ଖୁବ୍‌ଶ୍ରୀଘ୍ର ଦ୍ୱିତୀୟ ବିବାହ କରିବେ ହ୍ରିତିକ୍‌

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ଡେଟ୍‌ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟିରେ ଏକାଠି ନଜର ଆସିଥାନ୍ତି। ହ୍ରିତିକ-ସବା ଖୁବ୍‌ଶୀଘ୍ର ହାତକୁ ଦି’ ହାତ ହେବେ ବୋଲି ଚର୍ଚ୍ଚା ହେଉଛି। ଏବେ ଉଭୟ ପରସ୍ପରକୁ ଅଧିକ ଜାଣିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଦୁହେଁ ଏକାଠି ଅଧିକ ସମୟ ବିତାଉଛନ୍ତି। ସବା ହ୍ରିତିକଙ୍କ ପରିବାର ଲୋକଙ୍କ ସହ ମଧ୍ୟ ମିଶିବାକୁ ଚେଷ୍ଟା କରୁଛନ୍ତି। କୁହାଯାଉଛି ଚଳିତବର୍ଷ ଶେଷ ଆଡକୁ ଦୁହେଁ ବିବାହ କରିବେ।
ହ୍ରିତିକ ରୋଶନ ଦୀର୍ଘ ଦିନ ଧରି ତାଙ୍କ ସହ ପ୍ରେମସମ୍ପର୍କ ରଖିବା ପରେ ସୁଜାନେ ଖାନଙ୍କୁ ବିବାହ କରିଥିଲେ। ଉଭୟଙ୍କର ୨ ସନ୍ତାନ ଅଛନ୍ତି। କିନ୍ତୁ ଦୁହେଁ ୨୦୧୪ରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏବେ ସୁଜାନେ ଅଭିନେତା ଅର୍ସଲାନ ଗୋନିଙ୍କୁ ଡେଟ କରୁଛନ୍ତି।
ହ୍ରିତିକ ଖୁବ୍‌ଶୀଘ୍ର ଶୀଘ୍ର ସୈଫ ଅଲି ଖାନଙ୍କ ସହ ଫିଲ୍ମ ‘ବିକ୍ରମ ବେଦ’ରେ ନଜର ଆସିବେ। ଏହି ଫିଲ୍ମ ସେପ୍ଟେମ୍ବର ୩୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସାମ୍ନାରେ କାନ୍ଦିଲେ ଶିଳ୍ପା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଲୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ତାଙ୍କ ବିରୋଧରେ ଅଭିଯୋଗ ଆସିବା...

ବିଧାନସଭାରେ ଜୟଲଳିଥାଙ୍କର ଚିରି ଦିଆଯାଇଥିଲା ଶାଢ଼ି

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କର ଆମାଗୀ ଫିଲ୍ମ ‘ଥଲାଇଭି’କୁ ନେଇ ବିଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ୨ ଦିନ ପୂର୍ବେ ଫିଲ୍ମର...

‘ବାହୁବଲୀ ୨’କୁ ପଛରେ ପକାଇଲା ‘ପଠାନ୍‌

ବମ୍ବେ: ଥମିବାର ନାଁ ନେଉନାହିଁ ‘ପଠାନ୍‌’ର କ୍ରେଜ୍‌। ଶାହାରୁଖ ଖାଁ ଏବଂ ଦୀପିକା ପାଦୁକୋନ ଅଭିନୀତ ଏହି ଫିଲ୍ମ ରିଲିଜର ୩୮ ଦିନରେ ସବୁଠାରୁ ବଡ଼...

ରେକର୍ଡ ଭାଙ୍ଗିଲା ‘ପଠାନ’

ହିନ୍ଦୀ ସିନେମା ପାଇଁ ଚଳିତ ବର୍ଷ ଆରମ୍ଭ ଧମାକାଦାର ରହିଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରି ବଲିଉଡକୁ...

ପଶ୍ଚିମବଙ୍ଗରେ ‘ଖେଳ ହେଲା’ କହିଲେ ଏହି ଅଭିନେତ୍ରୀ

କୋଲକାତା,୩।୫: ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହିସବୁ ରାଜ୍ୟରେ କିଏ ସରକାର ଗଢ଼ିବେ ସେନେଇ ଲୋକେ...

ଘରକୁ ଆସି କାନ୍ଦୁଥିଲେ ଅମିର ଖାଁ, ଜାଣନ୍ତୁ କାହିଁକି

ବଲିଉଡର ପରଫେକ୍ସନିଷ୍ଟ ଅମିର ଖାଁ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଦର୍ଶକ ମଧ୍ୟ ଅମିରଙ୍କ ଫିଲ୍ମକୁ ଦେଖିବା ପାଇଁ ଉତ୍ସୁକତାର...

କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ ବିପାଶା: ଫିଲ୍ମ ନିର୍ମାତା ପଠାଉଥିଲେ ଏଭଳି ମେସେଜ୍‌.. ହେଲେ..

ବମ୍ବେ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ବ୍ଲାକ୍‌ ବିଉଟି ଭାବେ ବିପାଶା ବାସୁଙ୍କୁ କିଏ ବା ନଜାଣେ। ଦୁଇ ଦଶକ ଧରି ସିନେଜଗତରେ ରାଜ୍‌ କରିଥିବା ବିପାଶା...

ଯଦି ଶାହରୁଖ ରାଜି ହୋଇଥାଆନ୍ତେ..

ଥରେ ମନେପକାନ୍ତୁ ନା ସୁପରହିଟ୍‌ ଫିଲ୍ମ ‘ସ୍ଲମ୍‌ଡଗ୍‌ ମିଲିୟନେୟାର’କୁ। ଅନିଲ କପୁରଙ୍କ ଅଭିନୀତ ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। କିନ୍ତୁ ଏହାର କଳାକାର...

Advertisement
Archives

Model This Week