Home Left

ଆଜି ରାଜ୍ୟରୁ ୬୬୪୭ କରୋନା ଆକ୍ରାନ୍ତ ଚିହ୍ନଟ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶନିବାର ରାଜ୍ୟରୁ ୬,୬୪୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୧,୩୪୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ସଚିନ୍‌ ନିଜଠାରୁ ୬ ବର୍ଷ ବଡ଼ ଅଞ୍ଜଳିଙ୍କୁ କରିଥିଲେ ବିବାହ: ପ୍ରେମ ମାନି ନ ଥିଲା ବୟସ ତାରତମ୍ୟ…

ନୂଆଦିଲ୍ଲୀ,୨୪।୪: ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କୁ ଶନିବାର ୪୮ ବର୍ଷ ପୂରଣ ହୋଇଛି। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ସଚିନ୍‌ ତାଙ୍କଠାରୁ ୬ ବର୍ଷ ବୟସ୍କ ଅଞ୍ଜଳିଙ୍କୁ ବିବାହ କରିଥିଲେ। ଅଞ୍ଜଳିଙ୍କ ଜନ୍ମ ୧୯୬୭ ନଭେମ୍ବର…

ସହରାଞ୍ଚଳ ଆବାସ ଯୋଜନାରେ ୩୬,୦୬୨ ନୂଆ ଘର

ଭୁବନେଶ୍ୱର,୨୪।୪(ବ୍ୟୁରୋ): ସହରାଞ୍ଚଳ ବାସହୀନ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଘୋଷଣା ହୋଇଥିବା ‘ଜାଗା ମିଶନ’ ସହିତ ସମସ୍ତଙ୍କ ପାଇଁ ଘର ଯୋଜନାର ସଫଳ ରୂପାୟନ ଲାଗି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଶେଷ ପଦକ୍ଷେପ ଗ୍ରହଣ କରିଛନ୍ତି।…

ଜେଲରେ ଉପଯୁକ୍ତ ଚିକିତ୍ସା ମିଳୁନି: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହାଇଦର

କଟକ ଅଫିସ,୨୪।୪: କରୋନାରେ ଆକ୍ରାନ୍ତ ହୋଇଥିବା ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦରଙ୍କୁ ଚୌଦ୍ୱାର ଜେଲରେ ଉପଯୁକ୍ତ ଚିକିତ୍ସା ମିଳୁନାହିଁ। ଅଧିକ ଚିକିତ୍ସା ଲାଗି ସେ ଶୁକ୍ରବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ତାଙ୍କର ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ତ ରେକର୍ଡପତ୍ର ଜେଲ କର୍ତ୍ତୃପକ୍ଷଙ୍କଠାରୁ ମଗାଇବାକୁ…

୪ ରାଜ୍ୟକୁ ଗଲା ୨୫୦ ଟନ୍‌ ଅକ୍ସିଜେନ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ୨୪ ଘଣ୍ଟାରେ ରାଜ୍ୟ ବାହାରକୁ ୨୫୦ ଟନ୍‌ ଅକ୍ସିଜେନ ପଠାଯାଇଛି। ପ୍ରାୟ ୧୫ ଟ୍ୟାଙ୍କରରେ ୪ ରାଜ୍ୟକୁ ଏହି ଅକ୍ସିଜେନ ଯାଇଛି। ଯାଜପୁର, ଅନୁଗୋଳ ଓ ରାଉରକେଲାରୁ ଏହି ମେଡିକାଲ ଅକ୍ସିଜେନ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା,…

ଓଡ଼ିଶା କେତେ ପ୍ରସ୍ତୁତ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚତ୍ପାରେ ବୋଲି ଡାଇରେକ୍ଟର ଅଫ୍‌ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମ୍‌ଇଟି) ସିବିକେ ମହାନ୍ତି ଆଶଙ୍କା ପ୍ରକାଶ କରିଛନ୍ତି। ଗତ ୩/୪ଦିନର ଦୈନିକ ସଂକ୍ରମଣ ସ୍ଥିତି ଦେଖିଲେ ଡିଏମ୍‌ଇଟିଙ୍କ କଥା…

ପ୍ରଶଂସକଙ୍କୁ ପ୍ରେମ ବିବାହ କରିଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତ୍ରୀଙ୍କ ନାମ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତାଙ୍କ ସହ ଯୋଡ଼ି ହୋଇଥିଲେ ମଧ୍ୟ ପରେ ପ୍ରଶଂସକଙ୍କ ପ୍ରେମରେ ପଡ଼ି ଶେଷରେ ବିବାହ ବି କରିଛନ୍ତି। ଏମାନଙ୍କ ମଧ୍ୟରୁ ଶିଳ୍ପା ସେଟ୍ଟୀ ହେଉଛନ୍ତି ଅନ୍ୟତମ। ଶିଳ୍ପା ବଲିଉଡର ସୁନ୍ଦରୀଙ୍କ ମଧ୍ୟରୁ…

ଟିକା ନେବାକୁ ଆସି କଲବଲ

ଭୁବନ, ୨୪।୪(ଡି.ଏନ.ଏ.) କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି କଡ଼ା ନିର୍ଦ୍ଦେଶ। ଟିକା ଯେପରି ନଷ୍ଟ ନ ହେବ ଏବଂ ହିତାଧିକାରୀମାନେ ଟିକା ପାଇପାରିବେ ସେଥିଲାଗି ସ୍ବତନ୍ତ୍ର ଗୁରୁତ୍ୱ…

ପାକିସ୍ତାନକୁ ହରାଇଲା ଜିମ୍ବାଓ୍ବେ

ହାରାରେ,୨୪।୪: ସ୍ଥାନୀୟ ସ୍ପୋଟର୍‌ସ କ୍ଲବ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ଲୋ- ସ୍କୋରିଂ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଜିମ୍ବାଓ୍ବେ ଭ୍ରମଣକାରୀ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି। ଟସ୍‌ ଜିତି ପାକିସ୍ତାନ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ…

ଉତ୍ତରାଖଣ୍ଡର ଚାମୋଲିରେ ପୁଣି ହିମସ୍ଖଳନ : ରିଷି ଗଙ୍ଗା ନଦୀରେ ବଢ଼ିଲା ଜଳସ୍ତର

ଚାମୋଲି,୨୩।୪: ଭାରତ-ଚାଇନା ସୀମାକୁ ଲାଗିଥିବା ଉତ୍ତରାଖଣ୍ଡର ଚାମୋଲି ଜିଲାର ସୁମନା ଗାଁରେ ପୁଣି ଥରେ ଘଟିଛି ହିମସ୍ଖଳନ। ତେବେ ଏହି ଘଟଣାରେ କୌଣସି ମୃତାହତ ହୋଇଥିବା ଏ ପର୍ଯ୍ୟନ୍ତ ଖବର ମିଳି ନାହିଁ। ଏହି ଅଞ୍ଚଳରେ ଗତ କିଛି ଦିନ ହେଲା…

ଆଉ ଭାରତକୁ ଆସିବେ ନାହିଁ ଆମେରିକୀୟ

ଓ୍ବାଶିଂଟନ,୨୩।୪: କରୋନାର ଉଗ୍ରରୂପ ଦେଖାଦେଇଥିବା ଭାରତକୁ ନ ଯିବା ପାଇଁ ଆମେରିକୀୟ ନାଗରୀକଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ। କେବଳ ଭାରତ ନୁହେଁ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ଏବଂ ମାଳଦ୍ୱୀପକୁ ନ ଯିବାକୁ ସରକାରୀ ସ୍ତରରେ କୁହାଯାଇଛି। ଗୁରୁବାର ଜାରି…

ମୁମ୍ବାଇକୁ ସୁଯୋଗ ଦେଲା ନାହିଁ ପଞ୍ଜାବ

ଚେନ୍ନାଇ,୨୩।୪ : ନା ବୋଲିଂ ନା ବ୍ୟାଟିଂ। କୌଣସି ବିଭାଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ସୁଯୋଗ ଦେଲା ନାହିଁ କିଙ୍ଗ୍ସ ପଞ୍ଜାବ। ୧୪ ବଲ ପୂର୍ବରୁ ପଞ୍ଜାବ ୯ ଉଇକେଟରେ ମୁମ୍ବାଇକୁ ହରାଇ ଦେଇଛି। କ୍ରମାଗତ ହ୍ୟାଟ୍ରିକ ପରାଜୟ ପରେ ଲୋକେଶ ରାହୁଲଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri