ସ୍ବାଗତଯୋଗ୍ୟ ସମୀକ୍ଷା
ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ। ବରଂ ପୋଲିସ ନେତୃତ୍ୱକୁ ରାଜନୈତିକ ସ୍ବେଚ୍ଛାଚାରିତାରୁ ରକ୍ଷା କରିବା ପାଇଁ ଗଢ଼ାଯାଇଥିବା ନିୟମକୁ…
ଏଇ ଭାରତରେ
ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍। ଏହି ଟିମ୍ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ ଅଲି ବାର୍ଡଓ୍ବାଚର୍ସ ନେଟଓ୍ବର୍କ( ଏସ୍ଏବିଏନ୍) ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ପରିବେଶ ଓ…
ସମାଜର ବିଫଳତା ନା ସମୟର ଆବଶ୍ୟକତା
ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ ଦିଗ୍ଦର୍ଶନ ଦେଇଆସିଛି। କିନ୍ତୁ ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଜୀବନଶୈଳୀ, କ୍ଷୁଦ୍ର ପରିବାର ବ୍ୟବସ୍ଥା,…
ଚାଇନା ପାଇଁ ଆହ୍ବାନ
ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ ବିକାଶକୁ ଗତିଶୀଳ କରିଥିବା ବଜାରମୁଖୀ ସଂସ୍କାରର ପ୍ରମୁଖ ପ୍ରବକ୍ତା। ତାଙ୍କ କାର୍ଯ୍ୟକାଳର ଦୁଇଟି…
ଡିଜିଟାଲ ସାର୍ବଭୌମତ୍ୱ
ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା, କିନ୍ତୁ ଲୋକଙ୍କ କାର୍ମିକ ଜୀବନଧାରା ଭୌଗୋଳିକ ସୀମା ଅତିକ୍ରମକରି ବିଶ୍ୱବ୍ୟାପୀ ସାମଗ୍ରିକ ଜୀବନରେ…
ସୁନାପିଲା
ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି ଆସିଥିବା ଅତିଥିମାନଙ୍କ ଭିତରୁ ଯେବେ କେହି କହିଦିଏ ‘ଏହି ପିଲାଟି ଭାରି ଭଲ…
ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ
ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ କ୍ଷେତ୍ରରେ ପଦପଦବୀ ମଧ୍ୟ ପରମ୍ପରା କ୍ରମରେ ଗତିକରୁଛି। ଆମ ଜୀବନକୁ ସରସସୁନ୍ଦର କରିବାରେ…
ବାଗ୍ଦାଦରେ ମହାକାଳ
ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି ପ୍ରାରମ୍ଭିକ ତୁର୍କୀ ଶାସକମାନେ ଖଲିଫାଙ୍କ ମାଧ୍ୟମରେ କ୍ଷମତା ଦାବି କରୁଥିଲେ। ମୋଗଲମାନେ ରାଜକୀୟ…
ଶିକ୍ଷାରେ ବହୁ ଭାଷା
ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍ସିଇଆର୍ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର ଉତ୍ତୋଳନ କରାଯାଉଛି। ସେମାନେ ଚାହୁଁଛନ୍ତି ଏ ସଂଖ୍ୟା ୨ ମଧ୍ୟରେ ଅର୍ଥାତ୍ ମାତୃଭାଷା…
ମୋ ଭାରତ ବଦଳୁଛି
ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ ଗତି। ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ପଦାର୍ପଣ କରିଥିବା ଭାରତ ବିଶ୍ୱ ଦରବାରରେ…
ଦିଗହରା ଆମେରିକା
ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ ଆଶ୍ୱସ୍ତି ଆଣିଥିଲା। ଅବଶ୍ୟ ଯୁଦ୍ଧବିରତି ଉଲ୍ଲଂଘନ ଦ୍ୱାହି ଦେଇ ଉଭୟ ପକ୍ଷ ମଧ୍ୟରେ…
ଏଇ ଭାରତରେ
ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ ୨୦୨୦ରେ ପ୍ରଥମେ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ଅନେକ କିଛି ପରିବର୍ତ୍ତନ…

