ନୀଳାଦ୍ରି ନିଳୟ ଦେଇଛି ନୂଆ ପରିଚୟ

ପୁରୀ ଅଫିସ,୧୦।୯: ଦିନ ଥିଲା, କେହି ପାରିବାରିକ ନିର୍ଯାତନା ଯୋଗୁ ତ ଆଉ କେହି ପରିବାରକୁ ହରାଇବା ଦୁଃଖରେ ରାସ୍ତାକୁ ଚାଲିଆସି ଭିକ୍ଷାବୃତ୍ତିକୁ ଆପଣେଇଥିଲେ। ଭୋକର ଜ୍ୱାଳା ମେଣ୍ଟାଇବାକୁ ବଡ଼ଦାଣ୍ଡରେ ଖରାବର୍ଷାର ଦାଉ ସହୁଥିଲେ। ଏବେ କିନ୍ତୁ ସେମାନେ ଆଉ କାହା ଆଗେ ହାତ ପାତୁନାହାନ୍ତି। ସ୍ବାବଲମ୍ବୀ ହୋଇ ଦୁଇ ପଇସା ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ତେବେ ଏ ନେଇ ପୁରୀ ଜିଲା ପ୍ରଶାସନ ଏବଂ ଓଡ଼ିଶା ପତିତା ଉଦ୍ଧାର ସମିତିର ଅବଦାନ ଓ ସହଯୋଗକୁ ସେମାନେ ଭୁଲି ନାହାନ୍ତି।
ପୁରୀ ସହରର ବଡ଼ଦାଣ୍ଡ ସମେତ ବିଭିନ୍ନ ସ୍ଥାନରେ ଅନେକ ମହିଳା ଓ ପୁରୁଷ ଭିକ୍ଷାବୃତ୍ତି କରୁଥିଲେ। ଏମାନଙ୍କୁ ଜିଲା ପ୍ରଶାସନ ଉଦ୍ଧାର କରି ଓଡ଼ିଶା ପତିତା ଉଦ୍ଧାର ସମିତି ସହାୟତାରେ ନୀଳାଦ୍ରି ନିଳୟ ଆଶ୍ରୟସ୍ଥଳୀରେ ରଖିଛି। ସେମାନେ ଯେପରି ଭିକ୍ଷା ବୃତ୍ତି ଛାଡ଼ି ସମ୍ମାନର ସହିତ ସମାଜରେ ବଞ୍ଚିପାରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ଧୂପ କାଠି, ଝାଡୁ, ସିଏଫ୍‌ଏଲ୍‌ ବଲ୍‌ବ ତିଆରି ସହ ବିଭିନ୍ନ ପ୍ରକାର ଚିତ୍ରକଳା ପ୍ରସ୍ତୁତ କରିବାର ତାଲିମ ଦିଆଯାଉଛି। ତାଲିମପ୍ରାପ୍ତ ମହିଳା ଓ ପୁରୁଷମାନେ ଜୀବିକା ପାଇଁ ଏଭଳି ନାନା ପ୍ରକାରର ସାମଗ୍ରୀ ତିଆରି କରି ଅର୍ଥ ଉପାର୍ଜନ କରୁଛନ୍ତି। ଏଠାକାର ଅନ୍ତେବାସୀ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ବାସନ୍ତୀ ସାହୁ କହିଛନ୍ତି, ପାରିବାରିକ ନିର୍ଯାତନା ଯୋଗୁ ଘରୁ ଚାଲି ଆସିଥିଲି। କାମଧନ୍ଦା ନ ପାଇ ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିଲି। ତେବେ ଏଠାକୁ ମୋତେ ଅଣାଯିବା ପରେ ନୂଆ ଜୀବନ ପାଇବା ସହ ମାନସିକ ଶାନ୍ତି ଅନୁଭବ କରୁଛି। ସ୍ବାବଲମ୍ବୀ ହୋଇ ବଞ୍ଚିବାର ଅନୁଭବ ମଧ୍ୟ ନିଆରା। ପରିବାର ନିଜ ସହ ନ ଥିଲେ କ’ଣ ହେଲା ଏଠାରେ ସମସ୍ତେ ମୋ’ ପରିବାର ଭଳି। ଏକାଠି ରହୁଛୁ ଓ ଖୁସି ଅଛୁ। ନୀଳାଦ୍ରି ନିଳୟର ପୁରୀ ପ୍ରୋଜେକ୍ଟ ମ୍ୟାନେଜର ବ୍ରଜକିଶୋର ସାମନ୍ତରାୟ କହିଛନ୍ତି, ପୁରୀ ସହରରେ ଏଭଳି ୪ଟି ନିଳୟ ରହିଛି। ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କୁ ଅଣାଯାଇ ଏଠାରେ ରଖାଯାଉଛି। ବାଲିଗୁଆଳିସ୍ଥିତ ନୀଳାଦ୍ରି ନିଳୟରେ ଏବେ ୪୯ ଜଣ ଅନ୍ତେବାସୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୩୧ଜଣ ପୁରୁଷ ଓ ୧୮ ଜଣ ମହିଳା। ଜିଲା ପ୍ରଶାସନର ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଦିନ ପିଛା ପ୍ରତି ବ୍ୟକ୍ତିଙ୍କ ବାବଦକୁ ୩୩ ଟଙ୍କା ମିଳୁଛି। ଏଥିରେ ଖାଦ୍ୟ ପାନୀୟ ସହ ସାବୁନ ତେଲ ଭଳି ଖର୍ଚ୍ଚ ମଧ୍ୟ ସାମିଲ। ସ୍ବାଭାବିକ ଭାବେ ଜଣେ ବ୍ୟକ୍ତି ଏହି ସ୍ବଳ୍ପ ଟଙ୍କାରେ ଚଳିବା କଷ୍ଟକର। ଏଥିପାଇଁ ଏମାନଙ୍କୁ ସ୍ବାବଲମ୍ବୀ କରାଯାଉଛି। ପୁରୁଷ ଓ ମହିଳା ଉଭୟେ ସ୍ବାବଲମ୍ବୀ ହେବାକୁ ଆଗ୍ରହ ଦେଖାଉଛନ୍ତି। ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳୁଛି। ତେବେ ସରକାରୀ ସହାୟତା ରାଶି ବୃଦ୍ଧି କରାଯିବା ସହ ଅଧିକ ସଂଖ୍ୟକ ପ୍ରଶିକ୍ଷଣ ଶିବିର ଖୋଲାଗଲେ ଅଧିକ ବ୍ୟକ୍ତି ଉପକୃତ ହୋଇପାରନ୍ତେ। ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଏକ ଏନ୍‌ଜିଓକୁ ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ସଂସ୍ଥା ଉଦ୍ଧାର କରି ଆଣି ନୀଳାଦ୍ରି ନିଳୟରେ ଛାଡ଼େ। କାହାରି ପରିବାର ଲୋକେ ଚିହ୍ନଟ କରି ନିଜ ପରିଜନଙ୍କୁ ଏଠାରୁ ନେବାକୁ ଚାହିଁଲେ ଠିକ ଭାବେ ଯାଞ୍ଚ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଏ। ସାମାଜିକକର୍ମୀ ଶ୍ୟାମ ପ୍ରକାଶ ସେନାପତି କହିଛନ୍ତି, ଭିକ୍ଷା ବୃତ୍ତି ଛାଡ଼ି ଅନେକ ବ୍ୟକ୍ତି ସମ୍ମାନର ସହ ସମାଜରେ ରହିବାର ସୁଯୋଗ ପାଇଛନ୍ତି ଏହା ନିହାତି ଖୁସିର କଥା। ସ୍ବାବଲମ୍ବୀ ହେବାର ପ୍ରଚେଷ୍ଟା ଏଭଳି ଭାବେ ରହିଲେ ଦିନେ ଭିକ୍ଷାବୃତ୍ତି ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri