ନଭେମ୍ୱର ୧ରୁ ବଦଳିବ ଟଙ୍କା-ପଇସା ସହ ଜଡ଼ିତ ଏହି ସବୁ ବଡ଼ ନିୟମ: ପେନଶନଭୋଗୀଙ୍କ ଠାରୁ ସାଲାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ପଡ଼ିବ ସିଧା ପ୍ରଭାବ

ନୂଆଦୀଲ୍ଲୀ,୩୧।୧୦: ନଭେମ୍ୱର ମାସ ଆରମ୍ଭ ହେବା ମାତ୍ରେ ଟଙ୍କା ଏବଂ ଟିକସ ସମ୍ୱନ୍ଧୀୟ ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି। ଏହାର ସିଧାସଳଖ ପ୍ରଭାବ ପେନସନଭୋଗୀ, ଟିକସଦାତା, ମ୍ୟୁଚୁଆଲ ଫଣ୍ଡ ନିବେଶକ ଏବଂ ବ୍ୟବସାୟୀଙ୍କ ଉପରେ ପଡ଼ିବ। ନଭେମ୍ୱର ୧ରୁ ମ୍ୟୁଚୁଆଲ ଫଣ୍ଡର ଡାଇରେକ୍ଟ ପ୍ଲାନକୁ ନେଇ ନୂଆ ନିୟମ ଲାଗୁ ହେବ। ଅନ୍ୟପଟେ, ପେନସନଭୋଗୀମାନଙ୍କୁ ମାସ ଶେଷ ସୁଦ୍ଧା ଲାଇଫ ସାର୍ଟିଫିକେଟ (ଜୀବନ ପ୍ରମାଣପତ୍ର) ଦାଖଲ କରିବାକୁ ପଡ଼ିବ। ଏହା ବ୍ୟତୀତ GST ନିୟମରେ ପରିବର୍ତ୍ତନ ଏବଂ ଅଡିଟ ବର୍ଗର ଟିକସଦାତାଙ୍କ ପାଇଁ ITR ଦାଖଲ କରିବାର ନୂଆ ଡେଡଲାଇନ ମଧ୍ୟ ସ୍ଥିର କରାଯାଇଛି। ଆସନ୍ତୁ ଜାଣିବା ଏହି ମାସରେ କ’ଣ କ’ଣ ବଦଳିବାକୁ ଯାଉଛି। ଏଠାରେ ଆମେ ଆପଣଙ୍କୁ ନଭେମ୍ୱରରେ ହେବାକୁ ଥିବା ୬ଟି ବଡ଼ ପରିବର୍ତ୍ତନ ବିଷୟରେ ଗୋଟିଏ ପରେ ଗୋଟିଏ ଜଣାଉଛୁ:

1 November Rules Change

ନଭେମ୍ୱର ୧ରୁ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀଗୁଡ଼ିକର (AMCs) ଡିଜିଟାଲ ପ୍ଲାଟଫର୍ମରେ ମ୍ୟୁଚୁଆଲ ଫଣ୍ଡ୍ର ଡାଇରେକ୍ଟ ପ୍ଲାନ ଡିଫଲ୍ଟ ବିକଳ୍ପ ହେବ। SEBI ଅଧ୍ୟକ୍ଷ ତୁହିନ କାନ୍ତ ପାଣ୍ଡେ NDTV Profit Ignite ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଯଦି କୌଣସି ନିବେଶକ ରେଗୁଲାର୍‌ ପ୍ଲାନ ବାଛନ୍ତି, ତେବେ ତାଙ୍କୁ ପ୍ରଥମେ ଏହାର ଅଧିକ ଏକ୍ସପେନ୍ସ ରେସିଓ (ଖର୍ଚ୍ଚ ଅନୁପାତ) ବିଷୟରେ ଜଣାଇ ଦିଆଯିବ। ଅର୍ଥାତ, ଏଣିକି ଅନଲାଇନ ନିବେଶ କଲାବେଳେ ନିବେଶକମାନଙ୍କୁ Direct ଏବଂ Regular Plan ର ଖର୍ଚ୍ଚ ମଧ୍ୟରେ ଥିବା ପାର୍ଥକ୍ୟ ବୁଝିବାର ସୁଯୋଗ ମିଳିବ।

ନଭେମ୍ୱର ୧ରୁ ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ GST ସମ୍ୱନ୍ଧୀୟ କିଛି ନିୟମ ବଦଳିବାକୁ ଯାଉଛି। ସରକାର ଅକ୍ଟୋବର ୨୬ରେ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ନୂତନ ପରିବର୍ତ୍ତନଗୁଡ଼ିକ ମଧ୍ୟରେ ବିକ୍ରୟ ପରବର୍ତ୍ତୀ ରିହାତି (ପୋଷ୍ଟ-ସେଲ ଡିସକାଉଣ୍ଟ) ନିୟମ ଏବଂ ଇନଭର୍ଟେଡ ଡ୍ୟୁଟି ଷ୍ଟ୍ରକଚର୍‌ ଥିବା ବ୍ୟବସାୟୀଙ୍କୁ ଶୀଘ୍ର ପ୍ରୋଭିଜନାଲ ରିଫଣ୍ଡ ଦେବାର ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହି ପରିବର୍ତ୍ତନଗୁଡ଼ିକର ଉଦ୍ଦେଶ୍ୟ ହେଉଛି ବ୍ୟବସାୟୀମାନଙ୍କ ପାଇଁ GST ପ୍ରକ୍ରିୟାକୁ ସହଜ କରିବା ଏବଂ ସେମାନଙ୍କ କ୍ୟାଶ ଫ୍ଲୋ (ନଗଦ ପ୍ରବାହ)କୁ ଉନ୍ନତ କରିବା।

ଆୟକର ରିଟର୍ଣ୍ଣ ଦାଖଲ କରୁଥିବା କିଛି ଟିକସଦାତାଙ୍କୁ ଆଶ୍ୱସ୍ତି ମିଳିଛି। ଆୟକର ବିଭାଗ ଆକଳନ ବର୍ଷ (Assessment Year) ୨୦୨୬-୨୭ ପାଇଁ ଅଡିଟ ଅନ୍ତର୍ଭୁକ୍ତ ଟିକସଦାତାଙ୍କ ITR ଦାଖଲର ଶେଷ ତାରିଖକୁ ଅକ୍ଟୋବର ୩୧ରୁ ବୃଦ୍ଧି କରି ନଭେମ୍ୱର ୨୧, ୨୦୨୬ କରିଦେଇଛି। ଏଥିରେ ର୍ନିଦ୍ଦିଷ୍ଟ ଅଡିଟ ନିୟମ ଅଧୀନରେ ଆସୁଥିବା ବ୍ୟବସାୟୀ, ପ୍ରଫେସନାଲ, ଫାର୍ମ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକୁ ଆଶ୍ୱସ୍ତି ମିଳିବ। ତେବେ ଏହି ଛାଡ଼ ସମସ୍ତ ଟିକସଦାତାଙ୍କ ପାଇଁ ନୁହେଁ। ITR-1 ଏବଂ ITR-2 ଦାଖଲ କରୁଥିବା ସାଧାରଣ ଲୋକଙ୍କ ନିୟମିତ ଡେଡଲାଇନ ପୂର୍ୱରୁ ହିଁ ଶେଷ ହୋଇସାରିଛି। ଯେଉଁମାନଙ୍କର ଧାର୍ଯ୍ୟ ସମୟ ସୀମା ପାର ହୋଇଯାଇଛି, ସେମାନେ ବିଳମ୍ୱ ଶୁଳ୍କ (Late fee) ସହିତ ଡିସେମ୍ୱର ୩୧ ସୁଦ୍ଧା ବିଲେଟେଡ ରିଟର୍ଣ୍ଣ ଦାଖଲ କରିପାରିବେ।

ପେନସନ ପାଉଥିବା ଲୋକଙ୍କ ପାଇଁ ନଭେମ୍ୱର ମାସରେ ଏକ ଗୁରୁତ୍ୱପୂର୍ଣ୍ଣ ଡେଡଲାଇନ ରହିଛି। ସମସ୍ତ ପେନସନଭୋଗୀଙ୍କୁ ନଭେମ୍ୱର ୩୦ ସୁଦ୍ଧା ସେମାନଙ୍କର ବାର୍ଷିକ ଜୀବନ ପ୍ରମାଣପତ୍ର ଅର୍ଥାତ Life Certificate ଜମା କରିବାକୁ ପଡ଼ିବ। ୮୦ ବର୍ଷ ବା ତହିଁରୁ ଅଧିକ ବୟସର ପେନସନଭୋଗୀଙ୍କ ପାଇଁ ଏହି ସୁବିଧା ଅକ୍ଟୋବର ୧ରୁ ଆରମ୍ଭ ହୋଇଯାଇଥିଲା। ଅନ୍ୟପଟେ, ବାକି ପେନସନଭୋଗୀମାନେ ନଭେମ୍ୱର ୧ରୁ ନିଜର ପ୍ରମାଣପତ୍ର ଜମା କରିପାରିବେ। ଏଥିପାଇଁ ସେମାନେ ବ୍ୟାଙ୍କ ଶାଖାକୁ ଯାଇପାରିବେ କିମ୍ୱା ଆଧାର ଆଧାରିତ ପ୍ରାମାଣୀକରଣ (Aadhaar authentication) ଜରିଆରେ ଡିଜିଟାଲ ଜୀବନ ପ୍ରମାଣ (Jeevan Pramaan) ଦାଖଲ କରିପାରିବେ। ଯେଉଁଠାରେ ସୁବିଧା ଉପଲବ୍ଧ, ସେଠାରେ ଡାକଘରର ଡୋରଷ୍ଟେପ ସେବା ମଧ୍ୟ ବ୍ୟବହାର କରାଯାଇପାରିବ। ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ କରିବା ପାଇଁ ସରକାର ନଭେମ୍ୱର ୧ରୁ ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ କରୁଛନ୍ତି, ଯାହାଦ୍ୱାରା ପେନସନଭୋଗୀମାନେ ଘରେ ବସି ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଧ୍ୟାନ ରଖନ୍ତୁ, ଧାର୍ଯ୍ୟ ତାରିଖ ସୁଦ୍ଧା ଲାଇଫ ସାର୍ଟିଫିକେଟ ଜମା ନକଲେ ପେନସନ ଅଟକି ଯାଇପାରେ।

1 November Rules Change: ଯଦି ଆପଣ ଫିକ୍ସଡ ଡିପୋଜିଟ (FD) ରେ ଟଙ୍କା ନିବେଶ କରିବାକୁ ଚିନ୍ତା କରୁଛନ୍ତି, ତେବେ ନଭେମ୍ୱରରେ ବିଭିନ୍ନ ବ୍ୟାଙ୍କର ନୂଆ ସୁଧହାର ଅପଡେଟ ହେବ, ତାହା ନିଶ୍ଚୟ ଯାଞ୍ଚ କରନ୍ତୁ। ନିକଟରେ ଅନେକ ବ୍ୟାଙ୍କ FD ଉପରେ ସୁଧହାର ପରିବର୍ତ୍ତନ କରିଛନ୍ତି। ନଭେମ୍ୱରରେ ମଧ୍ୟ କିଛି ବ୍ୟାଙ୍କ FD ଦର ବଦଳାଇ ପାରନ୍ତି। ତେବେ ପ୍ରତ୍ୟେକ ବ୍ୟାଙ୍କ ଏବଂ FD ର ଅବଧି ଅନୁଯାୟୀ ସୁଧହାରରେ ପରିବର୍ତ୍ତନ ଭିନ୍ନ ହୋଇପାରେ। ତେଣୁ ନିବେଶ କରିବା ପୂର୍ୱରୁ ବିଭିନ୍ନ ବ୍ୟାଙ୍କର ସର୍ୱଶେଷ ସୁଧହାର ନିଶ୍ଚୟ ଯାଞ୍ଚ କରିନିଅନ୍ତୁ।

ସଭରେନ ଗୋଲ୍ଡ ବଣ୍ଡ୍ରେ ନିବେଶ କରିଥିବା ଲୋକଙ୍କ ପାଇଁ ମଧ୍ୟ ନଭେମ୍ୱର ମାସଟି ବିଶେଷ। ଏହି ମାସରେ ଚାରୋଟି ସିରିଜ୍ର ବଣ୍ଡ୍ରୁ ସମୟ ପୂର୍ୱରୁ ଟଙ୍କା ଉଠାଇବା ଅର୍ଥାତ୍ Premature Redemption ର ସୁଯୋଗ ମିଳିବ। ଏଥିମଧ୍ୟରେ 2020-21 Series VII ର ରିଡେମ୍ପସନ ତାରିଖ ନଭେମ୍ୱର ୨, 2020-21 Series VIII ର ନଭେମ୍ୱର ୧୮ ଏବଂ 2020-21 Series II ର ନଭେମ୍ୱର ୧୯ ଧାର୍ଯ୍ୟ କରାଯାଇଛି। ସେହିପରି 2021-22 Series I ର ନିବେଶକମାନେ ନଭେମ୍ୱର ୨୫ରେ ସମୟ ପୂର୍ୱରୁ ରିଡେମ୍ପସନ କରିପାରିବେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗିଲା ଶାହରୁଖଙ୍କ ‘କିଙ୍ଗ’, ବଢୁଛି ଉତ୍ସାହ

ମୁମ୍ବାଇ: ବଲିଉଡ୍‌ର ବାଦଶାହ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା। ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଏହା ଏକ ବଡ଼…

ବିଦ୍ୟାଭାରତୀଙ୍କୁ ଝଟକା: ଏଥର ହେବେ ବନ୍ଧା!

ବାରିପଦା/ଭୁବନେଶ୍ୱର, ୩୧।୧୦: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଅଡ଼ୁଆ ବଢ଼ିଛି। ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ…

ଗଞ୍ଜାମ ପୋଲିସ ପକ୍ଷରୁ ‘ରନ୍ ଫର୍ ୟୁନିଟି’ ଓ ‘ନିଶାମୁକ୍ତ ଓଡ଼ିଶା’

ଛତ୍ରପୁର, ୩୧।୧୦ (ଦିଲ୍ଲୀପ ସାମଲ): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଞ୍ଜାମ ପୋଲିସ ପକ୍ଷରୁ ‘ରନ୍ ଫର୍…

SBI ୟୁଜର୍ସଙ୍କୁ ବଡ଼ ଝଟ୍‌କା: ଡିସେମ୍ୱର ୧ରୁ ତେଲ ଭରିବା-ଟ୍ରାନ୍ସପୋର୍ଟ ଖର୍ଚ୍ଚ ଉପରେ ଲାଗିବ ଏକ୍ସର୍ଟା ଚାର୍ଜ

ନୂଆଦିଲ୍ଲୀ,୩୧।୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ର କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ବାସ୍ତବରେ, ଏସବିଆଇ କାର୍ଡସ (SBI Cards)…

ସେମିଫାଇନାଲ ସ୍ବପ୍ନ ଚୂର୍‌ମାର: ଟୁର୍ନାମେଣ୍ଟରୁ ବିଦାୟ ନେଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୩୧।୧୦: ହଂକଂ ସୁପର ସିକ୍ସେସ ୨୦୨୬ରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି। ଦଳର ପ୍ରଦର୍ଶନ କେତେ ଖରାପ ଥିଲା, ତାହା ଏଥିରୁ ଅନୁମାନ କରାଯାଇପାରେ…

ଟିମ୍‌ଇଣ୍ଡିଆରେ ସ୍ଥାନ ପକ୍କା କରିବା ପାଇଁ ଚୁପଚାପ କରୁଛନ୍ତି ଏହି କାମ: କୋଚ କରିଦେଲେ…

ନୂଆଦିଲ୍ଲୀ,୩୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ମଧ୍ୟ ନିଜ ଦକ୍ଷତା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ୧୫…

ଏହି ଦିନ ବଜାରକୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍‌: RBIର କଲା ଘୋଷଣା!

ନୂଆଦିଲ୍ଲୀ,୩୧।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୦୨୭ ଏପ୍ରିଲ ୧ ତାରିଖରୁ ୧୦ ଓ ୨୦ ଟଙ୍କିଆ ନୂଆ ପଲିମର (ପ୍ଲାଷ୍ଟିକ) ନୋଟ୍‌ର ପାଇଲଟ ପ୍ରୋଜେକ୍ଟ ବା…

UAEଠାରୁ ହାରିଲା ଭାରତ: ନିରାଶାଜନକ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ଜାରି ରହିଛି। UAE ବିପକ୍ଷ ମ୍ୟାଚ୍‌ରେ ଭାରତ ୬ ଉଇକେଟ୍‌ରେ ପରାସ୍ତ ହୋଇଛି। ଏହା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?