

ପୋଲସରା,୧୨ା୫(ଡି.ଏନ.ଏ.)-ସାରା ବିଶ୍ୱକୁ ଗ୍ରାସିଛି କରୋନା। ଏଥିରେ ଗଲାଣି ୨ ଲକ୍ଷରୁ ଊର୍ଦ୍ଧ୍ୱ ଜୀବନ। କରୋନାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବହୁ ପ୍ରଚେଷ୍ଟା...

କିରାଣିଙ୍କୁ ମାଡ଼ମାରି ଚେୟାରରୁ ଠେଲିଦେଲେ ସିଡିପିଓ

ନବରଙ୍ଗପୁର,୨।୭(ସଦାଶିବ ପ୍ରହରାଜ)ନିଜ ଅଧୀନରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣି ସନ୍ତୋଷୀ କୁମାରୀ ମିଶ୍ରଙ୍କୁ ମାଡ଼ ମାରିବା ସହ ବସିଥିବା ଚୌକିରୁ ଠେଲିଦେଲେ ଡାବୁଗାଁ...

Advertisement
Archives

Model This Week