Home Left

କୋକୋକୁ ନେଲା ବନ ବିଭାଗ

କଟକ ଅଫିସ, ୧୯।୧: ଆଇନ ଓ ନିୟମ ମଧ୍ୟରେ ଫିକା ପଡିଛି ସମ୍ପର୍କ। ଚର୍ଚ୍ଚିତ ଶୁଆ କୋକୋ ନିଜ ମାଲିକ ପ୍ରଫେସର ସସ୍ମିତା ବେହେରାଙ୍କଠାରୁ ସବୁଦିନ ପାଇଁ ଦୂରେଇ ଯାଇଛି। ୧୨ ଦିନ ପରେ ମଙ୍ଗଳବାର ସସ୍ମିତାଙ୍କ ନିକଟକୁ କୋକୋ ଫେରିଥିବାବେଳେ…

ସଂଶୟ ଦୂର ପାଇଁ ଖରାଛୁଟିରେ ସ୍ଵତନ୍ତ୍ର କ୍ଲାସ୍‌

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଏଥର ଖରାଛୁଟିରେ ଛାତ୍ରୀଛାତ୍ରଙ୍କର ଡାଉଟ୍‌ କ୍ଲିୟର (ସଂଶୟ ଦୂର) କ୍ଲାସ୍‌ କରାଯିବ। କରୋନା ସ୍ଥିତିରେ ସୁଧାର ଆସିଥିଲେ ଅଫ୍‌ଲାଇନ୍‌ ନଚେତ୍‌ ଅନ୍‌ଲାଇନ୍‌ରେ ଡାଉଟ୍‌ କ୍ଲିୟର ନେଇ ସ୍ଵତନ୍ତ୍ର କ୍ଲାସ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିନ୍ତା କରିଛି।…

କେନ୍ଦ୍ର ସରକାରଙ୍କ ପୋଷ୍ଟର, ବ୍ୟାନର ହଟାଯାଉ: ବିଜେଡି

ଭୁବନେଶ୍ୱର,୧୯।୧(ବ୍ୟୁରୋ): ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡ଼, ରେଳ ଷ୍ଟେଶନ, ବିମାନବନ୍ଦର ସମେତ ବିଭିନ୍ନ କେନ୍ଦ୍ରୀୟ ପ୍ରତିଷ୍ଠାନରେ ଲାଗିଥିବା କେନ୍ଦ୍ର ସରକାରଙ୍କ ପୋଷ୍ଟର ବ୍ୟାନରକୁ ହଟାଇବାକୁ ବିଜେଡି ଦାବି କରିଛି। ମଙ୍ଗଳବାର ଏ ସଂକ୍ରାନ୍ତରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ…

ବିମାନ ଚଳାଚଳକୁ ୫ଜି ବିପଦ

ଓ୍ବାଶିଂଟନ,୧୯।୧: ଟେଲିକମ୍‌ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍‌ ପକ୍ଷରୁ ଖୁବ୍‌ଶୀଘ୍ର ନୂଆ ୫ଜି ସେବା ଆରମ୍ଭ ହେବାକୁ ଥିବାବେଳେ ବିମାନ ଚଳାଚଳ କ୍ଷେତ୍ରରେ ଏହା ବଡ଼ ସଙ୍କଟ ସୃଷ୍ଟି କରିବ ବୋଲି ଆମେରିକାର ବୃହତ୍‌ ଯାତ୍ରୀବାହୀ ଓ କାର୍ଗୋ କ୍ୟାରିୟର୍‌ଗୁଡ଼ିକର ମୁଖ୍ୟ…

ମା’ଙ୍କୁ ମାରି ଜାଳି ଦେଲେ ପୁଅ

ଭୁବନେଶ୍ୱର,୧୯।୧(ବ୍ୟୁରୋ):  ରାଜଧାନୀରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ଏଠି ଅପରାଧୀ କୌଣସି ବାହାର ଶତ୍ରୁ ନୁହେଁ, ବରଂ ନିଜ ପୁଅ। ସାମାନ୍ୟ କିଛି ଟଙ୍କା ନ ଦେବାରୁ ଉତ୍‌କ୍ଷିପ୍ତ ହୋଇ ଜନ୍ମକଲା ମା’ଙ୍କୁ ପୁଅ ହତ୍ୟା କରି ଜାଳି ଦେଇଛନ୍ତି। ବଡ଼ଗଡ଼…

ଲିଜ୍‌ଧାରୀଙ୍କୁ ୧୦ କୋଟି ଜରିମାନା

ଯାଜପୁର ଅଫିସ,୧୯।୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବହୁଚର୍ଚ୍ଚିତ ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ଓ ଜାଲିଆତି ଅଭିଯୋଗର ଲୋକାୟୁକ୍ତ ମାମଲା ଭିନ୍ନମୋଡ ନେଇଛି। ଏହି ମାମଲାରେ ପ୍ରାୟ ୧୦ ଅଧିକାରୀ ଓ କର୍ମଚାରୀ ଛନ୍ଦି ହୋଇଛନ୍ତି। ସେମାନେ ମାମଲାରୁ…

କ୍ଷତିପୂରକ ଜଙ୍ଗଲ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଶିଳ୍ପ, ରାସ୍ତାଘାଟ ନିର୍ମାଣ, ଜଳସେଚନ, ଆବାସିକ ସ୍ଥଳ ପାଇଁ ରାଜ୍ୟରେ ବହୁ ପରିମାଣରେ ବୃକ୍ଷକୁ ବଳି ଦେବାକୁ ପଡୁଛି। ଏଥିଯୋଗୁ ଜଙ୍ଗଲ କ୍ରମଶଃ ଧ୍ୱଂସହୋଇ ଯାଉଛି। ଫଳରେ ପରିବେଶ ଅସନ୍ତୁଳନ ବଢ଼ିବାରେ ଲାଗିଛି । ରାଜ୍ୟରେ କଟାଯାଉଥିବା ବୃକ୍ଷର ଭରଣା…

ଓଡ଼ିଶାରେ କ୍ଷୁଧାମୃତ୍ୟୁ ନାହିଁ

ନୂଆଦିଲ୍ଲୀ,୧୮।୧: ଓଡ଼ିଶାରେ କେହି ଜଣେ ହେଲେ କ୍ଷୁଧାରେ ପ୍ରାଣ ହରାଇ ନ ଥିବା ରାଜ୍ୟ ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ତେବେ ରାଜ୍ୟର ସମସ୍ତ ଜିଲାରୁ ୫ ବର୍ଷରୁ କମ୍‌ ୧,୪୨୯ ପିଲା କୁପୋଷଣର ଶିକାର ହୋଇଛନ୍ତି। କୁପୋଷଣ ଦୂର ଲାଗି…

ଖବରଦାତା ଜୟଗୋପାଳଙ୍କ ପରଲୋକ

ବଇଣ୍ଡା,୧୯।୧ (ଡି.ଏନ.ଏ.): ‘ଧରିତ୍ରୀ’ର ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଖବରଦାତା ଜୟଗୋପାଳ ଷଡ଼ଙ୍ଗୀ (୫୯)ଙ୍କ ମଙ୍ଗଳବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ସକାଳେ ଦେହ ଅସୁସ୍ଥ ଲାଗିବାରୁ ପରିବାର ଲୋକେ ତାଙ୍କୁ ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ଡାକ୍ତର ତାଙ୍କୁ…

ସନ୍ତୋଷ ଷଡ଼ଙ୍ଗୀ ବୈଦେଶିକ ବାଣିଜ୍ୟ ଡିଜି

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ବୈଦେଶିକ ବାଣିଜ୍ୟ ବିଭାଗ ମହାନିର୍ଦ୍ଦେଶକ (ଡିଜି) ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗର…

ସାବୁଳିଆ ଚିଲିକା କୂଳରେ ମୃତ ଡଲ୍‌ଫିନ୍‌

ରମ୍ଭା,୧୯।୧: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ସାବୁଳିଆ ନିକଟ ଚିଲିକା କୂଳରେ ମଙ୍ଗଳବାର ଏକ ମୃତ ଡଲ୍‌ଫିନ୍‌ ଭାସୁଥିବା ଦେଖିବାକୁ ମିଳିଛି। ଡଲଫିନ୍‌ର ଲମ୍ବ ୫ ଫୁଟ। ରାତିରେ ଚିଲିକା ନିକଟରେ ବେଆଇନ ଭାବେ ମାଛ ମାରୁଥିବା ଲୋକଙ୍କ ଜାଲରେ ଡଲଫିନଟି…

ଲାଞ୍ଚ ଟଙ୍କା ସହ ହସ୍ତଶିଳ୍ପ ବିଭାଗ ସହ-ନିର୍ଦ୍ଦେଶକ ଧରାପଡ଼ିଲେ

ଯାଜପୁର ଅଫିସ/ ଯାଜପୁର ଟାଉନ,୧୯।୧(ଡି.ଏନ.ଏ.): ଯାଜପୁର ଜିଲା ହସ୍ତଶିଳ୍ପ ବିଭାଗର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଏବଂ ଏମ୍‌ସିଏମ୍‌(ମାଷ୍ଟର ଅଫ୍‌ କ୍ରାଫ୍ଟମ୍ୟାନ୍‌) ଲକ୍ଷ୍ମୀପ୍ରିୟା ମହାରଣା ଯାଜପୁର ରୋଡ କାର୍ଯ୍ୟାଳୟରେ ମଙ୍ଗଳବାର ଲାଞ୍ଚ ନେଉଥିବାବେଳେ ଭିିଜିଲାନ୍ସ ହାତରେ ଧରାପଡିଛନ୍ତି। ଏନେଇ କଟକ ଭିଜିଲାନ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri