ଚୋରା ବାଇକ୍‌ରେ ଲୁଟୁଥିଲା କଟୁରି ଗ୍ୟାଙ୍ଗ୍‌

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଚୋରା ବାଇକ୍‌ରେ ବୁଲୁଥିଲେ। ଏକୁଟିଆ ଯାଉଥିବା ଲୋକଙ୍କୁ ଟାର୍ଗେଟ କରି କଟୁରି ଦେଖାଇ ଲୁଟୁଥିଲେ। ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ସୃଷ୍ଟି କରୁଥିବା କଟୁରୀ ଗ୍ୟାଙ୍ଗ୍‌ ଶେଷରେ ଧରାପଡ଼ିଛି। ଏହି ଗ୍ୟାଙ୍ଗ୍‌ର ୫ଜଣଙ୍କୁ ଧରିଛି ଖଣ୍ଡଗିରି ଥାନା ପୋଲିସ। ସେମାନେ ହେଲେ ବରମୁଣ୍ଡା ମହାବୀର ବସ୍ତିରେ ରହୁଥିବା ପୁରୀର ରାଜେଶ ସାମଲ (୨୭), ପୁରୁଣା ଭୁବନେଶ୍ୱରରେ ରହୁଥିବା ପୁରୀର ବାବୁନା ଓରଫ ନାରାୟଣ ବାରିକ (୨୮), କଟକ ଜିଲା ତିଗିରିଆର ଅର୍ବାଜ ଖାନା ଓରଫ ରକି (୨୨), କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇର ସୌମ୍ୟରଞ୍ଜନ ସିଂ (୨୭) ଓ ଅନ୍ୟଜଣେ ହେଉଛନ୍ତି ନାବାଳକ। ଏମାନଙ୍କଠାରୁ ୪ ଚୋରା ବାଇକ, ୨୨ ମୋବାଇଲ ଫୋନ, ୩୬ ହଜାର ଟଙ୍କା, ୨ କଟୁରି, ୨ ଭୁଜାଲି, ୫ ଘଣ୍ଟା ଜବତ କରାଯାଇଛି। ଏଥିସହ ନଂ.୧୨୨/୨୨ରେ ମାମଲା ରୁଜୁ କରାଯାଇ ୪ଜଣଙ୍କୁ ଗିରଫ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ନାବାଳକଙ୍କୁ ବାଳସୁଧାରଗୃହକୁ ପଠାଇଦିଆଯାଇଛି। ପଚରାଉଚରାବେଳେ ଗ୍ୟାଙ୍ଗ ସମ୍ପର୍କରେ ବହୁ ତଥ୍ୟ ପାଇଛି ପୋଲିସ। ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ଲାଗି ଚଢ଼ାଉ ଜାରି ରହିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଖଣ୍ଡଗିରି ଓ ଭରତପୁର ଥାନାର ଅଧିକାରୀଙ୍କୁ ନେଇ ଗଠିତ ୨ଟି ଟିମ୍‌ ଏହି ଗ୍ୟାଙ୍ଗକୁ ଧରିବାକୁ ଉଦ୍ୟମ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କୁ ୨.୫ କୋଟିର ଅଳଙ୍କାର

ପୁରୀ ଅଫିସ,୧୭।୨: ବସନ୍ତପଞ୍ଚମୀ ତଥା ରଥକାଠ ଅନୁକୂଳ ଅବସରରେ ମଙ୍ଗଳବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଜନୈକ ଭକ୍ତ ୮କିଲୋରୁ ଊର୍ଦ୍ଧ୍ୱ ଓଜନର ସୁନା ଓ ରୁପା...

ଜୁନ ୧୫ରୁ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ,୨୮।୫- ପ୍ରତିବର୍ଷ ଭଳି ଏଥର ବର୍ଷା ଋତୁକୁ ଦୃଷ୍ଟିରେ ରଖି ଆସନ୍ତା ୧୫ରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ...

ଚାକିରି ଦେବା ନାଁରେ ଠକେଇ, ୫ ଗିରଫ

ବାଲେଶ୍ୱର ଅଫିସ, ୫।୪: ବିଭିନ୍ନ ବିଭାଗରେ ଚାକିରି କରାଇଦେବା ନଁାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ୫ଜଣଙ୍କୁ ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସ ମଙ୍ଗଳବାର...

ପୋଷ୍ଟ ଅଫିସରେ ସିବିଆଇ: ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର, ଏଜେଣ୍ଟ ଗିରଫ

ରାଉରକେଲା ଅଫିସ,୨୭।୨: ଜଣେ ଜମାକାରୀଙ୍କ ପାଖରୁ ୨ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ରାଉରକେଲା ହେଡ୍‌ ପୋଷ୍ଟ ଅଫିସର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନ ବେହେରା ଏବଂ...

ମଶାଲକୁ ଭବ୍ୟ ସମ୍ବର୍ଦ୍ଧନା

ବଇଣ୍ଡା/କଣିହଁା(ଡି.ଏନ୍‌.ଏ.)/ଛେଣ୍ଡିପଦା(ସ୍ବ.ପ୍ର.), ୩।୪ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଥିଲା ପରିବେଶ। କଳାକାରଙ୍କ ଆକର୍ଷଣୀୟ ଲୋକନୃତ୍ୟରେ ଝୁମୁଥିଲେ ଜନତା। ବିଭିନ୍ନ ସ୍ଥାନରେ ଜ୍ୟୋତିକୁ ବନ୍ଦାପନା କରି ଭବ୍ୟ ସମ୍ବର୍ଦ୍ଧନା...

ରାଜଧାନୀରେ ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଜୀବନ ଗଲା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ରାଜଧାନୀସ୍ଥିତ ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ଶନିବାର ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ବାଇଁ। ସେ...

ପଶ୍ଚିମ ଓଡ଼ିଶା ବନ୍ଦ ଘଟଣା: ରାଜ୍ୟ ଆଇନଜୀବୀ ପରିଷଦକୁ ପକ୍ଷଭୁକ୍ତ ନିର୍ଦ୍ଦେଶ

କଟକ ଅଫିସ,୨୩।୭: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘଦିନ ହେବ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ବନ୍ଦ ଡାକରା ଦିଆଯାଇ ଆସୁଛି। ଏହାଦ୍ୱାରା ସମ୍ପୃକ୍ତ...

ମହାପ୍ରଭୁଙ୍କ ଚନ୍ଦନଯାତ୍ରା,ମୁତୟନ ହେବେ ୫ପ୍ଲାଟୁନ ଫୋର୍ସ

ପୁରୀ ଅଫିସ, ୨।୫: ମହାପ୍ରଭୁଙ୍କ ଚନ୍ଦନଯାତ୍ରା ମଙ୍ଗଳବାରଠୁ ଆରମ୍ଭ ହେବ। ତେବେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି।...

Advertisement
Archives

Model This Week