Posted inଫୁରସତ

ସମୃଦ୍ଧ ପୃଥିବୀ ପାଇଁ ଯୁଦ୍ଧ ନୁହେଁ ଶାନ୍ତି ଅପରିହାର୍ଯ୍ୟ

ଶାନ୍ତି ଏବଂ ସହନଶୀତଳା ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ସହଜ ହୋଇଥାଏ। କାରଣ ହିଂସା ଦ୍ୱାରା କେବେ ମଧ୍ୟ ବିଜୟ ଲାଭ କରାଯାଇ ପାରେନା। ସ୍ନେହ ପ୍ରେମ ଭଲ ପାଇବା ଏବଂ ଶାନ୍ତି ଦ୍ୱାରା ହୋଇଥିବା ହୃଦୟ ଜୟ ହିଁ ପ୍ରକୃତ ବିଜୟ। ତେଣୁ ସମୃଦ୍ଧ ପୃଥିବୀ ପାଇଁ ଯୁଦ୍ଧ ନୁହେଁ ଶାନ୍ତି ହିଁ ଅପରିହାର୍ଯ୍ୟ।
ବିଶ୍ୱ ଶାନ୍ତି ସମ୍ପର୍କରେ ସଚେତନତା ଏବଂ ଯୁଦ୍ଧ ଦ୍ୱାରା ସୃଷ୍ଟି ହେଉଥିବା ବିଭୀଷିକା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜାନୁୟାରୀ ୬ରେ ବିଶ୍ୱ ଯୁଦ୍ଧ ଅନାଥ ଦିବସ ପାଳନ କରାଯାଇଥାଏ।
ଯୁଦ୍ଧ ଅନାଥ ଅର୍ଥ ହେଉଛନ୍ତି ଯବାନଙ୍କ ପିଲା, ଯେଉଁମାନଙ୍କର ପିିତାଙ୍କର ମୃତ୍ୟୁ ସଶସ୍ତ୍ର ବାହିନୀରେ ଡ୍ୟୁଟି ସମୟରେ ଘଟିଛି।
ଯୁଦ୍ଧ ଯୋଗୁ ଅନାଥ ହୋଇଯାଇଥିବା ପିଲାମାନଙ୍କ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏହି ଦିନରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥାଏ। ଯୁଦ୍ଧ ଅନାଥ ପିଲାମାନଙ୍କ ଜୀବନଧାରଣ ଅବସ୍ଥାକୁ ସ୍ବାଭାବିକ ଭାବେ ସୁନିଶ୍ଚିତ କରିବା ଏବଂ ଏଭଳି ପିଲାମାନେ ସମ୍ମୁଖୀନ ହେଉଥିବା ଭାବପ୍ରବଣ, ସାମାଜିକ ଏବଂ ଶାରୀରିକ ଆହ୍ବାନର ସମାଧାନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଅନାଥ ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ବୁଢ଼ାବାପା ବୁଢ଼ୀମା, ଜେଜେବାପା ଜେଜେମା ଅବା ପରିବାରର ଅନ୍ୟ ସଦସ୍ୟଙ୍କ ଦ୍ୱାରା ପ୍ରାୟତଃ ପ୍ରତିପାଳିତ ହୋଇଥାନ୍ତି। ଏଭଳି ଅନାଥ ପିଲାଙ୍କ ମଧ୍ୟରୁ ୯୫ ପ୍ରତିଶତଙ୍କ ବୟୟ ପାଞ୍ଚ ବର୍ଷରୁ ଅଧିକ।

ବିକଶିତ ଦେଶମାନଙ୍କରେ ଅନାଥମାନଙ୍କ ସଂଖ୍ୟା ଅପେକ୍ଷାକୃତ କମ ରହିଛି। ଜାତିସଂଘ ରିପୋର୍ଟ ଅନୁସାରେ ୨୦୧୫ରେ ଯୁଦ୍ଧ ଅନାଥଙ୍କ ସଂଖ୍ୟା ପ୍ରାୟ ୧୪୦ ନିୟୁତ ଥିଲା।
ସେଥିମଧ୍ୟରେ ଏସିଆରେ ୬୧ ନିୟୁତ, ଆଫ୍ରିକାରେ ୫୨ ନିୟୁତ, ଲାଟିନ ଆମେରିକା ଏବଂ କାରିବିଆନରେ ୧୦ ନିୟୁତ, ପୂର୍ବ ୟୁରୋପ ଏବଂ ମଧ୍ୟ ଏସିଆରେ ୭.୩ ନିୟୁତ ଯୁଦ୍ଧ ଅନାଥ ଥିଲେ।
ୟୁନିସେଫ ଅନୁଯାୟୀ, ୧୯୯୦ଠାରୁ ଯୁଦ୍ଧ ଅନାଥ ପିଲାମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ ୨୦୦୧ଠାରୁ ଏହା୦.୭ ପ୍ରତିଶତ ହାରରେ କମିବାରେ ଲାଗିଛି।

ଏହି ଦିବସ ଅବସରରେ ପୃଥିବୀରେ ଯୁଦ୍ଧ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri