ବିକ୍ରି ହେଲାନି ଧାନ, ମଣ୍ଡିରେ ବିଷ ପିଇଲେ ଚାଷୀ

ଭଦ୍ରକ ଅଫିସ,୨୭।୨: ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଚାଷୀ ଜଣକ ନିରାଶ ହୋଇ ବିଷ ପିଇ ଦେଇଥିଲେ। ଏହି ଘଟଣା ଘଟିଛି ଭଦ୍ରକ ଜିଲାରେ। ବନ୍ଧଗାଁ ପଞ୍ଚାୟତର ଚାଷୀ ରାମକୃଷ୍ଣ ପଣ୍ଡା। ବହୁ କଷ୍ଟେ ସେ ଧାନ ଅମଳ କରିଥିଲେ। ଦୁଇ ପଇସା ପାଇବା ନେଇ ମଣ୍ଡିକୁ ବିକ୍ରି ପାଇଁ ଧାନ ଆଣିଥିଲେ। ଠିକ୍‌ ସମୟରେ ଧାନ କିଣା ନ ହେବାରୁ ତାଙ୍କର ପ୍ରଥମ ଟୋକନ ରଦ୍ଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ସେ ପୁଣି ଟୋକନ ପାଇଁ ଆବେଦନ କରିଥିଲେ। ଟୋକନ ମଧ୍ୟ ପାଇଥିଲେ। ବର୍ତ୍ତମାନ ଟୋକନ ସମୟ ସୀମା ଶେଷ ହୋଇ ଆସୁଥିଲା। ଏନେଇ ସେ ଚିନ୍ତାରେ ରହୁଥିଲେ। ଶନିବାର ରାମକୃଷ୍ଣ ମଣ୍ଡିକୁ ଆସି ଧାନ କିଣିବାକୁ ଅନୁରୋଧ କରିଥିଲେ। ହେଲେ କେହି ଶୁଣି ନ ଥିଲେ। ଏଥିରେ ନିରାଶ ହୋଇ ରାମକୃଷ୍ଣ ମଣ୍ଡିରେ ବିଷ ପିଇ ଦେଇଥିଲେ। ଉପସ୍ଥିତ ଥିବା ଚାଷୀ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ଭଦ୍ରକ ଉପଜିଲାପାଳ ପୀତାମ୍ବର ସାମଲ ଡାକ୍ତରଖାନାରେ ପହଞ୍ଚି ରାମକୃଷ୍ଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଜିଲା ପ୍ରଶାସନ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ : ୪ ଦଫାରେ କେନ୍ଦ୍ରିତ ହେଲା ଦାବି

ବଲାଙ୍ଗୀର ଅଫିସ,୨୫ା୨ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ସକାଶେ ସୋମବାର ଜିଲା ପ୍ରଶାସନ ସହ ପ୍ରକଳ୍ପ ପ୍ରଭାବିତ ବୁଡିଅଞ୍ଚଳବାସୀଙ୍କ ଏକ ଆଲୋଚନା ସ୍ଥାନୀୟ ଲୋୟର ସୁକ୍‌ତେଲ...

ଏକାଠି ଚାଲିଗଲେ ମା’ ଝିଅ

ବସ୍ତା,୧୫।୮(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥରେ ରବିବାର ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାରେ ଚାଲିକି ଯାଉଥିବା ମା’ ଝିଅଙ୍କୁ ଏକ...

ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ବେଳେ ଛାତ୍ରୀଙ୍କୁ ଧକ୍କାଦେଲା ଟ୍ରେଲର

ଚୌଦ୍ୱାର,୨୦ା୩(ଡି.ଏନ୍‌.ଏ.): ସୋମବାର ଜଣେ ଦଶମ ଶ୍ରେଣୀ ଛାତ୍ରୀ ପରୀକ୍ଷା ଦେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ସେ ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି...

ସାମାନ୍ୟ ବଚସା ନେଲା ଜୀବନ: ଗ୍ରାମ ସଭାପତିଙ୍କ ଗୁଳିମାଡ଼ରେ କନଷ୍ଟେବଳ ମୃତ

ଢେଙ୍କାନାଳ ଅଫିସ, ୧୪।୩: ଢେଙ୍କାନାଳ ଜିଲା ସଦର ଥାନା ଚାଉଳିଆ ଗ୍ରାମରେ ଦୋଳମେଳଣ ଚାଲିଥିବା ବେଳେ ଶୁକ୍ରବାର ରାତିରେ ସାମାନ୍ୟ ବଚସାରୁ ଗୁଳିମାଡ ଘଟିଛି। ଏଥିରେ...

ବନ୍ୟା ସ୍ଥିତିରେ ଆସୁଛି ସୁଧାର: ହୋଇନି ନୂଆଘାଇ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ମହାନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ତେବେ ଆଉ ଏକ ଲଘୁଚାପ ଅବପାତର ରୂପ ନେବା ପରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା...

ଜଙ୍ଗଲରେ ଚାଲିଥିଲା ଚୋରାଚାଲାଣ ପ୍ରସ୍ତୁତି, ପହଞ୍ଚିଗଲା ପୋଲିସ

ମାଲକାନଗିରି,୨୬।୫(ଡି.ଏନ.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ପୋଲିସ ପାଟ୍ରୋଲିଂ ସମୟରେ ଜଙ୍ଗଲରୁ ୧୧୨ କେଜି ଗଞ୍ଜେଇ ଏବଂ ୨ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ...

ଜଣେ କର୍ମଚାରୀରେ ଚାଲିଛି ଉପକୋଷାଗାର

ଛେଣ୍ଡିପଦା,୨୪।୧୧(ସ୍ବ.ପ୍ର.) – ଜଣେ କର୍ମଚାରୀରେ ଚାଲିଛି ଛେଣ୍ଡିପଦା ଉପକୋଷାଗାର। ଦିନେ କି ମାସେ ନୁହେଁ, ବରଂ ବର୍ଷେ ହେଲା ଏପରି ଚାଲିଛି କାର୍ଯ୍ୟ। ଫଳରେ ଗ୍ରାମାଞ୍ଚଳରୁ...

ବାଲି ଚୋରିକୁ ଜଗିବ ସିସିଟିଭି

ଯାଜପୁର ଅଫିସ,୨୭ା୮: ବାଲି ଚୋରିକୁ ଜଗିବା ପାଇଁ ବାଲିଘାଟଗୁଡ଼ିକରେ ଲାଗିବ ସିସିଟିଭି କ୍ୟାମେରା। ଏହାସହ ବାଲି ପରିବହନ ହେଉଥିବା ଗାଡ଼ିରେ ଗ୍ଲୋବାଲ ପୋଜିସନିଂ ସିଷ୍ଟମ (ଜିପିଏସ୍‌)...

Advertisement
Archives

Model This Week