ଚାଷରେ ବ୍ୟବହାର ହେଲା ଝରଣାପାଣି

ସମ୍ବଲପୁର,୨୭ା୮(ବ୍ୟୁରୋ): ଜଙ୍ଗଲ ଭିତରେ ଝରଣା ପାଣି ଅପଚୟ ହେଉଥିଲା। ବର୍ଷାଋତୁରେ ଏହି ଝରଣା ପାଣିକୁ କେବଳ ଲୋକେ ବ୍ୟବହାର କରିପାରୁଥିଲେ। ଗ୍ରୀଷ୍ମ ଋତୁରେ ସେହି ପାଣି ବ୍ୟବହାର ହୋଇପାରୁ ନ ଥିଲା। ଝରଣାର ସେହି ଅପଚୟ ଜଳକୁ ସଂରକ୍ଷଣ କରିବା ପାଇଁ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ପ୍ରଶାସନ ପକ୍ଷରୁ ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଡାଇଭର୍ସନ ୱାଲ୍‌, କଂକ୍ରିଟ ଡ୍ରେନ ଓ ମାଟି କେନାଲ ନିର୍ମାଣ କରି ବୋହି ଯାଉଥିବା ପାଣିକୁ ୨ କିମି ଦୂର କଟାରେ ସଂରକ୍ଷଣ ରଖାଯାଉଛି । ଏଥିରୁ ଚାଷୀମାନେ ଚାଷ ଉପଯୋଗୀ ଜଳ ପାଇ ପାରୁଛନ୍ତି। ଗ୍ରାମ କଟାରୁ ପାଣି ନେଇ ପ୍ରାୟ ୫୦ ହେକ୍ଟର ଜମି ଚାଷ କରାଯାଉଛି । ଏହା ସହ ଏହି ଯୋଜନା କରୋନା ସମୟରେ ଶ୍ରମିକମାନଙ୍କୁ ରୋଜଗାର ଦେଇପାରିଛି ।
ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ୍‌ କୟାକୁଦ ଗ୍ରାମର କୁଟୁରଲଟିଆ ଝରଣାରେ ଏହି ପ୍ରକଳ୍ପ ୨୦୨୦-୨୧ ଆର୍ଥିକ ବର୍ଷରେ ନିର୍ମାଣ ହୋଇଛି। ଏ ସମ୍ପର୍କରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବ୍ଲକ ପ୍ରୋଗ୍ରାମ ଅଫିସର ବିଶ୍ୱରଞ୍ଜନ ପ୍ରଧାନ ସୂଚନା ଦେଇ କହିଛନ୍ତି, ଝରଣା ପାଣିକୁ ସଞ୍ଚୟ କରିବା ପାଇଁ ଯୋଜନା କରାଯାଇଥିଲା। ତିନୋଟି ଭାଗରେ ଏହି ଯୋଜନା ରହିଛି। ପ୍ରଥମେ ଝରଣା ପାଣିକୁ ଅଟକାଇବା ପାଇଁ ଡାଇଭର୍ସନ ୱାଲ ନିର୍ମାଣ କରାଗଲା। ଉପଯୁକ୍ତ ସ୍ଥାନ ଚିହ୍ନଟ କରି ସିମେଣ୍ଟ କଂକ୍ରିଟ, ଲୁହା ରଡ଼ ବ୍ୟବହାର କରି ୱାଲ ନିର୍ମାଣ କରାଗଲା । ଏଥିରେ ପ୍ରାୟ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି । ସେହିପରି ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରାୟ ୩୫୦ ମିଟରର କଂକ୍ରିଟ ଡ୍ରେନ ନିର୍ମାଣ କରାଯାଇଛି । ଡାଏଭର୍ସନ ୱାଲଠାରୁ ଏହା ଆରମ୍ଭ ହୋଇଛି। ଅନୁଦାନ ଅଭାବ ଯୋଗୁ ମାଟି କେନାଲ ମଧ୍ୟ ତିଆରି କରାଯାଇଛି। ବର୍ଷା ପାଣି ପ୍ରଥମେ ଡ୍ୟାମରେ ଗଚ୍ଛିତ ରହୁଛି । ଅଧିକ ହେଲେ ପାଣି ତଳକୁ ପ୍ରବାହିତ ହୋଇଯାଉଛି । ଡିଜାଇନ୍‌ ଅନୁସାରେ ଡ୍ୟାମ୍‌ରେ ଗଚ୍ଛିତ ପାଣି ଡ୍ରେନ ଓ କେନାଲ ଦେଇ ୨ କିମି ଦୂରରେ ଥିବା ଗ୍ରାମର କଟାରେ ପଡୁଛି। ଗ୍ରାମରେ ଚାଷୀମାନେ ସେହି ପାଣି ନେଇ ଚାଷ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଏହି ଗଚ୍ଛିତ ପାଣିରେ ପ୍ରାୟ ୫୦ ହେକ୍ଟର ଜମି ଚାଷ ହେଉଥିବା ଆକଳନ କରାଯାଇଛି। ଧାନ ଫସଲ ସହ ରବିଋତୁରେ ପନିପରିବା ଚାଷ ମଧ୍ୟ ଚାଷୀମାନେ କରିପାରିବେ ବୋଲି ସେ କହିଥିଲେ ।
ଏ ସମ୍ପର୍କରେ ଯୁଯୁମୁରା ବିଡ଼ିଓ ସୁରଜ ବିଶ୍ୱାଳ କହିଛନ୍ତି, କରୋନା କଟକଣା ସମୟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ଦେବା ପାଇଁ ସରକାରଙ୍କ ଯୋଜନା ରହିଥିଲା । ତେଣୁ ପ୍ରବାସୀ ଓ ସ୍ଥାନୀୟ ଶ୍ରମିକଙ୍କୁ ରୋଜଗାର ଦେବା ସହ ଜନସ୍ବାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଥିଲା। ପ୍ରାୟ ୨ କିମି ଦୂରରେ ଥିବା କଟାରେ ଝରଣା ପାଣିକୁ ସଂରକ୍ଷିତ କରିବାର ଯୋଜନା କରାଗଲା । ପ୍ରଥମେ ଏହା ଅସମ୍ଭବ ଭଳି ଲାଗୁଥିଲା । କାମ ଆରମ୍ଭ ପରେ ଧିରେ ଧିରେ ପ୍ରକଳ୍ପ ସଫଳ ହେବାର ଆଶା କରାଯାଇଥିଲା । ୨ କିମି ଦୂର କଂକ୍ରିଟ କରିବା ପ୍ରଥମ ପର୍ଯ୍ୟାୟରେ ଅସମ୍ଭବ। ପର୍ଯ୍ୟାୟକ୍ରମେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ। ଯୁଯୁମୁରା ବ୍ଲକରେ ଏଭଳି ଆହୁରି ଅନେକ ପ୍ରସ୍ତାବ ରହିଛି ଯାହା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?