ସୁନୀଲ କୁମାର ବଂଶଲ ହେବେ ନୂଆ ଡିଜିପି
ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ସୁନୀଲ କୁମାର ବଂଶଲ ହେବେ ପୋଲିସ ମହାନିର୍ଦ୍ଦେଶକ। ବଂଶଲ ଡିଜିପି ହେବା ନେଇ ରାଜ୍ୟ ସରକାର ବୁଧବାର ଘୋଷଣା କରିଛନ୍ତି। ଡିଜିପି ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଚଳିତ ମାସରେ ଡିଜିପି ଅଭୟ ଅବସର ନେବେ। ଡିସେମ୍ବର…
ବିଜୁ ସ୍ୱାସ୍ଥ୍ୟସ୍ମାର୍ଟ କାର୍ଡରେ ଯୋଡି ହେଲା କେନ୍ଦ୍ରାପଡା
କେନ୍ଦ୍ରାପଡା ଅଫିସ, ୧୫।୧୨: ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ଯୋଜନାରେ କେନ୍ଦ୍ରାପଡା ଜିଲା ବୁଧବାର ଯୋଡି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ଜିଲାର…
ମୃତ ବ୍ୟକ୍ତିଙ୍କ ନାମରେ ପାଇଖାନା ଟଙ୍କା ଆତ୍ମସାତ: ଖୋଳତାଡ ଆରମ୍ଭ
ବଲାଙ୍ଗୀର ଅଫିସ, ୧୫।୧୨: ବଲାଙ୍ଗୀର ଜିଲାର ପୁଇଁତଲା ବ୍ଲକ ଅନ୍ତର୍ଗତ ପଡ଼ିଆବାହାଲ ଗ୍ରାମରେ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ପାଇଖାନା ଟଙ୍କା ଆତ୍ମସାତ ଅଭିଯୋଗ ଘଟଣାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ଉପଜିଲାପାଳ ଲମ୍ବୋଦର ଧାରୁଆଙ୍କ ଉପସ୍ଥିତରେ ଗ୍ରାମ୍ୟ ଜଳ…
ଜିଲାପାଳଙ୍କ ଅଫିସ ଘେରିଲେ ଚାଷୀ
ବରଗଡ଼ ଅଫିସ,୧୫।୧୨: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଚଳିତବର୍ଷ ମରୁଡ଼ି ପରିସ୍ଥିତି ଉପୁଜିଛି। ମାତ୍ର ଏଭଳି ସ୍ଥିତିରେ ବୀମା କମ୍ପାନୀ ଚାଷୀଙ୍କୁ ବୀମା ସହାୟତାରୁ ବଞ୍ଚିତ କରିବା ପାଇଁ ନାନା ଆଳ ଦେଖାଇବା ଆରମ୍ଭ କରି ଦେଇଛି । ବୀମା କମ୍ପାନୀ…
ଭାରିଆଣ୍ଟ ଘାତକ ହେଉ କି ନ ହେଉ ସତର୍କ ରହିବାକୁ ପଡ଼ିବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲା ଉପରେ ନଜର ରଖାଯାଇଛି। ସର୍ଭିଲାନ୍ସ ଓ ଭ୍ୟାକ୍ସିନେସନକୁ ଗୁରୁତ୍ୱ ଦିଆଯାଉଛି। ବାହାରୁ ଆସୁଥିବା ଲୋକମାନଙ୍କର ସର୍ଭିଲାନ୍ସକୁ କଡ଼ାକଡ଼ି କରାଯାଇଛି ବୋଲିି ବୁଧବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ସେ ଆହୁରି ମଧ୍ୟ…
ଭିକାରିଙ୍କ ପୋଷାକରୁ ଟଙ୍କା ବର୍ଷା, ଭିଡ଼ିଓ ଭାଇରାଲ…
ନାଗଡା, ୧୫।୧୨: ମଧ୍ୟପ୍ରଦେଶର ଉଜ୍ଜୟନୀ ଜିଲାର ନାଗଡା ଜଙ୍କଶନରେ ଜଣେ ଭିକାରୀଙ୍କ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମାନସିକ ବିକୃତ ଭିକାରି ଜଣଙ୍କ ଭିକ ମାଗୁଥିବା ବେଳେ କ୍ରୋଧରେ ନିଜର ପୋଷାକ ଫିଙ୍ଗିଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି।…
ଚିତ୍ତରଞ୍ଜନ ମୃତ୍ୟୁ ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ପୁରୀ ଜିଲା ବ୍ରହ୍ମଗିରି ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାରେ ବୁଧବାର ପୋଲିସ ଡିଜି ଅଭୟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସେ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଚିତ୍ତରଞ୍ଜନ ରାଜ୍ୟ…
‘କୋହଲି-ରୋହିତ ଏକାଠି ନ ଖେଳିଲେ ଭାରତ ପାଇଁ ହେବ ବଡ଼ କ୍ଷତି’
ନୂଆଦିଲ୍ଲୀ,୧୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ କ୍ରିକେଟ୍ ଦଳରେ ମତଭେଦ ଉପୁଜିଛି। ଆଘାତ ହେତୁ ରୋହିତ ଶର୍ମା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି। ଏହା ପରେ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବେ ନାହିଁ ବୋଲି…
ଟୁଇଟ୍ର ଛାଡିଲେ ମନୀଷ ମହେଶ୍ୱରୀ
ନୂଆଦିଲ୍ଲୀ,୧୫।୧୨: ଟୁଇଟର ଇଣ୍ଡିଆର ପୂର୍ବତନ ମୁଖ୍ୟ ମନୀଷ ମହେଶ୍ୱରୀ କମ୍ପାନୀ ଛାଡିଥିବା ନେଇ ଘୋଷଣା କରିଛନ୍ତି। ମହେଶ୍ୱରୀ ଟୁଇଟ୍ କରି କହିଛନ୍ତି ଯେ, ତାଙ୍କର ନୂତନ ଏଡ-ଟେକ ପ୍ଲାଟଫର୍ମ ମେଟାଭର୍ସିଟି ମାଧ୍ୟମରେ ଶିକ୍ଷା ତଥା ଶିକ୍ଷାଦାନ ଉପରେ ଧ୍ୟାନ ଦେବା ପାଇଁ…
ଭାରତୀୟ କ୍ରିକେଟ୍ ପାଇଁ ଆଜି ସ୍ମରଣୀୟ ଦିନ
ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ ପ୍ରେମୀ ତଥା କ୍ରିକେଟର୍ ବୀରେନ୍ଦ୍ର ସେହ୍ବାଗଙ୍କ ପାଇଁ ଆଜି ଏକ ସ୍ମରଣୀୟ ଦିନ। ଆଜିକୁ ଠିକ୍ ୧୨ ବର୍ଷ ପୂର୍ବେ, ରାଜକୋଟରେ ଖେଳାଯାଇଥିବା ଏକ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆ ୪୧୪ ରନ ସଂଗ୍ରହ କରିଥିଲା। ଏହାର…
‘ଗୋଟିଏ ପୁଅ ବଦଳରେ, ମୁଁ ଶହ ଶହ ପୁଅ ପାଇଲି’
ଲକ୍ଷ୍ନୌ,୧୫।୧୨: ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନିୟୋଜିତ ଭାଇ ଭଉଣୀକୁ ବିଦା କରିବାର ଇଚ୍ଛା ପୂରଣ କରିବା ପୂର୍ବରୁ ଦେଶ ପାଇଁ ଶହୀଦ ହୋଇଗଲେ। ତାଙ୍କର ଅସମ୍ପୂର୍ଣ୍ଣ ଇଚ୍ଛା ପୂରଣ କରିବା ପାଇଁ ସାଥୀ ଯବାନମାନେ ପୂର୍ଣ୍ଣ ଉତ୍ସାହ ସହିତ ଶହୀଦଙ୍କ ଭଉଣୀ…
ମାତ୍ର ୩ ମ୍ୟାଚ୍ରେ ୨ ତ୍ରିଶତକ, ଗୋଟିଏ ଶତକ ମାରି ଇତିହାସ ରଚିଲେ ୧୪ ବର୍ଷୀୟ ବାଳକ
ରାୟପୁର,୧୫।୧୨:୧୪ ବର୍ଷୀୟ ୟଶ କୁମାର ୱାର୍ଦ୍ଧା ତାଙ୍କ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଛତିଶଗଡ ରାଜ୍ୟ କ୍ରିକେଟ ଆସୋସିଏସନ (ସିଏସ୍ସିଏସ୍) ଦ୍ୱାରା ଆୟୋଜିତ ଇଣ୍ଟର ଡିଷ୍ଟ୍ରିକ୍ଟ ପ୍ଲେଟ ଗ୍ରୁପ ଅଣ୍ଡର -୧୬ ଟୁର୍ନାମେଣ୍ଟରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ…
Archives


