Posted inଜାତୀୟ

‘୧୦୦ କୋଟି ଟଙ୍କା ଦିଅ, ମନ୍ତ୍ରୀ ପଦ ନିଅ’

ପୁଣେ,୨୦।୭: ମହାରାଷ୍ଟ୍ରର ପୁଣେରେ ଜଣେ ଭାଜପା ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ନାଁରେ ଠକେଇ ଉଦ୍ୟମ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ଭାଜପା ବିଧାୟକ ରାହୁଲ କୁଲଙ୍କୁ ମହାରାଷ୍ଟ୍ର କ୍ୟାବିନେଟରେ ସ୍ଥାନ ଦେବା ପାଇଁ କହି ୧୦୦ କୋଟି ଟଙ୍କା ମାଗିଥିଲେ।
ନିକଟରେ ମହାରାଷ୍ଟ୍ରରେ ନୂତନ ସରକାର ଗଠନ କରାଯାଇଛି। ନବ ଗଠିତ ସରକାରରେ ଏପର୍ଯ୍ୟନ୍ତ କ୍ୟାବିନେଟ ଗଠନ ହୋଇନାହିଁ। ବର୍ତ୍ତମାନ ଏହି କ୍ୟାବିନେଟରେ କିଏ ରହିବେ ତାହା ଉପରେ ସମସ୍ତଙ୍କ ଧ୍ୟାନ ଦିଆଯାଇଛି। ଏହାର ଫାଇଦା ନେବାକୁ ଚେଷ୍ଟା କରୁଥିବା ଚାରିଜଣ ଅଭିଯୁକ୍ତ କ୍ୟାବିନେଟରେ ମନ୍ତ୍ରୀ ପଦ ଦେବା ନାଁରେ ଭାଜପାର ଡୌଣ୍ଡ ବିଧାୟକ ରାହୁଲ କୁଲଙ୍କୁ ଠକିବାକୁ ଚେଷ୍ଟା କରିଥିଲେ।
ରାହୁଲଙ୍କୁ ୧୦୦ କୋଟି ଟଙ୍କାରେ ମନ୍ତ୍ରୀ ପଦର ଅଫର ମିଳିଥିଲା। ରିୟାଜ ଶେଖ ନାମକ ଜଣେ ବ୍ୟକ୍ତି ଜୁଲାଇ ୧୬ରେ ରାହୁଲଙ୍କ ପିଏଙ୍କୁ ଫୋନ କରିଥିଲେ। ସେ ବିଧାୟକଙ୍କୁ ଭେଟି ଗୋଟିଏ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଥିବା ଫୋନରେ କହିଥିଲେ। ଏହି ଫୋନ କଲ ପରେ ବିଧାୟକ ରିୟାଜଙ୍କୁ ମୁମ୍ବାଇର ଗୋଟିଏ ହୋଟେଲରେ ଭେଟିଥିଲେ। ଏହି ସମୟରେ ସେ ବିଧାୟକଙ୍କୁ କହିଥିଲେ ଯେ ତା’ର ବଡ ବଡ ରାଜନେତା ଚିହ୍ନା ଅଛନ୍ତି। ସେମାନେ ଚାହିଁଲେ ରାହୁଲ ବେଶ ସହଜରେ ମନ୍ତ୍ରୀ ପଦ ପାଇପାରିବେ। ହେଲେ ଏଥିପାଇଁ ତାଙ୍କ ଠାରୁ ରିୟାଜ ୧୦୦ କୋଟି ଟଙ୍କା ଦାବି କରିଥିଲେ। ବିଧାୟକ ଏହି ପ୍ରସ୍ତାବରେ ରାଜି ଥିବା ଜଣାଇବା ପାଇଁ ସେ ରିୟାଜ ସହ ଟଙ୍କାକୁ ନେଇ ବୁଝାମଣା ଆରମ୍ଭ କରିଥିଲେ। ଶେଷରେ ୯୦ କୋଟି ଟଙ୍କାରେ ଡିଲ ଫାଇନାଲ କରିଥିଲେ। ତେବେ ଏହାର ୨୦% ମନ୍ତ୍ରୀ ହେବା ପୂର୍ବରୁ ଦେବାକୁ ପଡିବ ବୋଲି ରିୟାଜ କହିଥିଲେ। ଏଥିରେ ବିଧାୟକ ରାଜି ହେବା ସହ ଟଙ୍କା ନେବାକୁ ପଛରେ ଆସିବା ପାଇଁ କହିଥିଲେ।
ବିଧାୟକ ରିୟାଜ୍‌ଙ୍କୁ ଏପରି କହିଥିଲେ ସତ, କିନ୍ତୁ ଏନେଇ ଦଳର ବରିଷ୍ଠ ନେତାଙ୍କୁ ଜଣାଇଥିଲେ ଓ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ମୁମ୍ବାଇ ପୋଲିସ କମିଶନର ବିବେକ ଫାନସଲକର ଘଟଣାର ସମୀକ୍ଷା କରିବା ସହ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ଯୋଜନା ମୁତାବକ ୧୮ କୋଟି ଟଙ୍କା ଦେବାକୁ ବିଧାୟକ ଜଣକ ରିୟାଜକୁ ହୋଟେଲ ଆସିବା ପାଇଁ କହିଥିଲେ। ଟଙ୍କା ଲୋଭରେ ସେ ନିଜର ଆଉ ୩ ସହଯୋଗୀଙ୍କ ସହ ହୋଟେଲରେ ପହଞ୍ଚିଥିଲେ। ହେଲେ ପୋଲିସ ଟିମ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିମାନରେ ଛୋଟ ପିଲାଙ୍କୁ ଅଭିଭାବକଙ୍କ ପାଖରେ ବସାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪ା୪:ବିମାନରେ ୧୩ ବର୍ଷରୁ କମ୍‌ ବୟସର ପିଲାମାନେ ଯେପରି ସେମାନଙ୍କ ମାଆବାପା କିମ୍ବା ଅଭିଭାବକଙ୍କ ପାଖ ସିଟ୍‌ରେ ବସନ୍ତି, ତାହା ସୁନିଶ୍ଚିତ କରିବାକୁ ବେସାମରିକ ବିମାନ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରିବ ପ୍ରଚାର, ୮୮ ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ନୁଡୁଲ୍ସ ପ୍ୟାକେଟ୍‌ରୁ ୨ କୋଟିର ହୀରା ଜବତ

ମୁମ୍ବାଇ,୨୪ା୪:ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି। ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇଥିବାବେଳେ...

ପବନକୁ ସମ୍ଭାଳି ପାରିଲାନି ବ୍ରିଜ୍‌

ହାଇଦ୍ରାବାଦ୍‌,୨୪ା୪:ତେଲଙ୍ଗାନାର ପେଦ୍ଦାପଲ୍ଲୀରେ ସୋମବାର ରାତି ୯ଟା ୪୫ରେ ଏକ ନିର୍ମାଣାଧୀନ ବ୍ରିଜ୍‌ ପବନକୁ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଛି। ଉକ୍ତ ବ୍ରିଜ୍‌ର ଏକ ଅଂଶ ଭାଙ୍ଗିଯାଇଛି।...

ମତଦାନ କମିବା ଆଶଙ୍କା

ନୂଆଦିଲ୍ଲୀ,୨୪ା୪: ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ଭାଜପା ତୃତୀୟ ଥର ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହାକୁ ଅଟକାଇବା ପାଇଁ ଇଣ୍ଡିଆ ମେଣ୍ଟ ଜୋର୍‌ଦାର...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri