ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବିରାଟ ବଡ଼ ସାପକୁ ଦେଖିବାକୁ ମିଳୁଛି। ସାପଟି ଏକ ଗୁଆ ଗଛକୁ ଗୁଡ଼େଇ ହୋଇ ଚଢ଼ୁଛି। ଏହି ଭୟଙ୍କର ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠିବ। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
The pole dancer 💃
Snakes typically climb trees by a hold-and-release movement called “concertina locomotion.” It grips two spots on a tree with S-shaped bends in its body and by coiling around a trunk multiple times. pic.twitter.com/aJ7jFRtLHG
— Susanta Nanda IFS (@susantananda3) January 4, 2022