ମାନହୁଶରେ ୧୦୦ ଫୁଟ ଲମ୍ବା କବର

କ୍ୱିଭ,୨୩ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧର ପ୍ରତିଟି ଛବି ଯେମିତି ବଖାଣୁଛି ଯୁଦ୍ଧର ବିଭିଷିକା କଥା । ବେଳକୁ ବେଳ ଏଠାରେ ସ୍ଥିତି ଖରାପ ହେଉଥିବା ବେଳେ ୟୁକ୍ରେନ ଏକ ପ୍ରକାର ଧ୍ୱଂସ ସ୍ତୁପରେ ପରିଣତ ହେଲାଣି । ଏହାରି ଭିତରେ ସାମ୍ନାକୁ ଆସିଥିବା କିଛି କବର ସ୍ଥାନର ଚିତ୍ର ସାରା ବିଶ୍ୱବାସୀଙ୍କ ହୃଦୟକୁ ଦୋହଲାଇ ଦେଇଛି । ମେରିଉପୋଲର ମେୟର କେ ସଲାହାକାର ପେଟ୍ରୋ କହିଛନ୍ତି ରୁଷିଆ ସେନା ସହରର ପଶ୍ଚିମରେ ଥିବା ଅଞ୍ଚଳ ‘ମାନହୁଶ’ରେ ୧୦୦ ଫୁଟ ଲମ୍ବାର କିଛି ସାମୁହିକ କବର ଖୋଳିଛନ୍ତି । କୁହାଯାଉଛି କି ଏହି କବର ସ୍ଥାନ ନିକଟକୁ ମୃତଦେହ ଗୁଡିକ ଟ୍ରକରେ ଆଣି ସିଧା ଡମ୍ପ କରାଯାଇଛି । ପେଟ୍ରୋ ଏହାକୁ ଯୁଦ୍ଧ ଅପରାଧର ସ୍ପଷ୍ଟ ଚିତ୍ର ବୋଲି କହିଛନ୍ତି । ଏହାସହ ଏହାକୁ ଲୁଚାଇବାକୁ ଚେଷ୍ଟା ବି କରାଯାଇଥିବା କହିଛନ୍ତି ମେରିଉପୋଲର ମେୟର । ୟୁକ୍ରେନ୍ ଅଧିକାରୀ ଦାବି କରିଛନ୍ତି କି ମାରିଉପୋଲରେ ରୁଷିଆ ସେନାଙ୍କ ଦ୍ୱାରା ବୋମାମାଡରେ ସଡ଼କ ଉପରେ ୨୦ ହଜାର ଲୋକଙ୍କ ଜୀବନ ଯାଇଛି । ଏମାନଙ୍କ ମଧ୍ୟରେ ଶିଶୁ, ମହିଳା ଓ ବରିଷ୍ଠ ନାଗରିକ ସାମିଲ ଅଛନ୍ତି । ଏବେ ଏହି ମୃତଦେହ ଗୁଡିକ ଲୁଚାଇ ଦିଆଯାଇଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୫୪ ମହଲା କୋଠା ଉପରେ ଲାଣ୍ଡିଂ ସମୟରେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ

ଓ୍ବାଶିଂଟନ,୧୧।୬: ଆମେରିକା ମୈନହଟନଠାରେ ଏକ ୫୪ ମହଲା କୋଠା ଉପରେ ହେଲିକପ୍ଟର ଲାଣ୍ଡିଂ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।...

ଭାରତକୁ ଚେତାବନୀ ଦେଲା ପାକିସ୍ତାନ

ଇସଲାମାବାଦ,୧୧।୩: ଭାରତରେ ନିର୍ମିତ ସୁପରସୋନିକ୍‌ ବସ୍ତୁ ପାକିସ୍ତାନର ଭୂଖଣ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥି ଲାଗି ଅପ୍ରୀତିକର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ନୂଆଦିଲ୍ଲୀକୁ ଚେତାବନୀ ଦେଇଛି...

‘ଲିଲି ବବ୍‌’ ମୃତ୍ୟୁରେ ନାସାର ଶ୍ରଦ୍ଧାଞ୍ଜଳି: ୬୭ ଲକ୍ଷ ଫଲୋଅର୍ସ ଥିଲେ

ଓ୍ବାଶିଂଟନ: ସୋସିଆଲ ମିଡିଆରେ ପ୍ରଶଂସା ସାଉଣ୍ଟୁଥିବା ଚର୍ଚ୍ଚିତ ବିଲେଇ ‘ଲିଲି ବବ୍‌’ର ରବିବାର ମୃତ୍ୟୁ ହୋଇଯାଇଛି। ୮ବର୍ଷୀୟ ଏହି ବିଲେଇର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ଟୁଇଟର ଏବଂ...

ଜାପାନରେ ବଡ଼ ଭୂକମ୍ପ

ଟୋକିଓ,୨୧।୩ : ଜାପାନର ଉତ୍ତର-ପୂର୍ବ ଭାଗରେ ଶନିବାର ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଭୂକମ୍ପ...

ରୁଷିଆ ଆକ୍ରମଣ ପରେ ୟୁକ୍ରେନରୁ ଶସ୍ୟ ରତ୍ପାନୀ ଆରମ୍ଭ

ଓଡେସା,୩୦।୭: ରୁଷିଆ-ୟୁକ୍ରେନ ମଧ୍ୟରେ ଶସ୍ୟ ଚୁକ୍ତି ହେବା ପରେ ଓଡେସାରୁ ୟୁକ୍ରେନକୁ ଶସ୍ୟ ରପ୍ତାନି ଆରମ୍ଭ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଓଡେସା ସ୍ଥିତ...

୧୪ ଘଣ୍ଟାର ଅପରେଶନ୍‌: ସମସ୍ତ ଆତଙ୍କବାଦୀ ନିହତ

ମୋଗାଦିଶୁ,୨୦।୮: ଦୀର୍ଘ ୧୪ଘଣ୍ଟା ପରେ ସୋମାଲିଆ ରାଜଧାନୀ ମୋଗାଦିଶୁର ହୋଟେଲ ହୟାତର ଅପରେଶନ୍‌ ଶେଷ ହୋଇଛି। ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଏଥିସହ ବଡ଼...

ତୁର୍କି ଜଙ୍ଗଲରେ ନିଆଁ: ୩ ମୃତ ୫୮ ଆହତ

ଅଙ୍କାରା,୩୧ ।୭: ଦକ୍ଷିଣ ତୁର୍କିର ଜଙ୍ଗଲରେ ନିଆଁ ଲାଗିବା ଫଳରେ ୩ ଜଣଙ୍କ ମଅତ୍ୟୁ ହେବା ସହ ଅତିକମରେ ୫୮ ଜଣ ଆହତ ହୋଇଥିବା ସୂଚନା...

ଆମେରିକାରେ ଭାରତୀୟ ଯୁବକଙ୍କୁ ଗୁଳିକରି ହତ୍ୟା

ଓ୍ବାଶିଂଟନ,୨୩।୪: ଆମେରିକାକୁ ପଡିବାକୁ ଯାଇଥିବା ଭାରତର ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଏପ୍ରିଲ...

Advertisement
Archives

Model This Week