ବାହାଘର ପ୍ରୋସେସନ ବେଳେ ଟେଣ୍ଟ ମାଲିକଙ୍କୁ ହତ୍ୟା
ଗୋପ,୨୩।୪(ଡି.ଏନ୍.ଏ.): ପୁରୀ ଜିଲା ଗୋପ ଥାନା ଅଧୀନ ବେଦପୁର ବାଲିକନ୍ଦଳ ଗାଁରେ ଶୁକ୍ରବାର ରାତିରେ ବାହାଘର ପ୍ରୋସେସନ ବେଳେ ଏକ ହିଂସାକାଣ୍ଡ ଘଟିଛି। କପଡ଼ା ଚିରିଯିବା ଘଟଣାକୁ ନେଇ ଟେଣ୍ଟ ମାଲିକ ଏବଂ ଡିଜେ ମାଲିକ ମୁହାଁମୁହିଁ ହୋଇଥିଲେ। ପରବର୍ତ୍ତି ସମୟରେ…
ମାନହୁଶରେ ୧୦୦ ଫୁଟ ଲମ୍ବା କବର
କ୍ୱିଭ,୨୩ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧର ପ୍ରତିଟି ଛବି ଯେମିତି ବଖାଣୁଛି ଯୁଦ୍ଧର ବିଭିଷିକା କଥା । ବେଳକୁ ବେଳ ଏଠାରେ ସ୍ଥିତି ଖରାପ ହେଉଥିବା ବେଳେ ୟୁକ୍ରେନ ଏକ ପ୍ରକାର ଧ୍ୱଂସ ସ୍ତୁପରେ ପରିଣତ ହେଲାଣି । ଏହାରି ଭିତରେ ସାମ୍ନାକୁ…
୧୩,୦୦୦ ସେନାଙ୍କର ମୃତ୍ୟୁ ସ୍ୱୀକାର କରି ଟୁଇଟ୍ ହଟାଇଲା ରୁଷିଆ
ମସ୍କୋ,୨୩ ।୪: ୟୁକ୍ରେନ୍-ରୁଷିଆ ଯୁଦ୍ଧକୁ ୫୮ ଦିନ ହୋଇଥିବା ବେଳେ ଏବେ ରୁଷିଆ ଗୋଟିଏ ପରେ ଗୋଟିଏ ସତ ସ୍ୱୀକାର କରୁଛି । ମିଳିଥିବା ସୂଚନା ମୁତାବକ ଏବେ ରୁଷିଆ ସ୍ୱୀକାର କରିଛି କି ୟୁକ୍ରେନ୍ ଯୁଦ୍ଧରେ ରୁଷିଆର ୧୩,୪୧୪ ସେନାଙ୍କର…
ପ୍ରାର୍ଥନା ବେଳେ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି
କାବୁଲ,୨୩।୪: ନର୍ଦ୍ଦନ ଆଫଗାନିସ୍ତାନ ଜଣ୍ଡିହୁଲ୍ଲା ମୁଜାହିଦ କୁଣ୍ଡୁଜ ପ୍ରଦେଶର ଇମାମ ସାହେବ ସହରରେ ଥିବା ଏକ ମସଜିଦରେ ଘଟିଥିବା ଭୟଙ୍କର ବୋମା ବିସ୍ଫୋରଣରରେ ମୃତ୍ୟୁ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ କିଛି ଶିଶୁ ଏବଂ ଛାତ୍ର ରହିଥିବା ଜଣାପଡ଼ିଛି।…
ବିହାରରେ ଆମେ ସରକାର ଗଢିବୁ: ତେଜ ପ୍ରତାପ
ପାଟନା,୨୩ ।୪: ବିହାର ରାଜନୀତିରେ ବଡ ଖେଳ ହେବ ବୋଲି ଅନୁମାନ କରାଯାଉଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହେଉଛନ୍ତି ଏହାର ମୁଖ୍ୟ କାରଣ । ଶୁକ୍ରବାର ରାବ୍ରି ଦେବୀଙ୍କ ଇଫତାର ପାର୍ଟିରେ ନୀତୀଶ ପହଞ୍ଚି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।…
ଲକଡାଉନ ବିରୋଧରେ ଲୋକଙ୍କ ସ୍ୱର ଦବାଇବାକୁ ନିଜ ରାଷ୍ଟ୍ରୀୟ ସଙ୍ଗିତକୁ ସେନସର କରୁଛି ଚାଇନା
ବେଜିଂ,୨୩ ।୪: ଚାଇନାର ଇଣ୍ଟରନେଟ ସେନସର ଦେଶର ଜାତୀୟ ସଙ୍ଗିତକୁ ନେଇ କଡାକଡି ନିୟମ କରିଛନ୍ତି । ଯାହା ସାଂଘାଇ ଭଳି ସହରରେ କଡା ଲକଡାଉନକୁ ବିରୋଧ କରୁଥିବା ଲୋକମାନଙ୍କ ଦ୍ୱାରା କରାଯାଇଛି । ଚାଇନାର ଲୋକେ ସକରାତ୍ମକ ତଥା ହ୍ୟାସଟ୍ୟାଗ…
ଚୋରା ବାଇକ୍ରେ ଲୁଟୁଥିଲା କଟୁରି ଗ୍ୟାଙ୍ଗ୍
ଭୁବନେଶ୍ୱର,୨୩।୪(ବ୍ୟୁରୋ): ଚୋରା ବାଇକ୍ରେ ବୁଲୁଥିଲେ। ଏକୁଟିଆ ଯାଉଥିବା ଲୋକଙ୍କୁ ଟାର୍ଗେଟ କରି କଟୁରି ଦେଖାଇ ଲୁଟୁଥିଲେ। ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ସୃଷ୍ଟି କରୁଥିବା କଟୁରୀ ଗ୍ୟାଙ୍ଗ୍ ଶେଷରେ ଧରାପଡ଼ିଛି। ଏହି ଗ୍ୟାଙ୍ଗ୍ର ୫ଜଣଙ୍କୁ ଧରିଛି ଖଣ୍ଡଗିରି ଥାନା ପୋଲିସ। ସେମାନେ ହେଲେ…
ଶାନ୍ତି ବଜାୟ ରଖିବା ପାଇଁ ରବିବାର ବାହାରିବ ତ୍ରିରଙ୍ଗା ଯାତ୍ରା
ନୂଆଦିଲ୍ଲୀ,୨୨।୪: ହିଂସା ଘଟିଥିବା ଦିଲ୍ଲୀ ଜାହାଙ୍ଗୀରପୁରୀର ସି-ବ୍ଲକ୍ରେ ସ୍ଥାନୀୟ ଶାନ୍ତି କମିଟିର ପ୍ରତିନିଧୀମାନେ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଓ ସଦ୍ଭାବନା ରକ୍ଷା କରିବା ପାଇଁ ଶୁକ୍ରବାର ଲୋକଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ ଉଭୟ ସମ୍ପ୍ରଦାୟର ଲୋକମାନେ ପରସ୍ପରକୁ ଆଲିଙ୍ଗନ କରିଥିଲେ।…
ପ୍ରଶାନ୍ତ କିଶୋରଙ୍କ ରଣନୀତିକୁ ନେଇ ସୋନିଆଙ୍କୁ ମତ ଦେଲେ କଂଗ୍ରେସ କମିଟି
ନୂଆଦିଲ୍ଲୀ,୨୩ ।୪: ନିର୍ବାଚନର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନର ରଣନୀତି ଉପରେ ବିଚାର ବିମର୍ଶ କରି କଂଗ୍ରେସର ବରିଷ୍ଠ ନେତାଙ୍କ ଏକ ଦଳ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସେମାନଙ୍କ ମତ…
ମାନ ସରକାରଙ୍କ ବଡ ନିଷ୍ପତ୍ତି: ଫେରାଇ ନିଆଗଲା ଚନ୍ନିଙ୍କ ପରିବାର, କ୍ୟାପଟେନଙ୍କ ପୁଅଙ୍କ ସମେତ ୧୮୪ ଭିଭିଆଇପିଙ୍କ ସୁରକ୍ଷା
ଚଣ୍ଡିଗଡ଼,୨୩ ।୪: ପଞ୍ଜାବ ସରକାର ଶୁକ୍ରବାର ବିଳମ୍ବିତ ରାତିରେ ୧୮୪ ଜଣ ଭିଭିଆଇପିଙ୍କ ପୋଲିସ ସୁରକ୍ଷାରେ କାଟଛାଟ କରିଛି । ଏବେ କେବଳ ସେହି ବ୍ୟକ୍ତିମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ଯେଉଁମାନଙ୍କ ପ୍ରତି କୌଣସି ବିପଦ ରହିଛି । ପଞ୍ଜାବ ପୋଲିସ…
ନୀତି ଆୟୋଗର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର
ନୂଆଦିଲ୍ଲୀ,୨୩।୪: ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜୀବ କୁମାର ଏହି ପଦବୀରେ ବହୁ ବର୍ଷ ଧରି ରହିଥିଲେ। ରାଜୀବ କୁମାରଙ୍କ ସ୍ଥାନରେ ବର୍ତ୍ତମାନ ଡ. ସୁମନ କେ ବେରୀଙ୍କୁ ନୀତି ଆୟୋଗର ଉପାଧ୍ୟକ୍ଷ…
୧୫ ନୂତନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗୃହୀତ
ପାରାଦୀପ,୨୩ା୪(ସ୍ବ.ପ୍ର.): ପାରାଦୀପ ପୌର ପରିଷଦ ପକ୍ଷରୁ ଶୁକ୍ରବାର କାଉନ୍ସିଲର ବୈଠକ ବସିଥିଲା। ଚଳିତବର୍ଷ ପୌର ନିର୍ବାଚନ ପରେ ଏହା ପ୍ରଥମ ବୈଠକ ଥିଲା। ଏଥିରେ ନବନିର୍ବାଚିତ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ଛବିଲତା ରାଉତ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ପୌର…

