ଯଃ ପଳାୟତି, ସଃ ଜୀବତି

ଯେତେ ଯାହା ଅସୁବିଧା ସତ୍ତ୍ୱେ ମନୁଷ୍ୟ ପୃଥିବୀର ମାଧ୍ୟାକର୍ଷଣକୁ ଅତିକ୍ରମ କରୁ ଏବଂ ଅନ୍ତତଃ ସୌରମଣ୍ଡଳୀୟ ମହାକାଶରେ ନିଜ ପାଇଁ ସ୍ଥାନ ସଂରକ୍ଷଣ କରୁ। ପୃଥିବୀର ସବୁ ପ୍ରକାର ବିପଦ ତା’ ପ୍ରତି ରହିଛି। ଆମେ ମହାକାଶକୁ ସ୍ଥାନାନ୍ତରିତ ହେବାରେ ସୁଫଳ ସମ୍ପର୍କରେ ଅନେକ କିଛି କହିସାରିଛୁ। ତେବେ ସବୁ ବିଷୟ କହି ହେବ ନାହିଁ; ଏପରିକି କଳ୍ପନା କରିହେବ ନାହିଁ- କନଷ୍ଟାଣ୍ଟିନ ସିଓଲଭିସ୍କି, ‘ଦା ଏମ୍ସ ଅଫ୍‌ ଆଷ୍ଟ୍ରୋନଟିକ୍ସ, (୧୯୨୯)। ଏହି ଉଦ୍ଧୃତିରେ ସେ ତାଙ୍କ ପୂର୍ବ ପ୍ରଦତ୍ତ ମହାକାଶ ଯାତ୍ରା କଥନକୁ ଦୃଢ଼ କରିଛନ୍ତି। କନଷ୍ଟାଣ୍ଟିନ (୧୮୫୭-୧୯୩୫) ଜଣେ ରୁଷୀୟ ରକେଟ୍‌-ବିଜ୍ଞାନୀ। ମହାକାଶ ଯାତ୍ରା ସମ୍ବନ୍ଧରେ ସେ ଜଣେ ଅଗ୍ରଣୀ ଗବେଷକ ଥିଲେ। ତାଙ୍କ ପ୍ରଣୀତ ରକେଟ୍‌ ସମୀକରଣ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ। କୋରୋଲେଭ ଓ ଗ୍ଲୁସ୍କୋ ପରି ସୋଭିଏଟ୍‌ ରକେଟ ଯନ୍ତ୍ରୀ ତାଙ୍କୁ ଅନୁସରଣ କରି ପରବର୍ତ୍ତୀ କାଳରେ ସୋଭିଏଟ୍‌ ମହାକାଶ କାର୍ଯ୍ୟସୂଚୀକୁ ଆଗେଇ ନେଇଥିଲେ।
ତେବେ ଗତ ଶତାବ୍ଦୀର ପ୍ରଥମାର୍ଦ୍ଧରେ କନ୍‌ଷ୍ଟାଣ୍ଟିନ ପୃଥିବୀର ମାନବ ସମାଜର ଅସ୍ତିତ୍ୱ ନେଇ ଯେଉଁ ଆଶଙ୍କା ପ୍ରକଟ କରିଥିଲେ, ତାହା ତାଙ୍କ ଦୂରଦୃଷ୍ଟିର ପରିଚାୟକ। ପ୍ରଶ୍ନ ଉଠୁଛି ବାସ୍ତବରେ ମାନବ ସମାଜ ଧରାପୃଷ୍ଠରୁ ନିଶ୍ଚିହ୍ନ ହେବ କି? କେତୋଟି ସମ୍ଭାବ୍ୟ କାରଣ ହେଉଛି: ଜଳବାୟୁ ପରିବର୍ତ୍ତନ, ପ୍ରଚଣ୍ଡ ଆଣବିକ ବିସ୍ଫୋରଣ, ଜୀବାଣୁ ବୋମାର ପ୍ରୟୋଗ, ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା ଓ ଜୈବିକ ଯୁଦ୍ଧର ଅପରିଣାମଦର୍ଶୀ ପାରସ୍ପରିକ ଆକ୍ରମଣ, ସନ୍ତାନ ପ୍ରସବ ପାଇଁ ଅନିଚ୍ଛା, ନାରୀର ଉପତ୍ାଦିକତାରେ ହ୍ରାସ, ଅନ୍ତରୀକ୍ଷରୁ ଗ୍ରହାଣୁର ପୃଥିବୀ ଉପରେ ପ୍ରଚଣ୍ଡ ଆଘାତ, ଭୟଙ୍କର ଅଗ୍ନ୍ୟୁପତ୍ାତ, ଜୈବଜଗତର ବିପର୍ଯ୍ୟସ୍ତ ଭାରସାମ୍ୟ ଇତ୍ୟାଦି। ଉକ୍ତ କାରଣଗୁଡ଼ିକ ମଧ୍ୟରୁ ଏକ ବା ଏକାଧିକ କାରକର ପ୍ରାଦୁର୍ଭାବ ଆମ ପ୍ରତି ମହା ବିପତ୍ତି। ଏହା ଇଂଲିଶରେ ଓମ୍ନିସାଇଡ ଭାବେ ପରିଚିତ।
ଏମିତି ବିପର୍ଯ୍ୟୟର ଆମେ ସମ୍ମୁଖୀନ ହେଲେ ହୁଏତ ସମ୍ପୂର୍ଣ୍ଣ ପ୍ରଳୟ ନ ଘଟି ଖଣ୍ଡପ୍ରଳୟ ପୃଥିବୀରେ ଦେଖା ଦେଇପାରେ। ତେବେ ଖଣ୍ଡପ୍ରଳୟ ହେବା ସ୍ଥିତିରେ ପୁଣି ସ୍ବାଭାବିକ ପରିସ୍ଥିତି ଫେରିବା ପାଇଁ ଯେଉଁ ସମ୍ଭାବନା ଅଛି, ଏହି ସମ୍ବନ୍ଧରେ ଗବେଷକମାନେ କମ୍ପ୍ୟୁଟର ମଡେଲିଂ ସାହାଯ୍ୟରେ ଅନୁସନ୍ଧାନ କରିଛନ୍ତି। ସେମାନେ ନିମ୍ନତମ ଜୀବନକ୍ଷମ-ଜନସଂଖ୍ୟା (ମିନିମମ୍‌ ଭାଇଏବଲ ପପୁଲେଶନ ବା ଏମ୍‌ଭିପି) ଦ୍ୱାରା ଏହା ପ୍ରକାଶ କରିଛନ୍ତି। ସଂକ୍ଷେପରେ ଏହା ହେଉଛି ୫୦/୫୦୦ ନିୟମ। ଅର୍ଥାତ୍‌ ନିଜ ଘନିଷ୍ଠ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରଜନନ ନ ଘଟିବାକୁ ଜନସଂଖ୍ୟା ସର୍ବନିମ୍ନ ପଚାଶ ହେବା ଆବଶ୍ୟକ ଏବଂ ଜିନୀୟ ମନ୍ଥର ପରିବର୍ତ୍ତନ (ଜେନେଟିକ ଡ୍ରିଫ୍ଟ)କୁ ହ୍ରାସ କରିବାକୁ ଏହି ସଂଖ୍ୟା ୫୦୦ ହେବାକୁ ପଡ଼ିବ।
ତେବେ ଧରାଯାଉ ଉପରୋକ୍ତ ଉୟଙ୍କର ବିଲୋପକ ଯୋଗୁ କମ୍ପ୍ୟୁଟର ମଡେଲ ଦ୍ୱାରା ପ୍ରସ୍ତୁତ ୫୦/୫୦୦ ସର୍ତ୍ତଟି ଉଲ୍ଲଂଘନ ହୁଏ, ତେବେ ମାନବ ଜାତିର ଚିହ୍ନବର୍ଣ୍ଣ ଲୋପ ପାଇଯିବ। ଏଥିରୁ ବର୍ତ୍ତିବା ପାଇଁ ଅନ୍ୟ ଗ୍ରହରେ ବସତି ସ୍ଥାପନର ଆବଶ୍ୟକତା ରହିଛି ବୋଲି ବହୁ ଦୂରଦ୍ରଷ୍ଟା ବୈଜ୍ଞାନିକ ସତର୍କବାଣୀ ଶୁଣାଇଛନ୍ତି। ପ୍ରକାଶ ଥାଉ କି, ଉପର ବର୍ଣ୍ଣିତ ସମସ୍ତ କାରଣ ମାନବକୃତ ନୁହେଁ। ଏଥିରୁ କେତେକ ପ୍ରାକୃତିକ କାରକ ରହିଛି, ଯାହା ମଣିଷର ନିୟନ୍ତ୍ରଣ ବାହାରେ; ଯାହାକି ପୃଥିବୀକୁ ବାସ ଅନୁପଯୋଗୀ କରିଦେବ।
ତେଣୁ ୱାରେନ ଏଲିସ କହିଛନ୍ତି, ”ମଣିଷ ମହାକାଶ ଯାତ୍ରା କରିବା ପଛରେ ଏକମାତ୍ର ଓ ସବୁଠାରୁ ସରଳ କାରଣ ହେଉଛି ଯେ, ଯଦି ତୁମ ଜାତିକୁ ବଞ୍ଚାଇବାକୁ ଚାହୁଁଛ, ତେବେ ଗୋଟିଏ ସ୍ଥାନରେ (ପୃଥିବୀରେ) ବାନ୍ଧି ହୋଇ ନ ରହି ଏକାଧିକ ସ୍ଥାନ (ଗ୍ରହ)ରେ ସ୍ବାମୀ-ସ୍ତ୍ରୀ ଯାଇ ରୁହ। ଏହା ହେଉଛି ସିଧାସିଧା କଥା।“
ତେବେ ମହାକାଶ ଯାତ୍ରା ପାଇଁ ଅନେକ ପ୍ରତିବନ୍ଧକ ରହିଛି। ପୃଥିବୀର ମାଧ୍ୟାକର୍ଷଣ ସମେତ ବାୟୁଶୂନ୍ୟତା, ବିକିରଣ, ମାଇକ୍ରୋଗ୍ରାଭିଟି, ଓଜନହୀନତା ପ୍ରତିକୂଳ ପରିବେଶ ଇତ୍ୟାଦିର ଯାତ୍ରୀମାନଙ୍କ ଉପରେ କୁପ୍ରଭାବ ବିଚାର୍ଯ୍ୟ। ତତ୍‌ ସହ ମହାକାଶ ଯାନ ଉତ୍‌କ୍ଷେପଣ କରିବା ଅପେକ୍ଷା ମାନବବାହୀ ମହାକାଶଯାନ ଅତ୍ୟଧିକ ବୟସାପେକ୍ଷ।
ଏହି ବାବଦରେ ଅତ୍ୟଧିକ ବ୍ୟୟଭାର ବହନ କରିବାକୁ ଅଳ୍ପ କେତୋଟି ରାଷ୍ଟ୍ର ଆର୍ଥିକ ପୃଷ୍ଠପୋଷକତା କରିଛନ୍ତି। ଆମେରିକା, ରୁଷିଆ ଅଗ୍ରଗଣ୍ୟ। ତେବେ ସମ୍ପ୍ରତି ୟୁନାଇଟେଡ ଷ୍ଟେଟ୍‌ସ କଂଗ୍ରେସ ଦ୍ୱାରା ପ୍ରଣୀତ ଫେଡେରାଲ ବଜେଟ ମାଧ୍ୟମରେ ନାସା ଦୁର୍ମୂଲ୍ୟ ମହାକାଶୀୟ ଗବେଷଣା ଜାରି ରଖିଛି। ପନ୍ଦରଟି ଦେଶକୁ ନେଇ ଗଠିତ ୟୁରୋପିଆନ ସ୍ପେସ୍‌ ଏଜେନ୍ସି (ଇଏସ୍‌ଏ) ୧୯୭୫ରେ ମହାକାଶ ଅଭିଯାନରେ ହାତ ଦେଇଛି। ଭାରତ, ଜାପାନ, ଚାଇନ ଏବଂ ଅନ୍ୟ କେତେକ ଦେଶ ଏହାର ଉପାଦେୟତାକୁ ହୃଦୟଙ୍ଗମ କରି ପଦକ୍ଷେପମାନ ଇତ୍ୟବସରରେ ଗ୍ରହଣ କରିଛନ୍ତି।
କିନ୍ତୁ ଆମକୁ ଚକିତ କରେ ଯେ, ବ୍ୟକ୍ତିଗତ ସ୍ତରରେ ମଧ୍ୟ କିଛି ଉଦ୍‌ଯୋଗୀଙ୍କ ଏହା ଦୃଷ୍ଟିଆକର୍ଷଣ କରିଛି। ୨୦୨୧ ପାଇଁ ଟାଇମ୍ସ ମାଗାଜିନ ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ ୧୯୭୧ରେ ଜନ୍ମିତ ଏବଂ ଦକ୍ଷିଣ ଆଫ୍ରିକା, କାନାଡ଼ା, ୟୁଏସ୍‌ଏର ସମ୍ପତ୍ତି ନାଗରିକତ୍ୱ ଗ୍ରହଣ କରିଥିବା ଏଲନ ମସ୍କଙ୍କୁ ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ୱ ଭାବେ ମନୋନୀତ କରିଛନ୍ତି। ବିଶ୍ୱର ଏହି ସର୍ବଶ୍ରେଷ୍ଠ ଧନୀ ଜଣକ ନିଜର ଘରଟି ମଧ୍ୟ ବିକ୍ରି କରିଥିବାରୁ ସମ୍ପ୍ରତି ଏକ ପ୍ରକାର ବାସହୀନ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ସେ ନିଜ ବିପୁଳ ଧନରାଶି ମହାକାଶ କ୍ଷେତ୍ରରେ ଉପଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରିଟେନ୍‌ର ରିଚାର୍ଡ ବ୍ରାନସନଙ୍କ ଭର୍ଜିନ ଗାଲାକ୍ଟିକଟ, ଆମାଜନର ଜେଫ ବୋ ଜେସଙ୍କବ୍ଳ୍ୟୁ ଓରିଜନ୍‌ର ନ୍ୟୁ ସେଫର୍ଡ ରକେଟରେ ୨୦ ଜୁଲାଇ ୨୦୨୧ରେ ଅନ୍ତରୀକ୍ଷ ଭ୍ରମଣ ଉଲ୍ଲେଖନୀୟ।
ଏମାନେ ସମସ୍ତେ ଅର୍ବୁଦପତି। ଏମାନଙ୍କ ଲକ୍ଷ୍ୟ ହେଉଛି କେବଳ ଆନନ୍ଦଦାୟକ ମହାକାଶ ପର୍ଯ୍ୟଟନ ନୁହେଁ। ପୃଥିବୀବାସୀ ଯେମିତି ମହାକାଶର ପରିବେଶ ସହ ପରିଚିତ ହେବେ, ତାହାର ପରିକଳ୍ପନା। ତେଣୁ ୮୨ ବର୍ଷୀୟା ବେଲି ପଙ୍କଙ୍କ ଠାରୁ ଆରମ୍ଭ କରି ୧୮ ବର୍ଷ ବୟସ୍କ ଅଲିଭର ଡାଏମେନ ଯାତ୍ରୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ। ଲିଙ୍ଗ, ବୟସ, ଜାତି, ଧର୍ମ ନିର୍ବିଶେଷରେ ସକ୍ଷମ ବ୍ୟକ୍ତିଙ୍କ ସ୍ବପ୍ନ ସେମାନେ ଚରିତାର୍ଥ କରୁଛନ୍ତି। ଭବିଷ୍ୟତରେ ସର୍ବସାଧାରଣ ଅନ୍ତରୀକ୍ଷର ବାତାବରଣକୁ ଆପଣେଇବାରେ ଏହାର ସହାୟକ ଭୂମିକା ରହିବ।ତେବେ ଏହା ସମ୍ଭବ ହୋଇଛି ସେମାନଙ୍କ ଅଚଳାଚଳ ସମ୍ପତ୍ତି ଯୋଗୁ। ତେଣୁ ବହୁ ବର୍ଷ ପୂର୍ବେ ବିଚକ୍ଷଣ ସମାଜ ଶାସ୍ତ୍ରୀ ଚାଣକ୍ୟ ଲେଖିଥିଲେ :ଯେଉଁଠାରେ ଶେଠ, ବେଦପାଠୀ ବିଦ୍ୱାନ, ରାଜା, ବୈଦ୍ୟ ଏବଂ ନଦୀ ନାହିଁ, ଏହି ପାଞ୍ଚଟି ସ୍ଥାନରେ ଗୋଟିଏ ଦିନ ମଧ୍ୟ ରିହବା ଠିକ୍‌ ନୁହେଁ। ଶେଠର ଅର୍ଥ ଏଠାରେ ଘରୋଇ କମ୍ପାନୀ ମାଲିକ।
ପ୍ରିୟ ପାଠକେ! ଆମ ପାଇଁ ଏହି ଯୋଜନା ହଠାତ୍‌ ଆବଶ୍ୟକ ନ ପଡ଼ିପାରେ। କିନ୍ତୁ ଭବିଷ୍ୟତରେ ଯଦି ଦୈବାତ୍‌ ପ୍ରଳୟ ଏହି ଧରାଧାମରେ ଦେଖାଦେବ, ସେତେବେଳେ ସମସ୍ତେ ମହାକାଶ କଲୋନି ବାସିନ୍ଦା (ଜନବସତି) ବା ଗ୍ରହାନ୍ତରୀ ହେବାକୁ ଆତୁର ହେବେ। ସେତେବେଳେ ଏହା ସେମାନଙ୍କ ପାଇଁ ହେବ ରକ୍ଷାକବଚ; ଯେଉଁ ସମୟରେ ଲୋକେ ପ୍ରାଣ ବିକଳରେ ଉଚ୍ଚାରଣ କରିବେ :ଯଃ ପଳାୟତି, ସଃ ଜୀବତି। ଅର୍ଥାତ୍‌ ଆପେ ବଞ୍ଚତ୍ଲେ ବାପର ନଁା। ତେବେ ଯେତେ ତରବର ହେଲେ ସୁଦ୍ଧା ୱାରେନ ଏଲିସ୍‌ଙ୍କ ଭାଷାରେ ପନତ୍ୀଙ୍କୁ ସାଥିରେ ନେବା ପାଇଁ ଭୁଲିବେ ନାହିଁ! ଆଦାମ ଏକା ରହିଲେ କ’ଣ ହେବ, ଯଦି ପାଖରେ ଇଭ୍‌ ନ ଥାଏ?

ଡ. ନିଖିଳାନନ୍ଦ ପାଣିଗ୍ରାହୀ
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?