Posted inଖେଳ

ଆର୍‌ସିବି ଆଗରେ ୧୬୯ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୫।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୭ତମ ମ୍ୟାଚରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୬୮ ରନ୍‌ କରିଛି ଗୁଜରାଟ। ଫଳରେ ଆର୍‌ସିବି ଆଗରେ ୧୬୯ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଗୁଜରାଟ।

ଦଳ ଆରମ୍ଭରୁ ଶୁବମାନ ଗିଲ (୧) ଏବଂ ମାଥ୍ୟୁ ଓ୍ବେଡ୍‌ (୧୬ ରନ୍‌, ୨ ଚୌକା ଓ ୧ ଛକା)ଙ୍କ ଉଇକେଟ ହରାଇଥିଲା। ଫର୍ମରେ ଥିବା ରିଦ୍ଧିମାନ ଶାହା (୩୧ ରନ୍‌, ୪ ଚୌକା ଓ ୧ ଛକା) ରନ୍‌ ଆଉଟ୍‌ ହୋଇଥିଲେ। ତା’ପରେ ଅଧିନାୟକ ହାର୍ଦ୍ଦିକ ଏବଂ ଡେଭିଡ୍‌ ମିଲର (୩୪ ରନ୍‌, ୩ ଛକା) ଚତୁର୍ଥ ଉଇକେଟ ପାଇଁ ୬୧ ରନ୍‌ ଯୋଡ଼ିଥିଲେ। ରାହୁଲ ଟଓ୍ବେଟିଆ (୨) ବିଫଳ ହୋଇଥିଲେ। ଶେଷ ୨ ଓଭରରେ ରଶିଦ ଖାନ (୧୯ ରନ୍‌, ୧ ଚୌକା ଓ ୨ ଛକା) ଓ ହାର୍ଦ୍ଦିକ ୩୪ ରନ୍‌ ଯୋଡ଼ିଥିଲେ। ଯାହା ଫଳରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୬୮ ରନ୍‌ କରିଛି। ଅଧିନାୟକ ହାର୍ଦ୍ଦିକ ୪୭ ବଲରେ ୬୨ ରନ୍‌ କରି ଅପରାଜିତ ରହିଥିଲେ। ତାଙ୍କ ଇନିଂସରେ ୪ ଚୌକା ଓ ୩ ଛକା ସାମିଲ ଥିଲା। ଆର୍‌ସିବି ପକ୍ଷରୁ ବୋଲିଂରେ ଜୋଶ ହାଜେଲଉଡ୍‌ ୨ ଉଇକେଟ ନେଇଥିବା ବେଳେ ମ୍ୟାକ୍ସଓ୍ବେଲ ଓ ଓ୍ବାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ପୂର୍ବରୁ ମ୍ୟାଚ୍‌ ରେଫରୀଙ୍କୁ ଏମିତି ପ୍ରଶ୍ନ ପଚାରିଥିଲେ ଧୋନୀ,ସମସ୍ତେ ହସି ହସି ଗଡିଲେ

ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନୀ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ଟସ...

ଆଜି ପ୍ରଥମ କ୍ୱାଲିଫାୟର ମ୍ୟାଚ ଖେଳିବେ ସିଏସ୍‌କେ-ଜିଟି

ଆଇପିଏଲ ୨୦୨୩ର ୧୬ ତମ ସିଜନରେ ମଙ୍ଗଳବାରଠାରୁ ପ୍ଲେ ଅଫ ମ୍ୟାଚ ଖେଳାଯିବ। ତେବେ ଏହି ସିଜନର ପ୍ରଥମ କ୍ୱାଲିଫାୟର ମ୍ୟାଚ ଆଜି ଚେନ୍ନାଇ ସୁପର...

ପୁଣି ଚାଲିଲା ଅଶ୍ୱିନ-ଅକ୍ଷରଙ୍କ ଯାଦୁ : ୨୦୫ରେ ଅଲଆଉଟ୍‌ ହେଲା ଇଂଲଣ୍ଡ

ଅହମ୍ମଦାବାଦ,୪।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ଭଳି ଚତୁର୍ଥ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦଳର ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ...

ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୮।୧୨: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପରିସମାପ୍ତି ପରେ ବଡ଼ ଧରଣର ପରିବର୍ତ୍ତନ ପରିଲଖିତ ହୋଇଛି ଆଇସିସି ଟେଷ୍ଟ...

ଇଣ୍ଡିଆନ ସୁପର ଲିଗ୍‌: ସମ୍ମାନ ପାଇଁ ଓଡ଼ିଶା ଏଫ୍‌ସି ଖେଳିବ

ଗୋଆ,୧୧।୨(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସିର ପ୍ଲେ- ଅଫ୍‌ ଆଶା ଏକପ୍ରକାର ଶେଷ ହୋଇଛି। ଗୁରୁବାର ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଓଡ଼ିଶା...

ଫାଶି ପାଇଥିବା ଏକମାତ୍ର ଟେଷ୍ଟ କ୍ରିକେଟର

କ୍ରିକେଟ ଇତିହାସରେ ଜଣେ ଏଭଳି ଖେଳାଳି ଥିଲେ, ଯାହାଙ୍କୁ ଫାଶି ଦିଆଯାଇଥିଲା। ସେ ହେଲେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ୧୯୩୪ରୁ ୩୯ ମସିହା ପର୍ଯ୍ୟନ୍ତ ଖେଳିଥିବା ଲେସଲି...

କଳିଙ୍ଗରେ ଭାରତୀୟ ହକି କ୍ୟାମ୍ପ: ୫ ଓଡ଼ିଆଙ୍କ ସହ ୩୨ ଖେଳାଳି ସାମିଲ

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି)- ଅଷ୍ଟ୍ରେଲିଆ ଟୁର୍‌ ଶେଷ କରି ୧୮ ଜଣିଆ ଭାରତୀୟ ହକି ଦଳ ରବିବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ସେମାନଙ୍କ ସହ କୋର୍‌ ଗ୍ରୁପ୍‌ର...

ବିଶ୍ୱର ସବୁଠୁ ଓଜନିଆ କ୍ରିକେଟର ହେବାର ରେକର୍ଡ ଅଧିକାରୀ ହୋଇପାରନ୍ତି କର୍ନଓ୍ବାଲ

ନୂଆଦିଲ୍ଲୀ,୧୦।୮-ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ୧୩ ଜଣିଆ ଦଳ ଘୋଷଣା କରିଛି। ଏଥିରେ ସ୍ଥାନ ପାଇଛନ୍ତି...

Advertisement
Archives

Model This Week