ଲକ୍ଡାଉନ ଉଲ୍ଲଂଘନ: ୭୦ ବାଇକ ଜବତ
ବଲାଙ୍ଗୀର ଅଫିସ, ୧୨ା୪- ସରକାରଙ୍କ କଡା ନିର୍ଦ୍ଦେଶାବଳୀ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗର ଶତପ୍ରତିଶତ କାର୍ଯ୍ୟାନ୍ବୟନ ସତ୍ତ୍ୱେ କେତେକ ବ୍ୟକ୍ତି ଲକ୍ଡାଉନ୍ ନିୟମର ଉଲ୍ଲଂଘନ କରୁଛନ୍ତି। ଏଭଳି ବ୍ୟକ୍ତିବିଶେଷଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ସେମାନଙ୍କ ବାଇକ୍ ଜବତ…
କରୋନା ମାଡ, ସ୍ଥାଣୁ ପାଲଟିଛି ରଙ୍ଗତୁଳୀ
ଜୁନାଗଡ,୧୨।୪(ଡି.ଏନ୍.ଏ.)-ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଲକ୍ଡାଉନ ଜାରି କରିଛନ୍ତି। ଏହାର ପ୍ରଭାବରେ ଅନେକ ଲୋକ ନିଜ ଜୀବିକା ହରାଇ ବସିଛନ୍ତି। ଫଳରେ ସେମାନଙ୍କ ଚଳିବା ଏବେ କଷ୍ଟକର ହୋଇପଡିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଚିତ୍ରକର,ରଙ୍ଗତୂଳୀ…
ପଡ଼ା, ପୋଲିସକୁ ନାକେଦମ କଲେ ଯୁବକ: ଭୟରେ ଘର ଛାଡ଼ି ପଳାଇଲେ ପରିବାର ଲୋକେ
ସମ୍ବଲପୁର, ୧୨।୪ (ବ୍ୟୁରୋ) ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳକୁ ଜଣେ ୩୫ ବର୍ଷିୟ ଯୁବକ ହାଇଦ୍ରାବାଦରୁ ଫେରିଛନ୍ତି । ଏହାକୁ ନେଇ ପଡାବାସୀଙ୍କ ସହ ପୋଲିସ ନାକେଦମ ହୋଇଛି। ସମ୍ପୃକ୍ତ ଯୁବକ ସରକାରଙ୍କ ନୀତି ନିୟମ ଓ କଟକଣା ପାଳନ…
ଚିନ୍ତା ବଢ଼ାଇଛି ବିଳମ୍ବ ରିପୋର୍ଟ
ସମ୍ବଲପୁର, ୧୨।୪ (ବ୍ୟୁରୋ): ସମଗ୍ର ରାଜ୍ୟର ବିଭିନ୍ନ ଜିଲାରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ ଓଡିଶାର କଳାହାଣ୍ଡି ଓ ସୁନ୍ଦରଗଡ ଜିଲାରେ ୨ଟି ଲେଖାଏଁ ପଜିଟିଭ ରିପୋର୍ଟ ପ୍ରକାଶ ପାଇଛି । ଏହାକୁ ନେଇ…
ରିଲିଫ ପାଣ୍ଠିକୁ ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟିର ଦାନ
ସମ୍ବଲପୁର,୧୨।୪(ବ୍ୟୁରୋ): ସମ୍ବଲପୁର ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ରବିବାର ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ବରଗଡ ଏମ୍ପି ସୁରେଶ ପୂଜାରୀଙ୍କୁ ଏହି ଚେକ୍ ପ୍ରଦାନ…
ଲକ୍ ଡାଉନ ପାଇଁ ପେଟକୁ ଖାଦ୍ୟ ଯୋଗାଡ କରି ହେଉନି
ସମ୍ବଲପୁର, ୧୧।୪ (ବ୍ୟୁରୋ)- ସମ୍ବଲପୁର ଜିଲା ଖୁଲିଆ ଗ୍ରାମର ବହୁମୁଖି କଳାକାର ଲାଲୁ ମୁଣ୍ଡାଙ୍କୁ ରୋଷେଇ ସାମଗ୍ରୀ ପ୍ରଦାନ କରାଯାଇଛି । ଲାଲୁ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ ତାଙ୍କ ବୟସ ୬୮ ବର୍ଷ…
କରୋନା ଯୋଗୁ ଗୋରୁଗାଈ ଓପାସରେ
ସମ୍ବଲପୁର, ୧୧।୪ (ବ୍ୟୁରୋ)- କରୋନା ଭୂତାଣୁ ପ୍ରତିଷେଧକ ଭାବେ ସମ୍ବଲପୁରରେ ଲକ୍ ଡାଉନ ଜାରି ରହିଛି । ଗରିବ ଜନସାଧାରଣଙ୍କୁ ଜିଲା ପ୍ରଶାସନ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି । କିନ୍ତୁ ଗୋରୁ ଗାଈ ଅସୁବିଧାର…
ରିଲିଫ ପାଣ୍ଠିକୁ ଦାନ କଲା ଶୀତଳଷଷ୍ଠୀ ଯାତ୍ରା କମିଟି
ସମ୍ବଲପୁର, ୧୧।୪ (ବ୍ୟୁରୋ)-ବିଶ୍ୱ ବ୍ୟାପି କରୋନା ଭୂତାଣୁ ସଂକ୍ରମଣ ହୋଇଛି । ଏହି ପରିସ୍ଥିତିରେ ମୁକାବିଲା ଲାଗି ସମ୍ବଲପୁର ବଡବଜାର ଶ୍ରୀ ଶ୍ରୀ ଶିତଳେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା କମିଟି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛି। ଉଭୟ…
ଉଜୁଡ଼ିଯିବ ରବିଧାନ ଫସଲ
ସମ୍ବଲପୁର,୧୧ା୪(ବ୍ୟୁରୋ) କରୋନା ଭୂତାଣୁର ମୁକାବିଲା ପାଇଁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍ ଡାଉନ୍ କରି କଟକଣା ଜାରି କରିଛନ୍ତି। ରାଜ୍ୟ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଏହାର ଅବଧି ବଢାଇ ଦେଇଛନ୍ତି। ଏହାର ପ୍ରଭାବ ଚାଷ କ୍ଷେତ୍ରରେ ପଡିଛି। ସାମାଜିକ…
କରୋନା ମୁକାବିଲା ପାଇଁ ଶିକ୍ଷୟତ୍ରୀ, ଶିକ୍ଷକଙ୍କୁ ତାଲିମ
ସମ୍ବଲପୁର,୧୦।୪(ବ୍ୟୁରୋ): ସମ୍ବଲପୁରର ବିଭିନ୍ନ ସ୍କୁଲର ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ କରୋନା ମୁକାବିଲା ପାଇଁ ନିୟୋଜିତ କରାଯିବ । ଏ ନେଇ ଶୁକ୍ରବାର ସହରର ୧୫ଟି ସ୍କୁଲରେ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୭୫୦ ଜଣ ଶିକ୍ଷୟିତ୍ରୀ, ଶିକ୍ଷକ…
ସାନିଟାଇଜର ତିଆରି କଲା ପ୍ରଶାସନ
ସମ୍ବଲପୁର,୧୦ା୪(ବ୍ୟୁରୋ)-କରୋନା ଭୂତାଣୁ ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ଦିଗରେ ଉଦ୍ୟମ କରୁଛନ୍ତି । ତଥାପି ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ କରୋନା ଭୂତାଣୁରୁ ସୁରକ୍ଷା ପାଇବା ପାଇଁ ସାନିଟାଇଜରର ଆବଶ୍ୟକତା ରହିଛି । ତେଣୁ…
ସାହାଯ୍ୟ ମାଗିଲେ ଗୁପ୍ଚୁପ୍, ଆଖୁରସ ବ୍ୟବସାୟୀ
ସମ୍ବଲପୁର,୧୦।୪(ବ୍ୟୁରୋ) ବର୍ତ୍ତମାନ କରୋନା କଟକଣା ଓ ଲକ୍ ଡାଉନ ଯୋଗୁ ସମ୍ବଲପୁରରେ ଗୁପ୍ଚୁପ୍ ଓ ଆଖୁ ରସ ବିକ୍ରି ବନ୍ଦ ରହିଛି। ଏହାଦ୍ୱାରା ଆଖୁରସ ଓ ଗୁପଚୁପ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବାର ଦୋକାନୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…
Archives


