‘ଯୁଦ୍ଧରେ ମଲେଣି ୧୨,୫୦୦ରୁ ଅଧିକ ରୁଷୀୟ ସୈନ୍ୟ; ୩୭୪ ଟ୍ୟାଙ୍କ୍, ୭୪ ବିମାନ ଧ୍ୱଂସ’
କ୍ୱିଭ୍,୧୩।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୧୮ ତମ ଦିନ। ରୁଷିଆର ଭୟଙ୍କର ଆକ୍ରମଣରେ ୟୁକ୍ରେନର ଅନେକ ସହର ନଷ୍ଟ ହୋଇଯାଇଛି। ଏଥି ସହିତ, ୟୁକ୍ରେନ ଛାଡୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି…
ଅଢେଇ ଘଣ୍ଟା ଧରି ଆଲୋଚନା କଲେ ମୋଦି-ଯୋଗୀ
ନୂଆଦିଲ୍ଲୀ,୧୩।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ରାତି ୫ଟାରୁ ଆରମ୍ଭ ହୋଇଥିବା ଏହି ସଭା ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିଲା। ଯୋଗୀ…
କୋଟିଏ ଲୁଟି ଲକ୍ଷେ ଦାନ କଲେ ମନ୍ଦିରକୁ
ନୂଆଦିଲ୍ଳୀ,୧୩।୩: ୧.୧ କୋଟି ଟଙ୍କା ଚୋରି ଅଭିଯୋଗରେ ଦିଲ୍ଳୀ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ମାର୍ଚ୍ଚ ୩ ତାରିଖର ଘଟଣା। ଦିଲ୍ଲୀ ରୋହିଣୀରେ ଥିବା ଏକ ଗହଣା ଦୋକାନର ଦୁଇ କର୍ମଚାରୀ ଦୋକାନ ବନ୍ଦ କରି ଫେରୁଥିବା ବେଳେ ଚାନ୍ଦିନୀ…
ମଦ ଦୋକାନରେ ପଶି ବୋତଲ ଭାଙ୍ଗିଲେ ଭାଜପା ନେତ୍ରୀ
ଭୋପାଳ,୧୩।୩: ଭାଜପାର ବରିଷ୍ଠ ନେତା ଉମା ଭାରତୀ ଭୋପାଳର ଏକ ମଦ ଦୋକାନରେ ପଶି ପଥର ଫିଙ୍ଗି ମଦ ବୋତଲ ଭାଙ୍ଗିଛନ୍ତି। ସେ ନିଜେ ସୋସିଆଲ ମିଡିଆରେ ଏହାର ଭିଡିଓ ଶେୟାର କରିଛନ୍ତି। ସେ ଟୁଇଟ୍ରେ ଲେଖିଛନ୍ତି, ଭୋପାଳର ବରଖେଡା ପଠାନି…
୪୪୬ ରନ୍ର ଅଗ୍ରଣୀ ପରେ ପାଳି ଘୋଷଣା କଲା ଟିମ୍ ଇଣ୍ଡିଆ
ବେଙ୍ଗାଲୁରୁ,୧୩।୩: ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ୪୪୬ ରନ୍ରେ ଆଗୁଆ ରହିବା ପରେ ବ୍ୟାଟିଂ ସମାପ୍ତି ଘୋଷଣା କରିଛି। ପ୍ରଥମ ଇନିଂସରେ ଭାରତ ୨୫୨ ରନ୍ କରିଥିବା ବେଳେ ମାତ୍ର ୧୦୯ ରନ୍ରେ…
ପ୍ରେମ ପ୍ରତାରଣା କରି ଯୁବକ ଗିରଫ
ରାଉରକେଲା ଅଫିସ,୧୩।୩: ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା ଅଭିଯୋଗରେ ଟାଙ୍ଗରପାଲି ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ତୋଫାନ ଓଝା(୨୮)। ତାଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୩୪/୨୨) ରୁଜୁ…
ଯାତ୍ରୀଙ୍କ ପୋଷାକରୁ ମିଳିଲା ୯ ସାପ
ଲସ୍ ଲଞ୍ଜେଲ୍ସ,୧୩।୩: ଜଣେ ବେଆଇନ ଚୋରଚାଲାଣକାରୀ ତାଙ୍କ ପୋଷାକରେ ସାପ ଓ ଶରୀସୃପ ଲୁଚାଇ ରଖିଥିଲେ। ଏହି ଶରୀସୃପଙ୍କୁ ସେ ଆମେରିକା ଆଣିବାକୁ ଉଦ୍ୟମ କରିଥିଲେ ବୋଲି କଷ୍ଟମ୍ସ ଅଧିକାରୀ କହିଛନ୍ତି। ଉକ୍ତ ଯାତ୍ରୀ ତାଙ୍କ ପୂରା ଶରୀରରେ ମୋଟ ୫୨…
ଘାଟିରେ ଓଲଟିଲା ଲୁହା ପାଇପ୍ ବୋଝେଇ ଟ୍ରକ
କୋକସରା,୧୩।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଘାଟିରେ ରବିବାର ଏକ ଲୁହା ପାଇପ୍ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗାଡ଼ି ଡ୍ରାଇଭରଙ୍କ ସୂଚନା ମୁତାବକ, ଟ୍ରକଟି ଝାରସୁଗୁଡ଼ାରୁ ହାଇଦ୍ରାବାଦ ଯାଉଥିଲା। ହେଲେ ଆମପାଣି…
ନିଶାଶକ୍ତଙ୍କୁ ରାସ୍ତା ଉପରେ ପିଟିବା ମହଙ୍ଗା ପଡ଼ିଲା
ଭୋପାଳ,୧୩।୩: ଇନ୍ଦୋରରେ ଅଭିଯୋଗ ଅନୁଯାୟୀ, ଦୁଇ ମଦ୍ୟପଙ୍କୁ ରାସ୍ତା ଉପରେ ନିର୍ଯାତନା ଦେବା ୩ ପୋଲିସ କର୍ମୀଙ୍କୁ ମହଙ୍ଗା ପଡ଼ିଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ ସେମାନଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣା ଶନିବାର ରାତିରେ ହରି ନଗର ଥାନା…
୩ ପରିବାରର ୯ ବଖରା ଜଳିଗଲା
ସୋରଡ଼ା,୧୩।୩(ଡି.ଏନ୍.ଏ.): ସୋରଡ଼ା ବ୍ଲକ ଗେଞ୍ଜା ପଞ୍ଚାୟତ କନ୍ଧବାଖରା ଗ୍ରାମରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗାଁର ଖଦାଳ ମାଲିକ, କେଶବ ମାଲିକ, ଭଗତ ମାଲିକଙ୍କ ୯ ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।…
ରୁଷିଆ ସେନାର ଗୁଳିମାଡରେ ଆମେରିକା ଖବରଦାତାଙ୍କ ଜୀବନ ଗଲା
କ୍ୱିଭ୍,୧୩।୩: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନି। କ୍ୱିଭ୍କୁ ଦଖଲ କରିବା ପାଇଁ ଲାଗି ପଡିଛି ରୁଷିଆ, ସେପଟେ ୟୁକ୍ରେନ୍ ମଧ୍ୟ ପଛଘୁଞ୍ଚା ଦେଉ ନାହିଁ। ରବିବାର ୟୁକ୍ରେନର ରାଜଧାନୀ କ୍ୱିଭରେ ନ୍ୟୁୟର୍କ ଟାଇମ୍ସର ଜଣେ ଖବରଦାତାଙ୍କ ମୃତ୍ୟୁ…
୩ ବର୍ଷ ହେଲା ଦୁଇ ଝିଅଙ୍କୁ ବଳାତ୍କାର କରୁଥିଲେ
ପାଲଘର,୧୩।୩: ୨୦୧୯ରୁ ୩ ବର୍ଷ ଧରି ଦୁଇ ନାବାଳିକା ଝିଅଙ୍କୁ ବାରମ୍ବାର ବଳାତ୍କାର କରିବା ଅଭିଯୋଗରେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏଭଳି ଘଟଣା ମହାରାଷ୍ଟ୍ରର ପାଲଘର ଜିଲାରୁ ସାମ୍ନାକୁ ଆସିଛି। ଦୁଇ ପୀଡ଼ିତାଙ୍କ ବୟସ ଯଥାକ୍ରମେ ୬ ଏବଂ…
Archives


