ପୁରାଣରେ ଦୁର୍ଗା

ଦୁର୍ଗାଙ୍କ କାହାଣୀ ମୂଳ ସଂସ୍କୃତ ରଚିତ ଦେବୀ ମହାତ୍ମ୍ୟରୁ କିମ୍ବା ଚଣ୍ଡିପାଠରୁ ଆସିଛି, ଯାହା ମାର୍କଣ୍ଡେୟ ପୁରାଣର ଅଂଶ। ଏହା ପ୍ରାୟ ୧,୫୦୦ ବର୍ଷ ପୂର୍ବେ ରଚନା କରାଯାଇଥିଲା। ମା’ ଦୁର୍ଗାଙ୍କ ପ୍ରତିମା ବା ପ୍ରତୀକଗୁଡ଼ିକ ମଧ୍ୟ ସେହି ସମାନ ଅବଧିରେ ହୋଇଥିବା ଚିହ୍ନଟ କରାଯାଇଛି। କେତେକ ପଣ୍ଡିତଙ୍କ ମତରେ ସିଂହ ବାହିନୀ ଦେବୀଙ୍କ ଅବଧାରଣା ସମ୍ଭବତଃ କୁଶାଣ ରାଜାମାନଙ୍କ ଶାସନ ସମୟରେ କରାଯାଇଛି। ସେହି ସମୟରେ ସେ ଦେବୀ ନାନ୍ନା ରୂପରେ ସାମ୍ନାକୁ ଆସିଥିଲେ, ଯାହା ଥିଲା ମେସୋପଟାମିଆନ୍‌ ଇସ୍ତାର କିମ୍ବା ପର୍ସିଆନ ଅନାହିତାଙ୍କ ସ୍ବରୂପ। ଅନ୍ୟମାନେ ବିଶ୍ୱାସ କରନ୍ତି ଯେ, ସେ ଏହି ଦେଶରୁ ସୃଷ୍ଟି ଏବଂ ଏକ ପୁରାତନ ତଥା ମାତୃ ପ୍ରାଧାନ୍ୟ ପ୍ରାକ-ବୈଦିକ ବିଚାରଧାରାର ଅଂଶ, ଯାହା ସିନ୍ଧୁ ସଭ୍ୟତା ବ୍ୟାଘ୍ର-ମହିଳା ସିଲ୍‌ ବା ମୋହରରୁ ଜଣାପଡ଼େ। ବ୍ୟାପକ ଭାବରେ ବିଚାର କଲେ ଆମେ ପୁରାଣର ବ୍ୟାଖ୍ୟାତ୍ମକ କାହାଣୀର ତିନୋଟି ଭାଗ ଦେଖିବାକୁ ପାଇଥାଉ। ପ୍ରଥମଟି ହେଉଛି, ପ୍ରଭୁତ୍ୱର ମୁଖ୍ୟଧାରା (ନାରୀ ପ୍ରାଧାନ୍ୟ) କାହାଣୀ, ନାରୀବାଦୀ କାହାଣୀ ଏବଂ ଅଧୀନ କାହାଣୀ। ପ୍ରତ୍ୟେକ ସିଦ୍ଧାନ୍ତ କେବଳ ଅସ୍ପଷ୍ଟ ଏବଂ ସ୍ବଳ୍ପ ତଥ୍ୟ ଆଧାରରେ ବିଭିନ୍ନ ରାଜନୈତିକ ଉଦ୍ଦେଶ୍ୟକୁ ସୁହାଇଲା ଭଳି କଳ୍ପନା ମାତ୍ର।
ପ୍ରାଧାନ୍ୟ ସମ୍ପର୍କିତ ବର୍ଣ୍ଣନାରେ ଦର୍ଶାଯାଇଛି ଯେ, ଦୁର୍ଗା ବିଭିନ୍ନ ଦେବତାଙ୍କର କ୍ଷମତା କିମ୍ବା ଶକ୍ତି ଦ୍ୱାରା ସୃଷ୍ଟି ହୋଇଛନ୍ତି। ଦେବତାମାନେ ବଧ କରିପାରୁ ନ ଥିବା ଜଣେ ରାକ୍ଷସକୁ ମା’ ଦୁର୍ଗା ବଧ କରିଛନ୍ତି। ସେହି ରାକ୍ଷସର ମଣିଷ ହାତରେ ମୃତ୍ୟୁ ହୋଇପାରୁ ନ ଥିବାରୁ ଦେବତାମାନେ ମଧ୍ୟ ତାଙ୍କୁ ବଧ କରିପାରୁ ନ ଥିଲେ। ଏଠାରେ ଦୁର୍ଗାଙ୍କ ନାରୀତ୍ୱ ହେଉଛି ତାଙ୍କ ଶକ୍ତିର ଉତ୍ସ । ରାକ୍ଷସ ଜଣକ ତାଙ୍କୁ ବିବାହ କରିବାକୁ ଚାହିଁଛି, କିନ୍ତୁ ଦୁର୍ଗା ଏ ଦିଗରେ ତାକୁ ବଢିବାକୁ ନ ଦେଇ ତାହାକୁ ପ୍ରତ୍ୟାଖ୍ୟାନ କରି ଶେଷରେ ସେ ରାକ୍ଷସକୁ ହତ୍ୟା କରିଛନ୍ତି। ଦୁର୍ଗା ସେହି ରାକ୍ଷସର ରକ୍ତ ପିଇଛନ୍ତି ବୋଲି ସେଥିରେ ବର୍ଣ୍ଣନା କରାଯାଇଛି। ଦେବୀଙ୍କର ଅଧିକାଂଶ ଉପାସକ ତାଙ୍କୁ ଶାକାହାରୀ ଭାବରେ କଳ୍ପନା କରିବାକୁ ପସନ୍ଦ କରନ୍ତି । କିନ୍ତୁ ତାଙ୍କ ପର୍ବ ସମୟରେ ଶାକାହାରୀ ରହିଥାଆନ୍ତି। ଏବେ ଦେଖିବାକୁ ମିଳୁଛି ଯେ, ପୂଜାରେ ପାରମ୍ପରିକ ବଳି ପ୍ରଥା ଦ୍ରୁତ ଗତିରେ ହ୍ରାସ ପାଉଛି। ବିଶେଷକରି ଯେଉଁମାନେ ଅହିଂସା ପ୍ରଦତ୍ତ ନୈତିକ ଉଚ୍ଚସ୍ତରକୁ ପସନ୍ଦ କରୁଛନ୍ତି ସେହିମାନଙ୍କ ଯୋଗୁ ଏଭଳି ବଳି ପ୍ରଥା ଦୂର ହୋଇ ପାରୁଛି। ପୁରାଣର ଏହି କାହାଣୀରେ ଦୁର୍ଗାଙ୍କୁ ଶିବଙ୍କର ଜଣେ ଶାନ୍ତ ତଥା ଶାଳୀନ ପତ୍ନୀ ଭାବରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଆବଶ୍ୟକ ପଡ଼େ, ତାଙ୍କ ସ୍ବାମୀଙ୍କ ଅନୁମତି କ୍ରମେ ଦୁର୍ଗା ନିଜେ ଯୋଦ୍ଧା ରୂପ ଧାରଣ କରିପାରନ୍ତି।
ନାରୀବାଦୀ ବର୍ଣ୍ଣନାରେ ମହିଷାସୁରକୁ ପୁରୁଷ ଅହଂକାର, ପୁରୁଷ ପ୍ରାଧାନ୍ୟ ପ୍ରତୀକ ଭାବେ ଦର୍ଶାଯାଇଛି, ଯିଏ ମହିଳା ଶକ୍ତି ଦ୍ୱାରା ପରାସ୍ତ ହୋଇଛି। ଏହା ଦୁର୍ଗାଙ୍କୁ ମହିଳା ମୁକ୍ତି ଆନ୍ଦୋଳନର ପ୍ରତୀକ ଭାବେ ଦର୍ଶାଇଥାଏ। ତେବେ ଲୋକେ କାଳୀଙ୍କ ନଗ୍ନ ତଥା ହିଂସ୍ର ରୂପକୁ ଅଧିକ ଗ୍ରହଣ କରିଥାଆନ୍ତି। ପୁରୁଷକେନ୍ଦ୍ରିକ ଦୃଷ୍ଟିକୋଣରୁ ତାଙ୍କୁ ହିଂସ୍ର ତଥା ଅଦମ୍ୟ ଭାବେ ବର୍ଣ୍ଣନା କରାଯାଇଥିବାବେଳେ ବାସ୍ତବରେ ଆକର୍ଷଣୀୟ ବସ୍ତ୍ର ଓ ଅଳଙ୍କାରରେ ସଜ୍ଜିତ ଦୁର୍ଗା ଅଧିକ ନମ୍ର କିମ୍ବା ଶାନ୍ତ ମନେହୁଅନ୍ତି। ଅନେକ ଲୋକକଥାରେ ବର୍ଣ୍ଣନ ରହିଛି ଯେ, ଗ୍ରାମଦେବୀଙ୍କୁ ପ୍ରତାରଣା କିମ୍ବା ବିଶ୍ୱାସଘାତକତା କରିଥିବା ନିଜ ସ୍ବାମୀଙ୍କୁ ସେ ହତ୍ୟା କରିଛନ୍ତି । ତେଣୁ ହିଂସା ଏକ ପ୍ରକାର ଯୌନ ଉତ୍ତେଜନା ଏବଂ ନାରୀ ପ୍ରତି ବିଶ୍ୱାସଘାତକତା ସହିତ ଜଡିତ। ସ୍ବାମୀ ତଥା ପ୍ରବଳ ବିରୋଧୀ ଭାବରେ ରାକ୍ଷସକୁ ପୁରାଣର କାହାଣୀର ପୁରୁଷପ୍ରାଧାନ୍ୟ ସଂସ୍କରଣରେ କମ୍‌ କରି ଦର୍ଶାଯାଇଛି। ଏହା ସହ ଦୁର୍ଗା ମହିଷାସୁର ଶିର ଛେଦନ କରିବା ପରେ ଗଳାରେ ଶିବ-ଲିଙ୍ଗ ପାଇଥିବା କଥା ସ୍କନ୍ଦ ପୁରାଣ ଏବଂ ଅରୁଣାଚଳ ଶାଥାଲା ପୁରାଣରେ ଉଲ୍ଲେଖ ଅଛି। ସେ ଶିବଙ୍କର ଜଣେ ଭକ୍ତଙ୍କୁ ବଧ କରିଥିବାର ‘ପାପ’ ରୁ ମୁକ୍ତି ପାଇବା ଲାଗି ପ୍ରାୟଶ୍ଚିତ୍ତ କରିଛନ୍ତି। ଆଉ କେହି କେହି କୁହନ୍ତି, ସେ ଶିବଙ୍କର ଏକ ରୂପ। ତାମିଲନାଡୁରେ ଏକ ମନ୍ଦିରରେ ଉଭୟ ଅଛନ୍ତି। ତାଙ୍କ ରୀତିନୀତିର ସ୍ଥଳ ଅତି ପବିତ୍ର ଏବଂ ଏଠାରେ ଶିବ-ଲିଙ୍ଗ ପୂଜା କରାଯାଏ।
ତା’ପରେ ପୁରାଣରେ ବର୍ଣ୍ଣିତ କ୍ଷୁଦ୍ର ଓ ଅଧୀନ କାହାଣୀରେ ମହିଷାସୁରଙ୍କୁ ରାବଣ ଓ ବଳିଙ୍କ ଭଳି କଳାବର୍ଣ୍ଣ ବର୍ଗର ଲୋକ (ରାକ୍ଷସ)ଙ୍କ ରାଜା ଭାବେ ବର୍ଣ୍ଣନା କରାଯାଇଛି। ମହିଷାସୁର ଶ୍ୱେତ ବର୍ଣ୍ଣି ଦୁର୍ଗାଙ୍କ ଦ୍ୱାରା ପରାସ୍ତ ହୋଇଥିଲେ, ଯେପରି ଅନ୍ୟ ରାକ୍ଷସ ରାଜାମାନଙ୍କୁ ରାମ ଏବଂ ବାମନଙ୍କ ଦ୍ୱାରା ପରାସ୍ତ ହେବାକୁ ପଡ଼ିଥିଲା । ସେମାନଙ୍କୁ ଗୌର ତଥା ଉଚ୍ଚ ଜାତି ତଥା ଉତ୍ତର ଭାରତୀୟ ଭାବରେ ବିବେଚନା କରାଯାଏ। ଦୁର୍ଗା ବୋଧହୁଏ ମୂଳତଃ ବିନ୍ଧ୍ୟ ଅଞ୍ଚଳର ଜଣେ ଆଦିବାସୀ ବା ଶବର ଦେବୀ ଥିବାର ଐତିହାସିକ ସିଦ୍ଧାନ୍ତକୁ ଏହି କାହାଣୀ ଏଡାଇ ଯାଇଛି, ଯିଏ ପରେ ବିଷ୍ଣୁଙ୍କ ଭଉଣୀ ଏବଂ ଶିବଙ୍କ ପତ୍ନୀ ଭାବରେ ବ୍ରାହ୍ମଣୀୟ ବର୍ଗରେ ଅନ୍ତର୍ଭୁକ୍ତ ହୋଇଥିଲେ। କାହାଣୀରେ ସ୍ବାମୀ/ଭକ୍ତ /ବିରୋଧୀଙ୍କ ବଳିଦାନ ମଧ୍ୟରେ ଥିବା ତିକ୍ତତାକୁ ଦର୍ଶାଯାଇଥିବା ସାଙ୍କେତିକ ସିଦ୍ଧାନ୍ତ ହେଉଛି ମଣିଷ ଏବଂ ପ୍ରକୃତି ମଧ୍ୟରେ ଥିବା ଉତ୍ତେଜନାର ପ୍ରତୀକ। ମଣିଷ କହିଲେ (ପୁରୁଷଙ୍କୁ ସୂଚିତ କରେ), ଶାନ୍ତ ପ୍ରକୃତି (ମୁକ୍ତ ମହିଳାର କଳ୍ପନା) ଏବଂ ସଂସ୍କୃତି ସୃଷ୍ଟି କରିବାକୁ (ପତ୍ନୀ ଭାବରେ କଳ୍ପନା କରାଯାଏ)। ଏହି କାହାଣୀ ମହିଷାସୁର ଶହୀଦ ଦିବସକୁ ଉତ୍ସାହିତ କରିଛି, ଯାହା ବଞ୍ଚିତ ସମ୍ପ୍ରଦାୟର କ୍ରୋଧର ସ୍ବରକୁ ବ୍ୟକ୍ତ କରେ। ଏହା କେବଳ ସଂଖ୍ୟାବହୁଳଙ୍କୁ ନିୟନ୍ତ୍ରଣ କରିପାରୁନଥିବା ଚରମ ହିନ୍ଦୁମାନଙ୍କୁ ଉସୁକାଇବା ଲାଗି ଉଦ୍ଦିଷ୍ଟ।

-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?