ଜାଗା ମିଶନ ବଢ଼ାଉଛି ଜବରଦଖଲ

ନୟାଗଡ଼ ଅଫିସ,୧୮।୪: ଜବରଦଖଲକୁ ଜାଗା ମିଶନ ଯୋଜନା ପ୍ରୋତ୍ସାହିତ କରୁଛି। ଏହି ଯୋଜନାରେ ୮୦୨ରୁ ୪୯୬ ହିତାଧିକାରୀଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର (ପଟ୍ଟା) ମିଳିବା ପରେ ନୟାଗଡ଼ ସଦର ମହକୁମାରେ ଜବରଦଖଲକାରୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଜାଗା ମିଶନର ସରକାରୀ ସୁବିଧା ସୁଯୋଗ ଦେଖି ଜିଲା ସଦର ମହକୁମାରେ ଲୋକସଂଖ୍ୟା ବଢ଼ିଛି। ସହରର ଯଜାଙ୍ଗୀ, ରୁକ୍ଷୀ, ବଳରାମ ଓ ଟାଙ୍ଗିଣୀ ପାହାଡ଼ର ଉପର ଓ ପାଦଦେଶ ସହିତ ବିଭିନ୍ନ ସ୍ଥାନ, ରାସ୍ତାକଡ଼, ଗୋଚର ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଏପରି କି ସହରର ପ୍ରଭାବଶାଳୀ ଲୋକମାନେ ମୂଲ୍ୟବାନ୍‌ ଜମିକୁ ଜବରଦଖଲ କରି ରଖିଛନ୍ତି। ପୁଣି ଜବରଦଖଲରେ ପ୍ରଭାବଶାଳୀ ଲୋକଙ୍କ ହାତ ରହିଥିବା ଅଭିଯୋଗ ହୋଇଆସୁଛି । ଏଥିପାଇଁ ସରକାରୀ ଜମି ଗୁଣ୍ଠ ପ୍ରତି ୧ ଲକ୍ଷରୁ ଆରମ୍ଭ କରି ୫ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ନିକଟରେ ଜଣେ ସରପଞ୍ଚ ବେବର୍ତ୍ତାପଲ୍ଲୀରେ ସରକାରୀ ଜମି ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ୬ ପରିବାର ମାଡ଼ି ବସିଥିବା ଜମିରୁ ଜବରଦଖଲ ଉଚ୍ଛେଦ ପରେ ଏକଥା ଜଣାପଡିଥିଲା। ହେଲେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ମ୍ୟୁନିସିପାଲିଟି ପକ୍ଷରୁ ଯଦିଓ ଉଚ୍ଛେଦ କରାଯାଉଛି, ତେବେ ଏହା ଜବରଦଖଲକୁ ରୋକିପାରୁନି ବୋଲି ମତ ପ୍ରକାଶ ପାଇଛି ା
ଆଇନର ଗଳା ବାଟ ଦେଇ ସ୍ବଚ୍ଛଳ ବର୍ଗ ହାତେଇ ଚାଲିଛନ୍ତିି ସରକାରୀ ଜମି। ଗଁାରେ ସେମାନଙ୍କ ଜମି, ଘରବାରି ଥିଲେ ମଧ୍ୟ ପୁଣି ଥରେ ସହରର ମୂଲ୍ୟବାନ୍‌ ଜମିକୁ ନେବାକୁ ନାନା ଉଦ୍ୟମ ଜାରି ରଖିଛନ୍ତି। ଭୋଟ ରାଜନୀତି ଜବରଦଖଲକାରୀଙ୍କୁ ସୁହାଇଛି। ସହରରେ ସ୍ଥାନୀୟ ବାସିନ୍ଦା ଠିକ୍‌ ସମୟରେ ଟିକସ ଦେଇ ଆସୁଥିଲେ ମଧ୍ୟ ସେମାନଙ୍କୁ ସର୍ବନିମ୍ନ ସୁବିଧା ମିଳୁନି। କିନ୍ତୁ ଜବରଦଖଲକାରୀଙ୍କୁ ପଟ୍ଟା, ଆବାସ ଯୋଜନାରେ ଘର, ପାର୍କ ଓ ଅନ୍ୟାନ୍ୟ ସର୍ବନିମ୍ନ ସୁବିଧା ଯୋଗାଇ ଦିଆଯାଉଛି। କେତେଜଣ ଟିକସଧାରୀଙ୍କ ଅଭିଯୋଗ ହେଉଛି, ଗରିବ ଓ ଭୂମିହୀନଙ୍କୁ ଜମିପଟ୍ଟା ଦେଇ ସରକାରୀ ସୁବିଧା ସୁଯୋଗ ଦେବାରେ ପ୍ରତିବାଦ ନାହିଁ । କିନ୍ତୁ ଗରିବ ଓ ଭୂମିହୀନ ନଁାରେ ସ୍ବଚ୍ଛଳ ବର୍ଗ ସୁବିଧା ସୁଯୋଗ ହାତେଇ ନେଉଥିଲେ ମଧ୍ୟ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଅନ୍ୟପକ୍ଷେ ଅଧିକାଂଶ କ୍ଷେତ୍ରରେ ଟିକସଧାରୀଙ୍କୁ ଯେପରି ଅଣଦେଖା କରାଯାଉଛି, ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ମତ ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ସରକାରୀ ଜମିରେ ୩୦ ବର୍ଷ ତଳୁ ବସବାସ କରୁଛନ୍ତି ବୋଲି ଦର୍ଶାଇ ୮୦୨ ଜଣ ବାସହୀନ ଲୋକ ୨୦୧୭ରେ ନୟାଗଡ଼ ମ୍ୟୁନିସିପାଲିଟିରେ ଆବେଦନ କରିଥିଲେ। ଏହି ଜବରଦଖଲକାରୀମାନେ ଜାଗା ମିଶନରେ ସାମିଲ ହେବା ପାଇଁ ଅନୁମତି ମାଗିଥିଲେ। ସେମାନଙ୍କ ମଧ୍ୟରୁ ୩ଟି ପର୍ଯ୍ୟାୟରେ ୪୯୬ ହିତାଧିକାରୀଙ୍କୁ ଜାଗା ମିଶନ ଯୋଜନାରେ ପଟ୍ଟା ବଣ୍ଟନ କରାଯାଇଛି। ଏଥିରୁ ୩୫୦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇ ସାରିଲେଣି। ଅବଶିଷ୍ଟ ୮୦୨ରୁ ୩୦୬ ହିତାଧିକାରୀ ଜଙ୍ଗଲ ଜମି, ଗୋଚର ଜମିରେ ରହିଥିବାରୁ ପଟ୍ଟା ପାଇ ପାରିନାହାନ୍ତି। ଏଥିରୁ ୨୦୦ ହିତାଧିକାରୀଙ୍କୁ ପଟ୍ଟା ଦେବାପାଇଁ ମ୍ୟୁନିସିପାଲିଟି ପକ୍ଷରୁ ପ୍ରାୟ୧ବର୍ଷତଳେ ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?