ସମ୍ପାଦକୀୟ

ଦୋଛକିରେ ନୋବେଲ ବିଜେତା ହିଣ୍ଟନ୍‌

କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ)ର ଗଡ୍‌ଫାଦର ଜେଫ୍ରେ ହିଣ୍ଟନ୍‌ ଗୁଗୁଲ୍‌ କମ୍ପାନୀ ଛାଡ଼ିଦେଲେ ଓ ପ୍ରକାଶ୍ୟରେ ନିଜ ଉଦ୍ଭାବନ ପାଇଁ ପଶ୍ଚାତ୍ତାପ କରୁଛନ୍ତି ବୋଲି କହିଥିଲେ। ଗତବର୍ଷ ମେ’ ପହିଲା ଦିନ ନ୍ୟୁୟର୍କ ଟାଇମ୍ସ ଓ ପରଦିନ ବି.ବି.ସି., ଦ ଗାର୍ଡିଆନ୍‌…

କଶ୍ମୀରରେ ଗଣତନ୍ତ୍ର

ଜମ୍ମୁ କଶ୍ମୀରରେ ହୋଇଥିବା ନିର୍ବାଚନରେ ଏକ ନୂତନ ସରକାର ଆସିଛି। ସବୁଠାରୁ ବଡ଼ କଥା ହେଉଛି ଏହି ନିର୍ବାଚନ ସମ୍ପୂର୍ଣ୍ଣ ଅବାଧ ଓ ସ୍ବଚ୍ଛ ଥିଲା। ଏହା ମଧ୍ୟ ଏକ ସକାରାତ୍ମକ ବିକାଶ । କଶ୍ମୀର ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ବୋଲି…

ଶାନ୍ତିର ନିକେତନ ଅଶାନ୍ତ

ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଏ ସମାଜ ଯେତିକି କ୍ଷତିଗ୍ରସ୍ତ ନ ହୁଏ, ତତୋଧିକ କ୍ଷତିଗ୍ରସ୍ତ ହୁଏ ସଚେତନ ବର୍ଗ, ବିଦୁରବର୍ଗଙ୍କ ଉଦାସୀନତା ଯୋଗୁ। ସମାଜର ଉଦାସୀନପଣିଆକୁ ଦେଖି ଅନାଚାର ଆରମ୍ଭ କରିଦିଅନ୍ତି ଅସାମାଜିକ ବ୍ୟକ୍ତିମାନେ। ଫଳତଃ ସମାଜ ହୁଏ ବରବାଦୀ, ଠିକ୍‌…

ମହା ବିନାଶର ଅନ୍ତରାଳେ

ମତ୍ସ୍ୟ ପୁରାଣ ଅନୁସାରେ ବିଶ୍ୱର ସବୁଠାରୁ ବଡ଼ ପ୍ରଳୟ ପଚିଶ କୋଟି ବର୍ଷ ପୂର୍ବେ ରାଜା ସତ୍ୟବ୍ରତ ରାଜୁତି ସମୟରେ ହୋଇଥିଲା ବୋଲି ବର୍ଣ୍ଣିତ ଅଛି। ପୌରାଣିକ ସମୟ ଗଣତି ଅନୁସାରେ ପ୍ରତ୍ୟେକ ମନନ୍ତରର ଶେଷରେ ବା ସାରେ ପ୍ରଳୟ ଆସିଥାଏ।…

ରାଓଙ୍କ କାର୍ଯ୍ୟକାଳ ବଢ଼ିଲା

ଆର୍‌ବିଆଇ ଡେପୁଟି ଗଭର୍ନର ଏମ୍‌. ରାଜେଶ୍ୱର ରାଓଙ୍କ କାର୍ଯ୍ୟକାଳ ୮ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ୍‌ର ନିଯୁକ୍ତି କମିଟି (ଏସିସି)ର ଅନୁମୋଦନକ୍ରମେ ୯ ଅକ୍ଟୋବର ୨୦୨୪ରୁ ଏହା କାର୍ଯ୍ୟକାରୀ ହୋଇଛି। ଅକ୍ଟୋବର ୨୦୨୦ରେ ଆର୍‌ବିଆଇର…

ଦୁର୍ନୀତିଗ୍ରସ୍ତଙ୍କ ରକ୍ଷାକବଚ

ଗତ କିଛି ଦିନ ମଧ୍ୟରେ ଆଖି ଝଲସାଇ ଦେବାଭଳି ସମ୍ପତ୍ତିର ମାଲିକ ହୋଇଥିବା ଅନେକ ଅଧିକାରୀ ଓ କର୍ମଚାରୀ ରାଜ୍ୟ ଭିଜିଲାନ୍ସ ପଞ୍ଝାକୁ ଆସିଛନ୍ତି। ଏହା ସ୍ବତଃ ସ୍ପଷ୍ଟ ହୁଏ ସେମାନଙ୍କର ଦୁର୍ନୀତି ଏବେକାର ନୁହେଁ। ରାଜ୍ୟ ସରକାର ବଦଳିବା ପରେ…

ବିଷାକ୍ତ ମୂର୍ତ୍ତି ରଙ୍ଗ

ସଂପ୍ରତି ମୂର୍ତ୍ତି କାରିଗରିରେ କେବଳ ବିଷାକ୍ତ ରଙ୍ଗ ନୁହେଁ, ମୂର୍ତ୍ତି ତିଆରି, ପ୍ରସ୍ତୁତିରେ ବ୍ୟାପକ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାର ହେଉଛି। ଏହା ଆମ ସମସ୍ତଙ୍କ ପାଇଁ ଘାତକ। ଖୁଦୁରୁକୁଣୀ, ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ସରସ୍ବତୀ ପୂଜା, ଦଶହରା, ଦୀପାବଳି…

ମଧ୍ୟପ୍ରାଚ୍ୟର ଲଢ଼ୁଆ ଦେଶ

ଫ୍ରାନ୍ସର ବାମପନ୍ଥୀ ବିଚାରଧାରାର ବ୍ୟକ୍ତି ଥିଲେ ପିଏରେ ଗୋଲ୍ଡମ୍ୟାନ୍‌। ସେ ବିପ୍ଳବୀ ହେବାକୁ ସ୍ବପ୍ନ ଦେଖିଥିଲେ ଏବଂ ଜଣେ ଅପରାଧୀ ଥିଲେ। ପ୍ୟାରିସ୍‌ ଫାର୍ମାସିରେ ୨ଜଣ ମହିଳାଙ୍କୁ ହତ୍ୟା କରିବା ଏବଂ ଅନ୍ୟାନ୍ୟ ଦୋକାନରୁ ଲୁଟ୍‌ ଅଭିଯୋଗ ତାଙ୍କ ଉପରେ ଅଣାଯାଇଥିଲା।…

ପ୍ରାଥମିକ ଶିକ୍ଷାରେ ସ୍ଥାନୀୟ ଶିକ୍ଷା

ପ୍ରାଥମିକ ଶିକ୍ଷା କହିଲେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାସ୍ତର, ଶ୍ରେଣୀସ୍ତର, ଶିକ୍ଷଣ ପ୍ରକ୍ରିୟା, ବୁଝିବାର ତରିକା, ଆକଳନ ପଦ୍ଧତି, ପରୀକ୍ଷା, ପାଠ ପର୍ଯ୍ୟବେକ୍ଷଣ, ପାଠ ଅନୁସରଣ, ପାଠ ଉପସ୍ଥାପନ ଇତ୍ୟାଦି କେତେନା କେତେ କତିକୁ କତି ଲାଗିଯିବା ପ୍ରସଙ୍ଗଗୁଡ଼ିକୁ ବେଶି…

ଯଃ ପଳାୟତି, ସଃ ଜୀବତି

ଯେତେ ଯାହା ଅସୁବିଧା ସତ୍ତ୍ୱେ ମନୁଷ୍ୟ ପୃଥିବୀର ମାଧ୍ୟାକର୍ଷଣକୁ ଅତିକ୍ରମ କରୁ ଏବଂ ଅନ୍ତତଃ ସୌରମଣ୍ଡଳୀୟ ମହାକାଶରେ ନିଜ ପାଇଁ ସ୍ଥାନ ସଂରକ୍ଷଣ କରୁ। ପୃଥିବୀର ସବୁ ପ୍ରକାର ବିପଦ ତା’ ପ୍ରତି ରହିଛି। ଆମେ ମହାକାଶକୁ ସ୍ଥାନାନ୍ତରିତ ହେବାରେ ସୁଫଳ…

ପୁରାଣରେ ଦୁର୍ଗା

ଦୁର୍ଗାଙ୍କ କାହାଣୀ ମୂଳ ସଂସ୍କୃତ ରଚିତ ଦେବୀ ମହାତ୍ମ୍ୟରୁ କିମ୍ବା ଚଣ୍ଡିପାଠରୁ ଆସିଛି, ଯାହା ମାର୍କଣ୍ଡେୟ ପୁରାଣର ଅଂଶ। ଏହା ପ୍ରାୟ ୧,୫୦୦ ବର୍ଷ ପୂର୍ବେ ରଚନା କରାଯାଇଥିଲା। ମା’ ଦୁର୍ଗାଙ୍କ ପ୍ରତିମା ବା ପ୍ରତୀକଗୁଡ଼ିକ ମଧ୍ୟ ସେହି ସମାନ ଅବଧିରେ…

ଅଲୋଡ଼ା ନୁହନ୍ତି ବରିଷ୍ଠ ନାଗରିକ

ଷାଠିଏ ବର୍ଷ ପୂରିଗଲେ ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନସୂଚକ ସମ୍ବୋଧନ ସିନିୟର ସିଟିଜେନ ବା ‘ବରିଷ୍ଠ ନାଗରିକ’ ମନରେ ଆତ୍ମସନ୍ତୋଷ ଭରିଦିଏ। ସିନିୟର ସିଟିଜେନ ପରିଚୟରେ ଖୁବ୍‌ ଗୌରବବୋଧ ଅନୁଭବ ହୁଏ। ମାତ୍ର ସ୍ବାଭିମାନୀ ମଣିଷଟି ଜୀବନର ଅପରାହ୍ନରେ ଯେବେ ବାସ୍ତବତାକୁ ସାମ୍ନାକରେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri