ଘର ନ ଥିବାରୁ ପାର୍କରେ ଶୋଉଥିଲି, ଆତ୍ମହତ୍ୟା କରିବାକୁ ଭାବିଥିଲି: ଉର୍ଫି

ବମ୍ବେ: ଆଜିର ସମୟରେ ନିଜର ଅଜବ ଫ୍ୟାଶନକୁ ନେଇ ସୋସିଆଲ ମିଡିଆ ସେନ୍‌ସେଶନ ପାଲଟିଛନ୍ତି ଉର୍ଫି ଜାଭେଦ। ତାଙ୍କର ଲୋକପ୍ରିୟତା ଯେତିକି ବଢ଼ିଛି ରୋଜଗାର ମଧ୍ୟ ସେତିକି ବଢ଼ିଛି। ହେଲେ ପ୍ରଥମେ ଉର୍ଫିଙ୍କ ଜୀବନ ବେଶ ସଂଘର୍ଷମୟ ଥିଲା। ଏହାକୁ ସେ ତାଙ୍କର ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି।

ଦିନ ଥିଲା ଉର୍ଫିଙ୍କ ପାଖରେ ରହିବାକୁ ଘର ଖଣ୍ଡିଏ ନ ଥିଲା। ସେ ପାର୍କରେ ଶୋଉଥିଲେ। ନଚେତ କେବେ କେବେ ବନ୍ଧୁମାନଙ୍କ ଘରକୁ କିଛିଦିନ ଲାଗି ରହିବାକୁ ଯାଉଥିଲେ। ଶୀତଦିନେ ବିନା ରେଜେଇ, ଶେଯରେ ସେ ରାତି ବିତାଇଛନ୍ତି। ହେଲେ ଏବେ ସବୁ ବଦଳିଯାଇଛି। ଉର୍ଫିଙ୍କ ପାଖରେ ସବୁକିଛି ଅଛି। ବିତି ଯାଇଥିବା ଦିନକୁ ମନେ ପକାଇଲେ ସେ ନିଜକୁ ଭାଗ୍ୟବତୀ ମନେ କରନ୍ତି ବୋଲି ଉର୍ଫି କହିଛନ୍ତି। ଏହାଛଡ଼ା ନିଜେ କେବେ ବି ହାର ମାନି ନ ଥିବାରୁ ନିଜକୁ ନେଇ ଗର୍ବ କରନ୍ତି ବୋଲି କହିଛନ୍ତି।

ତେବେ ସମସ୍ତେ ନିଜ ନିଜ ଜୀବନରେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଥାନ୍ତି। ନିଜେ ଖାଇବା ଏବଂ ପରିବାର ପେଟ ପୋଷିବା ଲାଗି ଟଙ୍କା ନ ଥାଏ। ସେ ସମୟରେ ଆତ୍ମହତ୍ୟା କରିଦେବାକୁ ମନେ ହୋଇଥାଏ। ହେଲେ ଉର୍ଫି କଷ୍ଟକର ସ୍ଥିତିର ସମ୍ମୁଖୀନ ହୋଇ ନିଜ ଗୋଡ଼ରେ ଛିଡ଼ା ହୋଇଥିଲେ। କାରଣ ସେ ଜିଇଁବାକୁ ଚାହୁଁଥିଲେ। କିଛି କରିବାକୁ ଚାହୁଁଥିଲେ ବୋଲି ମଧ୍ୟ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତକୁ ଦୁଇ ହାତ ହେଲେ ଟେଲି ପରଦାର ‘ମହାଦେବ’

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଦେବୋ କେ ଦେବ ମହାଦେବ ଫେମ୍‌ ଅଭିନେତା ମୋହିତ ରାଇନା। ବେଶ ଗୋପନୀୟ ଭାବେ ଏହି ବିବାହ ସମ୍ପନ୍ନ...

‘କିସି କା ଭାଇ କିସି କା ଜାନ୍‌’ର ନୂଆ ଗୀତ ରିଲିଜ

ମୁମ୍ବାଇ: ସଲମାନ ଖାନ୍‌ ତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଲାଟେଷ୍ଟ ଗୀତ ‘ବଟୁକମ୍ମା’ ରିଲିଜ କରିଛନ୍ତି। ‘ବଟୁକମ୍ମା’ ହେଉଛି ତେଲେଙ୍ଗାନାର...

ବିଗ୍‌ ବି ନେଲେ ଦ୍ୱିତୀୟ ଡୋଜ୍‌…

ମୁମ୍ବାଇ,୧୬।୫: ବିଗ୍‌ ବି ଅମିତାଭ ବଚ୍ଚନ ରବିବାର ଦ୍ୱିତୀୟ ଡୋଜ୍‌ କରୋନା ଟିକା ନେଇଛନ୍ତି। ଏସମ୍ପର୍କରେ ସେ ନିଜ ଇନଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ଫଟୋ ଅପ୍‌ଲୋଡ୍‌ କରିଛନ୍ତି।...

ସଲମାନ, ଶାହରୁଖଙ୍କୁ ପଛରେ ପକାଇଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ଅବା ନଜାଣେ। ବଲିଉଡ୍ରେ ସେ ହେଉଛନ୍ତି ଅନ୍ୟତମ ସଫଳ ନାୟିକା। ତାଙ୍କ ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ...

ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଦାୟୀ: ବିକାଶ ସିଂ

ମୁମ୍ବାଇ,୨।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂ ବୁଧବାର ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଦୋଷ ଲଦିଛନ୍ତି। ସୁଶାନ୍ତଙ୍କ...

ଓ୍ବିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ନଜର ଆସିବେ ଫରହାନ

ବଲିଉଡ୍‌ରେ ଓ୍ବିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ବାୟୋପିକ୍‌ ନିର୍ମାଣକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚା ହେଉଛି। ଫିଲ୍ମର ପ୍ରମୁଖ ଚରିତ୍ର ପାଇଁ ଶାହାରୁଖ୍‌...

ସଞ୍ଜୁଙ୍କ ଛାତିରେ ରହିଛି ଏହି ନାଁରେ ଟାଟୁ

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତ ଏବଂ ତାଙ୍କ ପିତା ସୁନିଲ ଦତ୍ତଙ୍କ ସମ୍ପର୍କକୁ ବୁଝିବା ବହୁତ କଷ୍ଟକର। ଫିଲ୍ମ ସଞ୍ଜୁରେ ପିତା-ପୁତ୍ରଙ୍କ ବଣ୍ଡିଂର ଝଲକ ଦେଖିବାକୁ...

୨୦୦ କୋଟି କ୍ଲବ୍‌ରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସମସ୍ତ ରେର୍କଡ ଭାଙ୍ଗିଛି। ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିବା ଏହି...

Advertisement
Archives

Model This Week