Home Left

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଲେ ରେଳମନ୍ତ୍ରୀ

ବଲାଙ୍ଗୀର ଅଫିସ, ୨୩ା୮: କେନ୍ଦ୍ର ରେଳ, ସଞ୍ଚାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ ରବିବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲେ। ଟିଟିଲାଗଡରୁ କଣ୍ଟାବାଞ୍ଜି, ପାଟଣାଗଡ ଦେଇ ସେ ବଲାଙ୍ଗୀର ପହଞ୍ଚିଲେ। ସ୍ଥାନୀୟ…

ମା’ଙ୍କୁ ରାସ୍ତା ମଝିରେ ପିଟୁଥିଲା ପୁଅ, ରକ୍ଷା କରିବାକୁ ଧାଇଁ ଆସିଲା କୁକୁର; ଆଉ ତା’ପରେ

ଚେନ୍ନାଇ,୨୩।୮:କୁହାଯାଏ କୁକୁର ହେଉଛି ପଶୁମାନଙ୍କ ମଧ୍ୟରେ ସବୁଠାରୁ ବିଶ୍ୱସ୍ତ। ଚଳଚ୍ଚିତ୍ରର ଅନେକ ଦୃଶ୍ୟରେ, ଆପଣ ନିଶ୍ଚୟ ଦେଖିଥିବେ ଯେ କୁକୁର କିପରି ମାଲିକକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଏ। ତାମିଲନାଡୁର ନାମାକ୍କାଲ ସହରରୁ ମଧ୍ୟ ଏଭଳି ଏକ ଘଟଣା…

ତ୍ରିରଙ୍ଗାକୁ ଘୋଡ଼ାଇ ଦେଲା ଭାଜପା ଦଳୀୟ ପତାକା

ନୂଆଦିଲ୍ଲୀ,୨୩।୮: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଶେଷ ଦର୍ଶନ ବେଳର ଏକ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି। ଭେଟେରାନ ଭାଜପା ନେତା କଲ୍ୟାଣ ସିଂଙ୍କର ଶନିବାର ମୃତ୍ୟୁ ଘଟିଥିଲା। ରବିବାର ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଆଫଗାନ ଫେରନ୍ତାଙ୍କୁ ଦିଆଯାଉଛି ପୋଲିଓ ବୁନ୍ଦା

ନୂଆଦିଲ୍ଲୀ, ୨୨।୮: ଆଫଗାନିସ୍ତାନରେ ଏବେ ବି ପୋଲିଓ ସଂକ୍ରମଣ ଥିବାରୁ ସେଠାରୁ ଫେରାଇ ଅଣାଯାଉଥିବା ଲୋକଙ୍କୁ ମାଗଣାରେ ପୋଲିଓ ଟିକା ଦେବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖଲାଲ ମାଣ୍ଡବ୍ୟ ରବିବାର ସୂଚନା ଦେଇଛନ୍ତି।…

ତାଲିବାନ ଟାର୍ଗେଟରୁ ୟୁଜର୍ସଙ୍କୁ ବଞ୍ଚାଇବା ପାଇଁ ଫେସ୍‌ବୁକର ନୂଆ ବ୍ୟବସ୍ଥା

କାବୁଲ,୨୨।୮ : ତାଲିବାନ ଟାର୍ଗେଟରୁ ୟୁଜର୍ସଙ୍କୁ ବଞ୍ଚାଇବା ପାଇଁ ସୋସିଆଲ ମିଡିଆ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଫଗାନିସ୍ତାନରେ ଫେସବୁକ ଓ ଟୁଇଟର ୟୁଜର୍ସଙ୍କ ଫ୍ରେଣ୍ଡ୍‌ଲିଷ୍ଟ ଲୁକାୟତ ରଖିବା ଲାଗି ଲକ୍‌ ଡାଉନ ଅପଶନ ଦିଆଯିବ। ଏହାକୁ ୟୁଜର୍ସ…

ରାଖୀ ବାନ୍ଧିବା ପୂର୍ବରୁ ଚାଲିଗଲା ଭଉଣୀର ଜୀବନ

ରାଇରଙ୍ଗପୁର,୨୨ା୮(ଡି.ଏନ.ଏ.): ଗାଧୋଇ ସାରି ଘରକୁ ଫେରିଥିଲେ ବଡ଼ ଭାଇ ହାତରେ ରାଖୀ ବାନ୍ଧି ଥାଆନ୍ତେ। ହେଲେ ନିୟତିର ନିଷ୍ଠୁର ନିୟମ ତାଙ୍କୁ ପରିବାରଠାରୁ ସବୁଦିନ ପାଇଁ ଦୁରେଇ ଦେଲା । ରାଖୀ ବାନ୍ଧିବା ଆଗରୁ ନଈରେ ବୁଡ଼ି ଚାଲିଗଲା ସାନ ଭଉଣୀର…

ସେନା ବିମାନରେ ଜନ୍ମ ହେଲେ ଶିଶୁକନ୍ୟା

ବର୍ଲିନ,୨୨।୮ : କାବୁଲରୁ ଉଦ୍ଧାର କାର୍ଯ୍ୟ ଶେଷ କରି ଜର୍ମାନୀ ଫେରୁଥିବା ଆମେରିକା ବାୟୁସେନାର ସି-୧୭ ବିମାନରେ ଜଣେ ଆଫଗାନ ମହିଳା ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଏ ନେଇ ଆମେରିକାର ବାୟୁ ସେନା ରବିବାର ଟୁଇଟ୍‌ କରିଛି। ବିମାନରେ ମହିଳାଙ୍କ ଗର୍ଭ…

ତାଲିବାନକୁ ଯୁଦ୍ଧ ଚେତାବନୀ

ଦୁବାଇ,୨୨।୮: ଅଶି ଦଶକରେ ଆଫଗାନିସ୍ତାନର ସୋଭିଏଟ୍‌ ବିରୋଧୀ ରେଜିଷ୍ଟାଣ୍ଟର ମୁଖ୍ୟ ନେତା ଅହମଦ ଶାହା ମାସୁଦ୍‌ଙ୍କ ପୁଅ ଅହମଦ ମାସୁଦ୍‌ ତାଲିବାନ ଆଗରେ ଆତ୍ମସମର୍ପଣ କରିବାକୁ ମନା କରିଦେଇଛନ୍ତି। କ୍ଷମତା ବିକେନ୍ଦ୍ରୀକରଣ ପାଇଁ ଯଦି ତାଲିବାନ ରାଜି ହୁଏ, ତେବେ ଶାନ୍ତି…

ମିଜୋରାମରୁ ଆସାମ ପୋଲିସ ରଡ୍‌ ଚୋରି କରିଥିବା ଅଭିଯୋଗ

ଗୁଆହାଟି,୨୨।୮ : ମିଜୋରାମ ଓ ଆସାମ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଲାଗି ରହିଥିବା ବିବାଦ ଆହୁରି ଘନେଇଛି। ସୀମାକୁ ଲାଗିଥିବା ମିଜୋରାମର କୋଲାସିବ ଜିଲାରୁ ଆସାମ ପୋଲିସ ରଡ଼, ସିମେଣ୍ଟ ଭଳି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କଞ୍ଚାମାଲ ଚୋରି କରିଥିବା…

ଟ୍ରାକ୍ଟର ଚକା ଲିକ୍‌ ହେବାରୁ ଚାଲିଗଲା ୩ ଜୀବନ

ମାଲକାନଗିରି,୨୨ା୮(ଡି.ଏନ୍‌.ଏ.): ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ଏମ୍‌ଭି-୧୬ ଗ୍ରାମ ନିକଟରେ ଏକ ଟ୍ରାକ୍ଟରକୁ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଟ୍ରାକ୍ଟରରେ ଥିବା ୩ ଜଣଙ୍କ ମୃତ୍ୟୁ ଘଟିଛି। ୨ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ମାଲକାନଗିରି ଥାନା ଅନ୍ତର୍ଗତ ମୁଣ୍ଡାଗୁଡା ଗ୍ରାମର…

ଦଳୀୟ ନେତାଙ୍କୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୨।୮: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କର ସମସ୍ତ କ୍ୟାବିନେଟ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ଯେ, ବିଶେଷ ସମ୍ବେଦନଶୀଳ ପ୍ରସଙ୍ଗରେ ଜନସାଧାରଣଙ୍କ ନିକଟକୁ ଯିବା ପୂର୍ବରୁ…

ମହିଳାଙ୍କ ମୃତଦେହକୁ ମଧ୍ୟ ଛାଡ଼ୁ ନାହାନ୍ତି

ନୂଆଦିଲ୍ଲୀ,୨୨।୮ : ଆଫଗାନିସ୍ତାନରେ ମହିଳାଙ୍କ ସୁରକ୍ଷା ବୋଲି କିଛି ନାହିଁ। ତାଲିବାନ ଆତଙ୍କବାଦୀମାନେ ମହିଳାଙ୍କୁ ଘରୁ ଉଠାଇ ନେଉଛନ୍ତି ନ ହେଲେ ଗୁଳି କରୁ ହତ୍ୟା କରୁଛନ୍ତି। ଏତିକି ନୁହେଁ ମୃତଦେହକୁ ମଧ୍ୟ ବଳାତ୍କାର କରାଯାଉଛି। ଏଭଳି ବଡ଼ ଖୁଲାସା କରିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri