ବିସ୍ମୟ ବାଳକ ଆୟୁଷ

ଆୟୁଷ ରଞ୍ଜନ ରାଉତ। ବୟସ ୧୪। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଏହି ଛାତ୍ର ଜଣକ ଏବେ ବିସ୍ମୟ ବାଳକ ଭାବେ ବେଶ୍‌ ଚର୍ଚ୍ଚା ସାଉଣ୍ଟିଛନ୍ତି। ସମ୍ବଲପୁର ଜିଲା ନାକଟିଦେଉଲ ବ୍ଳକ କୁଡାନାଳି ଗ୍ରାମର ସରୋଜ ଓ ରଶ୍ମିତାଙ୍କ ପୁଅ ହେଉଛନ୍ତି ଆୟୁଷ। ତୁଳସୀ ୨ ପତ୍ରରୁ ବାସିଲା ଭଳି ପିଲାଟି ଦିନରୁ ତାଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରସ୍ଫୁଟିତ ହୋଇଛି। ବର୍ତ୍ତମାନ ସୁଦ୍ଧା ସେ ଫେସବୁକ, ହ୍ବାଟ୍ସଆପ ଭଳି ମନୋରଞ୍ଜନଧର୍ମୀ ଓ ଦରକାରୀ ୧୫ ଗୋଟି ଆପ୍‌ ତିଆରିରେ କାମ କରିଛନ୍ତି। ସେଥିମଧ୍ୟରୁ ରାଉଟର ଓ ରଙ୍ଗିଲା ନିଜସ୍ବ ଆପ୍‌ ରହିଛି। ଯାହାକୁ ସାମାଜିକ ଗଣମାଧ୍ୟମରେ ଲୋକେ ବ୍ୟବହାର କରୁଛନ୍ତି। ଏଥିପାଇଁ ତାଙ୍କର ନିଷ୍ଠା ଓ ଆଗ୍ରହ ଆଣିଦେଇଛି ସ୍ବୀକୃତି। ସର୍ବ କନିଷ୍ଠ ୱେବ ଡିଜାଇନର ଭାବେ ସେ ରାଜ୍ୟରେ ପ୍ରଥମ ବୋଲି ରେଢାଖୋଲ ମହୋତ୍ସବରେ ତାଙ୍କୁ ପ୍ରମାଣପତ୍ର ମିଳିଛି। ୨୦୧୯ ଜୁଲାଇ ୨୯ରେ ରେ ସେ ଓଡିଶାର ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟି ନିଜର କୃତିତ୍ୱ ବିଷୟରେ ଅବଗତ କରିବା ସହ ଆଶୀର୍ବାଦ ଓ ଶୁଭେଚ୍ଛା ପାଇଛନ୍ତି। ବରଗଡ ଓ ଦେବଗଡ ଜିଲାର କେତେକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। ଆଗକୁ ସେ ଜଣେ ଆଇଏଏସ ଅଧିକାରୀ କିମ୍ବା ସଫ୍ଟୱେର ବିଶେଷଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଚାଷୀ ପରିବାରରୁ ଆସିଥିବା ଆୟୁଷଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର…..
– ଶୁଭାଶିଷ ପାଢ଼ୀ, ସମ୍ବଲପୁର

ଆପ୍‌ କରିବା ପାଇଁ କାହାଠାରୁ ପ୍ରେରଣା ପାଇଛନ୍ତି?
ବାପା ସରୋଜ ମତେ ସବୁବେଳେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଛନ୍ତି। ତାଙ୍କଠାରୁ ଆପ୍‌ ଓ ୱେବସାଟ୍ଟ୍‌ ବିଷୟରେ କିଛିଟା ଜାଣିବା ପରେ ନିଜେ ତିଆରି କରିବାକୁ ମନରେ ଇଚ୍ଛା ଜାଗ୍ରତ ହୋଇଥିଲା। ୟୁ-ଟ୍ୟୁବ୍‌ରେ ଓ୍ବେବ୍‌ ସାଇଟ୍‌ କିଭଳି ତିଆରି ଓ ଡିଜାଇନ କରାଯାଏ ତାହା ଶିଖିଥିଲି। ୨୦୧୮ରେ ପ୍ରଥମେ ଆଦ୍ୟାଶ୍ୟା ନ୍ୟୁଜ ନାମରେ ସାଇଡ ଖୋଲିଥିଲି।
ୱେବସାଇଟ୍‌ ତିଆରିର ଲକ୍ଷ ଓ ଲାଭ କ’ଣ?
ଦେଶ ବାହାର କମ୍ପାନୀ ଭାରତରେ ବ୍ୟବସାୟ କରୁଛନ୍ତି। ଏହା ଜାଣିବା ପରେ ୱେବସାଇଡ ଖୋଲିବା ମୋର ଏକ ନିଶା ଭଳିଆ ହୋଇଗଲା। ବର୍ତ୍ତମାନର ଚାହିଦାକୁ ଦୃଷ୍ଟିରେ ରଖି ଯେଭଳି ଆବଶ୍ୟକ ସେଭଲି ୱେବସାଇଟ୍‌ ଖୋଲାଯାଇଛି, ଯାହାକି ପ୍ଲେ-ଷ୍ଟୋରରେ ଉପଲବ୍ଧ ରହିଛି। ଆତ୍ମନିର୍ଭର ଭାରତ ଯୋଜନାରେ ବେଶ ପ୍ରଭାବିତ ହୋଇଛି। ଫେସବୁକ ବିକଳ୍ପ ଭାବରେ ବ୍ୟବହାର ପାଇଁ ରାଉଟର ନାମରେ ଆପ୍‌ କରିଛି। ସେହିପରି ହ୍ବାଟ୍ସଆପର ବିକଳ୍ପ ଓ ଟିକ୍‌ଟକ୍‌ର ବିକଳ୍ପ ରଙ୍ଗିଲା ନାମରେ ଆପ କରିଛ, ଯାହାକି ପ୍ଲେ-ଷ୍ଟେରରେ ଜଣେ ଡାଉନଲୋଡ କରି ପାରିବେ। ଏଭଳି ୧୫ ଆପ୍‌ ପାଇଁ କାମ କରିଛି।
ଆୟ ହେଲେ ଖର୍ଚ୍ଚ କିପରି କରିବେ ?
ସବୁ ଆପଗୁଡିକରେ ଅଧିକ ସଂଖ୍ୟାରେ ୟୁଜର୍ସ ବ୍ୟବହାର କଲେ ଲାଭ ଅଧିକ ହୋଇଥାଏ। ଆମେ କୌଣସି ସାମଗ୍ରୀ ବିଷୟରେ ଗୁଗଲ କିମ୍ବା ଅନ୍ୟ ଆପ୍‌ରେ ସର୍ଚ୍ଚ କରିଥାଉ। କିଛି ସମୟ ପରେ ଅଟୋମେଟିକ ଆମର ଚାହିଦା ଅନୁସାରେ ବିଭିନ୍ନ କମ୍ପାନୀର ଉକ୍ତ ସାମଗ୍ରୀ ବିଷୟରେ ସୂଚନା ଆସିଥାଏ। ଏଥିରେ ସାମଗ୍ରୀର କମ୍ପାନୀ ଆପ୍‌ ସହିତ ସମ୍ପର୍କ ରହିଥାଏ। ସେମାନେ କିଛି ଟଙ୍କା ଦେୟ କରନ୍ତି। ଦେଶ ଓ ଦେଶ ବାହାର କମ୍ପାନୀଗୁଡିକ ଆମ ଦେଶରେ ବେଶ୍‌ ଲାଭବାନ ହେଉଛନ୍ତି। ମୋର ତିଆରି ଆପଗୁଡିକ ରାଜ୍ୟ ତଥା ଦେଶ ବାହାରେ ଯେତେ ସଂଖ୍ୟାରେ ବ୍ୟବହାର କରିବେ ସେତିକି ଆୟ ମଧ୍ୟ ହୋଇପାରିବ। ଏବେ ଆୟ କିଛି ହେଉ ନାହିଁ। ଯଦି ଆୟ ହେବ ତା ହେଲେ ୨୦ ପ୍ରତିଶତ ଦେଶର ଯବାନମାନଙ୍କ ପାଇଁ ଖର୍ଚ୍ଚ କରିବି।
ସରକାରୀ ସ୍ତରରେ ପ୍ରୋତ୍ସାହନ ଆବଶ୍ୟକ କି ?
ଆପ ବ୍ୟବହାର କରି ଦେଶ ତଥା ଦେଶ ବାହାରେ କିଛି ଲୋକ ପ୍ରଶଂସା କରିଛନ୍ତି। ହେଲେ ତିଆରି କରିଥିବା ଆପ୍‌ର ପ୍ରଚାର ପ୍ରସାର ନ ହେବାରୁ ଲୋକଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ଏଥିପାଇଁ ସରକାରଙ୍କ ସହାୟତା ଦରକାର। ସରକାରୀ ସ୍ତରରେ ଯେଉଁ ଆପ୍‌ ବ୍ୟବହାର ହୋଇ ପାରିବ ସେ ଉପରେ ନଜର ଦେବା ଆବଶ୍ୟକ। ଏଥିସହ ନିଜ ଗ୍ରାମରେ ନ ହେଲେ ବି ଜିଲାରେ ଏକ ଆଇଟି ହବ୍‌ ତିଆରି କରିବା ଦିଗରେ ସରକାର ଦୃଷ୍ଟି ଦେଲେ ପ୍ରତିଭାର ବିକାଶ ହୋଇପାରିବ।
ଆପ୍‌ ତିଆରି କରିବା ପାଇଁ କେତେ ସମୟ ଦିଅନ୍ତି ?
ପ୍ରତିଦିନ ସକାଳ ୫ଟାରୁ ଉଠି ପାଠ ପଢେ। ସନ୍ଧ୍ୟାରୁ ରାତି ୯ଟା ପର୍ଯ୍ୟନ୍ତ ସ୍କୁଲ ପାଠ ଶେଷ କଲା ପରେ ପ୍ରତିଦିନ କମ୍ପ୍ୟୁଟର ସାମନାରେ ୩ ଘଣ୍ଟା ବସି ଆପ୍‌ ତିଆରିରେ ମନ ଦିଏ। ବାପା ମୋତେ ଏ କ୍ଷେତ୍ରରେ ସହାୟତା କରିଥାନ୍ତି। ଦେବଗଡ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଠ ପଢୁଛି। ଏବେ ଗଁାରେ ଅଛି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ କରିଛି। ସ୍କୁଲରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଭାଗ ନିଏ। ପରିଶ୍ରମ କଲେ ଫଳ ନିଶ୍ଚୟ ମିଳେ। ଆମ ଅଞ୍ଚଳରେ ଥିବା ନହୁରାଣୀ ନାଳ ଉପରେ ପୋଲ କରିବାକୁ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। ଆଜି ସେ ସ୍ଥାନରେ ପୋଲ ନିର୍ମାଣ ହୋଇ ଜିଲାର ସୀମାନ୍ତ ଗ୍ରାମରୁ ଅନୁଗୋଳ ଜିଲାକୁ ସଂଯୋଗ କରିଛି, ଯାହାକି ମତେ ବେଶ୍‌ ଖୁସି ଆଣି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri