Posted inଜାତୀୟ

ରୋଗୀଙ୍କ କିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ୍‌

ହାଇଦ୍ରାବାଦ,୧୯।୫: ଦୀର୍ଘ ୬ ମାସ ଧରି ପେଟରେ ଯନ୍ତ୍ରଣା ଭୋଗୁଥିବା ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ କିିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ। ଅଓ୍ବେର ଗ୍ଲେନିଗଲ୍ସ ଗ୍ଲୋବାଲ୍ସ ହସ୍ପିଟାଲର ଏକ ଡାକ୍ତରୀ ଦଳ ଏକ ଘଣ୍ଟା ଧରି ଅପରେଶନ୍‌ କରିବା ପରେ ଉକ୍ତ ବ୍ୟକ୍ତିଙ୍କ କିଡନୀରୁ ୨୦୬ଟି ଷ୍ଟୋନ ସଫଳ ଭାବେ ବାହାର କରାଯାଇଛି। ଉକ୍ତ ବ୍ୟକ୍ତିଙ୍କ ଶରୀରରୁ ବାହାରିଥିବା ଷ୍ଟୋନର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ନାଲଗୋଣ୍ଡାରେ ରହୁଥିବା ୫୬ ବର୍ଷୀୟ ବୀରମଲ୍ଲା ରାମଲକ୍ଷ୍ମେଆଙ୍କୁ ଦୀର୍ଘ ୬ମାସ ଧରି ପେଟରେ ଯନ୍ତ୍ରଣା ହେଉଥିଲା। ଏପ୍ରିଲ ୨୨ରେ ବୀରମଲ୍ଲା ହାଇଦ୍ରାବାଦର ଅଓ୍ବେର ଗ୍ଲେନିଗଲ୍ସ ଗ୍ଲୋବାଲ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିଲେ। ହସ୍ପିଟାଲର ବରିଷ୍ଠ ୟୁରୋଲୋଜିଷ୍ଟ ଡାକ୍ତର ପୁଲା ନବୀନ କୁମାର ବୀରମଲ୍ଲାଙ୍କ ପ୍ରଥମେ ପ୍ରାଥମିକ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ କରିବା ପରେ ଜଣାପଡ଼ିଥିଲା ଯେ, ତାଙ୍କ ପେଟର ବାମ ପାର୍ଶ୍ୱରେ ଏକାଧିକ କିଡନୀ ଷ୍ଟୋନ ରହିଛି। ଏଥିସହ ସିଟି କ୍ୟୁବ ସ୍କାନରୁ ମଧ୍ୟ ସମାନ ତଥ୍ୟ ସାମ୍ନାକୁ ଆସିଥିଲା। ଏହାପରେ ଡାକ୍ତରୀ ଟିମ ରୋଗୀଙ୍କ ସହ ପରାମର୍ଶ କରି କି’ହୋଲ ସର୍ଜରୀ ପାଇଁ ପ୍ରସ୍ତୁତ ହୋଇଥିଲେ। ପ୍ରାୟ ୧ ଘଣ୍ଟା ଧରି ଏହି ଅପରେଶନ ଚାଲିଥିବା ବେଳେ ରୋଗୀଙ୍କ ପେଟରୁ ସମସ୍ତ ୨୦୬ ଷ୍ଟୋନ ସଫଳ ଭାବେ ବାହାର କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି ବୋଲି ଡାକ୍ତର କହିଛନ୍ତି। ଅନ୍ୟପଟେ ହସ୍ପିଟାଲର ଡାକ୍ତରଙ୍କ କହିବା କଥା ଚଳିତ ବର୍ଷ ପ୍ରବଳ ଖରା ହେଉଛି। ଏଥିପାଇଁ ଅଧିକାଂଶ ଲୋକ ଡିହାଇଡ୍ରେସନର ସମ୍ମୁଖୀନ ହେଉଛନ୍ତି। ଡିହାଇଡ୍ରେସନ ଯୋଗୁ କିଡନୀରେ ଷ୍ଟୋନ ହେବାର ଆଶଙ୍କା ଅଧିକ ରହୁଛି। ତେଣୁ ଡାକ୍ତରମାନେ ଲୋକଙ୍କୁ ଅଧିକ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ପଇଡ଼ ପାଣି ପିଇବାକୁ ମଧ୍ୟ ଡାକ୍ତର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri