ତୁମେ କରୋନାକୁ ଛକା ମାରିପାରିବ ମୋର ବିଶ୍ୱାସ ଅଛି
ନୂଆଦିଲ୍ଲୀ, ୨।୪ : କୋଭିଡ୍-୧୯ ଆକ୍ରାନ୍ତ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଆରୋଗ୍ୟ କାମନା କରିଛନ୍ତି ପୂର୍ବତନ ପାକିସ୍ତାନ ପେସର ଓ୍ବାସିମ ଆକ୍ରମ। ଡାକ୍ତରଙ୍କ ପରାମର୍ଶ କ୍ରମେ ସଚିନ ମେଡିକାଲରେ ଭର୍ତ୍ତି ହୋଇଥିବା ଟୁଇଟ୍ କରି ପ୍ରଶଂସକଙ୍କୁ ଜଣାଇଥିଲେ। ଏହି ଟୁଇଟ୍କୁ…
ପୋଲିସ ଟୋପି ପିନ୍ଧି ହଟହଟା ହେଲେ ଯନ୍ତ୍ରୀ
ମାଲକାନଗିରି,୨ା୪: ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ବେହେରା ପୋଲିସ ଟୋପି ପିନ୍ଧି ହଟହଟା ହୋଇଛନ୍ତି। ଟୋପିର ଅପବ୍ୟବହାର ଏବଂ ଅବମାନନା କରିଥିବାରୁ ତାଙ୍କୁ ଥାନାକୁ ଯିବାକୁ ପଡ଼ିଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ…
ପାକିସ୍ତାନରୁ ୟୁକେ ଯିବା ଉପରେ କଟକଣା
ଲଣ୍ଡନ, ୨।୪ : ପାକିସ୍ତାନର କୌଣସି ନାଗରିକ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ) ଯାଇ ପାରିବେ ନାହିଁ। କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ପାକିସ୍ତାନ ସମେତ କେନିୟା, ବାଂଲାଦେଶ ଓ ଫିଲିପାଇନ୍ସକୁ ରେଡ୍ ତାଲିକାରେ ସାମିଲ କରିବାକୁ ଯାଉଛି ୟୁକେ। ଏହି ଦେଶର ନାଗରିକଙ୍କ…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ଜବାବ ଦେଲେ ମମତା
କୁଚ ବିହାର, ୨।୪ : ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନ୍ୟ ଆସନରୁ ଛିଡ଼ା ହେବାକୁ ଯାଉଛନ୍ତି। କାରଣ ନନ୍ଦିଗ୍ରାମର ଫଳାଫଳ ନେଇ ଚିନ୍ତିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟାକ୍ଷ କରିଥିଲେ। ତୃଣମୂଳକ କଂଗ୍ରେସ ସୁପ୍ରିମୋ ଶୁକ୍ରବାର…
୨ ଦିନରେ ଜବତ ହେଲାଣି ୩୪୪ ଗ୍ରାମ ବ୍ରାଉନସୁଗାର
ଭଦ୍ରକ ଅଫିସ, ୨।୪: ଭଦ୍ରକ ଟାଉନ ଥାନା ପୋଲିସ ଶୁକ୍ରବାର ମୋଟେଲ ଛକ ନିକଟରୁ ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ଧୂଷୁରୀ ଥାନା ଅଧୀନ ବାଲିପାଟଣା ଗାଁର ପ୍ରଦୀପ କୁମାର ମହାନ୍ତି ଓରଫ ଟୁଲୁ। ପୋଲିସ ତାଙ୍କ…
ଅନ୍ୟ ଧର୍ମର ମହିଳାଙ୍କ ସହ ବୁଲିବାରୁ ଯୁବକଙ୍କୁ ଛୁରା ମାଡ଼
ବେଙ୍ଗାଲୁରୁ, ୨।୪ : ଅନ୍ୟ ଧର୍ମର ଯୁବତୀଙ୍କ ସହ ବସରେ ବୁଲିବାରୁ କର୍ନାଟକର ମାଙ୍ଗାଲୁରୁରେ ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି। ଗୁରୁବାର ରାତି ପ୍ରାୟ ୯ଟା ୩୦ରେ ମାଙ୍ଗାଲୁରୁ ସହରର ଉପକଣ୍ଠରେ ଏକ ବସକୁ ଅଟକାଇ ଦେଇଥିଲେ କିଛି ଦୁର୍ବୃତ୍ତ।…
ପାଠ ପଢ଼ାନାଁରେ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିଲେ ଶିକ୍ଷୟିତ୍ରୀ
ବାସୁଦେବପୁର,୨ା୪: ପାଠ ପଢ଼ାଇବା ଆଳରେ ଛାତ୍ରୀ ତଥା ୨ ଭଉଣୀଙ୍କୁ ଘରେ ରଖି ନିର୍ଯାତନା ଦେବା ଭଳି ଘଟଣା ଭଦ୍ରକ ଜିଲା ବାସୁଦେବପୁର ବ୍ଲକରୁ ସାମ୍ନାକୁ ଆସିଛି। ଛାତ୍ରୀଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ବାସୁଦେବପୁର ଥାନା ପୋଲିସ ଅଢୁଁଆ ନୋଡାଲ…
ବିକି ଦେଲେ ରୋନାଲ୍ଡୋ ଫୋପାଡ଼ିଥିବା ଆର୍ମ ବ୍ୟାଣ୍ଡ
ବେଲଗ୍ରେଡ, ୨।୪ : ଗତ ସପ୍ତାହରେ ବେଲଗ୍ରେଡ୍ଠାରେ ଖେଳାଯାଇଥିବା ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ପର୍ତ୍ତୁଗାଲ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଉତ୍ତ୍ୟକ୍ତ ହୋଇ ଗ୍ରାଉଣ୍ଡରେ ଆର୍ମ ବ୍ୟାଣ୍ଡ ଫୋପାଡି ଦେଇଥିଲେ। ଏହି ଆର୍ମ ବ୍ୟାଣ୍ଡକୁ ଏକ ଚ୍ୟାରିଟି ନିଲାମ ପ୍ରକ୍ରିୟାରେ…
ଏହି କଥାରେ ରାଗି କୌଣସି ଆଓ୍ବାର୍ଡ ଶୋ’କୁ ଯାହାନ୍ତି ନାହିଁ ଆମିର , ଆଜି ବି…
ବଲିଉଡ୍ ଅଭିନେତା ଆମିର ଖାନ ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିଛନ୍ତି। ଏହା ବ୍ୟତୀତ ସମସ୍ତେ ଜାଣନ୍ତି ଯେ ଆମିର କୌଣସି ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦିଅନ୍ତି ନାହିଁ। ଏହା ବର୍ଷ ବର୍ଷ ଧରି ଚାଲିଆସୁଛି ଏବଂ ସେ ଗୋଟିଏ…
ନେହାଙ୍କୁ ରେଖାଙ୍କ ଉପହାର, ଭାବବିହ୍ବଳ ହେଲେ ଗାୟିକା
ବମ୍ବେ: ନିକଟରେ ଗାୟକ ରୋହନପ୍ରିତ ସିଂହଙ୍କ ହାତ ଧରିଛନ୍ତି ହିଟ୍ ସିଙ୍ଗର ନେହା କକ୍କଡ। ହେଲେ ବିବାହ ପରେ ସେ ଏବେ କାମରେ ବ୍ୟସ୍ତ। ବିଭିନ୍ନ ଆଲବମ୍ ସାଙ୍ଗକୁ ଇଣ୍ଡିଆନ୍ ଆଇଡଲ-୧୨ ମଞ୍ଚରେ ତାଙ୍କୁ ଦେଖିବାକୁ ମିଳୁଛି। ପ୍ରତିଯୋଗୀଙ୍କ ସାଙ୍ଗକୁ ବିଚାରପତିମାନଙ୍କ…
ଅଣ୍ଡରପାସ ରାସ୍ତା ନିର୍ମାଣକୁ ବିରୋଧ
ଖୋର୍ଦ୍ଧା ଅଫିସ,୨।୪: ଭୁବନେଶ୍ୱର-ଚେନ୍ନାଇ ୧୬ ନଂ. ଜାତୀୟ ରାଜପଥ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅଣ୍ଡରପାସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଚାଲିଥିବା ଅଣ୍ଡରପାସ ରାସ୍ତା ନିର୍ମାଣକୁ ଶୁକ୍ରବାର ଖୋର୍ଦ୍ଧା ନାଗରିକ ମଞ୍ଚ ପକ୍ଷରୁ ତୀବ୍ର ବିରୋଧ…
ରବର୍ଟ ଭଦ୍ରା କରୋନା ସଂକ୍ରମିତ ହେବା ପରେ ଆଇସୋଲେଶନରେ ପ୍ରିୟଙ୍କା; ନିର୍ବାଚନୀ ସଭା ବାତିଲ
ନୂଆଦିଲ୍ଲୀ,୨।୪: ରବର୍ଟ ଭଦ୍ରା କରୋନା ସଂକ୍ରମିତ ହେବା ପରେ ଆଇସୋଲେଶନରେ ପ୍ରିୟଙ୍କା ଗାନ୍ଧୀ। ହେଲେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। କେବଳ ସତର୍କତା ଅବଲମ୍ବନସ୍ବରୂପ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏଣୁ ସେ ଆସାମ ଏବଂ ତାମିଲନାଡ଼ୁରେ ହେବାକୁ…

