ଭିତରକନିକାରେ ୩୦ କୁମ୍ଭୀର ବସା ଚିହ୍ନଟ
ରାଜନଗର, ୧୧ା୬(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳଗୁଡିକରେ ବାସ କରୁଥିବା ବଉଳା କୁମ୍ଭୀରଙ୍କ ୩୦ଟି ବସା ଶୁକ୍ରବାର ଚିହ୍ନଟ କରାଯାଇଛି। ଭିତରକନିକା ଫରେଷ୍ଟ ବ୍ଲକ, ଡାଙ୍ଗମାଳ ଫରେଷ୍ଟ ବ୍ଲକ ଓ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୨୫ଟି ବସା…
ରାଞ୍ଚି ହିଂସାରେ ଆହତ ୨ବ୍ୟକ୍ତିଙ୍କ ଜୀବନ ଗଲା
ରାଞ୍ଚି,୧୧।୬: ପ୍ରଫେଟ ମହମ୍ମଦ ବିରୋଧରେ ବିବାଦୀୟ ବୟାନ ଦେଇ ବିବାଦ ଘେରରେ ରହିଥିବା ଭାଜପାର ୨ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମା ଓ ନବୀନ କୁମାର ଜିନ୍ଦଲଙ୍କୁ ଗିରଫ କରିବା ପାଇଁ ସାରା ଦେଶରେ ଉତ୍ତେଜନା ତେଜିବାରେ ଲାଗିଛି। ଇତିମଧ୍ୟରେ ଶୁକ୍ରବାର ଝାଡ଼ଖଣ୍ଡ…
ବିଭ୍ରାନ୍ତିକର ବିଜ୍ଞାପନ ରୋକିବାକୁ କେନ୍ଦ୍ରର ଗାଇଡ୍ଲାଇନ
ନୂଆଦିଲ୍ଲୀ,୧୧।୬: ବିଭ୍ରାନ୍ତିକର ବିଜ୍ଞାପନ ରୋକିବା ଲାଗି କେନ୍ଦ୍ର ସରକାର ଶୁକ୍ରବାର ଏକ ଗାଇଡ୍ଲାଇନ ଜାରି କରିଛନ୍ତି। ଏଥିରେ ସରୋଗେଟ୍ ବା ପରୋକ୍ଷ ବିଜ୍ଞାପନକୁ ନିଷେଧ କରାଯାଇଛି। ଗ୍ରାହକଙ୍କୁ ପ୍ରଲୋଭିତ କରୁଥିବା ବ୍ୟବସାୟିକ ବିଜ୍ଞାପନକୁ ନିୟନ୍ତ୍ରଣ କରିବା ଲାଗି କେତେକ ସର୍ତ୍ତ ରଖାଯାଇଛି।…
ଲଦାଖ ସୀମାରେ ଚାଇନାର ୨୫ ଫ୍ରଣ୍ଟଲାଇନ ଜେଟ୍
ନୂଆଦିଲ୍ଲୀ,୧୧।୬: ପୂର୍ବ ଲଦାଖ ସେକ୍ଟର ନିକଟ ହୋଟନ ଏୟାରବେସ୍ରେ ଚାଇନା ବାୟୁସେନା ୨୫ଟି ଫ୍ରଣ୍ଟଲାଇନ ଯୁଦ୍ଧବିମାନ ମୁତୟନ କରିଥିବା ଜଣାପଡ଼ିଛି। ସେଥିରେ ଜେ-୧୧ ଏବଂ ଜେ-୨୦ ଯୁଦ୍ଧବିମାନ ସାମିଲ ଅଛି। ପୂର୍ବରୁ ଉକ୍ତ ଏୟାରବେସ୍ରେ ଚାଇନା ମିଗ୍-୨୧ ଶ୍ରେଣୀର ଲଢ଼ୁଆ ବିମାନ…
ଦିନକରେ ୭,୫୮୪ କୋଭିଡ୍ ସଂକ୍ରମିତ
ନୂଆଦିଲ୍ଲୀ,୧୧।୬: କୋଭିଡ୍ ସଂକ୍ରମଣ ପୁଣି ବଢ଼ିବା ସହ ଆଉ ଏକ ଲହର ଆସିବା ଆଶଙ୍କା ସୃଷ୍ଟି ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୫୮୪ ନୂଆ ମାମଲା ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୦୫,୧୦୬ରେ ପହଞ୍ଚିଛି।…
ହରିୟାଣାରେ ହାରିଗଲେ ଅଜୟ ମାକେନ
ଚଣ୍ଡିଗଡ଼,୧୧ ।୬: ଦେଶର ୪ ରାଜ୍ୟରେ ୧୬ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ଭୋଟ ଗ୍ରହଣର ଫଳାଫଳ ସାମ୍ନାକୁ ଆସିଛି । କର୍ନାଟକ ଓ ରାଜସ୍ଥାନ ପରେ ଏବେ ହରିୟାଣାର ଫଳାଫଳ ସାମ୍ନାକୁ ଆସିଛି । ଶୁକ୍ରବାର ବିଳମ୍ବିତ ରାତିରେ…
ଇଡିରେ ହାଜର ହେବେ ସୋନିଆ
ନୂଆଦିଲ୍ଲୀ,୧୧।୬: କରୋନାରୁ ସୁସ୍ଥ ହେବା ପରେ ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜୁନ ୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ଏହି ମାମଲାରେ ଶୁକ୍ରବାର ଇଡି ସୋନିଆଙ୍କୁ ସମନ ପଠାଇଛି।…
କନ୍ଷ୍ଟେବଳଙ୍କ ଗୁଳିରେ ୨ ମୃତ
କୋଲକାତା,୧୧।୬: କୋଲକାତାସ୍ଥିତ ବାଂଲାଦେଶ ଉପଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ନିକଟରେ ଜଣେ ପୋଲିସ କନ୍ଷ୍ଟେବଳ ଶୁକ୍ରବାର ନିଜ ସର୍ଭିସ ରାଇଫଲରୁ ଏକାଧିକ ରାଉଣ୍ଡ ଗୁଳି ଚଳାଇବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ଗୁଳିରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ…
ଏନ୍ଇଇଟି-ପିଜି: ପୁଣି କାଉନସେଲିଂ ଆବେଦନ ଖାରଜ
ନୂଆଦିଲ୍ଲୀ,୧୧।୬: ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡ଼ିଥିବା ୧,୪୫୬ ସିଟ୍ ପୂରଣ ଲାଗି ଏନ୍ଇଇଟି-ପିଜି ୨୦୨୧ କାଉନସେଲିଂ ପୁଣି ଥରେ କରିବା ଲାଗି ଦାଏର ଏକାଧିକ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏନ୍ଇଇଟି-ପିଜିରେ ସର୍ବଭାରତୀୟ କୋଟା ପୂରଣ ଲାଗି ସ୍ବତନ୍ତ୍ର…
କୁଲଗାମ ଏକାଉଣ୍ଟର: ହିଜବୁଲର ଜଣେ ଆତଙ୍କବାଦୀ ନିହତ
ଶ୍ରୀନଗର,୧୧ ।୬: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଏବେ ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ମୃତ ଆତଙ୍କବାଦୀ ଜଣଙ୍କ ହିଜବୁଲ ମୁଜାହିଦ୍ଦିନର ବୋଲି ଜଣାପଡିଛି ।…
ଟ୍ରମ୍ପ୍ ରଚିଥିଲେ କ୍ୟାପିଟୋଲ ଦଙ୍ଗା ଷଡ଼ଯନ୍ତ୍ର
ଓ୍ବାଶିଂଟନ,୧୧ା୬:ଗତବର୍ଷ ଆମେରିକାର କ୍ୟାପିଟୋଲ ହିଲ୍ ଦଙ୍ଗା ଷଡ଼ଯନ୍ତ୍ର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରଚିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ ଟ୍ରମ୍ପ୍ କ୍ଷମତାରେ ରହିବା ପାଇଁ ଏହି ବିଦ୍ରୋହ ଲାଗି ନିଜର ହଜାର ହଜାର ସମର୍ଥକଙ୍କୁ ଉତ୍ତେଜକ ଭାଷଣ ଦେଇ…
ରାଜ୍ୟ ସଭା ନିର୍ବାଚନ ୨୦୨୨: ଭାଜପାକୁ ମହାରାଷ୍ଟ୍ରରେ ୩, ହରିୟାଣାରେ ମିଳିଲା ଗୋଟିଏ ଆସନ
ନୂଆଦିଲ୍ଲୀ,୧୧ ।୬: ଶୁକ୍ରବାର ସକାଳେ ୪ ରାଜ୍ୟର ୧୬ ରାଜ୍ୟ ସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ କରାଯାଇଥିଲା । ବିଳମ୍ବିତ ରାତିରେ ଭୋଟ ଗଣନା ହେବାରୁ ଶନିବାର ଭୋର ସମୟରେ କିଛି ଫଳାଫଳ ସାମ୍ନାକୁ ଆସିଛି । ମହାରାଷ୍ଟ୍ରର…

