ପ୍ରାଥମିକ ଶିକ୍ଷାରେ ସ୍ଥାନୀୟ ଶିକ୍ଷା

ପ୍ରାଥମିକ ଶିକ୍ଷା କହିଲେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାସ୍ତର, ଶ୍ରେଣୀସ୍ତର, ଶିକ୍ଷଣ ପ୍ରକ୍ରିୟା, ବୁଝିବାର ତରିକା, ଆକଳନ ପଦ୍ଧତି, ପରୀକ୍ଷା, ପାଠ ପର୍ଯ୍ୟବେକ୍ଷଣ, ପାଠ ଅନୁସରଣ, ପାଠ ଉପସ୍ଥାପନ ଇତ୍ୟାଦି କେତେନା କେତେ କତିକୁ କତି ଲାଗିଯିବା ପ୍ରସଙ୍ଗଗୁଡ଼ିକୁ ବେଶି ଭାବରେ ବୁଝାଇଥାଏ। ଏବେ ପ୍ରାକ୍‌ ଶିଶୁ ଶ୍ରେଣୀ/ବିଦ୍ୟାଳୟ(ଅଙ୍ଗନୱାଡି)କୁ ମଧ୍ୟ ନୂତନ ଶିକ୍ଷାନୀତି-୨୦୨୦ ଅନୁସାରେ ଯୋଡ଼ି ଦିଆଯାଇଛି। ପରୀକ୍ଷା ନିରୀକ୍ଷାର ସୁଫଳ ଓ ଅବହେଳାରୁ ପ୍ରାଥମିକ ଶିକ୍ଷା ନିସ୍ତାର ପାଇବା ଯୁକ୍ତିଯୁକ୍ତ କି? ଆର କଥାଟି ହେଉଛି ପ୍ରାଥମିକ ଶିକ୍ଷା ଯେଡ଼େ ପରିମାଣରେ ସେହି ହାଉଦାର ପିଲାପିଲିଙ୍କ ଲାଗି ଅଭିପ୍ରେତ, ସେହି ଅନୁସାରେ ଗୁରୁକୁଳ ଏବଂ ବାପାମାଆ କୁଳ ଏଥିପାଇଁ ହକାରି ଆସିବା ଠିକ୍‌ ହେବ କି? ଏ କଥାକୁ ହେତୁ ପାଇବା ଆଜିକାଲିର ମହରଗ ବଜାରରେ ଖୁବ୍‌ ଜରୁରୀ। ଝାଞ୍ଜପିଟା ଯେତେଦୂରକୁ ଶୁଭିବ ସେତେ ଭଲ। ଶିକ୍ଷାନୀତି-୨୦୨୦ ଏବଂ ଏହା ପୂର୍ବରୁ ଆଉ ଯେଉଁ ସଂସ୍ଥାପକୀୟ ନୀତିସବୁ ମାର୍ଗଦର୍ଶନ ଭାବେ କାର୍ଯ୍ୟ କରୁଅଛନ୍ତି, ତା’ଭିତରେ ଡୋରଲଗା କଥାଟି ହେଉଛି ପ୍ରାଥମିକ ଶିକ୍ଷାରେ ନିକଟରୁ ଦୂର ଉଦାହରଣ, ନିକଟରୁ ଦୂର କଥାକୁ ନଥା, ନିକଟରୁ ଦୂର ଯଥାକୁ ତଥା ଭାବଭଙ୍ଗୀ, ବିଶ୍ୱାସ-ନିଃଶ୍ୱାସକୁ ଘିତିଆଣି ପାଠର ତରିକା ତିଆରି କରିବା। ଆମେ କହିବା ତରିକା, ଆପଣ କହିବେ ଯୋଜନା ବା ଲେଶନ ପ୍ଲାନ୍‌ କିନ୍ତୁ ଏ ବାବଦରେ ଆମର ନିଘା କମ୍‌ ରହୁଛି। ତାରିଖକୁ ତାରିଖ ବରାଦ-କଥାର ନଥି ମୋଟା ହେବାରେ ଲାଗିଛି। ଆଜ୍ଞା ପ୍ରମାଣେ ସେଥିଲାଗି ଉଛୁଣିକା ହରରକମର ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ଉହୁଙ୍କି ଉଠୁଛନ୍ତି। ସେ ପେଲିଦେଉଛି ଆଉ କାହାକୁ, ଇଏ ଠେଲିଦେଉଛି ତଳକୁ; ଉପରକୁ ସୂଚନା ଉଠି ଉଠି ଯାଉଛି। ମାତ୍ର ପାଠ ରଙ୍ଗ୍‌ ମେସେଜ୍‌ ହୋଇ ଅନ୍ୟ କାହାପାଖକୁ ଚାଲିଯାଉଛି। ତେଣୁ ପ୍ରାଥମିକ ଶିକ୍ଷାରେ ଏହି ମୂଳ କଥାଟି ‘ନିକଟରୁ ଦୂର’ ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି। ତେବେ ଏହି ନିକଟ କଥାଟି କ’ଣ! ହାତପାଆନ୍ତାର କଥା, ମନପାଆନ୍ତାର କଥା; ଯାହାକୁ ପିଲାଏ ଘେନିପାରିବେ। ମାତ୍ର ଗୁରୁଜନ, ଶିକ୍ଷକ, ବନ୍ଧୁ ନିକଟ କଥାଟିକୁ ଘିତିବାକୁ ମନ ଊଣା କରନ୍ତି। ନିକଟ କଥାଟି ପରତେ ଯାଏ ନାହିଁ। ନିକଟ କଥାଟିକୁ ନିକଟକୁ ଘିତିଆଣିବା ଭାରି ଊଣା ହୋଇପଡ଼େ। ପ୍ରାଥମିକ ଶିକ୍ଷାରେ ତେଣୁକରି ସ୍ଥାନୀୟ ଶିକ୍ଷାର ପଲାଟି ହାଲୁକା ହୋଇଯାଉଛି। ସ୍ଥାନୀୟ ଶିକ୍ଷାଟି ତେବେ କ’ଣ! ସ୍ଥାନୀୟ ଶିକ୍ଷାର ଭାବଟି କ’ଣ ସତରେ? ଏଥିପାଇଁ ସହାୟକ ପୁସ୍ତିକା ବା ପ୍ରଶିକ୍ଷଣ ପେଟିକା ଗୁଡ଼ିକରେ ବିଷୟମାନ ଖଞ୍ଜିହେବାର ଆବଶ୍ୟକତା ରହିଛି। ଘରଦୁଆର, ରନ୍ଧାରନ୍ଧି, ଚାଷବାସ, ଯାନିଯାତ, ଦୁଃଖସୁଖ, ଗାଧୁଆପାଧୁଆ, ଯିବା ଆସିବା, ଲୁଗାପଟା, ଫଳମୂଳ, ବିକାକିଣା, ଫଳମୂଳ ସଂଗ୍ରହ, ନଟାଝାଟି ସଂଗ୍ରହ, କନ୍ଦା ଓ ଛତୁ ସଂଗ୍ରହ, ପତର ଫୁଲ ସଂଗ୍ରହ, ସେସବୁର କିଣାବିକା, କେଉଁଆଡ଼ର ଆମ୍ବ ମିଠା ଆଉ କେଉଁଆଡ଼ର ଆମ୍ବ ଖଟା, ନାନାବିଧ କୋଳିର ସଂଗ୍ରହ ଓ ବିକ୍ରିବଟା ଆଦି କେତେ କେତେ କଥାକୁ ପିଲାର ହାତ ପାଇଯାଏ ସତରେ। ମାତ୍ର ଏସବୁକୁ ଆମ ମନ ପାଏନାହିଁ। ତେଣୁ ପାଠବହି ଭାରି ସଫାସୁତରା ହୋଇ ପାଟଲୁଗା ପିନ୍ଧି ଶିଶୁମନର ଗୋଟେ କୋଣକୁ ପଡ଼ି ରହିଥାଏ। ଏହି ନିକଟରୁ ଦୂର କଥାଟି ବିଭିନ୍ନ ଥାନରେ ଭିନ୍ନ ଭିନ୍ନ ରୂପନେଇ ଆମତ୍ପ୍ରକାଶ କରିପାରିବ। ଏହାରି ଭିତରେ ସାହିତ୍ୟ ଅଛି, ଭାଷା ଅଛି, ସଂଖ୍ୟାଜ୍ଞାନ ଅଛି, ଭୂଗୋଳ ଅଛି, ସାମାଜିକ ପାଠ ଅଛି। ହେତୁ କରିପାରିଲେ ଅହେତୁକ ଭାବେ ସାମର୍ଥ୍ୟ ଆସି ପହଞ୍ଚତ୍ବ।
ଆମ ଗାଅଁାର ସରପଞ୍ଚ, ମହାଜନ, ସାହୁକାର, ଫେରିବାଲା, ମାଛବାଲା, ଥାନା, ବ୍ୟାଙ୍କ ଆଦି ଉଦାହରଣରୁ ସମାଜ-ବ୍ୟବସ୍ଥା, ଶାସନ-ବ୍ୟବସ୍ଥା, ସମ୍ବିଧାନ, ବିଧିବ୍ୟବସ୍ଥାର ଭରଣ ଭରଣ ଉଦାହରଣ ରହିଛି। ପଢ଼ାବହି ନିମିତ୍ତ ମାତ୍ର। ଏସବୁର ଅବତାରଣା କଲେ ପିଲା ପ୍ରଗଳ୍‌ଭ ହୋଇଉଠିବେ। ନୂଆ ଶିକ୍ଷାନୀତିର ଡିକୋଡିଂ, ଉଚ୍ଚାରଣ ସଚେତନତା, ଅବବୋଧ ଆଦି କେତେ କେତେ ଭିଆଣଗୁଡ଼ିକୁ ସହଜରେ ହଜମ କରିବାର ଜଠରାଗ୍ନିକୁ ଆମେ କେଡ଼େ ବାଗରେ ହଜମ କରିନିଅନ୍ତେ। ଜାତୀୟ ଶିକ୍ଷାନୀତି-୨୦୨୦ରୁ ପ୍ରାଥମିକ ଶିକ୍ଷାରେ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ନେଇ ଅନେକ ଅଜୀର୍ଣ୍ଣ ଓ ପାଳିଜ୍ୱରରୁ ଆମକୁ ମୁକ୍ତି ମିଳିଯାଆନ୍ତା।

ଡ. ଚନ୍ଦନ କୁମାର ସିଂହ
ବିଷମକଟକ, ରାୟଗଡ଼ା
ମୋ: ୮୨୪୯୬୫୭୭୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?