ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କ୍ରସର ମାଲିକ

ଖୋର୍ଦ୍ଧା ଅଫିସ,୨୦ା୭: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବେଆଇନ ଭାବେ ଚାଲିଥିବା କ୍ରସର ଶିଳ୍ପସଂସ୍ଥା ଉପରେ ଚଢ଼ାଉ ଜାରି ରହିଛି। ୯ ଦିନରେ ୯୦ଟି କ୍ରସର ୟୁନିଟ୍‌କୁ ସିଲ କରାଯିବା ସହ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଶିଳ୍ପସଂସ୍ଥା ବନ୍ଦ ଯୋଗୁ ୫୦ ହଜାରରୁ ଊଦ୍ଧର୍‌ବ ଶ୍ରମିକ କାମ ହରାଇଛନ୍ତି। ଏହାର ପ୍ରତିବାଦରେ ତାପଙ୍ଗସ୍ଥିତ ଆଞ୍ଚଳିକ କ୍ରସର ଆସୋସିଏଶନ ପକ୍ଷରୁ ଶତାଧିକ କ୍ରସର ମାଲିକ, ଶ୍ରମିକ ପରିବାର ନୂଆ ବସଷ୍ଟାଣ୍ଡଠାରୁ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କ୍ରସର ସଂସ୍ଥା ଚାଲୁ ରଖିବା ଲାଗି ସିଟିଂ କ୍ରାଇଟେରିଆ ଅନୁମତି ପ୍ରଦାନ ଲାଗି ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି।

ଦାବିପତ୍ର ରେ ଦର୍ଶାଯାଇଛି ଯେ, ୨୦୧୯ରେ ତତ୍କାଳୀନ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ବିଧାୟକ, ଜିଲା ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ଡେପୁଟି ଆଡମିନିଷ୍ଟ୍ରେଶନ ଏବଂ କ୍ରସର ମାଲିକ ଉପସ୍ଥିତ ଥିଲେ। ପୂର୍ବରୁ କ୍ରସର ଚଲାଇବା ଲାଗି ରାଜ୍ୟ ପ୍ରଦୂଷଣ ବୋର୍ଡ ଅନୁମତି ରହିଛି। ସିଟିଂ କ୍ରାଇଟେରିଆ ଲାଗି ପ୍ରଶାସନ ନିକଟରେ ଆବେଦନ କରାଯାଇଛି। ବାତ୍ୟା ଏବଂ କୋଭିଡ ଯୋଗୁ ଏହା ଉପରେ କୌଣସି ପଦକ୍ଷେପ ନିଆଗଲା ନାହି। ଏବେ ସିଟିଂ କ୍ରାଇଟେରିଆ ଏବଂ ଅନ୍ୟାୟ ଡକ୍ୟୁମେଣ୍ଟ ନ ଥିବା ଦର୍ଶାଇ ପ୍ରଶାସନ ପକ୍ଷରୁ ଚଢ଼ାଉ ସହ ସିଲ୍‌ କରାଯାଉଛି।
ସଂଘ କାର୍ଯ୍ୟକାରୀ ସଭାପତି ପ୍ରକାଶ ସାମନ୍ତରାୟ କୁହନ୍ତି, ଆସନ୍ତା ସପ୍ତାହ ମଧ୍ୟରେ ଏହାର ସମାଧାନ କରା ନ ଗଲେ ଜୁଲାଇ ୨୬ରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯିବ। ବିଦ୍ୟୁତ ବିଚ୍ଛିନ୍ନ ଯୋଗୁ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଅସାମାଜିକ କାର୍ଯ୍ୟକଳାପ ବଢୁଛି। ଏପରିକି ବିଜୁଳି କଟିବାରୁ ଶିଳ୍ପ ସଂସ୍ଥାରେ ରହୁଥିବା ପରିବାର ପାନୀୟଜଳ ଯୋଗାଣରୁ ବଞ୍ଚିତ ହେଉଛନ୍ତି। ସିଙ୍ଗଲ ଫେଜ୍‌ ବିଦ୍ୟୁତ ସଂଯୋଗ ଦେବା ଲାଗି ଅନୁରୋଧ କରିଛନ୍ତି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କୁହନ୍ତି, କେବଳ ବେଆଇନ ଭାବେ ଚାଲିଥିବା କ୍ରସର ସଂସ୍ଥାକୁ ବନ୍ଦ କରାଯାଇଛି। ବିନା ପଞ୍ଜୀକରଣରେ କୌଣସି କ୍ରସର ସଂସ୍ଥାକୁ ସୁଯୋଗ ଦିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri