ନୂଆଦିଲ୍ଲୀ,୧।୧୧: ଆଜି, ଅର୍ଥାତ ୧ ନଭେମ୍ୱର ୨୦୨୬ରେ ଦେଶର ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ମୂଲ୍ୟରେ ଉତଥାନ-ପତନ ସତ୍ତ୍ୱେ ଘରୋଇ ବଜାରରେ ଇନ୍ଧନ ଦର ସମ୍ପୂର୍ଣ୍ଣ ସ୍ଥିର ରହିଛି। ଅର୍ଥାତ ଗାଡ଼ି ଚାଳକମାନଙ୍କୁ ପେଟ୍ରୋଲ ଓ ଡିଜେଲ ପୂର୍ୱ ମୂଲ୍ୟରେ ହିଁ ମିଳିବ।
ପେଟ୍ରୋଲ ଏବଂ ଡିଜେଲ ଦରରେ ଶେଷ ଥର ପାଇଁ ୨୫ ମଇ ୨୦୨୬ରେ ପରିବର୍ତ୍ତନ କରାଯାଇଥିଲା। ସେହି ସମୟରେ ପଶ୍ଚିମ ଏସିଆରେ ଲାଗିରହିଥିବା ଉତ୍ତେଜନା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଯୋଗୁଁ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଲିଟର ପିଛା ୨.୬୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୨.୭୧ ଟଙ୍କା ବୃଦ୍ଧି କରିଥିଲେ।
* ସର୍ୱପ୍ରଥମେ ଚାରି ବର୍ଷର ଦୀର୍ଘ ବ୍ୟବଧାନ ପରେ ୧୫ ମଇରେ ପେଟ୍ରୋଲ ଦରରେ ଲିଟର ପିଛା ୩ ଟଙ୍କା ବୃଦ୍ଧି କରାଯାଇଥିଲା।
* ଦ୍ୱିତୀୟ ବୃଦ୍ଧି ୧୯ ମଇରେ ହୋଇଥିଲା। ଅର୍ଥାf ପ୍ରଥମ ବୃଦ୍ଧିର ଠିକ ଚାରି ଦିନ ପରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲରେ ୮୭ ପଇସା ଏବଂ ଡିଜେଲରେ ୯୧ ପଇସା ବୃଦ୍ଧି କରିଥିଲେ।
ତୃତୀୟ ବୃଦ୍ଧି ୨୩ ମଇରେ ହୋଇଥିଲା। ସେହି ସମୟରେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ବ୍ୟାରେଲ ପିଛା ୧୦୦ ଡଲାର ପାର୍ ହେବା ଯୋଗୁଁ ହାରାହାରି ୯୦ ପଇସା ବୃଦ୍ଧି ପାଇଥିଲା।
୨୫ ମଇରେ ହୋଇଥିବା ଚତୁର୍ଥ ବୃଦ୍ଧିରେ ପେଟ୍ରୋଲ ଦର ୨.୬୧ ଟଙ୍କା ଏବଂ ଡିଜେଲ ଦର ୨.୭୧ ଟଙ୍କା ବଢ଼ାଯାଇଥିଲା।
କେନ୍ଦ୍ର ସରକାର ପେଟ୍ରୋଲ ରପ୍ତାନି ଉପରେ ଲାଗୁଥିବା ସୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ (SAED)କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେଇଛନ୍ତି; ଅପରପକ୍ଷେ ହାଇ-ସ୍ପିଡ ଡିଜେଲ ଉପରେ ଶୁଳ୍କ ବୃଦ୍ଧି କରି ଲିଟର ପିଛା ୧୧.୫ ଟଙ୍କା ଏବଂ ବିମାନ ଇନ୍ଧନ (ATF) ଉପରେ ୧୧ ଟଙ୍କା ଧାର୍ଯ୍ୟ କରିଛନ୍ତି।
ଏହାର କୌଣସି ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିବ ନାହିଁ। ଏହି ଟ୍ୟାକ୍ସ କେବଳ ଦେଶ ବାହାରକୁ ରପ୍ତାନି ହେଉଥିବା ଇନ୍ଧନ ଉପରେ ଲାଗୁ ହୋଇଥାଏ। ଦେଶ ଭିତରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ବିକ୍ରି ହେଉଥିବା ତେଲ ଉପରେ ଲାଗୁଥିବା ଟ୍ୟାକ୍ସ (Excise Duty ଏବଂ VAT)ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ, ତେଣୁ ଆପଣଙ୍କ ସହରରେ ପେଟ୍ରୋଲ-ଡିଜେଲ ଦରରେ କୌଣସି ପରିବର୍ତ୍ତନ ହେବ ନାହିଁ।

