ପ୍ରାଥମିକ ଶିକ୍ଷାରେ ସ୍ଥାନୀୟ ଶିକ୍ଷା

ପ୍ରାଥମିକ ଶିକ୍ଷା କହିଲେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାସ୍ତର, ଶ୍ରେଣୀସ୍ତର, ଶିକ୍ଷଣ ପ୍ରକ୍ରିୟା, ବୁଝିବାର ତରିକା, ଆକଳନ ପଦ୍ଧତି, ପରୀକ୍ଷା, ପାଠ ପର୍ଯ୍ୟବେକ୍ଷଣ, ପାଠ ଅନୁସରଣ, ପାଠ ଉପସ୍ଥାପନ ଇତ୍ୟାଦି କେତେନା କେତେ କତିକୁ କତି ଲାଗିଯିବା ପ୍ରସଙ୍ଗଗୁଡ଼ିକୁ ବେଶି ଭାବରେ ବୁଝାଇଥାଏ। ଏବେ ପ୍ରାକ୍‌ ଶିଶୁ ଶ୍ରେଣୀ/ବିଦ୍ୟାଳୟ(ଅଙ୍ଗନୱାଡି)କୁ ମଧ୍ୟ ନୂତନ ଶିକ୍ଷାନୀତି-୨୦୨୦ ଅନୁସାରେ ଯୋଡ଼ି ଦିଆଯାଇଛି। ପରୀକ୍ଷା ନିରୀକ୍ଷାର ସୁଫଳ ଓ ଅବହେଳାରୁ ପ୍ରାଥମିକ ଶିକ୍ଷା ନିସ୍ତାର ପାଇବା ଯୁକ୍ତିଯୁକ୍ତ କି? ଆର କଥାଟି ହେଉଛି ପ୍ରାଥମିକ ଶିକ୍ଷା ଯେଡ଼େ ପରିମାଣରେ ସେହି ହାଉଦାର ପିଲାପିଲିଙ୍କ ଲାଗି ଅଭିପ୍ରେତ, ସେହି ଅନୁସାରେ ଗୁରୁକୁଳ ଏବଂ ବାପାମାଆ କୁଳ ଏଥିପାଇଁ ହକାରି ଆସିବା ଠିକ୍‌ ହେବ କି? ଏ କଥାକୁ ହେତୁ ପାଇବା ଆଜିକାଲିର ମହରଗ ବଜାରରେ ଖୁବ୍‌ ଜରୁରୀ। ଝାଞ୍ଜପିଟା ଯେତେଦୂରକୁ ଶୁଭିବ ସେତେ ଭଲ। ଶିକ୍ଷାନୀତି-୨୦୨୦ ଏବଂ ଏହା ପୂର୍ବରୁ ଆଉ ଯେଉଁ ସଂସ୍ଥାପକୀୟ ନୀତିସବୁ ମାର୍ଗଦର୍ଶନ ଭାବେ କାର୍ଯ୍ୟ କରୁଅଛନ୍ତି, ତା’ଭିତରେ ଡୋରଲଗା କଥାଟି ହେଉଛି ପ୍ରାଥମିକ ଶିକ୍ଷାରେ ନିକଟରୁ ଦୂର ଉଦାହରଣ, ନିକଟରୁ ଦୂର କଥାକୁ ନଥା, ନିକଟରୁ ଦୂର ଯଥାକୁ ତଥା ଭାବଭଙ୍ଗୀ, ବିଶ୍ୱାସ-ନିଃଶ୍ୱାସକୁ ଘିତିଆଣି ପାଠର ତରିକା ତିଆରି କରିବା। ଆମେ କହିବା ତରିକା, ଆପଣ କହିବେ ଯୋଜନା ବା ଲେଶନ ପ୍ଲାନ୍‌ କିନ୍ତୁ ଏ ବାବଦରେ ଆମର ନିଘା କମ୍‌ ରହୁଛି। ତାରିଖକୁ ତାରିଖ ବରାଦ-କଥାର ନଥି ମୋଟା ହେବାରେ ଲାଗିଛି। ଆଜ୍ଞା ପ୍ରମାଣେ ସେଥିଲାଗି ଉଛୁଣିକା ହରରକମର ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ଉହୁଙ୍କି ଉଠୁଛନ୍ତି। ସେ ପେଲିଦେଉଛି ଆଉ କାହାକୁ, ଇଏ ଠେଲିଦେଉଛି ତଳକୁ; ଉପରକୁ ସୂଚନା ଉଠି ଉଠି ଯାଉଛି। ମାତ୍ର ପାଠ ରଙ୍ଗ୍‌ ମେସେଜ୍‌ ହୋଇ ଅନ୍ୟ କାହାପାଖକୁ ଚାଲିଯାଉଛି। ତେଣୁ ପ୍ରାଥମିକ ଶିକ୍ଷାରେ ଏହି ମୂଳ କଥାଟି ‘ନିକଟରୁ ଦୂର’ ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି। ତେବେ ଏହି ନିକଟ କଥାଟି କ’ଣ! ହାତପାଆନ୍ତାର କଥା, ମନପାଆନ୍ତାର କଥା; ଯାହାକୁ ପିଲାଏ ଘେନିପାରିବେ। ମାତ୍ର ଗୁରୁଜନ, ଶିକ୍ଷକ, ବନ୍ଧୁ ନିକଟ କଥାଟିକୁ ଘିତିବାକୁ ମନ ଊଣା କରନ୍ତି। ନିକଟ କଥାଟି ପରତେ ଯାଏ ନାହିଁ। ନିକଟ କଥାଟିକୁ ନିକଟକୁ ଘିତିଆଣିବା ଭାରି ଊଣା ହୋଇପଡ଼େ। ପ୍ରାଥମିକ ଶିକ୍ଷାରେ ତେଣୁକରି ସ୍ଥାନୀୟ ଶିକ୍ଷାର ପଲାଟି ହାଲୁକା ହୋଇଯାଉଛି। ସ୍ଥାନୀୟ ଶିକ୍ଷାଟି ତେବେ କ’ଣ! ସ୍ଥାନୀୟ ଶିକ୍ଷାର ଭାବଟି କ’ଣ ସତରେ? ଏଥିପାଇଁ ସହାୟକ ପୁସ୍ତିକା ବା ପ୍ରଶିକ୍ଷଣ ପେଟିକା ଗୁଡ଼ିକରେ ବିଷୟମାନ ଖଞ୍ଜିହେବାର ଆବଶ୍ୟକତା ରହିଛି। ଘରଦୁଆର, ରନ୍ଧାରନ୍ଧି, ଚାଷବାସ, ଯାନିଯାତ, ଦୁଃଖସୁଖ, ଗାଧୁଆପାଧୁଆ, ଯିବା ଆସିବା, ଲୁଗାପଟା, ଫଳମୂଳ, ବିକାକିଣା, ଫଳମୂଳ ସଂଗ୍ରହ, ନଟାଝାଟି ସଂଗ୍ରହ, କନ୍ଦା ଓ ଛତୁ ସଂଗ୍ରହ, ପତର ଫୁଲ ସଂଗ୍ରହ, ସେସବୁର କିଣାବିକା, କେଉଁଆଡ଼ର ଆମ୍ବ ମିଠା ଆଉ କେଉଁଆଡ଼ର ଆମ୍ବ ଖଟା, ନାନାବିଧ କୋଳିର ସଂଗ୍ରହ ଓ ବିକ୍ରିବଟା ଆଦି କେତେ କେତେ କଥାକୁ ପିଲାର ହାତ ପାଇଯାଏ ସତରେ। ମାତ୍ର ଏସବୁକୁ ଆମ ମନ ପାଏନାହିଁ। ତେଣୁ ପାଠବହି ଭାରି ସଫାସୁତରା ହୋଇ ପାଟଲୁଗା ପିନ୍ଧି ଶିଶୁମନର ଗୋଟେ କୋଣକୁ ପଡ଼ି ରହିଥାଏ। ଏହି ନିକଟରୁ ଦୂର କଥାଟି ବିଭିନ୍ନ ଥାନରେ ଭିନ୍ନ ଭିନ୍ନ ରୂପନେଇ ଆମତ୍ପ୍ରକାଶ କରିପାରିବ। ଏହାରି ଭିତରେ ସାହିତ୍ୟ ଅଛି, ଭାଷା ଅଛି, ସଂଖ୍ୟାଜ୍ଞାନ ଅଛି, ଭୂଗୋଳ ଅଛି, ସାମାଜିକ ପାଠ ଅଛି। ହେତୁ କରିପାରିଲେ ଅହେତୁକ ଭାବେ ସାମର୍ଥ୍ୟ ଆସି ପହଞ୍ଚତ୍ବ।
ଆମ ଗାଅଁାର ସରପଞ୍ଚ, ମହାଜନ, ସାହୁକାର, ଫେରିବାଲା, ମାଛବାଲା, ଥାନା, ବ୍ୟାଙ୍କ ଆଦି ଉଦାହରଣରୁ ସମାଜ-ବ୍ୟବସ୍ଥା, ଶାସନ-ବ୍ୟବସ୍ଥା, ସମ୍ବିଧାନ, ବିଧିବ୍ୟବସ୍ଥାର ଭରଣ ଭରଣ ଉଦାହରଣ ରହିଛି। ପଢ଼ାବହି ନିମିତ୍ତ ମାତ୍ର। ଏସବୁର ଅବତାରଣା କଲେ ପିଲା ପ୍ରଗଳ୍‌ଭ ହୋଇଉଠିବେ। ନୂଆ ଶିକ୍ଷାନୀତିର ଡିକୋଡିଂ, ଉଚ୍ଚାରଣ ସଚେତନତା, ଅବବୋଧ ଆଦି କେତେ କେତେ ଭିଆଣଗୁଡ଼ିକୁ ସହଜରେ ହଜମ କରିବାର ଜଠରାଗ୍ନିକୁ ଆମେ କେଡ଼େ ବାଗରେ ହଜମ କରିନିଅନ୍ତେ। ଜାତୀୟ ଶିକ୍ଷାନୀତି-୨୦୨୦ରୁ ପ୍ରାଥମିକ ଶିକ୍ଷାରେ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ନେଇ ଅନେକ ଅଜୀର୍ଣ୍ଣ ଓ ପାଳିଜ୍ୱରରୁ ଆମକୁ ମୁକ୍ତି ମିଳିଯାଆନ୍ତା।

ଡ. ଚନ୍ଦନ କୁମାର ସିଂହ
ବିଷମକଟକ, ରାୟଗଡ଼ା
ମୋ: ୮୨୪୯୬୫୭୭୭୮


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri