ରାଓଙ୍କ କାର୍ଯ୍ୟକାଳ ବଢ଼ିଲା

ଆର୍‌ବିଆଇ ଡେପୁଟି ଗଭର୍ନର ଏମ୍‌. ରାଜେଶ୍ୱର ରାଓଙ୍କ କାର୍ଯ୍ୟକାଳ ୮ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ୍‌ର ନିଯୁକ୍ତି କମିଟି (ଏସିସି)ର ଅନୁମୋଦନକ୍ରମେ ୯ ଅକ୍ଟୋବର ୨୦୨୪ରୁ ଏହା କାର୍ଯ୍ୟକାରୀ ହୋଇଛି। ଅକ୍ଟୋବର ୨୦୨୦ରେ ଆର୍‌ବିଆଇର ଡେପୁଟି ଗଭର୍ନର ଭାବରେ ପ୍ରଥମେ ଦାୟିତ୍ୱ ଗ୍ରହଣ କରିଥିବା ରାଓଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ଏବେ ପ୍ରଶ୍ନ ଉଠିଛି। ତେବେ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଡେପୁଟି ଗଭର୍ନର ମାଇକେଲ ଦେବବ୍ରତ ପାତ୍ରଙ୍କ କ୍ଷେତ୍ରରେ ସମାନ ନିଷ୍ପତ୍ତି ନିଆଯିବ କି? ୩ ବର୍ଷ ପାଇଁ ପ୍ରଥମେ ଡିସେମ୍ବର ୨୦୧୮ରେ ନିଯୁକ୍ତ ଦାସଙ୍କ କାର୍ଯ୍ୟକାଳ ଡିସେମ୍ବର ୨୦୨୧ ରେ ବୃଦ୍ଧି କରାଯାଇଥିଲା, ଯାହା ଡିସେମ୍ବର ୨୦୨୪ରେ ଶେଷ ହେବାକୁ ଯାଉଛି। ପାତ୍ର ଆରମ୍ଭରୁ ମୁଦ୍ରାନୀତି କମିଟି (ଏମ୍‌ପିସି)ରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଡେପୁଟି ଗଭର୍ନର ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ଜାନୁଆରୀ ୨୦୨୩ରେ ଶେଷହେବା ପରେ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟକାଳ ୧ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା। ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ବୃଦ୍ଧି ଜାନୁଆରୀ ୨୦୨୫ରେ ଶେଷ ହେବ। ଉଭୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏମ୍‌ପିସିର ସଦସ୍ୟ ଭାବରେ ପାତ୍ରଙ୍କର ପୂର୍ବ ଅବଦାନକୁ ଦେଖିଲେ ପୁନଃ ନିଯୁକ୍ତି ପାଇଁ ସମ୍ଭାବନା ସୃଷ୍ଟିକରେ। ସମ୍ପ୍ରତି ଆର୍‌ବିଆଇରେ କାର୍ଯ୍ୟରତ ୪ ଜଣ ଡେପୁଟି ଗଭର୍ନର ହେଉଛନ୍ତି ପାତ୍ର, ରାଓ, ଟି. ରବିଶଙ୍କର ଏବଂ ସ୍ବାମୀନାଥନ ଜେ.। ଆମେ ଏହି ନିଷ୍ପତ୍ତିରୁ ଯାହା ଦେଖୁଛୁ ସେଥିରୁ ଏହା ସ୍ପଷ୍ଟ ଯେ, ଆର୍‌ବିଆଇର ନେତୃତ୍ୱ ଆଗାମୀ ବର୍ଷଗୁଡ଼ିକରେ ଭାରତର ମୁଦ୍ରାନୀତି ଏବଂ ଅର୍ଥନୈତିକ ସ୍ଥିରତା ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ନିଯୁକ୍ତିର ଦୁଇଟି ଦିଗ
ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ପୂର୍ବତନ ମୁଖ୍ୟ ଶରଦ କୁମାରଙ୍କୁ ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ୍‌ (ଏସିୟୁ)ର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି ।
ପ୍ରଶ୍ନ ଉଠୁଛି, ଏଭଳି ବରିଷ୍ଠ ଅଧିକାରୀ ଏହି ପଦ ଗ୍ରହଣ କରିବା ଉଚିତ କି । କୁମାର ୨୦୧୩ ରୁ ୨୦୧୭ ପର୍ଯ୍ୟନ୍ତ ଏନ୍‌ଆଇଏର ନେତୃତ୍ୱ ନେଇଥିଲେ। ସେ ମଧ୍ୟ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି) ରେ ଭିଜିଲାନ୍ସ କମିଶନର ଥିଲେ। ତାଙ୍କୁ ୨ ଥର ରାଷ୍ଟ୍ରପତିଙ୍କ ପୋଲିସ ପଦକ ପ୍ରଦାନ କରାଯାଇଛି । ଏକ ପ୍ରଭାବଶାଳୀ କ୍ୟାରିୟର ରେକର୍ଡ ଥିବା ଏଭଳି ବ୍ୟକ୍ତିଙ୍କ ପାଇଁ କ’ଣ ଏ ପ୍ରକାର ଦାୟିତ୍ୱ ଉପଯୁକ୍ତ ? ଗୋଟିଏ ପଟେ ତାଙ୍କ ଦକ୍ଷତାକୁ ଦେଖିଲେ ସେ ଯୋଗ୍ୟ ବୋଲି ଜଣାପଡ଼ନ୍ତି। ମ୍ୟାଚ ଫିକ୍ସିଂ ଏବଂ ବେଟିଂ ସ୍କାଣ୍ଡାଲ ଭଳି ସମସ୍ୟାର ମୁକାବିଲା ପାଇଁ ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ୍‌ର ଦାୟିତ୍ୱ ନେବା ଭାରତୀୟ କ୍ରିକେଟ ପାଇଁ କିଛି ଅନୁଶାସନ ଏବଂ ସ୍ବଚ୍ଛତା ଆଣିପାରେ। କ୍ରୀଡ଼ା କ୍ଷେତ୍ରରେ ଅପରାଧ ନେଟ୍‌ୱର୍କକୁ ନଷ୍ଟ କରିବାରେ କୁମାରଙ୍କ ଅଭିଜ୍ଞତା ଅତ୍ୟଧିକ ଉପଯୋଗୀ ହୋଇପାରେ। କିନ୍ତୁ ଦୁର୍ନୀତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ କ୍ରିକେଟ ପ୍ରକୃତରେ ଏପରି ହାଇପ୍ରୋଫାଇଲ ଜାତୀୟ ସୁରକ୍ଷା ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଆବଶ୍ୟକ କରେ କି? ଶରଦ କୁମାରଙ୍କ ଏହି ଦାୟିତ୍ୱ ଦୁଇଟି ଦିଗକୁ ଦର୍ଶାଏ। ଗୋଟିଏ ପଟେ ତାଙ୍କ ନିଯୁକ୍ତି ସଙ୍କେତ ଦିଏ ଯେ ଦୁର୍ନୀତି ଉପରେ କଟକଣା ଲଗାଇବାକୁ ବିସିସିଆଇ ଅତ୍ୟନ୍ତ ତତ୍ପର ଓ ଗମ୍ଭୀର। ଅନ୍ୟ ପଟେ ଉଚ୍ଚସ୍ତରୀୟ ଜାତୀୟ ସୁରକ୍ଷା କ୍ଷେତ୍ରରେ ଥିବା ଅଧିକାରୀଙ୍କୁ ଏଭଳି ଦାୟିତ୍ୱ ଦିଆଯିବା ଉଚିତ ବୋଲି ଆପଣ ଭାବୁଛନ୍ତି କି?
ନିର୍ଦ୍ଦେଶକୁ ଅବମାନନା
ଭାରତର ସର୍ବୋଚ୍ଚ ନ୍ୟାୟାଳୟ ପୁଣି ଥରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ଅସ୍ଥାୟୀ ନିଯୁକ୍ତି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଏବଂ ୮ ରାଜ୍ୟ ସରକାର ଯଥା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗ, ପଞ୍ଜାବ, ଏବଂ ଝାଡ଼ଖଣ୍ଡକୁ ନୋଟିସ ଜାରି କରିଛନ୍ତି। ଓଡ଼ିଶା ବ୍ୟତୀତ ଏହି ସମସ୍ତ ରାଜ୍ୟରେ ବର୍ତ୍ତମାନ କାର୍ଯ୍ୟକାରୀ ଡିଜିପ ଅଛନ୍ତି, ଯାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀର ସ୍ପଷ୍ଟ ଉଲ୍ଲଂଘନ। ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଞ୍ଜାବ ଭଳି ରାଜ୍ୟରେ ୧ ବର୍ଷରୁ ଅଧିକ ଧରି ଅସ୍ଥାୟୀ ପୋଲିସ ମୁଖ୍ୟ ରହିଆସିଛନ୍ତି। ଉତ୍ତରପ୍ରଦେଶରେ ୨୦୨୨ ପରଠାରୁ ରାଜ୍ୟରେ କାର୍ଯ୍ୟକାରୀ ଡିଜିପିମାନେ କାମ କରୁଛନ୍ତି ଏବଂ ରାଜ୍ୟର ଚତୁର୍ଥ କାର୍ଯ୍ୟକାରୀ ଡିଜିପି ଭାବେ ପ୍ରଶାନ୍ତ କୁମାରଙ୍କୁ ଚଳିତ ବର୍ଷ ପ୍ରାରମ୍ଭରେ ନିଯୁକ୍ତ କରାଯାଇଛି। ସମସ୍ୟା ହେଉଛି ଏହା କେବଳ ଏକ ପ୍ରକ୍ରିୟାଗତ କାରଣ ନୁହେଁ, ବରଂ ଆଇନ ଶୃଙ୍ଖଳା ନେତୃତ୍ୱର ସ୍ଥିରତା ଏବଂ ଅଧିକାରକୁ ଦୁର୍ବଳ କରୁଛି। ତେବେ ଓ୍ବାଇ.ବି.ଖୁରାନିଆଙ୍କୁ ଅଗଷ୍ଟରେ ସ୍ଥାୟୀ ଡିଜିପି ଭାବେ ନିଯୁକ୍ତକରି ଓଡ଼ିଶା ଏକ ଉଦାହରଣ ସୃଷ୍ଟି କରିଥିବା ଜଣାପଡ଼ିଛି । କିନ୍ତୁ ଅନ୍ୟମାନଙ୍କ ପାଇଁ ସମାନ କଥା କୁହାଯାଇପାରିବ ନାହିଁ । ପ୍ରକାଶ ସିଂଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଜୁଲାଇ ମାସରେ ଝାଡ଼ଖଣ୍ଡ ଅସ୍ଥାୟୀ ଡିଜିପି ନିଯୁକ୍ତ କରିଥିଲା। କେବଳ ଅସାମାନ୍ୟ ପରିସ୍ଥିତି ବ୍ୟତୀତ କୌଣସି ସ୍ଥିତିରେ ଅସ୍ଥାୟୀ କିମ୍ବା ଆଡ୍‌ହକ ପୋଲିସ ମୁଖ୍ୟ ନିଯୁକ୍ତହେବା ଉଚିତ ନୁହେଁ ବୋଲି କୋର୍ଟ ସ୍ପଷ୍ଟ ଭାବରେ କହିଥିଲେ। ତଥାପି ଆମେ ଦେଖୁଛୁ ରାଜ୍ୟଗୁଡ଼ିକ ଏହି କାର୍ଯ୍ୟ ଜାରି ରଖି ଆଇନକୁ ଅବମାନନା କରୁଛନ୍ତି । ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ କୋର୍ଟର ନିର୍ଦ୍ଦେଶନାମା ପାଳନ କରିବାକୁ ଚେତାଇ ଦେଇସାରିଛି, କିନ୍ତୁ ତାହା ବଧିର କାନରେ କହିବା ଥିବା ଭଳି ମନେହେଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri