ସମ୍ବଲପୁର ସହରରେ ପଶିଲା ବନ୍ୟାଜଳ

ସମ୍ବଲପୁର,୨୯।୮(ବ୍ୟୁରୋ)-ଶନିବାର ହୀରାକୁଦ ଜଳଭଣ୍ଡାରରୁ ୪୬ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ମହାନଦୀ ପିଛିଲା ପାଣିରେ ସମ୍ବଲପୁର ଜିଲାର ନଦୀ ନାଳଗୁଡ଼ିକ ଫୁଲି ଉଠିଛି । ସମ୍ବଲପୁର ସହରର ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ପରିସ୍ଥିତି ଜଟିଳ ହୋଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ବିଭିନ୍ନ ସ୍ଥାନରେ ୧୪ଟି ଆଶ୍ରୟସ୍ଥଳୀ ଖୋଲାଯାଇ ପ୍ରାୟ ୧୮ଶହ ଲୋକଙ୍କୁ ରଖାଯାଇଛି । ଶୁକ୍ରବାର ରାତିରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ମନ୍ଦଲିଆ, ଚାରଭାଟି, ବିନାଖଣ୍ଡି, ଗୋବିନ୍ଦତୋଲା, ଦୁର୍ଗାପାଲି, ଖଣ୍ଡୁଆଳ, ଲିମସରିଏନ, କମଲିବଜାର, ବଡ଼ବଜାର, ଚନ୍ଦନନଗର ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି ା ଉଦ୍ଧାର କରାଯାଇଥିବା ଲୋକମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି ।
ବନ୍ୟା ପରିସ୍ଥିତକୁ ନେଇ ସହରରେ ଭୟର ବାତାରବରଣ ସୃଷ୍ଟି ହୋଇଛି । ଶନିବାର ଦିନ ତମାମ ବର୍ଷା ହୋଇନାହିଁ ା ହେଲେ ପିଛିଲା ପାଣିରେ ତଳିଆ ଅଞ୍ଚଳର ବହୁ ଘରଦ୍ୱାର ଭାଙ୍ଗିଯାଇଛି । ବନ୍ୟାର ସମ୍ଭାବ୍ୟ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଜିଲାପାଳ ଶୁଭମ୍‌ ସକ୍‌ସେନା ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ କମିଶନର ଅନିରୁଦ୍ଧ ପ୍ରଧାନ ହୀରାକୁଦ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବିନାଖଣ୍ଡି, ଦୁର୍ଗାପାଲି, ବଡ଼ବଜାର ଆଦି ଅଞ୍ଚଳରେ ପଶିଥିବା ବନ୍ୟାଜଳକୁ ପମ୍ପ ସାହାଯ୍ୟରେ ନିଷ୍କାସନ କରାଯାଉଛି । ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ନିୟୋଜିତ ରହିଛନ୍ତି । ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିଲିଫ କ୍ୟାମ୍ପ ଖେଲିଛି ା ପ୍ରଭାବିତ ଅଞ୍ଚଳରେ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି ା
ମହାନଦୀ ତଟରେ ଥିବା ଚିପିଲିମାର ମାଁ ଘଣ୍ଟେଶ୍ୱରୀ ମନ୍ଦିର ପାଣି ଘେରରେ ରହିଛି । ସେହିପରି ଗୁଡେଶ୍ୱର ବାବା, ହୁମା ବିମଲେଶ୍ୱର ବାବା, ମାନେଶ୍ୱର ମାନଧାତା ବାବା ମନ୍ଦିର ପାଖକୁ ବନ୍ୟାଜଳ ମାଡି ଆସିଛି । ଅନ୍ୟପଟେ ସମ୍ବଲପୁର-ସୋନପୁର ରାସ୍ତା ଗୁଣ୍ଡେରପୁର ମାଳତୀ ନଦୀ ବ୍ରିଜ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବନ୍ଦ ରହିଛି ା ମହାନଦୀ ଅବବାହିକାରେ ଥିବା ଗ୍ରାମବାସୀ ଭୟରେ ଦିନ କାଟୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?