ଅଲୋଡ଼ା ନୁହନ୍ତି ବରିଷ୍ଠ ନାଗରିକ

ଷାଠିଏ ବର୍ଷ ପୂରିଗଲେ ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନସୂଚକ ସମ୍ବୋଧନ ସିନିୟର ସିଟିଜେନ ବା ‘ବରିଷ୍ଠ ନାଗରିକ’ ମନରେ ଆତ୍ମସନ୍ତୋଷ ଭରିଦିଏ। ସିନିୟର ସିଟିଜେନ ପରିଚୟରେ ଖୁବ୍‌ ଗୌରବବୋଧ ଅନୁଭବ ହୁଏ। ମାତ୍ର ସ୍ବାଭିମାନୀ ମଣିଷଟି ଜୀବନର ଅପରାହ୍ନରେ ଯେବେ ବାସ୍ତବତାକୁ ସାମ୍ନାକରେ, ବୁଝିପାରେ ସତରେ କେତେ ଅଲୋଡ଼ା ଆଉ ମୂଲ୍ୟହୀନ। ବରିଷ୍ଠ ନାଗରିକ ହିଁ ସମାଜକୁ ପରିବର୍ତ୍ତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। କାହିଁକି ନା ବିଭିନ୍ନ ଜିନିଷକୁ ନେଇ ସେମାନଙ୍କ ନିଖୁଣ ପାରଙ୍ଗମତା ରହିଛି। ସେମାନଙ୍କ ଉଚିତ ମାର୍ଗଦର୍ଶନ, ସୁଚିନ୍ତିତ ମତାମତ ଓ ଅଭିଜ୍ଞତା ହିଁ ସମାଜରେ ଯୁବପିଢ଼ି ପାଇଁ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିଥାଏ। ଭାରତର ପାରମ୍ପରିକ ମୂଲ୍ୟବୋଧ ବୟସ୍କ ଲୋକମାନଙ୍କୁ ସମ୍ମାନ ଦେବା ଓ ତାଙ୍କର ସେବା ଶୁଶ୍ରୂଷା କରିବା ଉପରେ ଜୋର ଦିଏ। ତେବେ ବର୍ତ୍ତମାନ ସମୟରେ ଯୌଥ ପରିବାର କମି ଯାଉଥିବା ଦେଖାଯାଉଛି। ଏହା ଫଳରେ ବହୁ ସଂଖ୍ୟାରେ ମାତା ପିତାମାନେ ସେମାନଙ୍କ ପରିବାରରୁ ଅବହେଳାର ଶିକାର ହେଉଛନ୍ତି ଓ ଭାବନାତ୍ମକ, ଶାରୀରିକ ଓ ଆର୍ଥିକ ସହାୟତାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ ସାମାଜିକ ସୁରକ୍ଷା ଅଭାବରୁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିରୁ ସ୍ପଷ୍ଟ ଯେ ବୟସ୍କ ଲୋକମାନଙ୍କର ସମସ୍ୟା ଏକ ବଡ଼ ସାମାଜିକ ସମସ୍ୟା ଭାବେ ଠିଆ ହେଉଛି ଓ ସେମାନଙ୍କୁ ସ୍ବାସ୍ଥ୍ୟଗତ ଓ ଆର୍ଥିକ ଆବଶ୍ୟକତା ପୂରଣ କରିବା ସହ ଏକ ସାମାଜିକ ପ୍ରତିଷ୍ଠା ତିଆରି କରିବାର ଆବଶ୍ୟକତା ରହିଛି, ଯାହା ବୟସ୍କ ଲୋକମାନଙ୍କର ଭାବନାତ୍ମକ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ଥିବ।
୧୯୫୧ ମସିହା ଏକ ସର୍ବେକ୍ଷଣରେ ଭାରତରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକମାନଙ୍କ ସଂଖ୍ୟା ୧୯.୦୮ ମିଲିୟନ ଥିବାବେଳେ ୫୦ ବର୍ଷ ପରେ ଅର୍ଥାତ ୨୦୦୧ରେ ଏହା ୭୬ ମିଲିୟନରେ ପହଞ୍ଚିଛି। ୨୦୩୦ ସୁଦ୍ଧା ଏହା ୧୯୮ ମିଲିୟନ ପହଞ୍ଚିବ ବୋଲି ଅନୁମାନ କରାଯ଼ାଉଛି। ବରିଷ୍ଠ ନାଗରିକଙ୍କ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ନେବା ସହ ଜନହିତକର ଯୋଜନା ମାନ କରିଛନ୍ତି। ଯୋଜନାର ଉଦ୍ଦେଶ୍ୟ ହେଲା ଯେ ବୟସ୍କ ଲୋକମାନଙ୍କୁ ରହିବା, ଖାଦ୍ୟ, ଚିକିତ୍ସା ସୁବିଧା, ମନୋରଞ୍ଜନ ସୁଯୋଗ ଦେବା ତଥା ସେମାନଙ୍କୁ ଉତ୍ପାଦକ ଓ ସକ୍ରିୟତା ପାଇଁ ପ୍ରୋତ୍ସାହନ ପ୍ରଦାନ କରି ତାଙ୍କର ଜୀବନ ଧାରଣର ମାନ ବୃଦ୍ଧି କରିବା ଏବଂ ସରକାରୀ ଓ ଅଣସରକାରୀ ସଂସ୍ଥା, ପଞ୍ଚାୟତିରାଜ ସଂସ୍ଥା ଓ ସ୍ଥାନୀୟ ସଂସ୍ଥା ତଥା ଗୋଷ୍ଠୀର ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବା। ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ବରିଷ୍ଠ ନାଗରିକ ସଞ୍ଜୟ ଯୋଜନା, ଡାକଘର ମାସିକ ଆୟ ଯୋଜନା, ବରିଷ୍ଠ ନାଗରିକ ଫିକ୍ସଡ ଡିପୋଜିଟ, ମ୍ୟୁଚୁଆଲ ଫଣ୍ଡ ଯୋଜନା ଓ ଗୋଲ୍ଡ ଫଣ୍ଡ ବ୍ୟାଙ୍କ ଓ ଡାକଘର ମାଧ୍ୟମରେ ସଞ୍ଚୟ କରିବା ପାଇଁ ସୁବନ୍ଦୋବସ୍ତ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବୀମା ଯୋଜନା ମାଧ୍ୟମରେ ମାଗଣା ଔଷଧ ଓ ଶରୀର ପରୀକ୍ଷାକରି ରିହାତି ଦରରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥାଏ। ଯାତାୟାତ ସୁବିଧା ନିମନ୍ତେ ସରକାରୀ ବସ ଓ ରେଳ ଯୋଗେ ଯାତ୍ରା କଲେ ରିହାତି ଦରରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥାଏ। ଏହି ବାର୍ତ୍ତା ଦେବା ପାଇଁ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ହାତକୁ ନିଆଯାଉଥିବା ବେଳେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ପୋଲିସ ଅଣ୍ଟାଭିଡ଼ିଛି। କିଛିଦିନ ଧରି ଏଥିପାଇଁ ଆରମ୍ଭ ହୋଇଛି ଏକ ଯୋଜନା। ଏହି ଯୋଜନା ମାଧ୍ୟମରେ ଥାନା ଅଧୀନରେ ବିଭିନ୍ନ ସ୍ଥାନରେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି ଓ ଏହାପରେ ସେମାନଙ୍କୁ ପୋଲିସ ପକ୍ଷରୁ ପ୍ରଦାନ କରାଯାଉଛି ପରିଚୟପତ୍ର। ବରିଷ୍ଠ ନାଗରିକଙ୍କ ନିମନ୍ତେ ଜୀବନର ଶେଷଭାଗରେ ବିଭିନ୍ନ ତୀର୍ଥ କ୍ଷେତ୍ର ଭ୍ରମଣରେ ନେଇଥାନ୍ତି ରାଜ୍ୟ ସରକାର; ଯାହାଫଳରେ କି ସମସ୍ତଙ୍କ ଭିତରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୋଇଥାଏ।
ଅନେକ ପରିବାରର ପାରିବାରିକ କନ୍ଦଳକୁ ନେଇ ବୃଦ୍ଧ ମାଆ ବାପା ଅଲୋଡ଼ା ଓ ବୋଝ ହୋଇଯାଆନ୍ତି ଜନ୍ମିତ ସନ୍ତାନସନ୍ତତିଙ୍କ ପାଖରେ। ଅନେକ ପରିବାରରେ ଆର୍ଥିକ ବୋଝକୁ ପାଥେୟ କରି ବିଭିନ୍ନ ଜରା ନିବାସରେ ଛାଡ଼ିଦେବା ପାଇଁ ପଛେଇ ନ ଥାନ୍ତି। ବେଳେବେଳେ ମନଭିତରେ ପ୍ରଶ୍ନ ଉଙ୍କିମାରେ ସତରେ କ’ଣ ଜନ୍ମିତ ମାଆ ବାପା ଏହି ସମାଜ ପାଇଁ ବୋଝ ଓ ଅଲୋଡ଼ା? ସେ କ’ଣ ତା’ର ପରିବାର ପାଇଁ କିଛି କରିନି ନା ଜନ୍ମ କଲା ଝିଅ ପୁଅଙ୍କ କଠୋର ହୃଦୟ? ଏଭଳି ଅନେକ ପ୍ରଶ୍ନବାଣରେ ଛନ୍ଦି ହୋଇଯାଇଛି ଜର୍ଜରିତ ସମାଜ। ବରିଷ୍ଠ ନାଗରିକଙ୍କ ବୟସ ସୀମା ପୃଥିବୀର ୨୨୭ ଦେଶ ମଧ୍ୟରେ ଭିନ୍ନ ଭିନ୍ନ ହୋଇଥାଏ। ଭାରତରେ ବୟସ ସୀମା ୬୦ ବର୍ଷକୁ ମାପଦଣ୍ଡ କରାଯାଇଥିଲା ବେଳେ ଏସିଆ, ୟୁରୋପ, ଜାପାନ, ଫିନ୍‌ଲାଣ୍ଡ, ପର୍ତ୍ତୁଗାଲ ଓ ଗ୍ରୀସ ରାଷ୍ଟ୍ରଗୁଡ଼ିକର ବୟସ ସୀମା ୬୫ରେ ରହିଅଛି। ବିଭିନ୍ନ ଅନ୍ତର୍ଜାତୀୟ ସର୍ବେକ୍ଷଣରେ ଜଣା ପଡିଛି ୬୫ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୧୦.୨୦% ବିଶ୍ୱରେ ହୋଇଥିଲା ବେଳେ ସର୍ବାଧିକ ୨୯.୨୨% ବରିଷ୍ଠ ନାଗରିକ ଜାପାନ ଅଧିବାସୀ ହୋଇଥିଲା ବେଳେ ସର୍ବନିମ୍ନ ୧.୪୧% କ୍ୟାଟର ଦେଶରେ ବରିଷ୍ଠ ନାଗରିକ ବସବାସ କରିଥାନ୍ତି। ଭାରତରେ ୬.୮୧% ବରିଷ୍ଠବ୍ୟକ୍ତି ବସବାସ କରିଥାନ୍ତି। ଭାରତର ଜନସଂଖ୍ୟା ଦୃଷ୍ଟିରୁ ଏହାର ପରିମାଣ ଅତି ନଗଣ୍ୟ। ବରିଷ୍ଠ ନାଗରିକ ହେଉଛନ୍ତି ଅଭିଜ୍ଞତାର ପ୍ରତୀକ। ସେମାନଙ୍କ ଉପଦେଶ ସମାଜ ପାଇଁ ମଙ୍ଗଳକାରୀ। ରାଜନୈତିକ କ୍ଷେତ୍ରରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଉଲ୍ଲେଖନୀୟ ହୋଇଥାଏ। ବିଶ୍ୱ ମାନଚିତ୍ରରେ ୧୦ଜଣ ପ୍ରତିଷ୍ଠିତ ରାଜନେତାଙ୍କ ବୟସ ୭୦ ବର୍ଷରୁ ଊର୍ଦ୍ଧ୍ୱ ସର୍ବଜ୍ୟେଷ୍ଠ ଭାବେ ୮୧ ବର୍ଷୀୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଥିଲାବେଳେ ସର୍ବ କନିଷ୍ଠ ୭୦ ବର୍ଷୀୟ ମେକ୍ସିକୋ ରାଷ୍ଟ୍ରପତି ଲୋପେଜ ଆବ୍ରାଡୋର ରହିଛନ୍ତି। ଏବେ ବି ସମାଜ ପାଇଁ ଆମର ଅବଦାନର ଆବଶ୍ୟକତା ରହିଛି, କିଭଳି ନୂତନ ପିଢ଼ିକୁ ଜୀବନର ମୂଲ୍ୟବୋଧ ବିଷୟରେ ଜ୍ଞାତ କରାଯିବ ସେ ଦାୟିତ୍ୱ ହେଉଛି ଆମ୍ଭମାନଙ୍କର। ଏହା ମଧ୍ୟରେ ରହିଛି ସୁଖ ଶାନ୍ତିର ଚାବିକାଠି।
ଅଧ୍ୟାପକ ରାଜନୀତି ବିଜ୍ଞାନ ବିଭାଗ, ସିନ୍ଧେଦେବୀ ସ୍ନାତକ ମହାବିଦ୍ୟାଳୟ, ନନ୍ଦପୁର, କୋରାପୁଟ, ମୋ:୯୪୩୭୯୫୫୫୬୮


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?