ମଧ୍ୟପ୍ରାଚ୍ୟର ଲଢ଼ୁଆ ଦେଶ

ଫ୍ରାନ୍ସର ବାମପନ୍ଥୀ ବିଚାରଧାରାର ବ୍ୟକ୍ତି ଥିଲେ ପିଏରେ ଗୋଲ୍ଡମ୍ୟାନ୍‌। ସେ ବିପ୍ଳବୀ ହେବାକୁ ସ୍ବପ୍ନ ଦେଖିଥିଲେ ଏବଂ ଜଣେ ଅପରାଧୀ ଥିଲେ। ପ୍ୟାରିସ୍‌ ଫାର୍ମାସିରେ ୨ଜଣ ମହିଳାଙ୍କୁ ହତ୍ୟା କରିବା ଏବଂ ଅନ୍ୟାନ୍ୟ ଦୋକାନରୁ ଲୁଟ୍‌ ଅଭିଯୋଗ ତାଙ୍କ ଉପରେ ଅଣାଯାଇଥିଲା। ଏହି ଘଟଣାରେ ସେ ଚୋରି କରିଥିବା ମାନିଯାଇଥିଲେ, କିନ୍ତୁ ହତ୍ୟାକୁ ସ୍ବୀକାର କରି ନ ଥିଲେ।
୧୯୭୪ ମସିହାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୧୯୭୬ରେ ମାମଲାର ପୁନର୍ବିଚାର କରାଯାଇ ଗୋଲ୍ଡମ୍ୟାନ୍‌ଙ୍କୁ ନିର୍ଦ୍ଦୋଷ ଘୋଷଣା କରାଯିବା ପରେ ସେ ମୁକ୍ତ ହୋଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣା ସେଡ୍ରିକ୍‌ କାନ୍‌ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦି ଗୋଲ୍ଡମ୍ୟାନ୍‌ କେସ୍‌’(୨୦୨୩)ର ବିଷୟବସ୍ତୁ। ଏହା ପୂର୍ବରୁ ଗୋଲ୍ଡମ୍ୟାନ୍‌ ଫରାସୀ ବାମପନ୍ଥୀଙ୍କ ପାଇଁ ଜଣେ ହିରୋ ହୋଇଯାଇଥିଲେ ଏବଂ ପ୍ୟାରିସ୍‌ ସାହିତ୍ୟ ଓ ସାଂସ୍କୃତିକ ଜଗତର ବିଦ୍ୱାନ ବ୍ୟକ୍ତିଙ୍କ ସମେତ ଅନେକ ସମର୍ଥକ କୋର୍ଟ ସେସନରେ ଯୋଗଦେଇଥିଲେ। ୧୯୭୯ରେ ତାଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା। ସେତେବେଳେ ତାଙ୍କ ଶେଷକୃତ୍ୟରେ ଭାଗନେଇଥିବା ବ୍ୟକ୍ତିମାନଙ୍କ ସହ ବିଶିଷ୍ଟ ଫରାସୀ ଦାର୍ଶନିକ, ଓପନ୍ୟାସିକ ଜିନ୍‌ ପଲ୍‌ ସାର୍ଟ୍ରେ ଯୋଗଦେଇଥିଲେ।
ଗୋଲ୍ଡମ୍ୟାନ୍‌ ଲିଓନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୋଲାଣ୍ଡ-ଇହୁଦୀ ପ୍ରବାସୀ ମାତାପିତା ଫ୍ରାନ୍ସର ନାଜି ଦଖଲ ବିରୋଧରେ କମ୍ୟୁନିଷ୍ଟ ଆନ୍ଦୋଳନରେ ଭାଗ ନେଇଥିଲେ। ଇହୁଦୀ ଗଣହତ୍ୟା ଗୋଲ୍ଡମ୍ୟାନ୍‌ଙ୍କ ଜୀବନକୁ ଭୀଷଣ ଭାବେ ପ୍ରଭାବିତ କରିଥିଲା। ସେ ମଧ୍ୟ ତାଙ୍କ ପିତାଙ୍କ ପରି ଲଢୁଆ ବିପ୍ଳବୀ ହେବାକୁ ଚାହୁଁଥିଲେ ଏବଂ ଫ୍ରାନ୍ସକୁ ଫେରିବା ପୂର୍ବରୁ ବୈପ୍ଳବିକ କାର୍ଯ୍ୟଧାରାକୁ ଦେଖିବା ଆଶାରେ କ୍ୟୁବା ଏବଂ ଭେନେଜୁଏଲା ଯାତ୍ରା କରିଥିଲେ। କିନ୍ତୁ ସେଠାରେ ସେ ଚୋର ପାଲଟିଯାଇଥିଲେ। ତାଙ୍କ ମାମଲାର ବିଚାର ସମୟରେ ଗୋଲ୍ଡମ୍ୟାନ୍‌ ଘୋଷଣା କରିଥିଲେ ଯେ ସେ ସର୍ବଦା ଜଣେ ‘ଇହୁଦୀ ଯୋଦ୍ଧା’ ହେବାକୁ ଇଚ୍ଛା କରନ୍ତି। କାରଣ ତାଙ୍କ ଦୃଷ୍ଟିରେ ‘ଇହୁଦୀ ଲଜ୍ଜା ବା ଅପମାନ’ ଦୂର କରିବାରେ ପ୍ରତିରୋଧ ଥିଲା ଏକମାତ୍ର ଉପାୟ।
ଗଣହତ୍ୟାରେ ଶେଷ ହୋଇଥିବା ଏକ ଶତାବ୍ଦୀ ବ୍ୟାପୀ ନିର୍ଯାତନାର ଅପମାନକୁ ଦୂରକରିବା ପାଇଁ ଦୃଢ଼ ଇଚ୍ଛା ପ୍ରକାଶ କରିବା ଗୋଲ୍ଡମ୍ୟାନ୍‌ଙ୍କ କ୍ଷେତ୍ରରେ କିଛି ଭିନ୍ନ କିମ୍ବା ନୂଆ ନୁହେଁ। ଏ କ୍ଷେତ୍ରରେ ଇସ୍ରାଏଲର ଇତିହାସ ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଆକ୍ରମଣାମତ୍କ ମନୋଭାବକୁ ବି ବୁଝିବା ଦରକାର। ଅବଶ୍ୟ ନେତାନ୍ୟାହୁ ହମାସ୍‌ ଏବଂ ହେଜ୍‌ବୋଲ୍ଲା ବିରୋଧରେ ଯୁଦ୍ଧକୁ ଆହୁରି ତୀବ୍ର କରିବା ପଛରେ ଅନେକ କାରଣ ଅଛି। ଯଦି ସେ ଏଥିରେ ପରିବର୍ତ୍ତନ କରନ୍ତି, ତେବେ ତାଙ୍କ ସରକାରରେ ଥିବା କଠୋରପନ୍ଥୀମାନେ ତାଙ୍କୁ ଛାଡ଼ି ଚାଲିଯିବେ ଏବଂ ଥରେ କ୍ଷମତାଚ୍ୟୁତ ହେବା ପରେ ନେତାନ୍ୟାହୁ ଜେଲରେ ରହିବା ସମ୍ଭାବନା ଅଛି।
ନେତାନ୍ୟାହୁଙ୍କ କଥାରେ ଗୋଲ୍ଡମ୍ୟାନ୍‌ଙ୍କଠାରୁ ଅଧିକ କିଛି ଅଛି । ପାଲେଷ୍ଟିନୀୟଙ୍କ ସହ ଯୁଦ୍ଧକୁ ଯୁକ୍ତିଯୁକ୍ତ ଦର୍ଶାଇବା ପାଇଁ ଯେତେବେଳେ ଇହୁଦୀମାନେ କେବଳ ଦୁର୍ଦ୍ଦଶା ଭୋଗୁଥିଲେ ସେତେବେଳେ ସେ ବାରମ୍ବାର ହୋଲକୋଷ୍ଟବା ଇହୁଦୀ ଗଣହତ୍ୟାକୁ ଆହ୍ବାନ କରିଥିଲେ। ଗାଜାରେ ଯୁଦ୍ଧ ବନ୍ଦ କରିବାକୁ ତାଙ୍କ ଉପରେ ଚାପ ପକାଯାଇଥିବା ସମୟରେ ନେତାନ୍ୟାହୁ କହିଥିଲେ, ଆମେ ଆମର ଗଣହତ୍ୟା ଶତ୍ରୁମାନଙ୍କୁ ପରାସ୍ତ କରିବୁ। ୧୯୪୮ ମସିହାରେ ଇସ୍ରାଏଲ ଗଠନହେବା ପରଠାରୁ ଇସ୍ରାଏଲର ନୈତିକତାରେ ସାମରିକ କୌଶଳ ଏକ ଅଂଶ ଭାବେ ରହିଆସିଛି। ଏକ ନୂତନ ପ୍ରକାରର ଜଣେ ଇହୁଦୀ ଯୋଦ୍ଧା ନୂତନ ଦେଶ ସ୍ଥାପନ କରିବେ। କିନ୍ତୁ ୧୯୪୦ ଏବଂ ୧୯୫୦ ଦଶକରେ ନାଜିଙ୍କ ଦ୍ୱାରା କରାଯାଇଥିବା ଗଣହତ୍ୟା ବିଷୟକୁ କେବେ ବି ଉଠାଯାଇ ନ ଥିଲା। ଇସ୍ରାଏଲର ପ୍ରଥମ ପ୍ରଧାନମନ୍ତ୍ରୀ ଡେଭିଡ୍‌ ବେନ୍‌ ଗୁରିଅନ ୟୁରୋପର ଏହି ଅତୀତକୁ ଭୁଲି ଆଗକୁ ବଢ଼ି କିଛି ନୂଆ କରିବାକୁ ଚାହୁଁଥିଲେ। ଗଣହତ୍ୟାରୁ ବଞ୍ଚିଯାଇଥିବା ବ୍ୟକ୍ତିମାନେ ଏକ ଐତିହାସିକ ଅପମାନର ଏକ ଲଜ୍ଜାଜନକ ସ୍ମାରକ ଭାବେ ରହିଥିଲେ। ଜେରୁଜେଲମରେ ଗଣହତ୍ୟାର ମୁଖ୍ୟ ଆୟୋଜକ ଆଡଲ୍‌ଫ ଇକ୍‌ମ୍ୟାନ୍‌ଙ୍କ, ବିଚାର ୧୯୬୧ରେ ହେଲା ପରେ ବେନ୍‌ ଗୁରିଅନ ତାଙ୍କ ମାନସିକତାରେ ପରିବର୍ତ୍ତନ ଆଣିଥିଲେ। ହୋଲକୋଷ୍ଟକୁ ଆଉ ଲଜ୍ଜାର ପ୍ରତୀକ ଭାବରେ ବ୍ୟବହାର କରା ନ ଯାଇ ବରଂ ଇହୁଦୀମାନେ ଆଉ ଗଣହତ୍ୟାର କିଭଳି ଶିକାର ନ ହେବେ ତାହା ନିଶ୍ଚିତ କରିବା ପାଇଁ ଏହାକୁ ପ୍ରମାଣ ଭାବରେ ଦେଖାଗଲା। ତେବେ ଇସ୍ରାଏଲର ସ୍କୁଲ ପିଲାମାନେ ପୋଲାଣ୍ଡର ମୃତ୍ୟୁ ଶିବିର ଗସ୍ତରେ ଥିବାବେଳେ ସେମାନଙ୍କୁ କୁହାଯାଏ ଯେ ହିଟ୍‌ଲର କ୍ଷମତାକୁ ଆସିବା ପରେ ଯଦି ଇହୁଦୀ ରାଷ୍ଟ୍ର ଥାଆନ୍ତା, ତେବେ ୬ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିଯାଇଥାଆନ୍ତା।
ନେତାନ୍ୟାହୁ ଇହୁଦୀମାନଙ୍କ ଜୀବନ ବଞ୍ଚାଇବାର ଦାୟିତ୍ୱ ବହନକରି ନିଜକୁ ଗର୍ବିତ ଅନୁଭବ କରିଛନ୍ତି। ସେ ଥିଲେ ‘ମିଷ୍ଟର ସିକ୍ୟୁରିଟି’। ତାଙ୍କ ଦୃଢ଼ ନେତୃତ୍ୱରେ ଇସ୍ରାଏଲର ଇହୁଦୀମାନେ ସୁରକ୍ଷିତ ରହିବେ। ୭ ଅକ୍ଟୋବର ୨୦୨୩ରେ ହମାସ୍‌ ଇସ୍ରାଏଲ ସୀମା ଭିତରେ ପ୍ରବେଶକରି ଘାତକ ଆକ୍ରମଣ କରିଥିଲା। ସେମାନେ ଇହୁଦୀଙ୍କୁ ହତ୍ୟା, ବଳାତ୍କାର ଓ ଅପହରଣ କରିଥିଲେ। ଏହା ଥିଲା ଇସ୍ରାଏଲ ପ୍ରତିରକ୍ଷା ବଳ ( ଆଇଡିଏଫ୍‌) ପାଇଁ ଏକ ବଡ଼ ଅପମାନ। ଏହା ପାଇଁ ଆଇଡିଏଫ୍‌ ମଧ୍ୟ ପ୍ରସ୍ତୁତ ନ ଥିଲା। ଇଣ୍ଟେଲିଜେନ୍ସ ଏଜେନ୍ସିଗୁଡ଼ିକ ସତର୍କ ସୂଚନାକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ, ଏପରିକି ମିଷ୍ଟର ସିକ୍ୟୁରିଟି ମଧ୍ୟ।
ହମାସ୍‌କୁ ଜବାବ ଦେବା ଲାଗି ନେତାନ୍ୟାହୁଙ୍କୁ ଆକ୍ରମଣ କରିବାକୁ ପଡ଼ିଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି କେବଳ କ୍ଷମତାରେ ରହିବା ଏବଂ ଜେଲରେ ନ ରହିବା ଲାଗି ଏବେ କେବଳ ସେ ଆକ୍ରମଣ ଜାରି ରଖିନାହାନ୍ତି ବରଂ ଅପମାନ ଦୂର କରିବାକୁ ଏବଂ ଆବଶ୍ୟକ ହେଲେ ଇହୁଦୀମାନେ ନିଜେ ଲଢ଼ିବାକୁ ସକ୍ଷମ ବୋଲି ଦର୍ଶାଇଛନ୍ତି। ବାସ୍ତବରେ ହମାସ୍‌ ଏବଂ ହେଜ୍‌ବୋଲ୍ଲା ଆତଙ୍କବାଦୀ ସଙ୍ଗଠନ ହେଉଛନ୍ତି ଶତ୍ରୁ। ସେମାନେ ମାନଚିତ୍ରରୁ ଇସ୍ରାଏଲକୁ ହଟାଇଦେବା ପାଇଁ ଚାହାନ୍ତି। କିନ୍ତୁ ଅକ୍ଟୋବର ୭ର ଘଟଣା ହିଁ ଅତୀତର ଇହୁଦୀ ନିର୍ଯାତନା ବିଷୟକୁ ପୁନର୍ବାର ସାମ୍ନାକୁ ଆଣିଛି। ଏହା ଯୋଗୁ ଇସ୍ରାଏଲ ତାହାର ଅତୀତର ମାନସିକ ଶକ୍ତିକୁ ଆଧାରକରି ଲଢ଼ୁଛି। ତେଣୁ ବାରମ୍ବାର ଦାବି ହେଉଛି ଯେ ଇସ୍‌ଲାମୀୟ ଗୋଷ୍ଠୀ ହେଉଛନ୍ତି ଏବକାର ନାଜି ।
ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ। ପରମାଣୁ ଶକ୍ତିସମ୍ପନ୍ନ ଶକ୍ତିଗୁଡ଼ିକ ଏଥିରେ ଜଡ଼ିତ ହୋଇ ଏକ ବଡ଼ ଧରଣର ଯୁଦ୍ଧ ଘଟିବା ସମ୍ଭାବନା ଅଛି। ତେବେ ଉଗ୍ରବାଦୀ ଗୋଷ୍ଠୀଙ୍କ ବିରୋଧରେ ନେତାନ୍ୟାହୁଙ୍କ ସମ୍ପୂର୍ଣ୍ଣ ବିଜୟର ଲକ୍ଷ୍ୟ କେବଳ ଯୁଦ୍ଧ ଦ୍ୱାରା ହାସଲ ହୋଇପାରିବ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯୁଦ୍ଧ ଏବଂ ଅତ୍ୟାଚାର ସମ୍ମାନ ହାନି ଘଟାଇବା ସହ ଅପମାନିତ କରିବ। ଇସ୍ରାଏଲ ପ୍ରତିଷ୍ଠା କରିବା ଆବଶ୍ୟକ ବା ଯଥାର୍ଥ ହୋଇଥାଇପାରେ, କିନ୍ତୁ ପରିଣାମ ସ୍ବରୂପ ପାଲେଷ୍ଟିନୀୟମାନେ ବାରମ୍ବାର ଅପମାନିତ ହୋଇଆସିଛନ୍ତି।
ଉଭୟ ପକ୍ଷ ଅନ୍ୟର ସର୍ବାଧିକ କ୍ଷତି କରିବାକୁ ଯେପର୍ଯ୍ୟନ୍ତ ଚେଷ୍ଟା କରୁଥିବେ ସେପର୍ଯ୍ୟନ୍ତ ହିଂସାର ଶେଷ ହେବ ନାହିଁ। ନେତାନ୍ୟାହୁ ହୁଏତ ଭାବିପାରନ୍ତି ଯେ ସମ୍ପୂର୍ଣ୍ଣ ବିଜୟ ଘଟିିବ, କିନ୍ତୁ ଏହା ଏକ ଭ୍ରମ। ବର୍ତ୍ତମାନ ହେଜ୍‌ବୋଲ୍ଲା ଗମ୍ଭୀର ଭାବରେ କ୍ଷତିଗ୍ରସ୍ତ ହୋଇଛି ଏବଂ ଗାଜା ପୂରା ଧ୍ୱଂସ ହୋଇଯାଇଛି। ସେ ଯାହା କରିଛନ୍ତି ତାହା ଅଧିକ ଶତ୍ରୁ ସୃଷ୍ଟି କରିବ।
ପ୍ରତିଷ୍ଠିତ ଲେଖକ


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri