Posted inଖେଳ

ଉଇକେଟ ପାଇଁ ସଂଘର୍ଷ କରୁଛନ୍ତି

ଜୋହାନ୍ସବର୍ଗ,୫।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟରେ ଭାରତୀୟ ବୋଲର ଉଇକେଟ ଲାଗି ସଂଘର୍ଷ କରୁଛନ୍ତି। ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନ୍‌ର ଟାର୍ଗେଟ ଛିଡ଼ା କରିଥିବା ଭାରତୀୟ ଦଳ ତୃତୀୟ ଦିନରେ ୧୧୮ ରନ୍‌ ଖର୍ଚ୍ଚ କରି କେବଳ ୨ ଉଇକେଟ ହାତେଇ ପାରିଛି। ଫଳରେ ମ୍ୟାଚ୍‌ରେ ବର୍ତ୍ତମାନ ସୁଦ୍ଧା ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଦଳଠାରୁ ଆଗରେ ରହିଛି ଘରୋଇ ଦଳ। ଦକ୍ଷିଣ ଆଫ୍ରିକାକୁ ମ୍ୟାଚ୍‌ ଜିତିବା ପାଇଁ ବଳକା ୮ ଉଇକେଟରେ ୧୨୨ ରନ୍‌ ଦରକାର। ଆଉ ଘରୋଇ ଦଳର ଅଧିନାୟକ ଡିନ ଏଲଗାର ୪୬ ଓ ଭାନ ଡର ଡୁସେନ ୧୧ ରନ୍‌ କରି କ୍ରିଜ୍‌ରେ ଅଛନ୍ତି।

ଗୁରୁବାର ସକାଳୁ ଉଇକେଟ ପଡ଼ିବାର ସମ୍ଭାବନା କମ୍‌। କାରଣ ଓ୍ବାଣ୍ଡରର୍ସ ଏହି ପିଚ୍‌ରେ ଓଜନିଆ ରୋଲର ବ୍ୟବହାର ପରେ ବୋଲରଙ୍କୁ କୌଣସି ପିଚ୍‌ରୁ କୌଣସି ଫାଇଦା ମିଳୁ ନାହିଁ।

ପୂର୍ବରୁ ପ୍ରଥମ ଇନିଂସରେ ଭାରତ ୨୦୨ ରନ୍‌ କରିଥିବା ବେଳେ ଠାକୁରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ କାରଣରୁ ଘରୋଇ ଦକ୍ଷିଣ ଆଫ୍ରିକା ୨୨୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଅସମାପ୍ତ ଦ୍ୱିତୀୟ ପାଳି ସ୍କୋର (୮୫/୨)ରୁ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆକୁ ତୃତୀୟ ଦିନରେ ଭଲ ଆରମ୍ଭ ଦେଇଥିଲେ ଅଜିଙ୍କ୍ୟ ରାହାନେ ଓ ଚେତେଶ୍ୱର ପୂଜାରା। ପ୍ୟାଭେଲିଅନ ଫେରିବା ପୂର୍ବରୁ ଦୁହେଁ ଅର୍ଦ୍ଧଶତକ ପୂରଣ କରିବା ସହ ୩ୟ ଉଇକେଟ ପାଇଁ ଯୋଡ଼ିଥିଲେ ୧୧୧ ରନ୍‌। ମାତ୍ର ଏହାପରେ ଟିମ୍‌ ଇଣ୍ଡିଆ କ୍ରମାଗତ ବ୍ୟବଧାନରେ ୪ ଉଇକେଟ ହରାଇଥିଲା। ଏଭଳି ସ୍ଥିତିରେ ବିସ୍ଫୋରକ ୨୮ (୫ ଚୌକା ଓ ୧ ଛକା) ରନ୍‌ ପାଳି ଖେଳିଥିଲେ ଠାକୁର। ହନୁମା ବିହାରୀଙ୍କ ଅପରାଜିତ ୪୦ (୬ ଚୌକା) ରନ୍‌ର ଇନିଂସ ଯୋଗୁ ଭାରତ ୨୬୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଘରୋଇ ଦଳ ପକ୍ଷରୁ କାଗିସୋ ରବାଡା, ମାର୍କୋ ଜାନସେନ ଓ ଲୁଙ୍ଗି ଏନ୍‌ଗିଡି ୩ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟେଷ୍ଟ ବଞ୍ଚିବା ଶିଖାଏ, ଏହା ଶ୍ରେଷ୍ଠ: ଗେଲ୍‌

ନୂଆଦିଲ୍ଲୀ,୨୩।୬(ପି.ଟି.): ସୀମିତ ଓଭର କ୍ରିକେଟରେ ସବୁଠାରୁ ବିପଜ୍ଜନକ ବିବେଚିତ ହେଉଥିବା ଓ୍ବେଷ୍ଟଇଣ୍ଡିଜ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ କିନ୍ତୁ ଟେଷ୍ଟ କ୍ରିକେଟକୁ ଅଧିକ ପସନ୍ଦ କରନ୍ତି।...

ଜାପାନ ଓପନ୍‌: ସାଇ ପ୍ରଣୀଥ୍‌ଙ୍କ ବିଜୟ ଅଭିଯାନ

ଟୋକିଓ, ୨୩।୭ (ପି.ଟି.)- ଭାରତୀୟ ଶଟ୍‌ଲର ବି. ସାଇ ପ୍ରଣୀଥ୍‌ ଏଠାରେ ଚାଲିଥିବା ଜାପାନ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ...

ଏଥର ମଧ୍ୟ ପାକିସ୍ତାନ ସହ ଖେଳିବ ନାହିଁ ଭାରତ

ଦୁବାଇ, ୧୪।୭- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳାଯିବ ନାହିଁ। ଇଂଲଣ୍ଡ ବିପକ୍ଷ ଆଗାମୀ...

ଓଡ଼ିଶା ଏଫସି ଜର୍ସି ଉନ୍ମୋଚିତ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ)ର ନୂଆ ଦଳ ଓଡ଼ିଶା ଏଫସିର ଜର୍ସି ଉନ୍ମୋଚନ ଉତ୍ସବ ବୁଧବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ...

୧୧ ବର୍ଷ ହେବ ଏହି ରେକର୍ଡକୁ ଚାତକ ପରି ଚାହିଁ ରହିଛନ୍ତି କୋହଲି

ନୂଆଦିଲ୍ଲୀ,୧୮।୧୦: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ଟେଷ୍ଟ କ୍ରିକେଟ ଠାରୁ ଦିନିକିଆ ଏବଂ ପରେ ଟି -୨୦ରେ...

୧୦୦ ମିଟର ଫ୍ରି-ଷ୍ଟାଇଲ ରେକର୍ଡ ବଜାୟ ରଖିଲେ ମାନୁଏଲ୍‌

ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ), ୨୬ା୭ (ଏଏଫ୍‌ପି)-ଆମେରିକାର ସିମୋନ୍‌ ମାନୁଏଲ୍‌ ତାଙ୍କ ୧୦୦ ମିଟର ଫ୍ରିଷ୍ଟାଇଲ ବିଶ୍ୱ ଟାଇଟଲ ବଜାୟ ରଖିଛନ୍ତି। ଗ୍ବାଙ୍ଗଜୁରେ ଏହି ଅଲିମ୍ପିକ ଚାମ୍ପିୟନ...

କରୋନା ଭାଇରସ୍‌ ଆକ୍ରାନ୍ତ: ଫେଲାଇନ ପ୍ରଥମ

ଶାଂଘାଇ, ୨୩।୩ (ଏଏଫ୍‌ପି)- ଚାଇନିଜ ସୁପର୍‌ ଲିଗ୍‌ (ସିଏସ୍‌ଏଲ୍‌)ର ପ୍ରଥମ ଫୁଟ୍‌ବଲର୍‌ ଭାବେ ମାରୋଉଆନେ ଫେଲାଇନ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଫେଲାଇନ୍‌ଙ୍କ କ୍ଲବ ଶାନଡଙ୍ଗ୍‌...

ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଥିଲେ ଏହି ଖେଳାଳି, ଡେବ୍ୟୁ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କୁ ପକାଇଲେ ପଛରେ

ଗତ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ୭ ଉଇକେଟ୍‌ରେ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରୁ ଡେବ୍ୟୁ କରିଥିବା ଈଶାନ...

Advertisement
Archives

Model This Week