ଟ୍ରମ୍ପ୍‌ ରଚିଥିଲେ କ୍ୟାପିଟୋଲ ଦଙ୍ଗା ଷଡ଼ଯନ୍ତ୍ର

ଓ୍ବାଶିଂଟନ,୧୧ା୬:ଗତବର୍ଷ ଆମେରିକାର କ୍ୟାପିଟୋଲ ହିଲ୍‌ ଦଙ୍ଗା ଷଡ଼ଯନ୍ତ୍ର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରଚିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ ଟ୍ରମ୍ପ୍‌ କ୍ଷମତାରେ ରହିବା ପାଇଁ ଏହି ବିଦ୍ରୋହ ଲାଗି ନିଜର ହଜାର ହଜାର ସମର୍ଥକଙ୍କୁ ଉତ୍ତେଜକ ଭାଷଣ ଦେଇ ଉସୁକାଇଥିଲେ ବୋଲି କଂଗ୍ରେସର ତଦନ୍ତକାରୀ ପ୍ୟାନେଲ ଗୁରୁବାର ସ୍ପଷ୍ଟ କରିଛି। ଟ୍ରମ୍ପ୍‌ ଲୋକଙ୍କୁ ଏକତ୍ରିତ କରି ଏହି ଆକ୍ରମଣର ନିଅଁା ଲଗାଇଥିଲେ ବୋଲି କମିଟିର ରିପବ୍ଲିକାନ୍‌ ଉପାଧ୍ୟକ୍ଷ ଲିଜ୍‌ ଚେନି କହିଛନ୍ତି। ଏହି ଦଙ୍ଗା ଆମେରିକୀୟ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିଥିବା ଡେମୋକ୍ରାଟ୍‌ ବେନି ଥମ୍ପ୍‌ସନ୍‌ ମତ ଦେଇଛନ୍ତି। ୨୦୨୦ ନଭେମ୍ବର ୩ରେ ଅନୁଷ୍ଠିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ୍‌ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କଠାରୁ ପରାଜିତ ହୋଇଥିଲେ। ଏହାସତ୍ତ୍ୱେ ବାଇଡେନ୍‌ ଜାଲିଆତି କରି ଜିତିଥିବା ଦର୍ଶାଇ ଟ୍ରମ୍ପ୍‌ ତାଙ୍କୁ କ୍ଷମତା ହସ୍ତାନ୍ତର କରିବେନି କି ହ୍ବାଇଟ୍‌ ହାଉସ୍‌ ଛାଡ଼ିବେ ନାହିଁ ବୋଲି କହିଥିଲେ। ଏପରି କି ସେ ଅନେକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ହେଁ ଅଦାଲତୀ ରାୟ ତାଙ୍କୁ ନିରାଶ କରିଥିଲା। ୨୦୨୧ ଜାନୁୟାରୀ ୬ ରାତିରେ ବାଇଡେନ୍‌ଙ୍କୁ କଂଗ୍ରେସ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଜୟୀ ଘୋଷଣା କରାଯିବାର କିଛି ସମୟ ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସମର୍ଥକମାନେ କ୍ୟାପିଟୋଲ ହିଲ୍‌କୁ ଧସେମଇ ପଶି ହଙ୍ଗାମା କରିଥିଲେ। ଏପରି କି ସେମାନେ କ୍ୟାପିଟୋଲର ଝରକା ଭାଙ୍ଗି ଆମେରିକାର ଜାତୀୟ ପତାକାକୁ ଓହ୍ଲାଇଦେଇଥିଲେ। ଦଙ୍ଗା ସୃଷ୍ଟିକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ହିଂସାକାଣ୍ଡରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଆମେରିକା ଇତିହାସ ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିଲା। ଏହାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିଲା। ଡେମୋକ୍ରାଟିକ୍‌ ପାର୍ଟି ନେତୃତ୍ୱାଧୀନ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ କମିଟି ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ତଦନ୍ତ କରିବା ପରେ ଗୁରୁବାର ରାତିରେ ଟ୍ରମ୍ପ୍‌ଙ୍କ ସହଯୋଗୀମାନଙ୍କ ସାକ୍ଷାତ୍‌କାର ସମ୍ବଳିତ ଭିଡିଓ କ୍ଲିପ୍‌ ଜାରି କରିଛି। ସାରା ଦେଶର ଟିଭି ଚ୍ୟାନେଲଗୁଡ଼ିକରେ ଏହାର ପ୍ରସାରଣ କରାଯାଇଛି। ଟ୍ରମ୍ପ୍‌ ନିର୍ବାଚନରେ ପରାସ୍ତ ହୋଇଛନ୍ତି ଏବଂ ଜାତିଆତି ଅଭିଯୋଗ ଆଣିବା ସମ୍ପୂର୍ଣ୍ଣ ଭୁଲ୍‌ ବୋଲି ତତ୍କାଳୀନ ଆଟର୍ନି ଜେନେରାଲ ଓ୍ବିଲିୟମ୍‌ ବାର୍‌ ତାଙ୍କୁ ବାରମ୍ବାର ଅବଗତ କରାଇଥିବା ବିଷୟ ସେ କହୁଥିବା ଏଥିରେ ଦେଖିବାକୁ ମିଳିଛି। ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌ ବାରଙ୍କ କଥାକୁ ଗ୍ରହଣ କରି ଜାଲିଆତି ହୋଇ ନ ଥିବା ବିଷୟକୁ ସ୍ବୀକାର କରିଥିବା ମଧ୍ୟ ଏଥିରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ ଆକାଉଣ୍ଟ ପାଇଁ ଦେବାକୁ ପଡିବ ଅର୍ଥ!

ଓ୍ବାଶିଂଟନ,୧୬।୪: ଏଲନ ମସ୍କ ଟୁଇଟର ଟେକ ଓଭର କରିବାପରେ ଏହି ପ୍ଲାଟଫର୍ମରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମସ୍କ ଏହାର ନାମ ବଦଳାଥିଲେ। ବର୍ତ୍ତମାନ...

ଅକ୍ଷୟ ପାତ୍ର ଫାଉଣ୍ଡେଶନର ଦାବି, ୨୦୪୭ ପୂର୍ବରୁ ଭାରତ ହେବ କ୍ଷୁଧା ମୁକ୍ତ

ଓ୍ବାଶିଂଟନ,୧୬।୪: ଅକ୍ଷୟ ପାତ୍ର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଚଞ୍ଚଲପତି ଦାସ ଦାବି କରିଛନ୍ତି ଯେ ୨୦୪୭ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ...

ଏବେ ହେବ ମହାସଂଗ୍ରାମ! ଇରାନକୁ ମିଳିବ କଡା ଜବାବ…ଆକ୍ସନ ମୋଡରେ ନେତାନ୍ୟାହୁ

ଜେରୁଜେଲମ,୧୬।୪: ଇରାନ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଚିନ୍ତା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ସେନା ପର୍ଯ୍ୟନ୍ତ ଇରାନର...

ଆଫଗାନିସ୍ତାନରେ ବନ୍ୟା, ୩୩ ମୃତ

କାବୁଲ, ୧୬।୪: ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭...

ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ...

ପଦ ଛାଡିବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୫।୪: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ ସୋମବାର କହିଛନ୍ତି ଯେ ସେ ଆସନ୍ତା ୧୫ମେ’ ରେ ନିଜ ପଦରୁ ଇସ୍ତଫା ଦେବେ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ...

ଓମାନରେ ପ୍ରଳୟଙ୍କରୀ ବନ୍ୟା, ଏବେ ପର୍ଯ୍ୟନ୍ତ ୧୩ ମୃତ

ମସ୍କଟ,୧୫।୪: ପ୍ରକୃତି ବର୍ତ୍ତମାନ ମଧ୍ୟ ପୂର୍ବର ଓମାନ ସହରରେ ତାଣ୍ଡବ ସୃଷ୍ଟି କରୁଛି। ସୋମବାର ପ୍ରବଳ ବର୍ଷା ଯୋଗୁଁ ସେଠାରେ ୧୩ ଜଣଙ୍କର ମୃତ୍ୟୁ ହେଲାଣି।...

ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri