ବିସ୍ମୟ ବାଳକ ଆୟୁଷ

ଆୟୁଷ ରଞ୍ଜନ ରାଉତ। ବୟସ ୧୪। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଏହି ଛାତ୍ର ଜଣକ ଏବେ ବିସ୍ମୟ ବାଳକ ଭାବେ ବେଶ୍‌ ଚର୍ଚ୍ଚା ସାଉଣ୍ଟିଛନ୍ତି। ସମ୍ବଲପୁର ଜିଲା ନାକଟିଦେଉଲ ବ୍ଳକ କୁଡାନାଳି ଗ୍ରାମର ସରୋଜ ଓ ରଶ୍ମିତାଙ୍କ ପୁଅ ହେଉଛନ୍ତି ଆୟୁଷ। ତୁଳସୀ ୨ ପତ୍ରରୁ ବାସିଲା ଭଳି ପିଲାଟି ଦିନରୁ ତାଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରସ୍ଫୁଟିତ ହୋଇଛି। ବର୍ତ୍ତମାନ ସୁଦ୍ଧା ସେ ଫେସବୁକ, ହ୍ବାଟ୍ସଆପ ଭଳି ମନୋରଞ୍ଜନଧର୍ମୀ ଓ ଦରକାରୀ ୧୫ ଗୋଟି ଆପ୍‌ ତିଆରିରେ କାମ କରିଛନ୍ତି। ସେଥିମଧ୍ୟରୁ ରାଉଟର ଓ ରଙ୍ଗିଲା ନିଜସ୍ବ ଆପ୍‌ ରହିଛି। ଯାହାକୁ ସାମାଜିକ ଗଣମାଧ୍ୟମରେ ଲୋକେ ବ୍ୟବହାର କରୁଛନ୍ତି। ଏଥିପାଇଁ ତାଙ୍କର ନିଷ୍ଠା ଓ ଆଗ୍ରହ ଆଣିଦେଇଛି ସ୍ବୀକୃତି। ସର୍ବ କନିଷ୍ଠ ୱେବ ଡିଜାଇନର ଭାବେ ସେ ରାଜ୍ୟରେ ପ୍ରଥମ ବୋଲି ରେଢାଖୋଲ ମହୋତ୍ସବରେ ତାଙ୍କୁ ପ୍ରମାଣପତ୍ର ମିଳିଛି। ୨୦୧୯ ଜୁଲାଇ ୨୯ରେ ରେ ସେ ଓଡିଶାର ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟି ନିଜର କୃତିତ୍ୱ ବିଷୟରେ ଅବଗତ କରିବା ସହ ଆଶୀର୍ବାଦ ଓ ଶୁଭେଚ୍ଛା ପାଇଛନ୍ତି। ବରଗଡ ଓ ଦେବଗଡ ଜିଲାର କେତେକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। ଆଗକୁ ସେ ଜଣେ ଆଇଏଏସ ଅଧିକାରୀ କିମ୍ବା ସଫ୍ଟୱେର ବିଶେଷଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଚାଷୀ ପରିବାରରୁ ଆସିଥିବା ଆୟୁଷଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର…..
– ଶୁଭାଶିଷ ପାଢ଼ୀ, ସମ୍ବଲପୁର

ଆପ୍‌ କରିବା ପାଇଁ କାହାଠାରୁ ପ୍ରେରଣା ପାଇଛନ୍ତି?
ବାପା ସରୋଜ ମତେ ସବୁବେଳେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଛନ୍ତି। ତାଙ୍କଠାରୁ ଆପ୍‌ ଓ ୱେବସାଟ୍ଟ୍‌ ବିଷୟରେ କିଛିଟା ଜାଣିବା ପରେ ନିଜେ ତିଆରି କରିବାକୁ ମନରେ ଇଚ୍ଛା ଜାଗ୍ରତ ହୋଇଥିଲା। ୟୁ-ଟ୍ୟୁବ୍‌ରେ ଓ୍ବେବ୍‌ ସାଇଟ୍‌ କିଭଳି ତିଆରି ଓ ଡିଜାଇନ କରାଯାଏ ତାହା ଶିଖିଥିଲି। ୨୦୧୮ରେ ପ୍ରଥମେ ଆଦ୍ୟାଶ୍ୟା ନ୍ୟୁଜ ନାମରେ ସାଇଡ ଖୋଲିଥିଲି।
ୱେବସାଇଟ୍‌ ତିଆରିର ଲକ୍ଷ ଓ ଲାଭ କ’ଣ?
ଦେଶ ବାହାର କମ୍ପାନୀ ଭାରତରେ ବ୍ୟବସାୟ କରୁଛନ୍ତି। ଏହା ଜାଣିବା ପରେ ୱେବସାଇଡ ଖୋଲିବା ମୋର ଏକ ନିଶା ଭଳିଆ ହୋଇଗଲା। ବର୍ତ୍ତମାନର ଚାହିଦାକୁ ଦୃଷ୍ଟିରେ ରଖି ଯେଭଳି ଆବଶ୍ୟକ ସେଭଲି ୱେବସାଇଟ୍‌ ଖୋଲାଯାଇଛି, ଯାହାକି ପ୍ଲେ-ଷ୍ଟୋରରେ ଉପଲବ୍ଧ ରହିଛି। ଆତ୍ମନିର୍ଭର ଭାରତ ଯୋଜନାରେ ବେଶ ପ୍ରଭାବିତ ହୋଇଛି। ଫେସବୁକ ବିକଳ୍ପ ଭାବରେ ବ୍ୟବହାର ପାଇଁ ରାଉଟର ନାମରେ ଆପ୍‌ କରିଛି। ସେହିପରି ହ୍ବାଟ୍ସଆପର ବିକଳ୍ପ ଓ ଟିକ୍‌ଟକ୍‌ର ବିକଳ୍ପ ରଙ୍ଗିଲା ନାମରେ ଆପ କରିଛ, ଯାହାକି ପ୍ଲେ-ଷ୍ଟେରରେ ଜଣେ ଡାଉନଲୋଡ କରି ପାରିବେ। ଏଭଳି ୧୫ ଆପ୍‌ ପାଇଁ କାମ କରିଛି।
ଆୟ ହେଲେ ଖର୍ଚ୍ଚ କିପରି କରିବେ ?
ସବୁ ଆପଗୁଡିକରେ ଅଧିକ ସଂଖ୍ୟାରେ ୟୁଜର୍ସ ବ୍ୟବହାର କଲେ ଲାଭ ଅଧିକ ହୋଇଥାଏ। ଆମେ କୌଣସି ସାମଗ୍ରୀ ବିଷୟରେ ଗୁଗଲ କିମ୍ବା ଅନ୍ୟ ଆପ୍‌ରେ ସର୍ଚ୍ଚ କରିଥାଉ। କିଛି ସମୟ ପରେ ଅଟୋମେଟିକ ଆମର ଚାହିଦା ଅନୁସାରେ ବିଭିନ୍ନ କମ୍ପାନୀର ଉକ୍ତ ସାମଗ୍ରୀ ବିଷୟରେ ସୂଚନା ଆସିଥାଏ। ଏଥିରେ ସାମଗ୍ରୀର କମ୍ପାନୀ ଆପ୍‌ ସହିତ ସମ୍ପର୍କ ରହିଥାଏ। ସେମାନେ କିଛି ଟଙ୍କା ଦେୟ କରନ୍ତି। ଦେଶ ଓ ଦେଶ ବାହାର କମ୍ପାନୀଗୁଡିକ ଆମ ଦେଶରେ ବେଶ୍‌ ଲାଭବାନ ହେଉଛନ୍ତି। ମୋର ତିଆରି ଆପଗୁଡିକ ରାଜ୍ୟ ତଥା ଦେଶ ବାହାରେ ଯେତେ ସଂଖ୍ୟାରେ ବ୍ୟବହାର କରିବେ ସେତିକି ଆୟ ମଧ୍ୟ ହୋଇପାରିବ। ଏବେ ଆୟ କିଛି ହେଉ ନାହିଁ। ଯଦି ଆୟ ହେବ ତା ହେଲେ ୨୦ ପ୍ରତିଶତ ଦେଶର ଯବାନମାନଙ୍କ ପାଇଁ ଖର୍ଚ୍ଚ କରିବି।
ସରକାରୀ ସ୍ତରରେ ପ୍ରୋତ୍ସାହନ ଆବଶ୍ୟକ କି ?
ଆପ ବ୍ୟବହାର କରି ଦେଶ ତଥା ଦେଶ ବାହାରେ କିଛି ଲୋକ ପ୍ରଶଂସା କରିଛନ୍ତି। ହେଲେ ତିଆରି କରିଥିବା ଆପ୍‌ର ପ୍ରଚାର ପ୍ରସାର ନ ହେବାରୁ ଲୋକଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ଏଥିପାଇଁ ସରକାରଙ୍କ ସହାୟତା ଦରକାର। ସରକାରୀ ସ୍ତରରେ ଯେଉଁ ଆପ୍‌ ବ୍ୟବହାର ହୋଇ ପାରିବ ସେ ଉପରେ ନଜର ଦେବା ଆବଶ୍ୟକ। ଏଥିସହ ନିଜ ଗ୍ରାମରେ ନ ହେଲେ ବି ଜିଲାରେ ଏକ ଆଇଟି ହବ୍‌ ତିଆରି କରିବା ଦିଗରେ ସରକାର ଦୃଷ୍ଟି ଦେଲେ ପ୍ରତିଭାର ବିକାଶ ହୋଇପାରିବ।
ଆପ୍‌ ତିଆରି କରିବା ପାଇଁ କେତେ ସମୟ ଦିଅନ୍ତି ?
ପ୍ରତିଦିନ ସକାଳ ୫ଟାରୁ ଉଠି ପାଠ ପଢେ। ସନ୍ଧ୍ୟାରୁ ରାତି ୯ଟା ପର୍ଯ୍ୟନ୍ତ ସ୍କୁଲ ପାଠ ଶେଷ କଲା ପରେ ପ୍ରତିଦିନ କମ୍ପ୍ୟୁଟର ସାମନାରେ ୩ ଘଣ୍ଟା ବସି ଆପ୍‌ ତିଆରିରେ ମନ ଦିଏ। ବାପା ମୋତେ ଏ କ୍ଷେତ୍ରରେ ସହାୟତା କରିଥାନ୍ତି। ଦେବଗଡ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଠ ପଢୁଛି। ଏବେ ଗଁାରେ ଅଛି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ କରିଛି। ସ୍କୁଲରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଭାଗ ନିଏ। ପରିଶ୍ରମ କଲେ ଫଳ ନିଶ୍ଚୟ ମିଳେ। ଆମ ଅଞ୍ଚଳରେ ଥିବା ନହୁରାଣୀ ନାଳ ଉପରେ ପୋଲ କରିବାକୁ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। ଆଜି ସେ ସ୍ଥାନରେ ପୋଲ ନିର୍ମାଣ ହୋଇ ଜିଲାର ସୀମାନ୍ତ ଗ୍ରାମରୁ ଅନୁଗୋଳ ଜିଲାକୁ ସଂଯୋଗ କରିଛି, ଯାହାକି ମତେ ବେଶ୍‌ ଖୁସି ଆଣି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri