Posted inଜାତୀୟ

ହିନ୍ଦୁ ଅଧିକ ସନ୍ତାନ ପ୍ରସବ କରି ଦେଶକୁ ଇସଲାମିକ ହେବାରୁ ବଞ୍ଚାନ୍ତୁ

ଶିମଲା,୧୮ ।୪: ନିଜର ଉତ୍ତେଜିତ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମହନ୍ତ ଯତି ନରସିଂହାନନ୍ଦଙ୍କ ଏକ ସଙ୍ଗଠନ ଭାରତକୁ ଇସଲାମିକ ଦେଶ ହେବାରୁ ବଞ୍ଚାଇବାକୁ ହିନ୍ଦୁମାନେ ଅଧିକ ସନ୍ତ୍ରାନ ପ୍ରସବ କରନ୍ତୁ ବୋଲି କହିଛନ୍ତି । ଏହି ବିବାଦୀୟ ବୟାନ ପରେ ପୁଣିଥରେ ମହନ୍ତ ନରସିଂହାନନ୍ଦ ଚର୍ଚ୍ଚାକୁ ଆସିଛନ୍ତି । ଏହାପୂର୍ବରୁ ହରିଦ୍ୱାରରେ ଏକ ଘୃଣ୍ୟ ଭାଷଣ ମାମଲାରେ ଜାମିନରେ ଆସିଥିବା ମହନ୍ତ ଆଗାମୀ ଦଶନ୍ଧିରେ ଦେଶକୁ ହିନ୍ଦୁ ବିହିନ ହେବାରୁ ବଞ୍ଚାଇବାକୁ ଅପିଲ କରିଥିଲେ । ସେତେବେଳେ ସେ ମଥୁରାରେ ହିନ୍ଦୁମାନଙ୍କୁ ଅଧିକ ସନ୍ତାନ ପ୍ରସବ କରିବାକୁ ଅନୁରୋଧ କରିଥିଲେ । ଏବେ ହିମାଚଳ ପ୍ରଦେଶର ଉନାରେ ଆରମ୍ଭ ହୋଇଥିବା ତିନି ଦିନିଆ ଧର୍ମ ସଂସଦରେ ପୂର୍ବରୁ ପୋଲିସ ଆୟୋଜକଙ୍କୁ ଉତ୍ତେଜିତ କଲାଭଳି ଭାଷଣ ନ ଦେବାକୁ ନୋଟିସ ଜାରି କରିଥିଲା । କୌଣସି ଅପ୍ରିୟ ଘଟଣାରୁ ଦୂରେଇ ରହିବା ଓ ସୁରକ୍ଷା ଦୃଷ୍ଟିରୁ ଅଧିକ ପୋଲିସ ଫୋର୍ସ ମଗାଯାଇଛି । ବାଟେଲିନର ଦୁଇ ଦଳ ମଧ୍ୟ ସେଠାରେ ପହଞ୍ଚିଛନ୍ତି ।
ଅଖିଳ ଭାରତୀୟ ସନ୍ଥ ପରିଷଦର ହିମାଚଳ ପ୍ରଦେଶ ପ୍ରଭାରୀ ଯତି ସତ୍ୟଦେବାନନ୍ଦ ସରସ୍ୱତୀ କହିଛନ୍ତି ଭାରତ ଏକ ଲୋକତାନ୍ତ୍ରୀକ ଦେଶ, କାରଣ ଏହା ହିନ୍ଦୁ ବହୁଳ । ହିମାଚଳ ପ୍ରଦେଶରେ ଆୟୋଜିତ ୩ ଦିନିଆ ଧର୍ମ ସଂସଦ ପୂର୍ବରୁ ଦାବି କରିଥିଲେ କି ମୁସଲମାନ ନିୟୋଜିତ ଭାବେ ଅଧିକ ସନ୍ତାନ ଜନ୍ମ ଦେଇ ସେମାନଙ୍କ ସଂଖ୍ୟା ବଢାଉଛନ୍ତି । ସେଥିପାଇଁ ଆମ ସଙ୍ଗଠନ ଭାରତକୁ ଇସଲାମିକ ଦେଶ ହେବାରୁ ବଞ୍ଚି ରହିବା ପାଇଁ ହିନ୍ଦୁମାନଙ୍କୁ ଅଧିକରୁ ଅଧିକ ସନ୍ତାନ ପ୍ରସବ ପାଇଁ କୁହାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri