ଦୋଛକିରେ ନୋବେଲ ବିଜେତା ହିଣ୍ଟନ୍‌

କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ)ର ଗଡ୍‌ଫାଦର ଜେଫ୍ରେ ହିଣ୍ଟନ୍‌ ଗୁଗୁଲ୍‌ କମ୍ପାନୀ ଛାଡ଼ିଦେଲେ ଓ ପ୍ରକାଶ୍ୟରେ ନିଜ ଉଦ୍ଭାବନ ପାଇଁ ପଶ୍ଚାତ୍ତାପ କରୁଛନ୍ତି ବୋଲି କହିଥିଲେ। ଗତବର୍ଷ ମେ’ ପହିଲା ଦିନ ନ୍ୟୁୟର୍କ ଟାଇମ୍ସ ଓ ପରଦିନ ବି.ବି.ସି., ଦ ଗାର୍ଡିଆନ୍‌ ପ୍ରଭୃତି ପ୍ରତିଷ୍ଠିତ ଗଣମାଧ୍ୟମ ଏଇ ଚାଞ୍ଚଲ୍ୟକର ଶୀର୍ଷକରେ ଖବରଟିଏ ଛାପିଥିଲେ। ସେଦିନଠାରୁ ଡ. ହିଣ୍ଟନ୍‌ କୃତ୍ରିମ ବୁଦ୍ଧିମତ୍ତାଯୁକ୍ତ ମେଶିନ୍‌ ମଣିଷ ଜାତିର ସତ୍ତାକୁ ଭବିଷ୍ୟତର ବିପଦରେ ପକାଇବ ବୋଲି ଆକଳନ କରି, ନିଜ ପକେଟ୍‌ରୁ ପଇସା ଖର୍ଚ୍ଚ କରି ପୃଥିବୀସାରା ବୁଲି ବୁଲି କୃତ୍ରିମ ବୁଦ୍ଧିମତ୍ତା ମାନବ ଜାତି ପାଇଁ କିପରି ବିପଦ ତାହା ବୁଦ୍ଧିଜୀବୀମାନଙ୍କୁ ବୁଝାଉଛନ୍ତି।
‘କୃତ୍ରିମ ସ୍ନାୟବିକ ଜାଲି’ (ଆର୍ଟିଫିସିଆଲ୍‌ ନ୍ୟୁରାଲ୍‌ ନେଟ୍‌ୱର୍କ) ମାଧ୍ୟମରେ ମେଶିନ୍‌ ଲର୍ନିଂକୁ ଅଭିନବ ରୂପ ଦେଇ ପାରିଥିବାରୁ ଜନ୍‌ ଯୋଶେଫ୍‌ ହପ୍‌ଫେଲ୍‌୍‌ଡଙ୍କ ସହ ଯୁଗ୍ମ ଭାବରେ ୨୦୨୪ ବର୍ଷ ପାଇଁ ନୋବେଲ୍‌ ପୁରସ୍କାରରେ ସମ୍ମାନିତ ହେବେ ଜେଫ୍ରେ ଏଭରେଷ୍ଟ ହିଣ୍ଟନ୍‌। ସାଢ଼େ ଚାରିକୋଟି ଟଙ୍କା ପୁରସ୍କାର ରାଶି ଭାବେ ଲାଭ କରିବେ ହିଣ୍ଟନ୍‌। ଏବେ ଡ. ହିଣ୍ଟନ୍‌ ଆଗଠାରୁ ଯଥେଷ୍ଟ ଅଧିକ ଜନପ୍ରିୟ। କେବଳ ଉଚ୍ଚ ଶିକ୍ଷିତ ନୁହନ୍ତି, ଅର୍ଦ୍ଧଶିକ୍ଷିତ ଓ ସାଧାରଣ ଲୋକେ ଯେଉଁମାନେ ନୋବେଲ୍‌ ପୁରସ୍କାର କିଏ ପାଇଲେ ଶୁଣିବାକୁ ଅପେକ୍ଷା କରିବସିଥାନ୍ତି, ହିଣ୍ଟନ୍‌ ନାମ ସହ ପରିଚିତ ହେଲେ। ତେଣୁ ହିଣ୍ଟନ୍‌ ପୁରସ୍କାର ରାଶି ଖର୍ଚ୍ଚ କରି ପୃଥିବୀସାରା ବୁଲି ବୁଲି କୃତ୍ରିମ ବୁଦ୍ଧିମତ୍ତାର ଭୟଙ୍କର ରୂପ ଦେଖାଇପାରିବେ ସାଧାରଣ ଲୋକଙ୍କୁ ଓ ଏଇ କ୍ଷେତ୍ରରେ ଗବେଷଣାକୁ ବାଧିତ କରି ଭବିଷ୍ୟତର ବିପଦକୁ ଏଡ଼ାଇପାରିବେ। ସେପଟେ ନୈତିକତାର ବେଡ଼ି। ନୋବେଲ୍‌ ବିଜେତା ଭାବେ ତାଙ୍କୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାାନ ଓ ଗବେଷଣାଗାର ତରଫରୁ ନିମନ୍ତ୍ରଣ ମିଳିବ କୃତ୍ରିମ ବୁଦ୍ଧିମତ୍ତାର ଆଧାରଶିଳା କୃତ୍ରିମ ସ୍ନାୟବିକ ଜାଲିର ଗହନ ଓ ଜଟିଳ ତତ୍ତ୍ୱସବୁକୁ ସରଳ ଓ ସହଜ ଉପାୟରେ ବୁଝାଇଦେବା ପାଇଁ, ଯାହା ସେ ଅକ୍ଳେଶରେ କରିପାରିବେ। ଏହା ଏଇ ବିଭାଗରେ ଗବେଷଣା ଦ୍ୱାରା ତ୍ୱରାନ୍ବିତ ହେବ ଯେ କେବଳ ସେତିକି ନୁହେଁ, ବରଂ ଖରାପ ନେତା ଓ ଦୁର୍ଜନ ଜନ ହାତରେ ପଡ଼ିବାର ସମ୍ଭାବନା ରହିବ ଏଇ ଜ୍ଞାନ, ବିଜ୍ଞାନ, ଯାହା ମଣିଷ ଜାତିକୁ ବିପଦର ଗହ୍ବର ଭିତରକୁ ନେଇଯିବ। ଦୋଛକିରେ ଡ. ଜେଫ୍ରେ ହିଣ୍ଟନ୍‌! କେଉଁ ରାସ୍ତାର ପଥିକ ହେବେ ଆଗକୁ?
ଆମେ ଯାହାକୁ ଭବିଷ୍ୟତର ବିପଦ ବୋଲି ଭାବୁଛେ, ନୋବେଲ୍‌ ସମିତି ଓ ବିଶ୍ୱର ବିଭିନ୍ନ ଗଣମାଧ୍ୟମ ଆଜି ତା’ର ଜନମଙ୍ଗଳକାରୀ ପ୍ରଭାବ ସବୁ ବଖାଣିଛନ୍ତି। ଏଇ ଯେମିତି, କୃତ୍ରିମ ବୁଦ୍ଧିମତ୍ତା ଓ ମେଶିନ୍‌ ଲର୍ନିଂ କମ୍ପ୍ୟୁଟରର ଗଣନା କରିବା କ୍ଷମତା ବହୁଗୁଣିତ କରିଛି, ମୁହଁ ଚିହ୍ନିବା, ଭାଷାନ୍ତର ଓ ଅନୁବାଦ ସହଜ, ସୁଗମ ହୋଇପାରିଛି, ସ୍ବୟଂକ୍ରିୟ ଚାରିଚକିଆ ଯାନ ରାଜପଥରେ ଦୌଡ଼ୁଛି, ଅଣୁ ଓ ଏଥିରୁ ସଂଶ୍ଳେଷିତ ପଦାର୍ଥର ଗୁଣାବଳୀ ନିର୍ଣ୍ଣୟ, ମହାଜାଗତିକ ଘଟଣାକୁ ନିରୀକ୍ଷଣ କରୁଥିବା ଦୂରବୀକ୍ଷଣ ଯନ୍ତ୍ରର ଦକ୍ଷତା ବୃଦ୍ଧି, ପଦାର୍ଥର ନିର୍ଦ୍ଦିଷ୍ଟ ପ୍ରାବସ୍ଥା ପୁନରୁପତ୍ାଦନ, ଜଳର ତାପଗତି ଗୁଣାବଳୀ ନିର୍ଣ୍ଣୟ ସହ ପ୍ରାବସ୍ଥା ରୂପାନ୍ତରଣର ସଠିକ ଆକଳନ, ଆଲ୍‌ଫାଫୋଲ୍‌ଡ ମାଧ୍ୟମରେ ପୁଷ୍ଟିସାର ଅଣୁର ତ୍ରିବିମୀୟ ସଂରଚନା ନିରୂପଣ, ଏମ୍‌.ଆର୍‌.ଆଇ. ସ୍କାନ୍‌ ଠାରୁ ସ୍ତନକର୍କଟ ନିରୂପଣକୁ ପ୍ରଭାବୀ କରିପାରିଛି କୃତ୍ରିମ ବୁଦ୍ଧିମତ୍ତାରେ ଋଦ୍ଧିମନ୍ତ ମେଶିନ୍‌ ଲର୍ନିଂ। ଜେପ୍ଟୋ ସେକେଣ୍ଡ ମଧ୍ୟରେ ସୃଷ୍ଟି ହୋଇ ଲୋପ ପାଇଯାଏ ଈଶ୍ୱର କଣିକା (ହିଗ୍ସ ବୋଷନ)। ନିକଟ ଅତୀତରେ ସର୍ନ ଗବେଷଣାଗାରରେ ହିଗ୍ସର ସଂକେତ ଚିହ୍ନଟ ହୋଇପାରିଲା, କାରଣ ମେଶିନ୍‌ ଲର୍ନିଂ ଅସଂଖ୍ୟ ନଏଜ୍‌ ସଂକେତ ମଧ୍ୟରୁ ହିଗ୍ସ ସଂକେତକୁ ଚିହ୍ନି ଆମକୁ ଚିହ୍ନାଇଦେଲା। ଦୁଇଟି କୃଷ୍ଣଗହ୍ବରର ସଂଘାତରୁ ସୃଷ୍ଟ ମାଧ୍ୟାକର୍ଷଣ ତରଙ୍ଗ ଆମେ ଗବେଷଣାଗାରରେ ଚିହ୍ନଟ କରିପାରିଲେ, କାରଣ କୃତ୍ରିମ ବୁଦ୍ଧିମତ୍ତା ଏଇ ଦୁର୍ବଳ ସଂକେତକୁ ସବଳ ନଏଜ୍‌ ସଂକେତମାନଙ୍କଠାରୁ ଅଲଗା କରି ଆମକୁ ଦେଖାଇଦେଲା। ଆଇସ୍‌କ୍ୟବ୍‌ ନ୍ୟୁଟ୍ରିନୋ ଡିଟେକ୍ଟର ଦ୍ୱାରା ଆମେ ଆକାଶଗଙ୍ଗାର ଛବି ଉତ୍ତୋଳନ କରିପାରିଲେ ଏଇ ଗବେଷକ ଦ୍ୱୟଙ୍କ ମୌଳିକ ଗବେଷଣା ଯୋଗୁ।
ହପ୍‌ଫେଲ୍‌ଡ ଓ ହିଣ୍ଟନ୍‌ଙ୍କ ମୌଳିକ ଗବେଷଣା କିପରି ଅସୀମିତ ତଥ୍ୟ ଅଧିଗ୍ରହଣ ଓ ସଂରକ୍ଷଣ ପାଇଁ ସକ୍ଷମ ସ୍ମୃତିକୋଷ ଗଢ଼ିବାର ବାଟ ଦେଖାଇଛି ଓ ସ୍ବୟଂ ଅନୁଶୀଳନ ଓ ବିଶ୍ଳେଷଣ ପୂର୍ବକ ମେଶିନ୍‌କୁ ମଣିଷ ପରି ଚିନ୍ତା କରିବାର ସାମର୍ଥ୍ୟ ଦେଇଛି ତାହା ପ୍ରଣିଧାନଯୋଗ୍ୟ। ବାଳୁତ ପିଲାଟି ଆଗରୁ ଦେଖିନଥିବା ବାଛୁରୀ, ଛେଳି, ବିଲେଇ, ଗୁଣ୍ଡୁଚିକୁ ଚଟ୍‌କିନା ଚିହ୍ନିଦେବ। ଦେଖି ଦେଖି ଶିଖେ ଶିଶୁ, ଅନେକାଂଶରେ ବୁଝାଇବା ଆବଶ୍ୟକ ହୋଇନଥାଏ। ଶିଶୁର ସ୍ମୃତି, ସ୍ନାୟବିକ ଜାଲିର ଲୀଳାଖେଳା। ସ୍ନାୟବିକ କୋଷ ସମୂହର ଜଟିଳ ଜାଲ ସଠିକ ଢାଞ୍ଚା ବା ପାର୍ଟନ୍‌ ନିରୂପଣ କରି ବିଶ୍ଳେଷଣ ଓ ଅନୁଶୀଳନ ପୂର୍ବକ ଅବିକଳ ଚିତ୍ର ସ୍ମୃତିପଟଳରେ ଆଙ୍କିଥାଏ। ଶବ୍ଦ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଏହିପରି। ସିନେମା ହଲ୍‌ର ଦର୍ଶକ ଗ୍ୟାଲେରିକୁ ମନେପକାଇବାବେଳେ ଏହା ବହିଥାକ ପରିନୁହେଁ ବରଂ ଘରର ଶିଡ଼ିପରି ବୋଲି ଆମେ ତୁରନ୍ତ ଧରିଦେଉ। ପ୍ରେକ୍ଷାଳୟ କଥା ଚିନ୍ତା କଲାବେଳକୁ ଶିଡ଼ିର ରୂପ ଓ ଏଇ ଶିଡ଼ି ଶବ୍ଦ ଆମ ସ୍ମୃତିପଟଳରେ ଭାସିଆସିବା ସମ-ସ୍ମୃତି (ଆସୋସିଏଟ୍‌ ମେମୋରି) କହିଲେ ଅତ୍ୟୁକ୍ତି ହେବନାହିଁ। ଜନ୍‌ ହପ୍‌ଫେଲ୍‌ଡଙ୍କ ଗବେଷଣା ଏଇ ସମ-ସ୍ମୃତି ବିଷୟକ।
ଆମ ମସ୍ତିଷ୍କରେ ଯେମିତି ଡେନ୍‌ଡ୍ରାଇଟ୍‌ ଓ ଆକ୍ସନର ସମାହାରରେ ପ୍ରାକୃତିକ ସ୍ନାୟବିକ ଜାଲ ବିଛେଇ ହୋଇରହିଛି ଓ ସିନାପ୍‌ସ ବିନ୍ଦୁଦେଇ ତଥ୍ୟ ଅଧିଗ୍ରହଣ ଓ ପ୍ରେରଣ ସମ୍ଭବପର ହୁଏ, ଠିକ୍‌ ସେମିତି କୃତ୍ରିମ ସ୍ନାୟବିକ ଜାଲିରେ ଗଣ୍ଠି(ନୋଡ୍‌) ସ୍ଥାନରେ ଥିବା ଶୂନ ବା ଏକସଂଖ୍ୟା କୋଡ୍‌ ପରି କାମ କରେ ଓ ସୂଚନା ପ୍ରସାରଣର ଦିଗ ନିର୍ଦ୍ଧାରଣ କରେ। ଗଣ୍ଠିରୁ କେଉଁ ଦିଗରେ ସୂଚନା ପ୍ରେରିତ ହେବ ଓ କେଉଁ ଦିଗରୁ ସୂଚନା ଅଧିଗୃହୀତ ହେବ ତାହା ପରିସଂଖ୍ୟାନ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ।
୧୯୮୨ ସାଲ୍‌ରେ ଜନ୍‌ ହପ୍‌ଫେଲ୍‌ଡ ସରଳ ଉଦାହରଣ ମାଧ୍ୟମରେ ବଡ଼ ଜଟିଳ ତତ୍ତ୍ୱ ବୁଝାଇଦେଲେ। ଯେମିତି ଚୁମ୍ବକୀୟ ପଦାର୍ଥରେ ଗୋଟିଏ ଅଣୁର ସ୍ପିନର ଦିଗ ନିର୍ଣ୍ଣୟ କରେ, ଆଖପାଖର ଅଣୁଗୁଡ଼ିକ କେଉଁ ଦିଗ ଆଡ଼କୁ ମୁହଁାଇ ରହିବେ, ସେମିତି ହପ୍‌ଫେଲଡ୍‌ଙ୍କ କୃତ୍ରିମ ସ୍ନାୟବିକ ଜାଲରେ ଗଣ୍ଠିଗୁଡ଼ିକ କେଉଁ ନିର୍ଦ୍ଦିଷ୍ଟ ଦିଗରେ ସୂଚନା ପ୍ରେରିତ କରିବେ, ତାହା ପଦାର୍ଥ ବିଜ୍ଞାନର ନିୟମ ଦ୍ୱାରା ନିର୍ଦ୍ଧାରିତ। ଚୁମ୍ବକୀୟ ପଦାର୍ଥରେ ଅଣୁଗୁଡ଼ିକର ସ୍ପିନ ଗୋଟିଏ ନିର୍ଦ୍ଦିଷ୍ଟ ଦିଗ ଆଡ଼କୁ ମୁହଁାଇ ସିଷ୍ଟମଟିକୁ ସର୍ବନିମ୍ନ ଶକ୍ତିଯୁକ୍ତ କରିଥାଏ, ସେହିପରି ବିରୂପ ଓ ବିକୃତ ଛବି, ପରିବର୍ତ୍ତିତ ହୋଇ ବାସ୍ତବ ରୂପକୁ ରୂପାନ୍ତରିତ ହେବା ପରେ ହିଁ ସର୍ବନିମ୍ନ ଶକ୍ତିଯୁକ୍ତ ଜାଲକୁ ପ୍ରଦର୍ଶିତ କରିଥାଏ।
ପାରମ୍ପରିକ କମ୍ପ୍ୟୁଟର ସଫ୍ଟୱେୟର ବାହାରୁ ତଥ୍ୟ ପାଇବାମାତ୍ରେ ପୂର୍ବରୁ ସଂରକ୍ଷିତ ନିର୍ଦ୍ଦେଶାବଳୀ ମାନି ଫଳାଫଳ ଜଣାଇଥାଏ। ଏଇ ଯେମିତି ପାଞ୍ଚଟି ସଂଖ୍ୟା ନେଇ ଯୋଗ କରିବାକୁ କହିଲେ କମ୍ପ୍ୟୁଟର ଯୋଗଫଳ ବଢ଼ାଇଥାଏ। ଅପରପକ୍ଷରେ ମେଶିନ୍‌ ଲର୍ନିଂ ଜରିଆରେ ଆଧୁନିକ କମ୍ପ୍ୟୁଟର ଉଦାହରଣଗୁଡ଼ିକ ମାଧ୍ୟମରେ ସ୍ବୟଂ ଶିଖେ ଓ ଜଟିଳ ସମସ୍ୟା ସବୁର ସମାଧାନ କରିଦେଖାଏ କୃତ୍ରିମ ବୁଦ୍ଧିମତ୍ତା ବଳରେ। ହପ୍‌ଫେଲ୍‌ଡ ତଥ୍ୟ ସଞ୍ଚୟ ଓ ପୁନରୁଦ୍ଧାର ପୂର୍ବକ ସ୍ମୃତି ରୋମନ୍ଥନର କୌଶଳ ଶିଖାଇଲେ। ବିସ୍ମୃତ ସ୍ମୃତି ପୁନରୁଦ୍ଧାର ପରେ କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ କିପରି ଅନୁଶୀଳନ ଓ ବିଶ୍ଳେଷଣ ଦ୍ୱାରା ଆହୁରି ପ୍ରଭାବଶାଳୀ ହୋଇପାରିବ ସେ ସୂତ୍ର ଆବିଷ୍କାର କଲେ ଜେଫ୍ରିହିଣ୍ଟନ୍‌।
ଜେଫ୍ରିହିଣ୍ଟନ୍‌ ପଦାର୍ଥ ବିଜ୍ଞାନର ଏକ ମୌଳିକ ପରିସଂଖ୍ୟାନ ତତ୍ତ୍ୱ ବୋଲ୍‌ଜମ୍ୟାନ୍‌ ପରିସଂଖ୍ୟାନ ବ୍ୟବହାର କରି ଅସମ୍ଭବକୁ ସମ୍ଭବ କରି ଦେଖାଇଲେ। ଦୃଶ୍ୟମାନ କୃତ୍ରିମ ସ୍ନାୟବିକ ଗଣ୍ଠିରୁ ଅଦୃଶ୍ୟ କୃତ୍ରିମ ସ୍ନାୟବିକ ଗଣ୍ଠିରୁ ପରିସଂଖ୍ୟାନର ନିୟମ ଦ୍ୱାରା ସୁସଂଯତ ଭାବେ ତଥ୍ୟ ଆଦାନପ୍ରଦାନ କରାଯାଇପାରିଲା ହିଣ୍ଟନ୍‌ଙ୍କ ଗବେଷଣା ଦ୍ୱାରା। ପ୍ରଥମେ ମେଶିନ୍‌ ଲର୍ନିଂର ଶିକ୍ଷାନବୀସ ଥିଲା- ବୋଲ୍‌ଜମ୍ୟାନ ମେଶିନ୍‌, ଏବେ ତ ଅତ୍ୟାଧୁନିକ ମେଶିନ୍‌ ତିଆରି ହେଲାଣି। ଏଇ ମେଶିନ୍‌ ପୂର୍ବରୁ ପ୍ରଦତ୍ତ ନିର୍ଦ୍ଦେଶରୁ ନୁହେଁ, ବରଂ ଉଦାହରଣରୁ ଶିଖେ। ସବୁଠାରୁ ଅଧିକ ସମ୍ଭାବ୍ୟ ଚିତ୍ର, ଶବ୍ଦ, ଚରିତ୍ରକୁ ପୁନରୁଦ୍ଧାର ପୂର୍ବକ ଅବିକଳ ଢାଞ୍ଚା ପ୍ରଦର୍ଶିତ କରେ ଏଇ ମେଶିନ୍‌ ବା ଯନ୍ତ୍ର। ମେଶିନ୍‌ ଲର୍ନିଂ ଓ ତତ୍‌ ସଂଲଗ୍ନ କୃତ୍ରିମ ବୁଦ୍ଧିମତ୍ତା ମଣିଷର ସ୍ମୃତି ପରି ତୀକ୍ଷ୍ଣ। ଜଣେ କବି ଲେଖିଥିଲେ, ‘ଯନ୍ତ୍ର ତତେ କି ମନ୍ତ୍ର ଦେଇଛି ମଣିଷ ଆରେ?’ ସେ ମନ୍ତ୍ର ଜପି ମେଶିନ୍‌ କେତେବେଳେ ମହିଷାସୁର ହୋଇ ମଣିଷ ଜାତି ପାଇଁ ବିପଦକୁ ବାଟେଇ ଆଣିବ ଏଇ ଆଶଙ୍କାରେ ବର୍ଷେହେଲା ପରିବ୍ରାଜକ ସାଜି ମଣିଷକୁ ବୁଝାଇ ଆସୁଛନ୍ତି ହିଣ୍ଟନ୍‌। ଆଗକୁ ତାଙ୍କର ରାସ୍ତା କ’ଣ ରହିବ, ସମୟ କହିବ।
ପ୍ରାଧ୍ୟାପକ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ହିମାଚଳ ପ୍ରଦେଶ
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ବା କେଶ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ନୂଆଦିଲ୍ଲୀ,୯।୮: ଭାରତର ଜଣେ ମହିଳା ନିଜର ଅତି ଲମ୍ବା କେଶ ପାଇଁ ଏକ ନୂତନ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ହଲଦଓ୍ବାନୀ ସହରର ରେଣୁ ଧାରିଓ୍ବାଲ…

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ମରଣକୁ ଡାକୁଛି ଆ’…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲୀ ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିବା ଦେଖିବାକୁ…

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଲେ ୪ ଛାତ୍ର

ନୟାଗଡ଼,୯ା୮(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ସାଇ ସାହାରା ଆବାସିକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଇଥିବା…

କୂଳା ନାଳରେ ଭାସିଗଲେ ବୃଦ୍ଧ: ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ

ମହାକାଳପଡ଼ା, ୯।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିକରପଙ୍କା ପଞ୍ଚାୟତର ଟିକରପଙ୍କା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର…

ପିଣ୍ଡି ନିର୍ମାଣ ପ୍ରସଙ୍ଗ: ବିନା ସୂଚନା ଫଳକରେ ଚାଲିଛି କାମ, ସରପଞ୍ଚଙ୍କ ଭୂମିକାକୁ ନେଇ ପ୍ରଶ୍ନ

ରିଷିଡ଼ା, ୯।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଅଧୀନ ହାଇସ୍କୁଲ ବଜାର ପଡ଼ିଆରେ ବିନା ସୂଚନା ଫଳକରେ ପିଣ୍ଡି ନିର୍ମାଣ କାମ…

ରୋଜଗାର ଦେଇଛି ଶ୍ରାବଣ ଛତୁ: କିଲୋ ପିଛା ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି, ବଢୁଛି ଚାହିଦା

ଦାରିଙ୍ଗବାଡ଼ି, ୯।୮ (ଅରୁଣ ସାହୁ): ଏବେ ଚାଲିଛି ଶ୍ରାବଣ ମାସ। ଶ୍ରାବଣ ବର୍ଷା ମଧ୍ୟ ଛାଡ଼ିବାର ନାଁ ଧରୁନାହିଁ। ଏଭଳି ପରିସ୍ଥିତିରେ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

ଚନ୍ଦ୍ରଙ୍କ ଉପରେ ଶନି-ରାହୁଙ୍କ ଛାୟା! ୨୮ ଅଗଷ୍ଟରୁ ୪ ରାଶିଙ୍କ ପାଇଁ ବଢ଼ିପାରେ ଅସୁବିଧା, ଲାଗିବ ବଡ଼ ଝଟକା…

ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ରଗ୍ରହଣକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ଜ୍ୟୋତିଷ ଦୃଷ୍ଟିରୁ ପ୍ରଭାବଶାଳୀ ଘଟଣା ଭାବରେ ବିବେଚନା କରାଯାଏ । ୨୦୨୬ ମସିହାର ଶେଷ ଚନ୍ଦ୍ରଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri