ଇସ୍ରୋ-ଭିସୁଟ୍‌ ମଧ୍ୟରେ ଚୁକ୍ତି ସ୍ବାକ୍ଷର

ସମ୍ବଲପୁର/ଭୁବନେଶ୍ୱର, ୨୬।୮ (ବ୍ୟୁରୋ): ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ସହାୟତାରେ ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଦେଶର ପ୍ରଥମ ମହାକାଶ ଅନ୍ବେଷଣ କେନ୍ଦ୍ର ଖୋଲାଯିବ। ଏ ନେଇ ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ ମଙ୍ଗଳବାର ଭର୍ଚୁଆଲ ଚୁକ୍ତି ସ୍ବାକ୍ଷର ହୋଇଛି। ଇସ୍ରୋ ଅଧ୍ୟକ୍ଷ ଡ. କେ. ଶିବନ, ବୈଜ୍ଞାନିକ ଡ. ଉମା ମହେଶ୍ୱରନ, ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କମିଶନର ସଞ୍ଜୟ ସିଂ, ଭିସୁଟ୍‌ କୁଳପତି ପ୍ରଫେସର ଅଟଳ ଚୌଧୁରୀ, ଇସ୍ରୋ ଡେପୁଟି ନିର୍ଦ୍ଦେଶକ ଡ. ବିଜନ ଦାସ ଉପସ୍ଥିତ ଥିଲେ। ଏହା ଦେଶ ତଥା ରାଜ୍ୟରେ ଇସ୍ରୋ ସହଯୋଗରେ ହୋଇଥିବା ପ୍ରଥମ ମହାକାଶ ଅନ୍ବେଷଣ କେନ୍ଦ୍ର। ଏ ନେଇ କୁଳପତି ଚୌଧୁରୀ କହିଛନ୍ତି, ଭିସୁଟ୍‌ ପାଇଁ ଏକ ଐତିହାସିକ ଦିନ, ଯାହା ଆଉ ଏକ ସଫଳତା ଆଣିଛି। ଛାତ୍ରୀଛାତ୍ରଙ୍କୁ ଏହା ପ୍ରେରଣା ଓ ମାର୍ଗଦର୍ଶନ ଦେବ ବୋଲି ସେ କହିଛନ୍ତି ା
ସୂଚନାଯୋଗ୍ୟ, ଇସ୍ରୋ ପକ୍ଷରୁ ମହାକାଶ ଅନ୍ବେଷଣ ଉପରେ ଦେଶର ୬ଟି ସ୍ଥାନରେ କେନ୍ଦ୍ର ଖୋଲିବାକୁ ୨୦୧୮ ଡିସେମ୍ବରରେ ଘୋଷଣା କରାଯାଇଥିଲା। ୨୦୧୯ ସେପ୍ଟେମ୍ବରରେ ଇସ୍ରୋର ଏକ ପ୍ରତିନିଧି ଦଳ ଭିସୁଟ୍‌ ପରିଦର୍ଶନ କରି ଫେରିବା ପରେ ଏଠାରେ ମହାକାଶ ଅନ୍ବେଷଣ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଇସ୍ରୋ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଗାଇଡ୍‌ କରାଯିବ। ଏଥିପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। ୩ଟି ପର୍ଯ୍ୟାୟରେ ଇସ୍ରୋ ଏହି ଅନୁଦାନ ଯୋଗାଇ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଲଞ୍ଚ ହେଲା iPhone 18 Pro- Pro Max: ଦାମ୍‌, ଫିଚର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: Apple ନିଜର ସେପ୍ଟେମ୍ବର ଲଞ୍ଚ ଇଭେଣ୍ଟରେ iPhone 18 Pro ଓ iPhone 18 Pro Maxକୁ ବଜାରକୁ ଆଣିଛି। ନୂଆ Pro ମଡେଲର କ୍ୟାମେରା,…

ସିଜେପି ବିକ୍ଷୋଭକାରୀଙ୍କୁ ନୋଟିସ ପଠାଇବାକୁ କିପରି ସାହସ କଲ

ନୂଆଦିଲ୍ଲୀ,୧୦ା୯: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ପରିଚାଳିତ ବିକ୍ଷୋଭରେ ଭାଗ ନେଇଥିବା ଜଣେ ଛାତ୍ରଙ୍କୁ ନୋଟିସ ଜାରି କରିଥିବାରୁ ଗ୍ରେଟର ନଏଡ଼ାର କାର୍ଯ୍ୟନିର୍ୱାହୀ ମାଜିଷ୍ଟ୍ରେଟ୍‌ଙ୍କୁ ସୁପ୍ରିମକୋର୍ଟ…

ସକାଳୁ ସକାଳୁ ତେଲ ବଜାରରେ ହଲଚଲ, ପେଟ୍ରୋଲକୁ ନେଇ ଆସିଲା ବଡ଼ ଅପଡେଟ୍‌!

ନୂଆଦିଲ୍ଲୀ,୧୦।୯: ଅନ୍ତର୍ଜାତୀୟ ବଜାରରେ କଚ୍ଚା ତେଲ (ଅଶୋଧିତ ତେଲ)ର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୧୦୦ ଡଲାର ପାର୍‌ କରିଛି। ଏହାଯୋଗୁଁ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡ଼ିକର…

ଜେଲେନସ୍କିଙ୍କ ବିମାନକୁ ଧକ୍କା ଦେଇଥାନ୍ତା ଡ୍ରୋନ! ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି, ସୁରକ୍ଷାରେ ବଡ଼ ତ୍ରୁଟି

ଓସ୍ଲୋ: ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଖବର ସାମ୍ନାକୁ ଆସିଛି। ମୋଲଦୋଭାରୁ ନରୱେ ଯାଉଥିବା ସମୟରେ ତାଙ୍କ ବିମାନ…

୬ଷ୍ଠ ଶ୍ରେଣୀ ପିଲାଙ୍କୁ ତ୍ରିଭାଷା ନୀତିରେ କୋହଳ କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୦।୯: ସିବିଏସ୍‌ଇର ତ୍ରିଭାଷା ନୀତିକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟ ଚଳିତ ଶିକ୍ଷାବର୍ଷ ପାଇଁ ୬ଷ୍ଠ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଏହି ନୀତିରୁ ବାଦ୍‌ ଦେବାକୁ ବିଚାର…

ICC ଟି-୨୦ ରାଙ୍କିଙ୍ଗ୍‌ରେ ବୈଭବ ଚିତ୍‌ପଟାଙ୍ଗ, ଉପରକୁ ଉଠିଲେ ଏହି ଖେଳାଳି: ନାଁ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୦।୯: ଦୁଲୀପ ଟ୍ରଫି ଫାଇନାଲ ଖେଳୁଥିବା ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏହାପରେ ତୁରନ୍ତ ଦିଲ୍ଲୀରେ ଭାରତୀୟ ଦଳ ସହ ଯୋଗ ଦେବେ। ଦିଲ୍ଲୀର ଅରୁଣ…

୧୧,୯୩୩ ଛୁଇଁବ ଡାକ୍ତର ସଂଖ୍ୟା, ଖୁବ୍‌ଶୀଘ୍ର ୮୨୨ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ନିଯୁକ୍ତିପତ୍ର

ଭୁବନେଶ୍ୱର୧୦,ା୯(ରବିନାରାୟଣ ଜେନା): ରାଜ୍ୟରେ ରୋଗୀସେବାକୁ ତ୍ୱରାନ୍ୱିତ କରିବା ଦିଗରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତିର ନିହାତି ଆବଶ୍ୟକତା ରହିଛି। ଅନେକ ସମୟରେ ଡାକ୍ତରଙ୍କ ଅଭାବକୁ ନେଇ ବିରୋଧୀଙ୍କ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri