Home Left

କେଓ୍ବଡ଼ିଆରୁ ସାବରମତି ସି-ପ୍ଲେନ୍‌ ସେବା ଆରମ୍ଭ: ଉଡ଼ିଲେ ମୋଦି

ଅହମଦାବାଦ,୩୧।୧୦: ଗୁଜରାଟର କେଓ୍ବଡ଼ିଆରୁ ସାବରମତି ସି-ପ୍ଲେନ୍‌ ସେବା ଆରମ୍ଭ ହୋଇଛି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନରେ ଉଡ଼ିଛନ୍ତି। ଜଳ ବିମାନ ବନ୍ଦରରୁ ଏହି ବିମାନ ଉଡ଼ିବା ଆରମ୍ଭ କରିଛି। ବିମାନଟି କମ୍‌ ଇନ୍ଧନରେ ମଧ୍ୟ ଉଡ଼ାଣ କରିପାରିଥାଏ। ଏହାର…

ବରଗଡ଼ରୁ ପୁଣି ୬୧ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୮୬୩୦ରେ

ବରଗଡ଼ ଅଫିସ,୩୧।୧୦: ବରଗଡ ଜିଲାରେ ଶନିବାର ପୁଣି ୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୦ ମହିଳା ଏବଂ ୩୧ ପୁରୁଷ ରହିଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୩୦ରେ ପହଞ୍ଚିଛି। ସେମାନଙ୍କ…

ଓ୍ବେବ୍‌ସିରିଜ୍‌ ଦେଖିବା ନିଶାରେ ୭୫ ଲୋକଙ୍କ ଜୀବନ ବଞ୍ଚାଇ ପାରିଲେ ଏହି ନାବାଳକ

ମୁମ୍ବାଇ, ୩୧।୧୦: ମୁମ୍ବାଇ ଡୋମ୍ବିଭଲିରେ ଜଣେ ନାବାଳକଙ୍କ ଓ୍ବେବ୍‌ସିରିଜ୍‌ ଦେଖିବା ନିଶା ଯୋଗୁ ୭୫ ଲୋକଙ୍କ ଜୀବନ ରକ୍ଷା ପାଇଯାଇଛି। ଘଟଣାଟି ହେଉଛି, ଡୋମ୍ବିଭଲିର କୋପର ଅଞ୍ଚଳରେ ୪୨ ବର୍ଷ ପୂରୁଣା ଏକ ବିଲ୍ଡିଂରେ ଅଘଟଣ ଘଟିଛି। ଏହି ବିଲ୍ଡିଂରେ ୧୮…

କୋକେଇ ବାବା ଲଢୁଛନ୍ତି ଉପନିର୍ବାଚନ: ୧୧ ଥର ପରାଜିତ, ମୋଦି-ରାଜନାଥଙ୍କ ସହିତ ବି ଲଢ଼ିଛନ୍ତି

ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶରେ ନଭେମ୍ବର ୩ରେ ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ସ୍ଥାନୀୟ ଦେଓରିଆ ସଦର ଆସନରୁ ରାଜନ ଯାଦବ ଓରଫ କୋକେଇ ବାବା ନିର୍ବାଚନ ଲଢୁଛନ୍ତି। ସେ ଗୋରଖପୁରର ବାସିନ୍ଦା। ଇତିମଧ୍ୟରେ କୋକେଇ ବାବା ୧୧ ଥର ନିର୍ବାଚନ…

ନିଖୋଜ ପୋଷା କୁକୁରର ମୃତଦେହ ଉଦ୍ଧାର ପରେ ମାଲିକ ଘଟାଇଲେ ଏପରି କାଣ୍ଡ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୋପାଳ, ୩୧।୧୦: ମଧ୍ୟପ୍ରଦେଶର ଛିନ୍ଦଓ୍ବାଡା ଜିଲା କୋତଓ୍ବାଲି ଥାନା ଅଞ୍ଚଳରେ ସୋମଦେବ ନାମକ ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ୨ ଦିନ ହେବ ନିଖୋଜ ଥିଲା। ୨ ଦିନ ପରେ ତାର ମୃତଦେହ ମିଳିଲା। ଏହା ଜାଣିବା ପରେ ସୋମଦେବ ଦୁଃଖରେ…

ଲୋକଙ୍କୁ ଗୁପ୍ତରେ କରୋନା ଟିକା ଦେଉଛି ଚାଇନା: ବାହାରେ ପ୍ରକାଶ କରିବାକୁ ମନା

ବେଜିଂ,୩୧।୧୦: ଚାଇନାରେ ଗୁପ୍ତରେ ଏହାର ଲୋକଙ୍କୁ କରୋନା ଟିକା ଦେବା ଆରମ୍ଭ କରିଛି। ତେବେ ଏନେଇ ବାହାରେ ପ୍ରକାଶ ନ କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଔଷଧ କମ୍ପାନୀଗୁଡ଼ିକୁ ଏସମ୍ପର୍କରେ ପରିଚାଳନା ବୋର୍ଡ ବ୍ୟାତିତ ଅନ୍ୟ କାହାକୁ ନ ଜଣାଇବାକୁ…

କେନ୍ଦୁଝରରେ ଜଳିଗଲା ମାଲବୁହା ଟ୍ରକ୍‌

କେନ୍ଦୁଝର, ୩୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନରଣପୁର-ଡୁବୁରୀ ରାସ୍ତା ପିଟାପିଟି ଗ୍ରାମ ଭାଇଭାଇ ଢାବା ନିକଟରେ ଶନିବାର ସକାଳେ ଏକ ୧୨ ଚକିଆ ମାଲବୁହା ଟ୍ରକ୍‌ (ନଂ. ଓଆର୍‌ ୦୯ଏନ୍‌ ୬୨୩୧) ରେ ହଠାତ୍‌ ନିଆଁ ଲାଗି ଜଳିଳିଯାଇଛି।…

ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁଙ୍କୁ ପୁରସ୍କାର: ଭାଜପା ଏମ୍‌ପି ଦେଲେ ଅଢ଼େଇ ଲକ୍ଷ

ନୂଆଦିଲ୍ଲୀ,୩୧।୧୦: ସୋସିଆଲ୍‌ ମିଡ଼ିଆରେ ଜଣେ ଶିଶୁର ଭିଡ଼ିଓ ଚଳିତ ମାସରେ ଭାଇରାଲ ହେବାରେ ଲାଗିଥିଲା। ଶିଶୁ ଜଣକ ଲଦାଖର ଚୁଶୁଲ୍‌ଠାରେ ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍‌ କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ନାମଗୟାଲ ନାମକ ଶିଶୁ ରାସ୍ତାକଡ଼ରେ ଠିଆ ହୋଇ ବାଟ ଦେଇ…

ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଶିଶୁର ଅଧିକାର ସର୍ବୋପରି

ନୂଆଦିଲ୍ଲୀ,୩୧।୧୦: ଶିଶୁ ମା’ ଅବା ପିତା କାହା ପାଖରେ ରହିଲେ ଭଲ। ଏନେଇ ଏକ ମାମଲାରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଶିଶୁର ଅଧିକାର ସର୍ବୋପରି। ତେଣୁ ସେ ମା’ ପାଖରେ ରହିବା ଉଚିତ। ଏନେଇ…

ଇଛାମୃତ୍ୟୁ ସପକ୍ଷରେ ୬୫ ପ୍ରତିଶତରୁ ଅଧିକ ଜନମତ: ଖୁବ୍‌ ଶୀଘ୍ର ଆସିବ ଆଇନ

ଓ୍ବିଲିଙ୍ଗଟନ୍‌,୩୧।୧୦: ଇଛାମୃତ୍ୟୁକୁ ନ୍ୟୁଜିଲାଣ୍ଡର ୬୫.୨ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ଏନେଇ ଦେଶର ସାଧାରଣ ନିର୍ବାଚନ ସମୟରେ ଜନସାଧାରଣଙ୍କ ମତାମତ ଲୋଡ଼ା ଯାଇଥିଲା। ଜନମତ ଇଛାମୃତ୍ୟୁ ସପକ୍ଷରେ ରହିଥିବା ସ୍ଥାନୀୟ ସରକାର ସୂଚନା ଦେଇଛନ୍ତି। ଲୋକେ ଇଛାମୃତ୍ୟୁକୁ ଗାରିମାମୟ ଜୀବନର ଅଂଶବିଶେଷ…

ଦୀପ୍ତିପଦ୍ମା ବେସିକ୍‌ ସାଇନ୍ସ ଟପ୍ପର

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି) ପରିଚାଳିତ ବେସିକ୍‌ ସାଇନ୍ସ କଲେଜ +୩ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଯାଜପୁର ଜିଲା ବିଞ୍ଝାରପୁରର ଦୀପ୍ତିପଦ୍ମା ମଲ୍ଲିକ ୯୦.୧୬ ପ୍ରତିଶତ ନମ୍ବର ରଖି…

ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଷଷ୍ଠ ସେମିଷ୍ଟର ପରୀକ୍ଷାଫଳ ପ୍ରକାଶିତ: ବିଜ୍ଞାନରେ ସାଗରିକା, ବାଣିଜ୍ୟରେ ଇପ୍ସା ଟପ୍ପର

ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ): ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଯୁକ୍ତ୩ (ସ୍ନାତକ) କଲେଜର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ୬ଷ୍ଠ ସେମିଷ୍ଟର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିସହ ବିଜ୍ଞାନ, ବାଣିଜ୍ୟ ବିଭାଗର ଦ୍ବିତୀୟ ଓ ଚତୁର୍ଥ ସେମିଷ୍ଟର ବ୍ୟାକ୍‌ ପେପର୍‌ ପରୀକ୍ଷା ଫଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri