ସୁନା ବ୍ୟବସାୟୀଙ୍କଠାରୁ ଚୋରିକରି ପଳାଉଥିଲେ ଡ୍ରାଇଭର

ଦେବଗଡ଼,୧୯ା୫(ଡି.ଏନ୍‌.ଏ.)-ପଶ୍ଚିମବଙ୍ଗର ଜଣେ ସୁନା ବ୍ୟବସାୟୀଙ୍କଠାରୁ ୭ଲକ୍ଷ ୧୦ ହଜାର ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ଡ୍ରାଇଭରଙ୍କୁ ଦେବଗଡ଼ ପୋଲିସ ଗିରଫ କରିଛିି। ତାଙ୍କ ନାମ ମୁକୁଳ ସନ୍ତୋଷ ଦାଶ।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ମିଦନାପୁର ଅଞ୍ଚଳର ନିର୍ମଳ ଚନ୍ଦ୍ର ସେନ ନାମକ ଜଣେ ସୁନା ବ୍ୟବସାୟୀ ବୁଧବାର ୭ଲକ୍ଷ ଟଙ୍କା ନେଇ ଏକ କାର ନଂ. ଏମ୍‌ଏଚ୍‌ ୦୩-ଏଏଚ୍‌ ୫୦୦୫ ଯୋଗେ ମୁମ୍ବାଇରୁ ଫେରୁଥିଲେ। ମାତ୍ର ରାତି ହୋଇଯିବାରୁ ସେ ଦେବଗଡ଼ ଥାନା ଅନ୍ତର୍ଗତ କୈଳାଶ ନିକଟସ୍ଥ ୪୯ନଂ. ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବା ନିକଟରେ କାର ଅଟକାଇବା ସହ ଖିଆପିଆ ସାରି କାର ମଧ୍ୟରେ ଶୋଇ ପଡ଼ିଥିଲେ। ଗୁରୁବାର ସକାଳୁୁ ଉଠି ଦେଖିବା ବେଳକୁ କାର ଚାଳକ ଏବଂ କାରରେ ଥିବା ୭ ଲକ୍ଷ ୧୦ ହଜାର ଟଙ୍କା ଉଭାନ ହୋଇଯାଇଛି। ଏ ନେଇ ନିର୍ମଳ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରିବା ସହ ତୁରନ୍ତ କାର ଚାଳକଙ୍କ ମୋବାଇଲ ଟ୍ରାକିଂ କରି ତାଙ୍କୁ ପିଛା କରିଥିଲା। ବାରକୋଟ ଥାନା ଅନ୍ତର୍ଗତ କଲା ଟୋଲ୍‌ ଗେଟ ନିକଟରୁ ତାଙ୍କୁ ଗିରଫ କରି ଦେବଗଡ଼ ଥାନାକୁ ଆଣିଥିଲା। ଏଥିସହ ତାଙ୍କ ନିକଟରୁ ବ୍ୟବସାୟୀଙ୍କର ୭ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ

ଛେଣ୍ଡିପଦା,୭।୫(ସ୍ବ.ପ୍ର.): ଅନୁଗୋଳ ଜିଲା ନିଶା ଥାନା ଅନ୍ତର୍ଗତ ଛେଣ୍ଡିପଦା ଅନୁଗୋଳ ଯାଇଥିବା ୬୩ନଂ ରାଜ୍ୟ ରାଜପଥରେ ଗୁରୁବାର ସକାଳେ ଭାରସାମ୍ୟ ହରାଇ ଏକ ୧୦୮ ଆମ୍ବୁଲାନ୍ସ...

ଧାନଖଳାରେ ଲାଗିଲା ନିଆଁ

ରାୟଗଡ଼ା ଅଫିସ,୨୪।୧୨- ରାୟଗଡ଼ା ଜିଲା ତାଡ଼ମା ପଞ୍ଚାୟତ ମାଲିପଡ଼ା ଗ୍ରାମର ଜଗନ୍ନାଥ ପ୍ରଧାନଙ୍କର ଧାନଖଳାରେ ୧ ଏକର ଜମିର ଧାନ ଫସଲ ମଙ୍ଗଳବାର କୌଣସି କାରଣବଶତଃ...

ଚର୍ଚ୍ଚାରେ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ପଦ

ବ୍ରହ୍ମପୁର ଅଫିସ,୫ା୩: ଗଞ୍ଜାମ ଜିଲା ପରିଷଦ ନିର୍ବାଚନରେ ବିଜେଡି ନିରଙ୍କୁଶ ସଂଖ୍ୟା ଗରିଷ୍ଠ ହୋଇଛି। ୬୯ ଜୋନ୍‌ରୁ ୬୭ଟିରେ ବିଜେଡି ପ୍ରାର୍ଥୀମାନେ ନିର୍ବାଚିତ ହୋଇ ରେକର୍ଡ...

ଦାଦନ ଦୁଖ୍‌:ଯାଇଥିଲେ ରୁଜ୍‌ଗାର କରି, ଫିରଲେ ଦିବ୍ୟାଙ୍ଗ ହେଇ

ଖଡ଼ିଆଳ,୩୧। ୭(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଖଇରପଦର ଗଁାର ଚରଣ ମାଝି। ସେ ଆଦିବାସୀ ସମାଜର ହେଇଥିଲାବେଲେ କାମ୍‌ଧଁଦାର ଲାଗି ଗୁଜରାଟ ଗାନ୍ଧିଧାମ ଅଂଚଲକେ...

ପାଟପୁରରେ ସଟ୍‌ଡାଉନ୍‌ ସ୍ଥିତି ପରଖିଲେ ଗଞ୍ଜାମ ଏସ୍‌ପି

ଦିଗପହଣ୍ଡି/ପାଟପୁର,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଏସ୍‌ପି ବ୍ରିଜେଶ ରୟ ଗୁରୁବାର ମଧ୍ୟାହ୍ନରେ ପାଟପୁର ଅଞ୍ଚଳ ପରିଦର୍ଶନ କରି ସଟ୍‌ଡାଉନ୍‌ ସ୍ଥିତି ପରଖିଛନ୍ତି। ପାଟପୁର ଗାନ୍ଧୀ ଛକରେ ପହଞ୍ଚି...

କୋରାପୁଟରେ କରୋନା ସ୍ଥିତି ଅସମ୍ଭାଳ: ୪,୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୯୭

କୋରାପୁଟ,୧୨ା୯(ସ୍ବ.ପ୍ର.): କୋରାପୁଟ ଜିଲାରେ ବର୍ତ୍ତମାନ କରୋନା ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଶନିବାର ଜିଲାରୁ ଆଉ ୯୭ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଏହାକୁ ମିଶାଇ ଜିଲାରେ ମୋଟ୍‌...

ମରାମତି ଅଭାବରୁ ନଷ୍ଟ ହେଲାଣି ୪ ସରକାରୀ ବସ୍‌

ରାୟଗଡ଼ା, ୬।୫ (ସ୍ବ.ପ୍ର.) ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ରାୟଗଡ଼ା ଜୋନ୍‌ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବ ଯୋଗୁ ପୁଣି ବନ୍ଦ ସ୍ଥିତିକୁ ଆସିଗଲାଣି।...

ପୂର୍ବ ଶତ୍ରୁତାରୁ ହିଂସାକାଣ୍ଡ, ୨ ଗୁରୁତର

ହିଞ୍ଜିଳିକାଟୁ,୨୪ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଗ୍ରାମରେ ବୁଧବାର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହିଂସାକାଣ୍ଡ ଘଟିଛି। ଏଥିରେ ୨ପକ୍ଷଙ୍କ ମଧ୍ୟରେ...

Advertisement
Archives

Model This Week